Advertisment

ଦୁଇ ପିଲାଙ୍କୁ ପୋଷିବା ପାଇଁ ହାତରେ କରଣୀ ଧରିଲା ମାଆ...ଆଉ ଏବେ ଜଣେ ଦକ୍ଷ ରାଜମିସ୍ତ୍ରୀ

ସ୍ୱାମୀଙ୍କୁ ଛାଡିବା ପରେ ପ୍ରଥମେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ନିଜସ୍ୱ ଉଦ୍ୟମରେ ହୋଇପାରିଛନ୍ତି ଜଣେ ଦକ୍ଷ ମିସ୍ତ୍ରୀ । ହାତରେ କରଣୀ ,ରୁସାପଟ୍ଟା ଧରି ସିମେଣ୍ଟ ମସଲାରେ କାନ୍ଥକୁ ଏବେ ଅତି ସୁନ୍ଦର ଭାବରେ ପ୍ଲାଷ୍ଟର କରୁଛନ୍ତି, ପିଲର ତିଆରି କରୁଛନ୍ତି। ରେଢାଖୋଲ ବ୍ଲକ ଚାରମାଳ ଗାଁର କସ୍ତୁରୀ ନାଏକଙ୍କୁ ନେଇ ଏବେ ଭାରି ଚର୍ଚ୍ଚା।

author-image
Sarbeswar
ଅଦ୍ୟତନ ହୋଇଛି
story of superwoman

story of superwoman

ନାରୀ ଦୁର୍ବଳା ନୁହେଁ ସବଳା । ଯେତେ ପ୍ରତିଘାତ, ବିପଦ ଆପଦ ଆସିଲେ ବି ତାକୁ ସାମ୍ନା କରିବାର ସତସାହସ ଥାଏ ତାହା ପାଖରେ । ସମୟର ପରିସ୍ଥିତିରେ ସ୍ୱାମୀ ହାତ ଛାଡିଦେଲା ୧୧ବର୍ଷ ତଳେ, ଦୁଇ ପୁଅକୁ ନେଇ ବହୁ ଝଡ ଝଞ୍ଜାରେ ଜୀବନ ଜିଇିଁବାକୁ ଆରମ୍ଭ କଲା ପ୍ରୟାସ । ଖାଲି ପ୍ରୟାସ କଲା ତାହା ନୁହେଁ ବରଂ ସେଥିରେ ସେ ସଫଳ ବି ହେଲା ।

Advertisment

ସ୍ୱାମୀଙ୍କୁ ଛାଡିବା ପରେ ପ୍ରଥମେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ନିଜସ୍ୱ ଉଦ୍ୟମରେ ହୋଇପାରିଛନ୍ତି ଜଣେ ଦକ୍ଷ ମିସ୍ତ୍ରୀ । ହାତରେ କରଣୀ ,ରୁସାପଟ୍ଟା ଧରି ସିମେଣ୍ଟ ମସଲାରେ କାନ୍ଥକୁ ଏବେ ଅତି ସୁନ୍ଦର ଭାବରେ ପ୍ଲାଷ୍ଟର କରୁଛନ୍ତି, ପିଲର ତିଆରି କରୁଛନ୍ତି । ରେଢାଖୋଲ ବ୍ଲକ ଚାରମାଳ ଗାଁର କସ୍ତୁରୀ ନାଏକଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ କସ୍ତୁରୀ ଏବେ ଜଣେ ପୁରୁଷ ମିସ୍ତ୍ରୀଠାରୁ ଢେର ଅଧିକ କାମକରୁଥିବା ବେଳେ କାମରେ କୌଣସି ପ୍ରକାର ସାଲିସ କରୁନାହାନ୍ତି ।

ଗୋଟିଏ ଘର ନିର୍ମାଣ ପାଇଁ ଯାହା ଆବଶ୍ୟକ କାର୍ଯ୍ୟ ତାକୁ କରି ଦେଖାଉଛନ୍ତି ସେ । ଇଟା ଯୋଡ଼ିବା, ପ୍ଲାଷ୍ଟର କରିବା, ଛଡ଼ ମୋଡିବା, ଛାତ ପକାଇବା, ଏପରିକି ଫିତାରେ ମାପ ନେଇ ସଠିକ ଭାବରେ ଛଡ଼ କାଟିବା, ସେଣ୍ଟ୍ରିଙ୍ଗ ପାଇଁ କାଠପଟା ସଜେଇବା,ମେଜିଆ କରିବା, ଘରେ ଟାଇଲ ବସାଇବା ଭଳି କାମ ମଧ୍ୟ ନିର୍ଭୁଲ ଭାବରେ କରନ୍ତି କସ୍ତୁରୀ ।

Advertisment

ଏତିକି ନୁହେଁ ବରଂ ଜଣେ କୂଶଳୀ ରାଜମିସ୍ତ୍ରୀ ଭଳି ସମସ୍ତ କାମ କରନ୍ତି ସେ । ୧୧ବର୍ଷ ହେବ ଦୁଇ ପୁଅକୁ ନେଇ ନିଜ ବାପ ଘର ଚାରମାଳ ଗାଁରେ ଜଣକ ଦୁଇ ବଖରା ଘରକୁ ୧୫୦ ଟଙ୍କା ଭଡା ଦେଇ ରହୁଛନ୍ତି । ସକାଳୁ ଉଠି ଘରକାମ ସାରି କାଠ କାଟିବା ,ପାଣି ବୋହିବା ,ରାନ୍ଧିବାଡି ଦୁଇ ପୁଅଙ୍କୁ ଖୁଆଇ କାମରେ ଚାଲିଯାଆନ୍ତି କସ୍ତୁରୀ । ପୁଣି ସଂଧ୍ୟାରେ ଫେରି ଘର କାମରେ ଲାଗନ୍ତି । ଦୁଇ ପୁଅଙ୍କୁ ମଣିଷ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବା ସହ କେନ୍ଦୁପତ୍ର ବି ତୋଳନ୍ତି କସ୍ତୁରୀ । ଜାଣିଆଶ୍ଚର୍ଯ୍ୟ ହେବେ କି, କସ୍ତୁରୀ ଭଲ କାମ କରୁଥିବାରୁ ଏବେ ସବୁଆଡୁ ତାଙ୍କୁ ଆସୁଛି କାମ ପାଇଁ ଡକରା ।

ତେବେ କୌଣସି କାରଣରୁ ୧୧ବର୍ଷ ତଳେ ସ୍ୱାମୀଙ୍କଠାରୁ ଅଲଗା ହୋଇ ଦୁଇ ପୁଅଙ୍କୁ ନେଇ ରହୁଛନ୍ତି କସ୍ତୁରୀ । ସ୍ୱାମୀ ପରିତ୍ୟକ୍ତା କସ୍ତୁରୀ ଜୀବନର ଦୋଛକିରେ ରହି ଏକୁଟିଆ ହୋଇ ଚାଲିବା ଆରମ୍ଭ କଲେ । ଖାଲି ଚାଲିବା ଆରମ୍ଭ କଲେ ତାହା ନୁହେଁ ବରଂ ସଫଳ ବି ହେଲେ । ବର୍ତ୍ତମାନ ସମୟରେ ତାଙ୍କୁ ସରକାରୀ ଚାଉଳ ମିଳୁଥିବା ବେଳେ ଆଜକୁ ୧୧ବର୍ଷ ହେବ ଭତ୍ତା ଓ ଘର ଖଣ୍ଡିଏ ପାଇଁ ବାବୁଙ୍କ ପାଖରେ ଗୁହାରି କରି କରି ଥକି ପଡିଲେଣି ହେଲେ ଘର ଖଣ୍ଡିଏ ପାଇଲେ ନାହିଁ । ତେଣୁ ବାଧ୍ୟ ହୋଇ ନିଜ ଦୁଃଖକୁ ଛାତିରେ ଚାପି ଆଗକୁ ବଢୁଛନ୍ତି କସ୍ତୁରୀ । ସେପଟେ ତାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରେଢାଖୋଲ ବିଡିଓ । 

Special Story
Advertisment
Advertisment