/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691130233.jpg)
Banakalagi rituals
ଦୁଇ ଦୁଇଥର ସ୍ଥଗିତ ରହିବା ପରେ ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ହେବ । ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ସମୀକ୍ଷା, ସେବକ ଓ ବାସଗୃହ , ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ଆଦି ସଂପର୍କରେ ଆଲୋଚନା କରିବାକୁ ସ୍ଥିର ହୋଇଛି ।
Advertisment
ହେଲେ ବନକଲାଗି ବିଭ୍ରାଟ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ନେଇ ଏଜେଣ୍ଡାରେ ସ୍ଥିର ହୋଇନି । ତେବେ ସଭାପତିଙ୍କ ଅନୁମତି କ୍ରମେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ କି ନାହିଁ, ତାକୁ ଅପେକ୍ଷା ରହିଛି । ନୀଳାଦ୍ରି ବିଜେ ପରଠୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନି । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହପାତ୍ର ସେବକଙ୍କ ମଧ୍ୟରେ ବାରକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)