/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626529523.jpg)
Lokseba Bhawan
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶା ବୈଷୟିକ ଓ ଗବେଷଣା ଏକକ ବିଶ୍ୱବିଦ୍ୟାଳୟ ହେବ ଭୁବନେଶ୍ୱରର CET। ଏଥିସହ ଆଇଟି ଭିତ୍ତିଭୂମି ବଢ଼ାଇବାକୁ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟ୍ଓ୍ବର୍କ୍ ବା ଓସ୍ୱାନ୍ ପ୍ରକଳ୍ପକୁ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଏଥିପାଇଁ ୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ।
Advertisment
ବସୁନ୍ଧରା କୋଇଲା ଖଣିକୁ ଯାଇଥିବା ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ। ଏଥିପାଇଁ ୧୦୨.୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ପୁରୀ ଅବଢ଼ା ଯୋଜନା ପାଇଁ ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥର ଉପରୁ ରୟାଲଟି ଛାଡ଼ କରାଯାଇଛି। ଏଥିସହ ସୁନ୍ଦରଗଡ଼, କେନ୍ଦୁଝର ଓ କଟକ ଜିଲ୍ଲାରେ ବୃହତ୍ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)