/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684482492.jpg)
Archana Nag
ଜେଲରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅର୍ଚ୍ଚନା ନାଗ । ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ଝାରପଡା ଜେଳରେ ଥିବା ଜଗବନ୍ଧୁ ଚାନ୍ଦଙ୍କ ପତ୍ନୀ ଅର୍ଚ୍ଚନା ନାଗ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହ ୨୩ ଜଣ ମହିଳା ଅନ୍ତେବାସୀ ପାଳନ କରିଥିଲେ ସାବିତ୍ରୀ ବ୍ରତ ।
Advertisment
ଏଥିପାଇଁ ଜେଲ ପକ୍ଷରୁ ସେମାନଙ୍କୁ ନୂଆ ଶାଢ଼ି, ଭୋଗ, ଫଳ, ଶଙ୍ଖା, ସିନ୍ଦୂର ଇତ୍ୟାଦି ପ୍ରଦାନ କରାଯାଇଥିଲା । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଜେଲ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିଲେ ।
ସୂଚନା ଥାଉ କି, ଗତ ଏପ୍ରିଲ ୧୧ ତାରିଖରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଅର୍ଚ୍ଚନାଙ୍କୁ ଗୋଟିଏ କେସ୍ରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ହେଲେ ଏବେ ବି ଅନ୍ୟ ଏକ ମାମଲାର ଶୁଣାଣି ଶେଷ ହୋନଥିବାରୁ ଜେଲରେ ରହିଛନ୍ତି ଅର୍ଚ୍ଚନା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)