ଦିବ୍ୟାଙ୍ଗ ସତ୍ତ୍ୱେ କାହା ଉପରେ ବୋଝ ନହୋଇ ନିଜେ ମୂଲ ଲାଗୁଛନ୍ତି ଆଉ ଝାଳ ବୁଝା ଟଙ୍କାରେ ପରିବାର ପୋଷୁଛନ୍ତି...ଭଦ୍ରକର ଦୁଇ ସ୍ୱାଭିମାନୀ ଦିବ୍ୟାଙ୍ଗ ଯୋଦ୍ଧା ଏବା ଚର୍ଚ୍ଚାରେ..
ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇଥିଲେ, ସେଠାରୁ ଫେରିବା ବେଳେ ପ୍ରଚଣ୍ଡ ଖରାର ପ୍ରକୋପ ସହି ପାରିଲେନି ବୃଦ୍ଧ। ଶେଷରେ ଏକ ଗଛ ତଳେ ଆଶ୍ରୟ ବେଳେ ସେ ବେହୋସ ହୋଇଗଲେ।
କେବଳ ଗୋଟିଏ ପ୍ରକଳ୍ପ ନୁହେଁ, ନବରଙ୍ଗପୁର ପୌର ପରିଷଦରେ ଏପରି ଅନେକ ପ୍ରକଳ୍ପ ନିଖୋଜ ଅବସ୍ଥାରେ ରହିଛି । ସ୍ଥାନୀୟ ଦଶହରା ପଦାସାହି ଓ ମହିଳା ମହାବିଦ୍ୟାଳୟ ନିକଟ ଶ୍ମଶାନ ଘାଟରେ ନିର୍ମାଣ ହୋଇଥିବା ବର୍ଷାଜଳ ଅମଳପ୍ରକଳ୍ପର ଅବସ୍ଥା ନକହିଲେ ଭଲ।
ମାର୍ଚ୍ଚ ୨୦ରେ ସରିଥିଲା ମାଟ୍ରିକ୍ ପରୀକ୍ଷା । ବାପା-ମାଆଙ୍କ ସହ ବାହାରିଥିଲେ ମାମୁଁ ଘର ବୁଲିବାକୁ । ହେଲେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପ୍ରାୟ ୨ ମାସ ତଳର ଏହି ଦୁର୍ଘଟଣା ପୁଣି ତାଜା ହୋଇଛି।
ରାଉରକେଲାରୁ ବେଦବ୍ୟାସ ଯାଉଥିବା ଏକ ମୋ ବସ୍ ଟିସିଆଇ ଛକ ନିକଟରେ ଜଳି ଯାଇଛି।
ଏମାନଙ୍କର ବାପା ମାଆ ନାହାନ୍ତି ତଥାପି ଏମାନେ ମାଟ୍ରିକ୍ ପରୀକ୍ଷାରେ ବାଜିମାତ୍ କରିଛନ୍ତି । ପ୍ରମାଣ କରିଦେଇଛନ୍ତି ଆମକୁ ବଞ୍ଚିବାକୁ ହେଲେ କେବଳ ପାଠ ହିଁ ଆମର ସାହା ।
ରେଜଲ୍ଟ ବାହାରିବା ଆଗରୁ ଆଖିବୁଜି ଦେଲେ ମେଧାବି ଛାତ୍ରୀ । ମାମୁଁ ଘରକୁ ଯିବା ହେଲା କାଳ । ରେଜଲ୍ଟ ବାହାରିଲା A1ରେ ନାଁ ଅଛି । ହେଲେ ଖୁସି ମନାଇବା ପାଇଁ ସ୍ୱାତୀ ନାହିଁ
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାନ୍ଥରେ ଆଙ୍କୁଛନ୍ତି ପଦ୍ମଫୁଲ । କିନ୍ତୁ ପାଖରେ ଛିଡା ହୋଇଥିବା ଅନ୍ୟମାନେ ଏତେ ସିରିୟସ୍ ରେ ଦେଖୁଛନ୍ତି କଣ ?
ଖୋଲିବ ‘ଟାଇଟାନିକ୍’ ବୁଡ଼ିର ଗୁମର। ଆଟଲାଣ୍ଟିକ୍ ମହାସାଗରର ପ୍ରାୟ ୪ ହଜାର ମିଟର ତଳେ ପଡ଼ି ରହିଥିବା ଜାହାଜର ସାତ ଲକ୍ଷ ଚିତ୍ର ଉତ୍ତୋଳନ କରାଯାଇ ଏହି ମ୍ୟାପ୍ ପ୍ରସ୍ତୁତ କରାଯାଇଛି।
ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ । ପୁରୀ ସମୁଦ୍ରକୂଳରେ ବିକ୍ଷିପ୍ତ ହୋଇ ମରି ପଡ଼ିଛନ୍ତି ଶହ ଶହ ହ୍ବାଇଟ୍ ଜେଲିଫିସ୍ ।
ସ୍ବର୍ଣ୍ଣାଭ ବେଳାଭୂମୀରେ ଜେଲିଫିସ୍ ମଡ଼କ । ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ ।
ଏସିଡ୍ ପୀଡ଼ିତା ପ୍ରମୋଦିନୀ ରାଉଳ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ପ୍ରମୋଦିନୀ ନିଜେ ସୋସିଆଲ୍ ମିଡିଆରେ ପୁଅର ଫଟୋ ଶେୟାର କରିଛନ୍ତି।
ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପରେ ରଂଜନ ମୁଣ୍ଡ ଗୁଞ୍ଜିଥିବା ଚାଳ ଛପର ଘରଟିକୁ ଭାଙ୍ଗି ପକ୍କା ଘର କାର୍ଯ୍ୟ ଆରମ୍ଭ କରିଥିଲେ । ହାତରେ ଟଙ୍କା ନଥିବାରୁ ଧାର କରଜ କରିବା ସହିତ ସିମେଣ୍ଟ, ବାଲି ଓ ଗୋଡ଼ି ଆଜି ସାମଗ୍ରୀ ବାକିରେ ଆଣି ଘର କାର୍ଯ୍ୟ ଆରମ୍ଭ କରିଥିଲେ । ଘର କାମ ସିନା ଆରମ୍ଭ ହେଲା ହେଲେ ଦୀର୍ଘ ଦିନ ହେବ ହିତାଧୀକାରୀ ରଂଜନଙ୍କ ଆକାଉଣ୍ଟକୁ ଆବାସ ସହାୟତା ଟଙ୍କା ଆସିନଥିଲା।
ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ଝାରପଡା ଜେଳରେ ଥିବା ଜଗବନ୍ଧୁ ଚାନ୍ଦଙ୍କ ପତ୍ନୀ ଅର୍ଚ୍ଚନା ନାଗ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।
ସ୍ୱାମୀଙ୍କୁ ଛାଡିବା ପରେ ପ୍ରଥମେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ନିଜସ୍ୱ ଉଦ୍ୟମରେ ହୋଇପାରିଛନ୍ତି ଜଣେ ଦକ୍ଷ ମିସ୍ତ୍ରୀ । ହାତରେ କରଣୀ ,ରୁସାପଟ୍ଟା ଧରି ସିମେଣ୍ଟ ମସଲାରେ କାନ୍ଥକୁ ଏବେ ଅତି ସୁନ୍ଦର ଭାବରେ ପ୍ଲାଷ୍ଟର କରୁଛନ୍ତି, ପିଲର ତିଆରି କରୁଛନ୍ତି। ରେଢାଖୋଲ ବ୍ଲକ ଚାରମାଳ ଗାଁର କସ୍ତୁରୀ ନାଏକଙ୍କୁ ନେଇ ଏବେ ଭାରି ଚର୍ଚ୍ଚା।
ପାଣି ଟୋପେ ପାଇଁ ବିକଳ ୪ଗାଁର ଲୋକେ.. ପ୍ରତିଶ୍ରୁତି ପରେ ବି ହେଲାନି ସମାଧାନ
ଗ୍ରାମବାସୀଙ୍କ ଗୋଟେ କଥା ଶୁଣିଲେନି.. ମନଇଚ୍ଛା ନିମ୍ନମାନର କାମ କରିଦେଲେ.. ଏବେ ବେକାର ପଡ଼ିଛି ପ୍ରକଳ୍ପ
କୁହାଯାଏ, ଯିଏ ଥରେ କୋରାପୁଟ୍ ଆମ୍ବ ଖାଇଛି, ଜୀବନ ସାରା ଏହାର ସ୍ୱାଦକୁ ଭୁଲିପାରିବନି.. ତା’ହେଲେ କାହିଁକି ଆଜି କୋରାପୁଟ ଆମ୍ବର ଚାହିଦା ନାହିଁ ? କୋରାପୁଟ ବଜାରରେ ଆନ୍ଧ୍ର ଆମ୍ବ କାହିଁକି ରାଜ୍ କରୁଛି ?
ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ ବିତିଗଲା ତାଙ୍କର ୧୦ ବର୍ଷ। ସତକୁ ସତ ସ୍ୱାମୀ ମଧ୍ୟ ଫେରିଲେ। ସ୍ୱାମୀ ଯାଇଥିଲେ ତ ଯାଇଥିଲେ ଆଉ ଘରକୁ ଫେରିନଥିଲେ। ହେଲେ ଶେଷରେ ସ୍ତ୍ରୀର ନିଷ୍ଠା ଓ ପ୍ରାର୍ଥନା ସତ ପ୍ରମାଣିତ ହୋଇଛି। ଆଉ ସ୍ୱାମୀ ଫେରିବା ପରେ ଘରେ ଖୁସି କହିଲେ ନସରେ।
ସହରାଞ୍ଚଳ ବସ୍ତି ବାସିନ୍ଦା ସମ୍ମାନର ସହ ବଞ୍ଚିବାକୁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିବା ବିଶ୍ୱର ସର୍ବବୃହତ ଥଇଥାନ ଯୋଜନା ଜାଗା ମିଶନର ସ୍ଥିତି କଣ ? ଯୋଜନା ଆରମ୍ଭ ହେବାର ୬ ବର୍ଷ ଭିତରେ କେତେଲୋକ ଉପକୃତ ହୋଇଛନ୍ତି ?
କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ? ସରହାଞ୍ଚଳ ଭୂମିହୀନଙ୍କୁ ସମ୍ମାନର ସହ ମୁଣ୍ଡ ଗୁଂଜିବାକୁ ଆଉ କେବେ ମିଳିବ ସ୍ଥାୟୀ ଜମି ପଟ୍ଟା ? ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ୨୦୧୭ରେ ରାଜ୍ୟ ସରକାର ଘୋଷଣା କରିଥିଲେ ମହତ୍ୱାକାଂକ୍ଷୀ ଜାଗା ମିଶନ୍ ଯୋଜନା ।
୫ ଜିଲ୍ଲାର ଏସପିଙ୍କ ସମେତ ମୋଟ ୧୮ ଜଣଙ୍କ ବଦଳି ହୋଇଛି।
ପୋଷ୍ଟ ଅଫିସ ବା ଡାକଘରେ ଟଙ୍କା ରଖିଲେ ଭଲ ରିଟର୍ଣ୍ଣ ମିଳିଥାଏ । ତେଣୁ ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ ଲୋକ ପୋଷ୍ଟ ଅଫିସରେ ଟଙ୍କା ରଖିଥାନ୍ତି । ହେଲେ ପୋଷ୍ଟ ଅଫିସ୍ର ସମସ୍ତ ଯୋଜନା ବିଷୟରେ କେହି ଜାଣିନଥିବେ ।
ଆଉ ୩ଟି ଜିଲ୍ଲାରେ ‘ମୋ ବସ୍’ ସେବା,CRUT ଦ୍ୱାରା ମୋ ବସ୍ ଚାଲିବା ନେଇ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି
ମାଲକାନଗିରି ଜିଲ୍ଲା ଉପ-କାରାଗାର । ଏଠାରେ ରହୁଛନ୍ତି ୬୦୦ରୁ ଅଧିକ କଏଦୀ । ସରକାରଙ୍କ ପକ୍ଷରୁ କଏଦୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଏଠାରେ କଏଦୀଙ୍କ ଲାଗି ଚୋରାରେ ଯାଉଛି ବିଜୁଳି । ହେଲେ କାହିଁକି ଏମିତି ଚୋରାରେ ବିଜୁଳି ଯାଉଛି? ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି କି ନାହିଁ?