• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜି ଠାରୁ ରାଜ୍ୟବ୍ୟାପୀ ଚାଲିବ ଘରୋଇ ବସ୍    

  • ଉତ୍ସାହିତ ଡ୍ରାଇଭର, କଣ୍ଡକ୍ଟର, ହେଲପର

  • ଅଢ଼େଇ ମାସ ପରେ ମିଳିବ ରୋଜଗାର

  • ଯାତ୍ରୀଙ୍କ ସୁରକ୍ଷାକୁ ମାଲିକ ଦେଉଛନ୍ତି ଗୁରୁତ୍ୱ

  • ଦାବି ପୂରଣ ନେଇ ପ୍ରତିଶ୍ରୁତି ପରେ ବସ୍ ଚଳାଇବାକୁ ମାଲିକ ସଂଘର ନିଷ୍ପତ୍ତି 

ଭୁବନେଶ୍ୱର : ଅଢ଼େଇ ମାସର ବିରତି ପରେ ଆଜିଠୁ ରାଜ୍ୟବ୍ୟାପୀ ଗଡ଼ିବ ବସ୍ । ଦାବି ପୂରଣ ଲାଗି ସରକାରଙ୍କ ପ୍ରତିଶ୍ରୁତି ପରେ ଘରୋଇ ବସ୍ ମାଲିକ ସଂଘ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ବସ ମାଲିକଙ୍କଠାରୁ ଆରମ୍ଭ କରି ଡ୍ରାଇଭର, ହେଲ୍ପର୍ ସଭିଏଁ ଉତ୍ସାହିତ । ଲକଡାଉନରେ ବସ୍ ଚଳାଚଳ ବନ୍ଦ ଯୋଗୁ ରୋଜଗାର ହରାଇଥିଲେ କର୍ମଚାରୀ ଏବେ ବସ୍ ଚାଲିବା ନେଇ ସଂଘର ଘୋଷଣା ପରେ ପରିବାର ପେଟକୁ ଦାନା ଯୋଗାଡ଼ ପାଇଁ ଆଶା ବାନ୍ଧିଛନ୍ତି । ହେଲେ ସବୁ କିଛି ଯାତ୍ରୀଙ୍କ ଭରସାରେ, ନିର୍ଦ୍ଦେଶ ଅନୁଯାୟୀ କେବଳ ଯେତିକି ସିଟ୍, ସେତିକି ଯାତ୍ରୀ ହିଁ ଯାଇପାରିବେ ।

ବିନା ମାସ୍କରେ ଯାତ୍ରୀଙ୍କୁ ବସରେ ଉଠାଇବାକୁ ମନା କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବସକୁ ସାନିଟାଇଜ୍ କରାଯାଉଛି । ତଥାପି ବସ ମାଲିକଙ୍କ ମନକୁ ଯାତ୍ରୀ ନହେବା ଭୟ ଘାରିଛି । ଆଗକୁ ତୃତୀୟ ଲହର ଡର ବି ରହିଛି । ତେଣୁ ପାଖାପାଖି ଦୁଇ ମାସ ଯାଏଁ କ୍ଷତିରେ ହିଁ ଚଲାଇବାକୁ ପଡ଼ିବ ବୋଲି ମାଲିକଙ୍କ ମନରେ ଆଶଙ୍କା ବି ରହିଛି । ଶୁକ୍ରବାର ଘରୋଇ ବସ୍ ମାଲିକ ସଂଘର ୭ ଦଫା ଦାବି ନେଇ ସରକାରଙ୍କ ସହ ଆଲୋଚନା ହୋଇଥିଲା । ବସ୍‌ ମାଲିକ ସଂଘ ପକ୍ଷରୁ କରାଯାଇଥିବା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଅଗଷ୍ଟ ଓ ସେମ୍ବେର ମାସର ଟିକସ ଛାଡ ପାଇଁ ବିଚାର ବିମର୍ଶ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଥିଲେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ।

ରାଜ୍ୟରେ ବସ୍ ଚଳାଚଳ ହେବା ସହ ବାହାର ରାଜ୍ୟକୁ ମଧ୍ୟ ଗାଡ଼ି ଚଳାଚଳ କରିବ । ଏନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା କହିଛନ୍ତି ବସ୍ ମାଲିକ ସଂଘ । ୪ମାସ ହେଲା ବସ୍‌ ଚାଲୁନଥିବାରୁ ବୀମା ଅବଧି ସମୟକୁ ଆଉ ୪ମାସ ବୃଦ୍ଧି କରିବାକୁ କୁହାଯାଇଛି । ତେବେ ଏନେଇ କୌଣସି ନିଷ୍ପତ୍ତି ହୋଇନି, ରାଜ୍ୟ ସରକାର ଏ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି ।