/odishatv-khabar/media/post_attachments/uploadimage/library/16_9/16_9_0/a_1684554189.jpg)
Full 3D scan of the Titanic ship on the sea reveals the ruined ocean liner in incredible
ଖୋଲିବ ‘ଟାଇଟାନିକ୍’ ବୁଡ଼ିର ଗୁମର। ଖୁବ୍ଶୀଘ୍ର ପଦାକୁ ଆସିବ ରହସ୍ୟ। ୧୯୧୨ ମସିହାରେ ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିବା ବିଳାସପୂର୍ଣ୍ଣ ଜାହାଜ ଟାଇଟାନିକ୍ର 3D ଚିତ୍ର ପ୍ରକାଶ ପାଇଛି। ଗଭୀର ସମୁଦ୍ରରେ ମ୍ୟାପିଂ ପ୍ରଯୁକ୍ତି ବିନିଯୋଗ କରି ପ୍ରଥମ ଥର ପାଇଁ ଅବିକଳ ଡିଜିଟାଲ୍ ନକଲ ପ୍ରସ୍ତୁତ କରିଛନ୍ତି ବୈଜ୍ଞାନିକ।
ଆଟଲାଣ୍ଟିକ୍ ମହାସାଗରର ପ୍ରାୟ ୪ ହଜାର ମିଟର ତଳେ ପଡ଼ି ରହିଥିବା ଜାହାଜର ସାତ ଲକ୍ଷ ଚିତ୍ର ଉତ୍ତୋଳନ କରାଯାଇ ଏହି ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବିଶେଷଜ୍ଞମାନେ ୨ ଶହ ଘଣ୍ଟାର ସର୍ଭେ କରିଥିବା ଜଣାପଡ଼ିଛି।
#ଖୋଲିବ_ରହସ୍ୟ ! ! !
ମଝି ସମୁଦ୍ରରେ କେମିତି ବୁଡ଼ିଲା ଟାଇଟାନିକ୍ ଜାହାଜ ? ମହାସାଗରର ପ୍ରାୟ ୪ ହଜାର ମିଟର ତଳେ ପଡ଼ିଥିବା ଜାହାଜର ୭ ଲକ୍ଷ ଚିତ୍ର ଉତ୍ତୋଳନ...#TitanicShip#3DPicturesOfTitanicShippic.twitter.com/uTqe5Rcf71— ଓଟିଭି (@otvkhabar) May 20, 2023
ଇତିହାସର ଏହା ସବୁଠୁ ବଡ଼ ଜଳମଗ୍ନ ଚିତ୍ର ଉତ୍ତୋଳନ ପ୍ରକଳ୍ପ ବୋଲି କୁହାଯାଉଛି। ଏଥିସହ ଟାଇଟାନିକ୍ ଜାହାଜ ବୁଡ଼ିକୁ ନେଇ ଚାଲିଥିବା ଗବେଷଣା ଓ ଅନୁସନ୍ଧାନକୁ ନୂଆ ଦିଗ ମିଳିପାରିଛି। ଏବେ ଟାଇଟାନିକ୍ର 3D ଚିତ୍ର ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଦେଇପାରିବ ବୋଲି ଐତିହାସିକମାନେ ଆଶା ରଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)