Advertisment

ଉପର ଚିକ୍କଣ ଭିତର ଫମ୍ପା: ଶିକ୍ଷକ ନାହାନ୍ତି, ଭିତ୍ତିଭୂମି ଥାଇ ଲାଭ କଣ ?

ଚକାଚକ୍ ସ୍କୁଲକୁ ହାଇଫାଇ କ୍ଲାସରୁମ୍। ନୂଆ ବେଞ୍ଚଡେସ୍କ ସାଙ୍ଗକୁ କାନ୍ଥରେ ଲାଗିଛି ସ୍ମାର୍ଟବୋର୍ଡ। କେଉଁଟି ଫାଇଭ୍-ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଛି, ତ ଆଉ କେଉଁଟି ଆଦିବାସୀ ବିଦ୍ୟାଳୟ ଭାବେ। ହେଲେ ବାହାରୁ ଦେଖି ଜମାରୁ ଭଳି ଯାଆନ୍ତୁ ନାହିଁ । ଏସବୁ ତୁଚ୍ଛା ମଲାଟ ମାତ୍ର ।

author-image
Chandan Shishu
School students express concern over less number of teachers in Ganjam

School students express concern over less number of teachers in Ganjam

ଉପର ଚିକ୍କଣ ଭିତର ଫମ୍ପା। ବାହାରୁ ସୁନ୍ଦର ଲାଗୁଥିଲେ ବି, ବାସ୍ତବ ସ୍ଥିତି ଅତି ସଂଗୀନ। ଆମେ କହୁଛୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର କଥା। ଗୁଣାତ୍ମକ ଶିକ୍ଷା ସୁବିଧା ଯୋଗାଇବା ନାଁରେ ଫାଇଭ୍-ଟି ଅଧୀନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ଗୁଡ଼ିକର ରୂପାନ୍ତରଣ ତ ହେଉଛି। ହେଲେ ପିଲାଙ୍କୁ ପାଠ ପଢ଼ାଇବ କିଏ? ଜଣେ ମାତ୍ର ଶିକ୍ଷକରେ ଚାଲିଛି ଓଡ଼ିଶାର ଅନେକ ସ୍କୁଲ । କେବଳ ପ୍ରାଥମିକ ନୁହେଁ, ହାଇସ୍କୁଲ ଗୁଡ଼ିକରେ ବି ପଢ଼ା ହେଉଛି କେବଳ ଗୋଟିଏ ଦୁଇଟି ବିଷୟ। ମାଟ୍ରିକ ପରୀକ୍ଷାକୁ ଆଉ ଅଳ୍ପ କିଛିମାସ ବାକି ଥିବା ବେଳେ, ସିଙ୍ଗିଲ୍-ଟିଚର୍ ସ୍କୁଲର ପିଲାଙ୍କ ଭବିଷ୍ୟତ କଣ ହେବ, ତାକୁ ନେଇ ଚିନ୍ତା ବଢ଼ିଛି।

Advertisment

ଚକାଚକ୍ ସ୍କୁଲକୁ ହାଇଫାଇ କ୍ଲାସରୁମ୍। ନୂଆ ବେଞ୍ଚଡେସ୍କ ସାଙ୍ଗକୁ କାନ୍ଥରେ ଲାଗିଛି ସ୍ମାର୍ଟବୋର୍ଡ। କେଉଁଟି ଫାଇଭ୍-ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଛି, ତ ଆଉ କେଉଁଟି ଆଦିବାସୀ ବିଦ୍ୟାଳୟ ଭାବେ। ହେଲେ ବାହାରୁ ଦେଖି ଜମାରୁ ଭଳି ଯାଆନ୍ତୁ ନାହିଁ । ଏସବୁ ତୁଚ୍ଛା ମଲାଟ ମାତ୍ର । ଉପର ଚିକ୍କଣ, ଭିତର ଫମ୍ପା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ତାଳସାକର ସ୍ଥିତ ମହାମାୟୀ ହାଇସ୍କୁଲରେ ନବମ ଓ ଦଶମର ୧୪୫ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ, ଅଛନ୍ତି ଜଣେ ମାତ୍ର ଶିକ୍ଷକ। ୮ଟି ଶିକ୍ଷକ ପଦବୀ ଖାଲି, ପିଲାଙ୍କୁ କେବଳ ଗଣିତ ସାର୍ ଭରସା। ଗାଁ ସ୍କୁଲର ଦୁରବସ୍ଥା ଦେଖି ପୁରୁଣା ଛାତ୍ରଛାତ୍ରୀମାନେ ସମୟ ପାଇଲେ ପଢ଼ାଇବାକୁ ଆସୁଛନ୍ତି ।

ଆଉ ସେପଟେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ କୋଳିମାଟି ସ୍ୱପ୍ନେଶ୍ୱର ଆଦିବାସୀ ହାଇସ୍କୁଲରେ ସ୍ଥିତି ଆହୁରି ଚିନ୍ତାଜନକ। ୧୧୦ ପିଲାଙ୍କ ପାଇଁ ଯେଉଁ ଜଣେ ଶିକ୍ଷକ ଅଛନ୍ତି, ସିଏ ସଂସ୍କୃତ ପଢ଼ାନ୍ତି। ତେଣୁ ଇଂରାଜୀ, ଗଣିତ ଓ ବିଜ୍ଞାନ ବହିରେ ଡୋରି ପଡ଼ିଛି। ଯଦି ସ୍କୁଲରେ ପାଠ ପଢ଼ାଇବାକୁ ଶିକ୍ଷକ ନାହାନ୍ତି, ସେଠି ଲକ୍ଷଲକ୍ଷ ଟଙ୍କାର ଭିତ୍ତିଭୂମି ଥାଇ ଲାଭ କଣ ? ସେଠି କଣ ପିଲାଙ୍କୁ ସାହିତ୍ୟ ଇଂରାଜୀ ପଢ଼ାଇବ ବେଞ୍ଚ୍  ଡେସ୍କ, ଆଉ ସ୍ମାର୍ଟବୋର୍ଡ ସାଜିବ ବିଜ୍ଞାନ କି ଗଣିତ ସାର୍ ?

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଚଉଦିଆ ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ଫାଟକଠୁ ଫଳକ ଯାଏଁ ପିଟାଚାଲିଛି ସରକାରଙ୍କ ଫାଇଭ୍-ଟି ରୂପାନ୍ତରଣ ଓ ମୋ ସ୍କୁଲର ଡିଣ୍ଡିମ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଇଏ ବି ଗୋଟିଏ ସିଙ୍ଗିଲ୍-ଟିଚର୍ ସ୍କୁଲ।  ୮ଟି ଶିକ୍ଷକ ପଦବି ଖାଲି। ତେଣୁ ପ୍ରଶ୍ନ ଉଠୁଛି, ଏସବୁ ରୂପାନ୍ତରଣ ନା ତୁଚ୍ଛା ପ୍ରହସନ? ତେଣେ ଚାନ୍ଦବାଲି ଏବିଇଓ କହିଛନ୍ତି, ବ୍ଲକରେ ଥିବା ୨୨ଟି ସିଙ୍ଗିଲ ଟିଚର୍ ସ୍କୁଲରେ କ୍ରମାଗତ ଭାବେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପ୍ରକ୍ରିୟା ଜାରି ରହିଛି।

ରିପୋର୍ଟ: ଆନନ୍ଦପୁରରୁ ମୁନା ସିଂ

Smart School
Advertisment
Advertisment