• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Dutee Chand's Sister Saraswati
ଚର୍ଚ୍ଚାରେ ଦୂତୀ ଚାନ୍ଦଙ୍କ ଭଉଣୀ ସରସ୍ୱତୀ ଚାନ୍ଦ

ଚର୍ଚ୍ଚାରେ ଦୂତୀ ଚାନ୍ଦଙ୍କ ଭଉଣୀ ସରସ୍ୱତୀ ଚାନ୍ଦ। ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ

MGNREGA Scheme
ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମପୁର ପଞ୍ଚାୟତ ମନରେଗାରେ ଦୁର୍ନୀତି

ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଗତ ହୋଇଛି ରାସ୍ତା କାମ । ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମପୁର ପଞ୍ଚାୟତର ଯୁବରାଜପୁର ଗାଁରୁ ଘାସିମାଲକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କହିଲେ ନସରେ ।

ganjam
୪୦ ବର୍ଷ ପରେ ପରିବାର ପାଖକୁ ଫେରିଲେ ଗଞ୍ଜାମର ସୀମାଞ୍ଚଳ : ଦାଦନ ଖଟିବାକୁ ଯାଇ ଭୁଲିଯାଇଥିଲେ ଠିକଣା

ସୀମାଞ୍ଚଳ ରଣା ବୟସ-୬୭ ଗାଁରେ ଡାକ ନାଁ ମୂଷା । ୪୦ ବର୍ଷ ତଳୁ ଯେଉଁ ନିଖୋଜ ମଣିଷର ନାଁଟିକୁ ଲୋକେ ଭୁଲି ଆସୁଥିଲେ, ଏବେ ତାଙ୍କୁ ନେଇ ଘରେ ଘରେ ଚର୍ଚ୍ଚା । ତେବେ ଏହା ପଛରେ ରହିଛି ବଡ଼ କାହାଣୀ ।

Danish in Pendajam
ଦାନିଶଙ୍କୁ ଝୁରୁଛି ପେଣ୍ଡାଜାମ, ମନେ ପକାଉଛନ୍ତି ରିନା ଯାନୀ

କରୋନା ଟିକା କେମିତି ଏକ ଅପହଞ୍ଚ ଇଲାକାରେ ଲୋକଙ୍କ ହାତରେ ଲାଗୁଛି, ତାହାର ପୁରା ଘଟଣାକ୍ରମ କ୍ୟାମେରାରେ କଏଦ କରିବାକୁ କୋରାପୁଟ ଆସିଥିଲେ ଦାନିଶ

Priyanka
ରାଜ୍ୟ ପାଇଁ ଗୌରବ ଆଣିଲେ ବାରିପଦାର ଝିଅ

ସୁନ୍ଦରୀ ପ୍ରତିଯୋଗିତା ଯେ ବଡ ବଡ଼ ମେଟ୍ରୋ ସହରର ଯୁବତୀଙ୍କ ହାତରେ ଆଉ ତାହା ନୁହଁ ବରଂ ଭାରତର ସୁନ୍ଦରୀ ଯୁବତୀ ପ୍ରତିଯୋଗିତାରେ ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରର ଯୁବତୀଙ୍କ ମୁଣ୍ଡରେ ମଧ୍ୟ ମୁକୁଟ ପିନ୍ଧି ବାର ସୌଭାଗ୍ୟ ମିଳିଲାଣି

Lokseba Bhawan
୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ର ମୋହର

ପୁରୀ ଅବଢ଼ା ଯୋଜନା ପାଇଁ ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥର ଉପରୁ ରୟାଲଟି ଛାଡ଼ କରାଯାଇଛି। ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ।

Bus Stand
ରାଜ୍ୟରେ ସୋମବାର ଠାରୁ ଚାଲିବ ବସ୍

ଘରୋଇ ବସ୍ ମାଲିକ ସଂଘର ଦାବି ଥିଲା- ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଥିଲା ସଂଘ।

Sanjal Gavande
ଭାରତର ଗୌରବ ସଞ୍ଜଲ : ବେଜୋସଙ୍କ ପାଇଁ ତିଆରି କଲେ ରକେଟ୍

ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ ଜୁଲାଇ ୨୦ରେ ତାଙ୍କ କର୍ମଚାରୀଙ୍କ ସହ ଏକ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। ହେଲେ ଗୌରବର କଥା ଏହା ଯେ ବେଜୋସଙ୍କ ଏହି ଗସ୍ତ ପାଇଁ ନିର୍ମିତ ରକେଟ୍ ତିଆରି କରିଥିବା ଦଳରେ ଭାରତର ଝିଅ ସଞ୍ଜଲ ଗାଭାଣ୍ଡେ ମଧ୍ୟ ସାମିଲ ହୋଇଛନ୍ତି।

Jharsuguda
ବୃକ୍ଷରୋପଣ ନାଁରେ ଟଙ୍କା ହେରଫେର ଅଭିଯୋଗ : କାମ କରିନଥିବା କିଛି ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ଜମା ପରେ ଉଠାଣ

ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫରେଷ୍ଟ ରେଂଜ ଅଧୀନ ତାଲମୁଣ୍ଡା ଗାଁରେ ଭିଏସ୍ଏସ୍ ଆନୁକୂଲ୍ୟରେ ହୋଇଥିବା ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ ।

ganjam
କରୋନା ମହାମାରୀ ଛଡାଇ ନେଇଛି ଚିତ୍ରଶିଳ୍ପୀଙ୍କ ମୁହଁରୁ ହସ

ସିମେଣ୍ଟ ଓ ମାଟିରେ ମୂର୍ତ୍ତି ସହ ଗୋବରରେ କଣ୍ଢେଇ ନିର୍ମାଣ କରି ଗୁଜରାଣ ମେଣ୍ଟାଉଥିଲେ । ହେଲେ କରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ମୂର୍ତ୍ତି ବିକ୍ରି ହେଉନି । ବାଧ୍ୟହୋଇ ପୁଣି ଏକ ଅନ୍ୟ ପନ୍ଥାକୁ ଆପଣାଇଲେଣି ଚିତଶିଳ୍ପୀ । 

bijayani
୮ ବର୍ଷ ପରେ ମାଟି ତଳୁ ମହିଳାଙ୍କ ଶବ ଉଦ୍ଧାର ଘଟଣା; କ୍ରାଇମବ୍ରାଞ୍ଚ ADGଙ୍କୁ ଭେଟିଲେ ମୃତ ମହିଳାଙ୍କ ଝିଅ

ସମ୍ବଲପୁର  ( ସଂଜୟ ଜେନା) : ସମ୍ବଲପୁର ନନ୍ଦପଡ଼ାର ଜୟଶ୍ରୀ ମିଶ୍ରଙ୍କୁ ଗତ ୮ ବର୍ଷ ତଳେ ହୋଇଥିବା ହତ୍ୟାକାଣ୍ଡର ଫିଟୁଛି ଗୁମର। ଅଭିଯୁକ୍ତ ବସନ୍ତ ପଣ୍ଡା ନେଇଥିବା ଲକ୍ଷାଧିକ ଟଙ୍କା ମାଗିବାକୁ ନେଇ ବିବାଦ ଉପୁଜିବା ପରେ ଜୟଶ୍ରୀଙ୍କୁ ସେ ହତ୍ୟା କରିଥିବା କହିଛି ପୁଲିସ। ଏପଟେ ଝିଅ ବିଜୟୀନି ଆଜି ଏଡିଜି କ୍ରାଇମ୍ ସନ୍ତୋଷ ଉପାଧ୍ୟାୟଙ୍କୁ ଭୁବନେଶ୍ୱରରେ ଭେଟି ତଦନ୍ତକୁ କ୍ରିୟାଶୀଳ କରିବାକୁ ଦାବି କରିଛନ୍ତି। ଉଲ୍ଲେଖନୀୟ ଯେ, ବଡ଼ଝିଅର ବାହାଘର ନିମନ୍ତ୍ରଣ ବାଣ୍ଟିବା […]

  • Saturday, 17 July 2021
kalia yojana
କାଳିଆ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ୱର : ଗୃହରେ କାଳିଆ ତାତି। କିଭଳି ଚୟନ ହୋଇଛନ୍ତି କାଳିଆ ଯୋଜନାରେ ହିତାଧିକାରୀ ? ଯୋଜନା ପାଇଁ ଆବଶ୍ୟକ ଟଙ୍କା କେଉଁଠୁ ଆସିଲା?  ଭାଗଚାଷୀଙ୍କୁ କେଉଁ ଆଧାରରେ ସହାୟତା ପ୍ରଦାନ କରାଯାଉଛି ? ମୁଲତବୀ ଆଲୋଚନା ବେଳେ ଏଭଳି ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କରିଛନ୍ତି ବିରୋଧୀ। କଂଗ୍ରେସ, ସରକାରଙ୍କ ବିରୋଧରେ ସାଂଘତିକ ଅଭିଯୋଗ ଆଣି କହିଛି କେବଳ ବିଜେଡି କର୍ମୀମାନଙ୍କୁ ପୋଷିବା ପାଇଁ ଏହି ଯୋଜନା। ଏହି ଆଳରେ ରାଜ୍ୟକୁ ଲୁଣ୍ଠନ କରାଯାଉଛି। ୫୧ଲକ୍ଷ ୫ […]

  • Saturday, 17 July 2021
accident
ସିରିଜ ଦୁର୍ଘଟଣା ; ୧୦ରୁ ଅଧିକ ଗାଡ଼ିକୁ ଧକ୍କା ଦେଲା କାର୍

ଖୋର୍ଦ୍ଧା  : ଖୋର୍ଦ୍ଧା ସହରରେ ସିରିଜ ଦୁର୍ଘଟଣା। ୧୦ରୁ ଅଧିକ ଗାଡ଼ିକୁ ଧକ୍କା ଦେବା ପରେ ଶେଷରେ ଗୁରୁଜଙ୍ଗ ରାସ୍ତାର ଏକ ବିଲରେ ଓଲଟି ପଡିଥିଲା କାର। ସଂପୃକ୍ତ କାରରେ ଥିବା ୩ ଜଣ ଯୁବକ ଓ ଜଣେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ୪ ଜଣଙ୍କୁ ଉଦ୍ଧାର କରିଛି ଟାଉନ ପୁଲିସ। ସିରିଜ ଦୁର୍ଘଟଣାରେ ଆହତମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।  ଦୁର୍ଘଟଣାରେ ଜଣେ କାଉଡିଆ ମଧ୍ୟ ଆହତ ହୋଇଛନ୍ତି। 

  • Saturday, 17 July 2021
sarathi
ସାରଥି ଏବେ କେଉଁଠି ଅଛନ୍ତି , ଜାଣିଛନ୍ତି ?

ଭୁବନେଶ୍ୱର :  ଜେଲରୁ ମୁକୁଳିବା ପରେ ସାରଥି କେଉଁଠି ରହୁଛନ୍ତି ତାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ତା’ଉପରୁ ପରଦା ହଟିଛି। ସାରଥି ଏବେ ଓଡ଼ିଶା ବାହାରେ ରହୁଥିବା ଜଣାପଡ଼ିଛି। ଏନେଇ ସାରଥିଙ୍କ ଓକିଲ ମାନସ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ରାଜ୍ୟ ବାହାରକୁ ଯିବା ନେଇ କୋର୍ଟଙ୍କ ବାରଣ ନଥିବା କହିଛନ୍ତି ମାନସ। ଆଇଓଙ୍କୁ ଜଣାଇ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ବୋଲି କୋର୍ଟ କହିଥିବା ମାନସ କହିଛନ୍ତି। ତେବେ ଏଥିପାଇଁ ସେ […]

  • Saturday, 17 July 2021
iic--2
ବାଲିଆପାଳରେ ଥମୁନି ଉତ୍ତେଜନା : ବଦଳିଲେ ଆଇଆଇସି

ଜଳେଶ୍ୱର : ବାଲିଆପାଳ ଢାବାରେ ନାବାଳକ ମୃତ୍ୟୁ, ପୁଲିସକୁ ମାଡ଼ ଓ ପୋଡ଼ାଜଳା ଘଟଣା  ମାମଲାର ତଦନ୍ତ ଭାର HRPCକୁ ଦେଲେ ପୁଲିସ ଡିଜି।  HRPCର ଡିଏସ୍‌ପି ରଂଜିତ ନାୟକ ମାମଲାର ତଦନ୍ତ କରିବେ। ଡିଜିପିଙ୍କ ନିର୍ଦ୍ଦେଶ ପରେ ବାଲେଶ୍ୱର ଗଲା HRPC ଟିମ୍। ଏହି ଘଟଣାରେ ଆଜି ବାଲିଆପାଳ ପ୍ରଭୁ କଲ୍ୟାଣଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ଏସ୍‌ପି। ରେମୁଣା IIC ରଂଜିତ ସାହୁଙ୍କୁ ବାଲିଆପାଳ IIC ଭାବେ ବଦଳି କରାଯାଇଛି। ଉଲ୍ଲେଖନୀୟ ଯେ, […]

  • Saturday, 17 July 2021
dev mishra
ରାଗିଲେ ଦେବୀ ମିଶ୍ର, ରୁଷିଲେ ମୋହନ ମାଝୀ

ଭୁବନେଶ୍ୱର :  ବିଧାନସଭାରେ ଶାସକ ଦଳର ବରିଷ୍ଠ ବିଧାୟକଙ୍କ ଅଭିନବ ପ୍ରତିବାଦ। ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ନିଜ ଆସନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଲେ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର। ଶେଷରେ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେବା ପରେ ନିଜ ଆସନରେ ବସିଥିଲେ ଦେବୀ ମିଶ୍ର। ସାଧାରଣତଃ ବିରୋଧୀ ସଦସ୍ୟଙ୍କ କ୍ଷେତ୍ରରେ ଗୃହରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ଖୋଦ୍ ଶାସକ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ କହିବାକୁ […]

  • Saturday, 17 July 2021
rape
୪ ବର୍ଷର ଶିଶୁକନ୍ୟାଙ୍କୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ

ବରଗଡ଼ : ନାବାଳିକାଙ୍କୁ ଦୁଷ୍କର୍ମ ପରି ଲଜ୍ଜାଜନକ ଘଟଣା ରାଜ୍ୟରେ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଏଥର ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଅତାବିରା ଥାନା ଅଞ୍ଚଳରୁ। ଏଠାରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ତାର ଜଣେ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଶିଶୁକନ୍ୟାର ପରିବାର ଲୋକଙ୍କ ଏତଲା କ୍ରମେ ଅଭିଯୁକ୍ତକୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି । ଅଭିଯୁକ୍ତଙ୍କ ପରିବାର ଓ ଶିଶୁକନ୍ୟାଙ୍କ […]

  • Saturday, 17 July 2021
raid
ରାଜଧାନୀର ୧୧ଟି ଡ୍ୟାନ୍ସ ବାର୍ ଉପରେ ପୁଲିସ୍‌ର ଚଢ଼ଉ

ଭୁବନେଶ୍ୱର :  ରାଜଧାନୀରେ ଅପରେସନ୍ ଡ଼୍ୟାନ୍ସ ବାର୍। ରାତିରେ ବିଭିନ୍ନ ସ୍ଥାନରେ ଥିବା ବାର୍ ଗୁଡ଼ିକ ଉପରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ଗତ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ୧୧ଟି ବାର୍ ଉପରେ ପୁଲିସ ଚଢ଼ଉ କରିଥିଲା।  ଏଥିରେ ୯୬ରୁ ଅଧିକ ବାର୍ ଡ୍ୟାନସରଙ୍କୁ ପୁଲିସ ଆଣି ଅଟକ ରଖିଥିଲା। ଡ୍ୟାନ୍ସ ବାର୍ ଲାଇସେନସ୍ ନଥାଇ ଦୀର୍ଘଦିନ ଚାଲିଥିଲା ବାର୍‌ । ବିଳମ୍ବିତ ରାତି ଯାଏ ବେଆଇନ ଭାବେ ଜୋର ସାଉଣ୍ଡରେ ବାର୍ ଚାଲୁଥିଲା […]

  • Saturday, 17 July 2021
pratap dev
ନବୀନ ନିବାସରେ ପାଟକୁରା ଫଳାଫଳ ମାନସ ମନ୍ଥନ

ଭୁବନେଶ୍ୱର :  ନବୀନ ନିବାସରେ ପାଟକୁରା ଫଳାଫଳ ମାନସ ମନ୍ଥନ। ପାଟକୁରା ନିର୍ବାଚନ ଦାୟିତ୍ୱରେ ଥିବା ବିଜେଡିର ବରିଷ୍ଠ ନେତାଙ୍କ ସହ ଦଳ ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ବିଜେଡିର ଏତେ ରଣକୌଶଳ ସତ୍ତ୍ୱେ ଦଳ କାହିଁକି ପାଟକୁରାରେ ଅଧିକ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିପାରିଲା ନାହିଁ; ସେ ନେଇ ମୁଖ୍ୟତଃ ଫୋକସ୍ ଦିଆଯାଇଥିବାର ସୂଚନା ଥିଲେ ବି ଆଗକୁ ସେଠାରେ ସଂଗଠନ କିଭଳି ମଜଭୁତ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଥିବା […]

  • Saturday, 17 July 2021
coal mines
ଏମ୍‌ସିଏଲ୍‌ କୋଇଲା ଖଣିରେ ମାଟି ଧସିବା ଘଟଣା: ଏବେବି ଫସି ରହିଛନ୍ତି ୩ଜଣ

ଅନୁଗୁଳ: ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଏବେବି ୩ଜଣ ଶ୍ରମିକ ନିଖୋଜ ଅଛନ୍ତି। ମାଟି ତଳେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ଅସୁବିଧା ସୃଷ୍ଟି ହୋଇଛି। ଏନ୍‌ଡିଆର୍‌ଏଫର ୩୦ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମାଟି ତଳେ ଦବି ରହିଥିବା ଶ୍ରମିକଙ୍କ ବଞ୍ଚିବା ଆଶା କ୍ଷୀଣ ବୋଲି ଗତକାଲି ଜିଲ୍ଲାପାଳ ଆଶଙ୍କା କରିଥିଲେ। ଜୀବିତ ଅବସ୍ଥାରେ […]

  • Saturday, 17 July 2021
paradip-1..
ପାରାଦୀପରେ ଜଳ ସଙ୍କଟ: ଏଣିକି ଦିନକୁ ଥରେ ମାତ୍ର ମିଳିବ ପାଣି

ପାରାଦୀପ(ରମାକାନ୍ତ ନାୟକ ): ପାରାଦୀପରେ ଉତ୍କଟ ହେଲାଣି ଜଳ ସଙ୍କଟ। ସହରବାସୀ ଆଉ ଏଣିକି ମନଇଚ୍ଛା ପାଣି ଖର୍ଚ୍ଚ କରିପାରିବେ ନାହିଁ। କାରଣ ପାଇପ ଜଳ ସେମାନଙ୍କୁ ଦିନକୁ ଥରେ ମାତ୍ର ଯୋଗାଇ ଦିଆଯିବ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛିା ପାରାଦୀପ ଟାଉନ୍ସିପ୍ ଲାଗି ମହଜୁଦ୍ ଥିବା ଜଳ ସ୍ତର କମିବାରେ ଲାଗିଛିା ଫଳରେ ସହରରେ ଜଳସଙ୍କଟ ଦେଖା ଦେଇଛି।  ପରସ୍ଥିତିକୁ ଦୃଷ୍ଟିରେ ରଖି ବନ୍ଦର କର୍ତ୍ତୃପକ୍ଷ  ସହରବାସୀଙ୍କୁ ଦିନରେ ମାତ୍ର ଥରେ […]

  • Saturday, 17 July 2021
11
ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ନବରଙ୍ଗପୁର(ନବଘନ ବିଷୋୟୀ): ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ସହକାରୀ ଶିକ୍ଷକ ସୁବ୍ରତ ଚୌଧୁରୀ ଜଣେ କୋଟିପତି। ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ସଂପତ୍ତିର ସେ ମାଲିକ । ଗତକାଲି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ଏହି ଆୟବହିର୍ଭୂତ ସଂପତ୍ତି ଠାବ ହୋଇଛି। ସୁବ୍ରତ ଚୌଧୁରୀ ମୁଣ୍ଡାଗଡ଼ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଛନ୍ତି। ତାଙ୍କର ନବରଙ୍ଗପୁରରେ ଥିବା ୪ ମହଲା କୋଠାର ମୂଲ୍ୟ ୨ କୋଟି ୨୩ ଲକ୍ଷ […]

  • Saturday, 17 July 2021
deadbody
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଖଣ୍ଡଗିରି ଥାନା ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଜାତୀୟ ରାଜପଥ କଡ଼ରୁ ଯୁବକଙ୍କ ମୃତଦେହ  ଉଦ୍ଧାର ହୋଇଛି। ଏଯାଏ ମୃତକଙ୍କ ପରିଚୟ ମିଳିପାରିନି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଖୋଳତାଡ଼ କରୁଛି । କିପରି ଯୁବକଙ୍କ ମୃତ୍ୟୁ ହେଲା, କିଏ ଏଥିରେ ସମ୍ପୃକ୍ତ ; ପୁଲିସ ସେ ଦିଗରେ ଅନୁସନ୍ଧାନ ଚଳାଇଛି। ଏହି ଘଟଣା ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

  • Saturday, 17 July 2021
farmer suicide
ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼ ( ଦୀପକ ଶର୍ମା) : ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଗତ ରାତିରେ ପୋଡ଼ାମୁଡ଼ା ଗାଁର ଚାଷୀ ବୈଷ୍ଣବ ଭୋଇ ବିଷ ପିଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ମେଡିକାଲରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ମରୁଡ଼ି ଆଶଙ୍କା ଏବଂ ଋଣ ଟଙ୍କା ଶୁଝିବା ଚିନ୍ତାରେ ଥିଲେ ବୈଷ୍ଣବ।  ଫସଲ ହାନି ଆଶଙ୍କାରେ ସେ ବିଷ ପିଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି। ବରଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ […]

  • Saturday, 17 July 2021
fisherman missing
ବୁଡ଼ିଗଲା ମାଛ ଧରା ଡଙ୍ଗା : ମତ୍ସ୍ୟଜୀବୀ ନିଖୋଜ

ବାଲେଶ୍ୱର ( ରଶ୍ମିରଂଜନ ଦାସ) : ବାଲେଶ୍ୱର କଷାଫଳ ମୁହାଣ ନିକଟରେ ଅଘଟଣ। ବୁଡିଗଲା ମାଛ ଧରା ଡଙ୍ଗା । ଏହି ଘଟଣାରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଥିବା ମତ୍ସଜୀବୀ ଜଣକ କଷାଫଳ ମୁହାଣ ଅଞ୍ଚଳର ପଞ୍ଚାନନ ଦଳେଇ ବୋଲି ଜଣାପଡିଛି। ତାଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଉଲ୍ଲେଖନୀୟ ଯେ, ସ୍ଥାନୀୟ ଅଞ୍ଚଳରୁ ୪ଜଣ ମତ୍ସ୍ୟଜୀବୀ ଏକ ଭୁଟୁଭୁଟି ଡଙ୍ଗାରେ ମାଛ ଧରିବାକୁ ସମୁଦ୍ର ଭିତରକୁ […]

  • Saturday, 17 July 2021