• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ୟଙ୍ଗ୍‌ ଦିଶିବା ପାଇଁ ଆଜିକାଲିର ଯୁବପିଢ଼ି ବିଭିନ୍ନ ସର୍ଜରୀ କରୁଛନ୍ତି। ହେଲେ ଏହି ସର୍ଜରୀ କେତେବେଳେ ଯେ କାହା ପାଇଁ ବିପଦ ଆଣି ଦେବ ତାହା କେହିବି କହିପାରିବେ ନାହିଁ। ହେଲେ ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏକି ସବୁବେଳେ ୟଙ୍ଗ୍‌ ଦିଶିବା ପାଇଁ ୨୦୦ରୁ ଅଧିକ ସର୍ଜରୀ କରିଛନ୍ତି। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ସେ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରିସାରିଲେଣି। ସବୁଠାରୁ ବଡ଼ କଥା, ମହିଳାଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ନିଜକୁ ସେ ୩୦ ବର୍ଷ ବୟସର ବୋଲି ଭାବିଥାନ୍ତି। 

ଟିଭି ପର୍ସନାଲିଟି ତଥା ମଡେଲ୍‌ ଲେସି ୱିଲଡ୍‌ଙ୍କ କହିବା ଅନୁସାରେ, ଗୋଟିଏପଟେ ଯୁବକମାନେ ତାଙ୍କ ସହ ଡେଟ୍‌ କରିବାକୁ ଚାହୁଁ ଥିବାବେଳେ ଅନ୍ୟପଟେ ଆଉ ଯୁବତୀମାନେ ତାଙ୍କୁ ଘୃଣା କରିଥାନ୍ତି। ଏପରିକି ସେ ନିଜେ ନିଜକୁ ‘ପ୍ଲାଷ୍ଟିକ୍‌ ଜୀବନ’ ବଞ୍ଚୁଥିବା ‘ମିଲିୟନ ଡଲାର ବାର୍ବି’ ବୋଲି କହିଥାନ୍ତି। ଦ ସନ୍‌ ରିପୋର୍ଟ ଅନୁସାରେ, ଲେସିଙ୍କ ପ୍ରକୃତ ନାଁ ପଲ୍‌ ଥେବର୍ଟ। ସେ ୬ ପିଲାଙ୍କ ମା’ ମଧ୍ୟ। ଆଗକୁ ଆଉ ସର୍ଜରୀ ନକରିବା ପାଇଁ ତାଙ୍କୁ ଡାକ୍ତର ଚେତାବନୀ ଦେଇଛନ୍ତି। 

ତେବେ ଏଭଳି ଜୀବନଶୈଳୀଠୁ ଦୂରେଇ ରହିବା ପାଇଁ ଅନ୍ୟ ମହିଳାଙ୍କୁ ଲେସି ପରାମର୍ଶ ଦେଇଛନ୍ତି। ହେଲେ ପୁରୁଷମାନେ କିଭଳି ଭାବେ ତାଙ୍କ ପ୍ରତି ଆକର୍ଷିତ ହେବେ ଏହାକୁ ସେ ଗୁରୁତ୍ୱ ଦେଇଥାନ୍ତି। ଆମେରିକାର ଭର୍ଜନିଆରେ ରହୁଥିବା ଲେସିଙ୍କ କହିବା ଅନୁସାରେ, ‘ଝିଅମାନେ ଘୃଣା କରୁଥିବା ବେଳେ, ପୁଅମାନେ ମୋ ସହ ଡେଟ୍‌ କରିବାକୁ ଚାହୁଁଛନ୍ତି।’ ପ୍ଲାଷ୍ଟିକ୍‌ ସର୍ଜରୀ ମୋତେ ୫୫ ବର୍ଷ ବୟସରେ ଏମିତି ଚେହେରା ଦେଇଛି, ସତେ ଯେମିତି ମୁଁ ୩୦ ବର୍ଷ ବୟସ ଭଳି ଲାଗୁଛି।’

ଲେସି ଆହୁରି କହିଛନ୍ତି, ‘ମୋ ପୁଅର ବୟସ ୩୫ ‍ବର୍ଷ। ହେଲେ ଲୋକମାନେ ଭାବନ୍ତି ସେ ମୋର ବୟଫ୍ରେଣ୍ଡ୍‌। ମୁଁ ସିଙ୍ଗଲ୍‌ ଓ କୋଟିପତି ଲୋକଙ୍କ ପାଇଁ ଉପଲ୍ଲବ୍ଧ। ତେବେ କାହାସ ହ ଡେଟ୍‌ କରିବା ବଡ଼ ମୁସ୍କିଲ୍‌।’ ୨୪ ବର୍ଷ ବୟସରେ ସେ ନିଜ ଜୀବନର ପ୍ରଥମ ସର୍ଜରୀ କରିଥିଲେ। ସେବେଠୁ ସେ ପ୍ଲାଷ୍ଟିକ୍‌ ସର୍ଜରୀର ବହଚ ବଡ଼ ଫ୍ୟାନ୍‌।