• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଘର ହେଉ କିମ୍ବା କ୍ଷେତ ସବୁଠି ମୂଷାଙ୍କ ପାଦ୍ରୁଭାବ ଲାଗି ରହିଥାଏ । ମୂଷାଙ୍କ କାରଣରୁ ଘରେ ଅନେକ ଜିନିଷ ନଷ୍ଟ ହୋଇଥାଏ । ଘରେ ରଖାଯାଇଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ସହ କପଡ଼ା ଓ ବହୁ ମୂଲ୍ୟବାନ କାଗଜପତ୍ର ଗୁଡ଼ିକୁ କାଟି ନଷ୍ଟ କରିଦେଇଥାନ୍ତି ମୂଷା । ସେହିପରି ଚାଷୀର ଫସଲକୁ ମଧ୍ୟ ମୂଷା କାଟି ନଷ୍ଟ କରିଦେଇଥାଏ । ଯେଉଁ କାରଣରୁ ଚାଷୀଟି ବହୁ କ୍ଷତି ସହିଥାଏ ।

ଏପରି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଅନେକ କିଛି ଉପାୟ ଆପଣାଇଥା’ନ୍ତି । ହେଲେ ସେପରି କିଛି ସୁଫଳ ମିଳିନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଜଣାଇବୁ , ଯାହାଦ୍ୱାରା ଆପଣ ଖୁବ୍‌ ସହଜରେ ମୂଷାଙ୍କୁ ଘରୁ ତଡ଼ିଦେଇପାରିବେ । ତେବେ ଜାଣିନିଅନ୍ତୁ ମୂଷାଙ୍କ ପାଇଁ ଏହି ୭ ଟିପ୍ସ ।

ମୂଷାଙ୍କ ପାଇଁ ଆପଣାନ୍ତୁ ଏହି ୭ ଉପାୟ...

ଶୁଖିଲା ଲଙ୍କା

* ଯଦି ଆପଣଙ୍କ ଫସଲ ମୂଷା ନଷ୍ଟ କରୁଥା’ନ୍ତି । ତେବେ ଆପଣ ନାଲି ଲଙ୍କାକୁ ଗୁଣ୍ଡ କରି ତାକୁ ପାଣିରେ ମିଶାଇ କ୍ଷେତର ସେହି ସ୍ଥାନରେ ପକାନ୍ତୁ । ଯେଉଁଠାରେ ମୂଷାଙ୍କ ଅଧିକ ପାଦ୍ରୁଭାବ ଦେଖାଦେଇଥାଏ ।

* ଗୋଦାମରେ ଯଦି ମୂଷାଙ୍କ ଜିନିଷପତ୍ର ନଷ୍ଟ କରୁଥାନ୍ତି । ତେବେ ଆପଣ ଲଙ୍କାଗୁଣ୍ଡକୁ ସେଠାରେ ବ୍ୟବହାର କରିପାରିବେ । ମୂଷାମାନେ ଯାଆଆସ କରୁଥିବା ସ୍ଥାନରେ ଲଙ୍କା ଗୁଣ୍ଡ ରଖିବା ଦ୍ୱାରା ମୂଷା ସେହି ସ୍ଥାନ ଛାଡ଼ି ଚାଲିଯା’ନ୍ତି ।

ପିମ୍ପେରମେଣ୍ଟ

* ପିମ୍ପେରମେଣ୍ଟର ବାସ୍ନାକୁ ମୂଷାମାନେ କେବେ ବି ସହ୍ୟ କରିପାରନ୍ତିନାହିଁ । ତେଣୁ କ୍ଷେତରେ ପାଣି ସହ ଏହାକୁ ମିଶାଇ ଆପଣ ବ୍ୟବହାର କରିପାରିବେ ।

ଗୋଲମରିଚ

* ମୂଷାକୁ ଦୂର କରିବାକୁ ହେଲେ ଗୋଲମରିଚ ହେଉଛି ଉତ୍ତମ ଉପାୟ । ମୂଷା ରହୁଥିବା ଗାତ ଓ ଚଳାଚଳ କରୁଥିବା ସ୍ଥାନରେ ଗୋଲମରିଚକୁ ରଖିଲେ,  ମୂଷାମାନେ ସେହି ସ୍ଥାନକୁ ଆସନ୍ତିନାହିଁ ।

ଫିଟିକିରି

* ମୂଷାଙ୍କୁ ଦୂର କରିବାର ସରଳ ଉପାୟ ହେଉଛି ଫିଟିକିରି । ଫିଟିକିରିକୁ ପାଉଡର କରି ସେଥିରେ ପାଣି ମିଶାଇ ଫସଲରେ ପ୍ରୟୋଗ କରନ୍ତୁ । ଏହା ଦ୍ୱାରା ମୂଷା ଦାଉରୁ ରକ୍ଷା ମିଳିବ ।

ତେଜପତ୍ର

* ତେଜପତ୍ରର ବାସ୍ନା ମଧ୍ୟ ମୂଷାଙ୍କୁ କଷ୍ଟ ଦେଇଥାଏ । ତେଣୁ ଘରେ ତେଜପତ୍ରକୁ ମୂଷାଙ୍କ ଦୂର ପାଇଁ ଆପଣ ବ୍ୟବହାର କରିପାରିବେ ।

କର୍ପୂର

* କର୍ପୂର ହେଉଛି ମୂଷାଙ୍କ ପରମ ଶତ୍ରୁ । ଖାଲି ମୂଷା ନୂହଁନ୍ତି ପୋକ ଜୋକ ମଧ୍ୟ ଏହି ବାସ୍ନାରେ ଘର ଓ କ୍ଷେତରୁ ଚାଲିଯା’ନ୍ତି । ତେଣୁ କର୍ପୂର ଗୁଲିକୁ ଆପଣ ଘରେ ଓ କ୍ଷେତରେ ବ୍ୟବହାର କରିପାରିବେ ।

ପୋଦିନା ପତ୍ର

ପୋଦିନାର ବାସ୍ନା ମଧ୍ୟ ମୂଷାଙ୍କୁ କଷ୍ଟ ଦେଇଥାଏ । ତେଣୁ ଆପଣ ଫସଲ କରୁଥିଲେ ଅଳ୍ପ ପରିବାଣର ପୋଦିନା କ୍ଷେତରେ ନିଶ୍ଚୟ ଲଗାନ୍ତୁ । ଦେଖିବେ ଫସଲକୁ ମୂଷା ନଷ୍ଟ କରିବେ ନାହିଁ ।