Advertisment

ସାଲୁବାଲୁ ଜେଲିଫିସ୍‌; ଗାଧୋଇବାକୁ ଡରିଲେଣି ପର୍ଯ୍ୟଟକ

ସ୍ବର୍ଣ୍ଣାଭ ବେଳାଭୂମୀରେ ଜେଲିଫିସ୍ ମଡ଼କ । ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Jellyfish Scare

ପୁରୀ ବେଳାଭୂମିରେ ସମୁଦ୍ରସ୍ନାନ ଡର । କାହିଁକି ନା ସପ୍ତାହେ ହେଲାଣି ମରି ଭାସୁଛନ୍ତି ହଜାର ହଜାର ସଂଖ୍ୟାରେ ବିଷାକ୍ତ ହ୍ବାଇଟ୍ ଜେଲିଫିସ୍। ପର୍ଯ୍ୟଟକଙ୍କ ଦେହରେ ଏମାନଙ୍କ ଲାଳ ଅଂଶ ବାଜିଲେ ଅକସ୍ମାତ୍ ଚର୍ମ ରୋଗ ସୃଷ୍ଟି ହୋଇଯାଉଛି । ସମୁଦ୍ର ବିଜ୍ଞାନୀ ଏଭଳି ସ୍ଥିତି ପାଇଁ ବାତ୍ୟା ମୋକାକୁ ଦାୟୀ କରୁଥିବାବେଳେ, ପରିବେଶବିତ୍ କିନ୍ତୁ ଏହି ସାମୁଦ୍ରିକ ଜୀବଙ୍କ ମୃତ୍ୟୁର କାରଣ ଖୋଜା ହେଉନଥିବାରୁ ଚିନ୍ତା ପ୍ରକଟ କଲେଣି । ତା’ସହ ବେଳାଭୂମିରୁ ତୁରନ୍ତ ମୃତ ଜେଲିଫିସ୍ ଙ୍କୁ ସଫା କରି ପୋତିଦେବାକୁ ଜୋର୍ ଦେଇଛନ୍ତି।

Advertisment

ସ୍ବର୍ଣ୍ଣାଭ ବେଳାଭୂମୀରେ ଜେଲିଫିସ୍ ମଡ଼କ । ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ । ପୁରୀ ସମୁଦ୍ରକୂଳରେ ବିକ୍ଷିପ୍ତ ହୋଇ ମରି ପଡ଼ିଛନ୍ତି ଶହ ଶହ ହ୍ବାଇଟ୍ ଜେଲିଫିସ୍ । ଆଜିକୁ ପ୍ରାୟ ସପ୍ତାହେ ହେଲାଣି ଏଭଳି ସ୍ଥିତି । ସ୍ବର୍ଗଦ୍ବାର ସମ୍ମୁଖରୁ ଲାଇଟହାଉସ ବେଳାଭୂମି ଓ ମଙ୍ଗଳାନଦୀ ମୁହାଣ ଯାଏଁ, କେଉଁ ସ୍ଥାନ ବାକି ନାହିଁ । ସମୁଦ୍ର ସ୍ନାନ କରୁଥିବା ପର୍ଯ୍ୟଟକଙ୍କ ଦେହରେ ଏ ମୃତ ଜେଲିଫିସ୍‌ଙ୍କ ଲାଳ ବାଜିଗଲେ, କୁଣ୍ଡେଇ ହୋଇ ଏମିତି ଯାଦୁ ଭଳି ଫଳି ଯାଉଛି। 

ସ୍ଥିତି ଏଭଳି ଯେ, କିଛି ପର୍ଯ୍ୟଟକଙ୍କୁ ମେଡିକାଲ ଯାଇ ଲୋସନ୍ ଓ ଔଷଧ ଆଣିବାକୁ ପଡିଛି । ତେଣୁ ଜେଲି ଫିସ୍ ଡରରେ ପର୍ଯ୍ୟଟକ ସମୁଦ୍ରରେ ଗୋଧାଇବାକୁ ଡରିଲେଣି ତ, ସେମାନଙ୍କ ସମୁଦ୍ରସ୍ନାନ ମଜାର ଫଟୋ ଉଠାଇ ବଞ୍ଚୁଥିବା ଫଟୋଗ୍ରାଫର ବି ହାତ ବାନ୍ଧି ବସିଲେଣି ।

Advertisment

ଉଭୟ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀ, ସମସ୍ତଙ୍କ ମୁହଁରେ ସମାନ ପ୍ରଶ୍ନ । ପୁରୀ ସମୁଦ୍ର କୂଳକୁ କୁଆଡୁ ଆସିଲେ ଏତେ ସଂଖ୍ୟାରେ ମୃତ ଜେଲି ଫିସ୍ ? ଏମାନେ କେଉଁ ପ୍ରଜାତିର ଓ କେତେ ବିଷାକ୍ତ ? କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣାକେନ୍ଦ୍ର ବୈଜ୍ଞାନିକଙ୍କ କହିବାନୁସାରେ, ନିକଟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା (ମୋକା)ର ଇଏ ପ୍ରଭାବ । ଏ ଶ୍ରେଣୀର ଜେଲିଫିସ୍ ସାଧାରଣତଃ ଗଭୀର ସମୁଦ୍ରରେ ଦଳ ଦଳ ହୋଇ ବାସ କରନ୍ତି ଓ ଅତି ମନ୍ଥର ଭାବେ ଗତି କରନ୍ତି।

ଯେହେତୁ ସମୁଦ୍ରରେ ବଡ଼ ବାତ୍ୟା ହୋଇଥିଲା, ତେଣୁ ଶକ୍ତିଶାଳୀ ଜୁଆର ମାଡ଼ରେ ଘାଇଲା ହୋଇ ମୃତ ଅବସ୍ଥାରେ କୂଳକୁ ଭାସି ଆସିଛନ୍ତି। ତେବେ ରେଡ୍ ଜେଲିଫିସ୍‌ଙ୍କ ଭଳି ଏହି ହ୍ବାଇଟ୍ ଜେଲିଫିସ୍ ଏତେଟା ବିଷାକ୍ତ ନୁହଁନ୍ତି, ତଥାପି ସଂସ୍ପର୍ଶରେ ଆସିଲେ ଦେହ ହାତ ଫଳିଯାଏ। ସେଠି ଭିନେଗାର ଓ ଲୋସନ ଲଗାଇଲେ ଉପଶମ ମିଳିଥାଏ । 

ସେପଟେ ପରିବେଶବିତ୍‌ଙ୍କ ଉଦବେଗ, ସପ୍ତାହେ ହେଲାଣି ଜେଲିଫିସ୍ ମଡ଼କ ପୁରୀ ଉପକୂଳରେ ଦେଖିବାକୁ ମିଳୁଥିଲେ ବି ଏହା ପଛର କାରଣ ଅନୁଧ୍ୟାନ ହେଉନି କି ମୃତ ଜେଲିଫିସ୍‌କୁ ପୋତିବା ଉଦ୍ୟମ ହେଉନି। ତେଣୁ ବେଳାଭୂମି ଉନ୍ନୟନ କମିଟିର ସ୍ଥାଣୁତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ୟାସ୍, ତିତଲି ଓ ହୁଡୁହୁଡୁ ବାତ୍ୟା ସମୟରେ ପୁରୀ ସମୁଦ୍ର ଉପକୂଳରେ ବି ମୃତଜେଲି ଫିସ୍ ଦେଖିବାକୁ ମିଳିଥିଲା, ଏଥର ସେ ସଂଖ୍ୟା ଦେଖି ଛନକା ବଢ଼ିଛି । 

Puri Sea Beach Jellyfish Scare
Advertisment
Advertisment