ଭୁବନେଶ୍ୱର : ବଦଳିପାରେ ରାଜ୍ୟସ୍ତରୀୟ ପରେଡ୍ ସ୍ଥଳ। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଏଥର ସ୍ୱାଧୀନତା ଦିବସରେ ପରେଡ଼ ହୋଇନପାରେ। ମହାତ୍ମା ଗାନ୍ଧି ମାର୍ଗ ବଦଳରେ ରାଜଧାନୀର ଅନ୍ୟ କୌଣସି ସ୍ଥାନରେ ପରେଡ଼ କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ସହରରେ ବିଭିନ୍ନ ସ୍ଥାନ ବଛା ଯାଉଛି। ଜନତା ମଇଦାନ, କଳିଙ୍ଗ ଷ୍ଟାଡିଅମ ଓ ୟୁନିଟ ଥ୍ରୀ ପ୍ରଦର୍ଶନୀ ପଡ଼ିଆକୁ ଚୟନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଡିଜିପି, ଗୁଇନ୍ଦା ଅଧିକାରୀ ଏବଂ ବରିଷ୍ଠ […]
କଟକ : କଟକ ସିଡିଏ କୃଷକ ବଜାର ଅଞ୍ଚଳରୁ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ବରିଷ୍ଠ ପୁଲିସ ଅଧିକାରୀ ଓ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। କୃଷକ ବଜାର ଅଞ୍ଚଳରେ କିଛି ବର୍ଷ ହେଲା ବେଆଇନ ଭାବେ ବସ୍ତି ଗଢ଼ି ଉଠିଥିଲା । ତେବେ ଆଜି ତହସିଲଦାରଙ୍କ ଉପସ୍ଥିତିରେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦ ବେଳେ ବସ୍ତି ବାସିନ୍ଦା ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ […]
ଆମ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍। ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦା ଠାରେ ଏହି ପ୍ଲାନେଟୋରିୟମ ପ୍ରତିଷ୍ଠା ହେବ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା। ମୋଟ ୪ଟି ପ୍ଲାନେଟୋରିୟମ୍ ପାଇଁ ଖର୍ଚ୍ଚ ହେବ ୩୦ କୋଟି ଟଙ୍କା। ଗୋପାଳପୁର ପାଇଁ ୯ କୋଟି ଏବଂ ଅନ୍ୟ ୩ଟି ପ୍ଲାନେଟୋରିୟମ ପାଇଁ ୭ କୋଟି ଲେଖାଏଁ ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। […]
ଅନୁଗୁଳ ( ବିରଜା ଦାସ) : ତାଳଚେର ଏନଟିପିସିରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। କୋଇଲା ନଥିବାରୁ ତାପଜ ବିଦ୍ୟୁତ କେନ୍ଦ୍ରର ୬ଟିରୁ ୪ଟି ୟୁନିଟ ବନ୍ଦ ହେବା ସହ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି। ପ୍ଲାଣ୍ଟର ସମସ୍ତ ୟୁନିଟ କାର୍ଯ୍ୟକ୍ଷମ କରିବାକୁ ଦୈନିକ ୫୦ ହଜାର ଟନ୍ କୋଇଲା ଆବଶ୍ୟକ ଥିବାବେଳେ ଷ୍ଟକୟାର୍ଡରେ ମାତ୍ର ୪ ହଜାର ମେଟ୍ରିକ ଟନ୍ କୋଇଲା ରହିଛି। ତେବେ ବିଭିନ୍ନ ସ୍ଥାନରୁ ୧୫ ହଜାର ମେଟ୍ରିକ ଟନ୍ କୋଇଲା ଆଣି […]
କଟକ : କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ସ୍ନାତକ ଶିକ୍ଷାରେ ୨୫ ପ୍ରତିଶତ ଆସନ ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରଖିବାକୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖାଯାଇଛି। ସ୍ନାତକ ଶିକ୍ଷା ଲାଗି ଦ୍ୱାଦଶ ଶ୍ରେଣୀରେ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ୨୫ ପ୍ରତିଶତ ପିଲାଙ୍କ ଲାଗି ସ୍ଥାନ ସଂରକ୍ଷଣ କରିବାକୁ ଗତବର୍ଷ ଚିଠି ଲେଖିଥିଲେ ସରକାର। କିନ୍ତୁ ଏହା […]
ଭୁବନେଶ୍ୱର : ଆସନ୍ତା ୮ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଭାରତୀୟ ପାଣିପାଗ ବିଭାଗର ଆକଳନ ମୁତାବକ, ମୌସୁମୀ ଟ୍ରପ୍ଲାଇନ ସହ ପଶ୍ଚିମ ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ବର୍ଷାର ମାତ୍ରା ଅଧିକ ରହିବ। ଏହାସହ ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ ରହିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ାରେ […]
ମାଲକାନଗିରି( ଜିତେନ୍ଦ୍ର ବେଉରା) : ମାଲକାନଗିରି ଜିଲ୍ଲାରେ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର। ଜଳସ୍ତର କମିବା ପରେ ଜୟପୁର, କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ତଳିଆ ଅଞ୍ଚଳରେ ଥିବା ୬୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ଲୋକଙ୍କ ପାଇଁ ୧୪ଟି ଜାଗାରେ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଥିଲା। ଫଳରେ କେଉଁଠି ପୋଲ ବୁଡ଼ିଥିଲା ତ କେଉଁଠି ରାସ୍ତା ଧୋଇଯାଇଥିଲା। ମୁଖ୍ୟତଃ ମାଲକାନଗିରିରୁ ଜୟପୁର, କାଲିମେଳା, ବାଲିମେଳା […]
ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ଝାରସୁଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ। ମଙ୍ଗଳବଜାରରେ ଥିବା ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲରେ ମାନ୍ୟତା ଦାବିରେ ଘାସି ସମାଜ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ଜିଲ୍ଲାର ଅନ୍ୟାନ୍ୟ ସଂଗଠନ ସାମିଲ ହୋଇଛନ୍ତି। ଗତ ୨ତାରିଖରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୯ମାସର ଶିଶୁର ମୃତ୍ୟୁ ପରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଚିକିତ୍ସା ଅବହେଳାରୁ ପିଲାଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।
ରାଇରଙ୍ଗପୁର( ରାଜେଶ ଶର୍ମା) : ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ଲାଞ୍ଚ ମଗାଯାଇଥିବା ନେଇ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରୁ। ଅଭିଯୋଗ ଅନୁଯାୟୀ, ତିରିଂ ଥାନା ଅନ୍ତର୍ଗତ ତିରିଂ ଗାଁର ଦୀନବନ୍ଧୁ ମାଝୀଙ୍କ ଗର୍ଭବତୀ ପତ୍ନୀ ଖୁଦୀ ମୁର୍ମୁଙ୍କର ପେଟରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ପାଇଁ ସେଠାରେ ୧ ହଜାର ଟଙ୍କା ଡାକ୍ତର ଲାଞ୍ଚ ମାଗିଥିଲେ। ଟଙ୍କା ନଦେବାରୁ […]
ଭୁବନେଶ୍ୱର : ରାଜଧାନୀରେ ଅପରାଧୀଙ୍କ ଲଗାତାର ଅପରାଧ ଘଟଣାକୁ ଚେକ୍ ଦେବାକୁ ଆକ୍ସନ ମୋଡରେ କମିଶନରେଟ୍ ପୁଲିସ। ଆଜି ଭୋରରୁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଭଇଁଚୁଆରେ ଡବଲ ଏନକାଉଣ୍ଟର କରିଛି କମିଶନରରେଟ୍ ପୁଲିସର ମିଳିତ ଟିମ୍। ଏହି ଏନ୍କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦୁହେଁ ହେଲେ ପୋଡା ଓରଫ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ। ଭଇଁଚୁଆରେ ପାଖରେ ଗତ ରାତିରେ ଅରୁଣ ଓ ବିବେକ ଡକାୟତି ଯୋଜନା କରୁଥିବା ଖବର […]
କଟକ : କଟକ ଓଏମ୍ପି ଛକ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ନାରାୟଣ ସାହୁକୁ ଗିରଫ ପରେ କୋର୍ଟ ଚାଲାଣ କରିଛି କମିଶନରେଟ୍ ପୁଲିସ। ତେବେ ଏହି ହତ୍ୟାକାଣ୍ଡରେ ଏବେ ବି ଅନେତ ତଥ୍ୟ ଲୁଚି ରହିଥିବା ବେଳେ ରାଣୀହାଟ ହତ୍ୟାକାଣ୍ଡରେ ନାରାୟଣର ସମ୍ପୃକ୍ତି ରହିଛି କି ନାହିଁ ତାହା ଏବେବି ସ୍ପଷ୍ଟ ହୋଇନି। ରାଣୀହାଟ ହତ୍ୟାକାଣ୍ଡରେ ନାରାୟଣର ସମ୍ପୃକ୍ତି ଥିବା ପୂର୍ବରୁ ପୁଲିସ କହିଥିଲା। ହେଲେ ଏହି ଘଟଣାରେ ଆବଶ୍ୟକ ପ୍ରମାଣ ଯୋଗାଡ କରିପାରିନି ପୁଲିସ। […]
ଭୁବନେଶ୍ୱର : କଟକ ଏସ୍ସିବି ମେଡିକାଲ୍ ଆସିବେ ଜଗା ଓ କାଳିଆ। ଦିଲ୍ଲୀ ଏମ୍ସରୁ କଟକ ସ୍ଥାନାନ୍ତର ପାଇଁ ହୋଇଛି ନିଷ୍ପତ୍ତି। ଖୁବ୍ ଶୀଘ୍ର ସ୍ଥାନାନ୍ତରିତ ହେବେ ବୋଲି କହିଲେ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଜଗା ଓ କାଳିଆଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର ପାଇଁ ଯୋଜନା ଥିଲା। ମାତ୍ର ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଜଗା ଓ କାଳିଆଙ୍କୁ ରଖିବାକୁ ରାଜି ନୁହଁନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସେଥିପାଇଁ କଟକ ଏସ୍ସିବି ନିଆଯିବ। […]
ଫୁଲବାଣୀ /ଚାନ୍ଦବାଲି : ସ୍ୱଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ। କନ୍ଧମାଳରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ବର୍ଷା ଠାରୁ କମ୍ ବର୍ଷା ହୋଇଛି। ଫଳରେ ଧାନ ଚାଷ ପ୍ରଭାବିତ ହୋଇଛି। କମ୍ ବର୍ଷା ଯୋଗୁ ଚାଷଜମି ଗୁଡିକରେ ମାଟି କାଦୁଅ ହୋଇପାରୁନି, ତେଣୁ ଚାଷୀ ତଳି ପ୍ରସ୍ତୁତ କରି ରଖିଥିଲେବି ରୋଇ ପାରୁ ନାହାନ୍ତି। ଜିଲ୍ଲାର ସଦର ମହକୁମା ଫୁଲବାଣୀ ବ୍ଲକ ରୁଜାଙ୍ଗୀ ଗାଁରେ ଶହଶହ ଏକର ଜମିରେ ଚାଷ କାମ ହୋଇପାରୁନି। ଫାଙ୍କା ପଡିଛି ଜମି। […]
କୋରାପୁଟ(ସୂର୍ଯ୍ୟ ପଣ୍ଡା): ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ୧୬ ଦିନର ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲାରୁ ଆସିଛି। ଏହାକୁ ନେଇ ମେଡିକାଲ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମିଳିଗୁଡା ବ୍ଲକ ଅନ୍ତର୍ଗତ ମାର୍ଲା ଲେଞ୍ଜିଗୁଡା ଗାଁର ସୁଭଦ୍ରା ଓ ପ୍ରହଲ୍ଲାଦ ସଗରିଆଙ୍କ ୧୬ ଦିନ ଶିଶୁକୁ ଟିକା ଦିଆଯାଇଥିଲା। ଟିକା ନେବା ପରେ ଶିଶୁର ଗୋଡ଼ ଫୁଲି ଯାଇଥିଲା। ତେଣୁ ପରିବାର ଲୋକେ ଶିଶୁକୁ କୁନ୍ଦୁଲି ହସ୍ପିଟାଲକୁ ଆଣିଥିଲେ। ଡାକ୍ତର […]
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ଟଏଲେଟ୍ ଚିନ୍ତା। ରାଜ୍ୟର ଅନେକ ସ୍କୁଲରେ ଟଏଲେଟ୍ ନଥିବାରୁ ଶୌଚ ହେବାକୁ ପିଲା ବାହାରକୁ ଯାଉଛନ୍ତି। ଆଉ କେତେକ ଜାଗାରେ ଟଏଲେଟ୍ ଥିଲେ ବି ବ୍ୟବହାର ଅନୁପଯୋଗୀ। ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି। ଆଜି ବିଧାନସଭାରେ ଏହି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ବିଧାୟକ। ସ୍କୁଲରେ ଟଏଲେଟ୍ ନାହିଁ ଶୌଚ ହେବା ଲାଗି ପିଲାମାନେ ବାହାରକୁ ଯାଉଛନ୍ତି । […]
ଭୁବନେଶ୍ୱର : ଆଉ ଲୁଚା ଛପା ନୁହେଁ । ଖୋଲାଖୋଲି ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ବିଜେଡିର ସମର୍ଥନ। ରାଜ୍ୟସଭା ପ୍ରାର୍ଥୀ ହୁଅନ୍ତୁ କି ଗୁରୁତ୍ୱପୂର୍ଣ୍ଣ ବିଲ୍, ସବୁଥିରେ ବିଜେପି ପଛରେ ଛିଡ଼ା ହେଉଛି ବିଜେଡି । ଟ୍ରିପଲ୍ ତଲାକ୍ ବିଲ୍ ପୂର୍ବରୁ ବିଜେଡି ସଂଶୋଧନ ଦାବି କରୁଥିବାବେଳେ ଗତକାଲି ଦଳର ସମର୍ଥନ ଯୋଗୁଁ ହିଁ ରାଜ୍ୟସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇପାରିଲା ବୋଲି କୁହାଯାଉଛି। ଯାହାକୁ ନେଇ ବିଧାନସଭାରେ ନବୀନଙ୍କ ବିରୋଧରେ ଡବଲ୍ ଷ୍ଟାଣ୍ଡାର୍ଡର ଅଭିଯୋଗ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ଗତ ୨୪ ଘଣ୍ଟା ଭିତରେ ଚାରି ଚାରିଟି ଲୁଟ୍ କରି ଦୁର୍ବୃତ୍ତମାନେ କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବର୍ତ୍ତମାନ ସୁଦ୍ଧା ସଫଳ ହୋଇନି। ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ରାଜଧାନୀବାସୀଙ୍କ ଅସନ୍ତୋଷ ରାଜରାସ୍ତାକୁ ଆସିବା ପରେ ପୁଲିସର ଚେତା ପଶିଛି। ଲୁଟେରାଙ୍କୁ କାବୁ କରିବା ପାଇଁ ପୁଲିସ ସ୍ଥାନୀୟ ଲୋକଙ୍କୁ ଅସ୍ତ୍ର କରିବାକୁ ଯୋଜନା କରୁଛି। […]
ନୀଳଗିରି /ଜଳେଶ୍ୱର / ସୋର /ଭୁବନେଶ୍ୱର : ରାଜ୍ୟରେ ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି ଗୋ ଚାଲାଣ। ଓଡ଼ିଶା ଦେଇ ସୁଦୂର ବାଂଲାଦେଶକୁ ରାଜପଥରେ ଚାଲିଛି ଖୁଲ୍ଲମଖୁଲ୍ଲା ବେଆଇନ ବେପାର। ଆଉ ରାଜପଥ ନିକଟବର୍ତ୍ତୀ ଥାନା ଗୁଡ଼ିକର ଅସାଧୁ ପୁଲିସ କର୍ମଚାରୀ ବି ସବୁ ଜାଣି ଅଜଣା ସାଜିଥିବାର ସଂଗୀନ ଅଭିଯୋଗ। ପ୍ରତିଦିନ କେଉଁଠୁ ନା କେଉଁଠୁ ଗୋ ଚାଲାଣ ଅଭିଯୋଗ ସାମ୍ନାକୁ ଆସୁଥିବା ସତ୍ତ୍ୱେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଆବଶ୍ୟକ ପାଟ୍ରୋଲିଂ ଅଭାବରୁ ବେଫିକର ହୋଇ […]
କଟକ : କ୍ୟାନସର ଭଳି ମାରାତ୍ମକ ରୋଗର ପ୍ରାଥମିକ ସ୍ତରରେ ଚିହ୍ନଟ ଲାଗି ଏସ୍ସିବି ମେଡିକାଲରେ ଉଦ୍ଘାଟିତ ହୋଇଛି ମଲିକ୍ୟୁଲାର ଜେନୋମିକ୍ସ ଲାବୋରୋଟାରୀ। କ୍ୟାନସର ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗ କ୍ଷେତ୍ରରେ ପ୍ରାଥମିକ ସ୍ତରରେ ଏହି ଲାବୋରୋଟାରୀ ମାଧ୍ୟମରେ ଯାଞ୍ଚ କରାଯାଇପାରିବ। ପୂର୍ବରୁ ଏହା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ନିମନ୍ତେ ଉଦ୍ଘାଟନ କରାଯାଇଥିବା ବେଳେ ଏବେ ଏହାକୁ ସାଧାରଣ ରୋଗୀଙ୍କ ଚିକିତ୍ସା ଲାଗି ଖୋଲାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ […]
ନୟାଗଡ଼ (ଆର୍ତ୍ତତ୍ରାଣ ସାହୁ): କଟକ କଟକ ସିରିଏଲ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ସମ୍ପୃକ୍ତିକୁ ତାଙ୍କ ପରିବାର ଲୋକଙ୍କ ଖଣ୍ଡନ। ପୁଲିସ ପ୍ରକୃତ ଅଭିଯୁକ୍ତକୁ ଧରିବାରେ ବିଫଳ ହେବାରୁ ଅଭିଯୁକ୍ତ ନାରାୟଣ ସାହୁଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି ତାଙ୍କ ପତ୍ନୀ ଓ ଗ୍ରାମବାସୀ। କଟକରେ ଗତ ୨୨ ଓ ୨୩ତାରିଖରେ ଘଟିଥିଲା ତିନି ତିନିଟି ହତ୍ୟାକାଣ୍ଡ। ତେବେ ୨୨ ତାରିଖ ଦିନ ନାରାୟଣ ତାଙ୍କ ଭୁବନେଶ୍ୱରରେ ଥିବା ଭଉଣୀ ଘରେ ରହିଥିଲେ ବୋଲି କହିଛନ୍ତି ପରିବାର ଲୋକେ। ଅନ୍ୟପଟେ […]
ଭୁବନେଶ୍ୱର : ଏବେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଲାଗି ରହିଛି। ତେବେ ଆସନ୍ତା ୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ତଥା ‘ସୋଆ’ର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କେନ୍ଦ୍ରର ସୂଚନା ଅନୁଯାୟୀ, ୨ ତାରିଖରେ ସୃଷ୍ଟି […]
ଢେଙ୍କାନାଳ( ରାଜଶ୍ରୀ ଶତପଥୀ) : ପକ୍କା ଘର ତୋଳିବାକୁ ଯାଇ କିଏ ପ୍ଲିଣ୍ଟରେ ଅଟକିଛି, ତ କିଏ କେବଳ ନିଅଁ ପାଖରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ପାଇବା ପରେ ଧାର ଉଧାର କରି ଘର ତିଆରି କରୁଛନ୍ତି ହିତାଧିକାରୀ। କିନ୍ତୁ ପ୍ରଥମ କିସ୍ତ ଟଙ୍କା ଆସିବା ପରିବର୍ତ୍ତେ, କାମ ବନ୍ଦ କରିବାକୁ ଏନ୍ଏସିରୁ ନୋଟିସ ଆସିବା ପରେ ଏବେ ଚିନ୍ତାରେ ଢେଙ୍କାନାଳ ଜିଲ୍ଲା ଭୁବନ ୩ନଂ ୱାର୍ଡର ୮ ଜଣ ହିତାଧିକାରୀ। ଘର ନଥିବାରୁ […]
ସମ୍ବଲପୁର(ସଞ୍ଜୟ ଜେନା) : ସମ୍ବଲପୁର ନନ୍ଦପଡ଼ାର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲା। ମୃତ ଜୟଶ୍ରୀଙ୍କ ଉଦ୍ଧାର ଖପୁରୀ ଓ ତାଙ୍କ ପୁଅଝିଅଙ୍କ ହେବ DNA ଟେଷ୍ଟ। ଏ ନେଇ SDJM କୋର୍ଟରେ ସମ୍ବଲପୁର ପୁଲିସ ଆବେଦନ କରିଥିବା ସୂଚନା ମିଳିଛି। ୮ବର୍ଷ ତଳେ ଜୟଶ୍ରୀଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ତାଙ୍କ ଝିଅ ବିଜୟିନୀ ମିଶ୍ର ଅଭିଯୋଗ କରିବା ପରେ, ପୁଲିସ କିଛି ଦିନ ତଳେ ତାଙ୍କ ମୃତଦେହ ଅବଶେଷକୁ ମାଟି ଖୋଳି ଉଦ୍ଧାର କରିଥିଲା। […]
ପାଟକୁରା ( ମନୋଜ ସ୍ୱାଇଁ): ଆଜିକାଲି ପ୍ରେମ ସଂପର୍କକୁ ନେଇ ଅନେକ ଅଜବ ପ୍ରକାରର ଘଟଣା ସବୁ ସାମନାକୁ ଆସୁଛି। କିଏ ଏକ ତରଫା ପ୍ରେମ କରି ଆତ୍ମହତ୍ୟା କରୁଛି ତ କିଏ ପ୍ରତିଶୋଧ ପରାୟଣ ହୋଇଉଠୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଅଞ୍ଚଳରେ। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଝିଅ ଘର ଲୋକେ ଜଣେ ଯୁବକର ବେକ କାଟି ଦେଇଥିବାର ଚାଞ୍ଚଲ୍ୟକର ଅଭିଯୋଗ ଆସିଛି । […]
ମୁନିଗୁଡା: ଗାଁ ଗାଁରେ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ି ରହିଛି। ଏହି ଗାଡ଼ିରେ ଜଣେ ଡାକ୍ତର, ଫାର୍ମାସିଷ୍ଟ ଓ ସେବିକା ଗାଁ ଗାଁ ବୁଲି ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତି। କିନ୍ତୁ କିଛି ଖାମଖିଆଲୀ ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟସେବା ଯୋଗାଇବା ବଦଳରେ ଭ୍ରାମ୍ୟମାଣ ଗାଡ଼ିରେ କର୍ମଚାରୀମାନେ ବସି ତାସ ଖେଳୁଥିବା ଭିଡିଓ ଏବେ ଭାଇରାଲ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ କୁରଲି ଅଞ୍ଚଳକୁ […]