ପିପିଲି : ବୋହୂକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ଚର୍ଚ୍ଚାକୁ ଆସିଥିବା ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଅଭିଯୁକ୍ତ ଶ୍ୱଶୁରଙ୍କୁ ଅଟକ ରଖିଲା ପୁଲିସ। ତାଙ୍କ ନାଁ ପଞ୍ଚୁ ମଲ୍ଲିକ। ତାଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଛି। ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣି ଗତକାଲି ପଞ୍ଚୁ ମଲ୍ଲିକଙ୍କ ନାଁରେ ପିପିଲି ଥାନାରେ ଏତଲା ଦେଇଥିଲେ ତାଙ୍କ ବୋହୂ। ନିଜେ ମୋବାଇଲ୍ କ୍ୟାମେରାରେ ସୁଟ୍ କରିଥିବା ଏକ ଆପତ୍ତିଜନକ ଭିଡ଼ିଓକୁ ମଧ୍ୟ ପୁଲିସକୁ ଦେଇଥିଲେ। ତାସହ ଯୌତୁକ […]
ଭୁବନେଶ୍ୱର : ନାଁକୁ ବିଜୁଳିରେ ବଳକା ରାଜ୍ୟ। ହେଲେ ଏବେ କିନ୍ତୁ ଘୋର ସମସ୍ୟା ସ୍ଥିତି। ଏମିତି ଯେ ବିଜୁଳି ଚାହିଦା ଭରଣା ପାଇଁ ବଜାରରୁ ଦୈନିକ ହଜାରେ ମେଗାଓ୍ୱାଟ୍ ବିଜୁଳି କିଣୁଛନ୍ତି ରାଜ୍ୟ ସରକାର। ଯାହାର ଦାମ୍ ୧୨ରୁ ୧୬ କୋଟି ଟଙ୍କା। ହେଲେ କାହିଁକି ଏଭଳି ସ୍ଥିତି ? କୁହାଯାଉଛି ଭରତପୁର ଦୁର୍ଘଟଣା ପରେ ଏମ୍ସିଏଲ୍ କୋଇଲାଖଣି ଗୁଡ଼ିକରେ ପାଖାପାଖି ଦୁଇସପ୍ତାହ ଧରି ଆନ୍ଦୋଳନ ଚାଲିବାରୁ କୋଇଲା ଯୋଗାଣରେ ଗୁରୁତର ପ୍ରଭାବିତ ହେଲା। ଯାହାର […]
ଜୟପୁର ( ଗୌରୀ ଶଙ୍କର) : ଘରକୁ ଫେରିଲେ ପୂର୍ବତନ ବିଜେଡି କାଉନସିଲର ତଥା ଆଇନଜୀବୀ ଆରତୀ ମିଶ୍ର। ଦୀର୍ଘ ୩୨ ଦିନ ପରେ ଆରତୀ ଘରେ ପହଞ୍ଚିବା ପରେ ପୁଅ ଝିଅ ଓ ସ୍ୱାମୀଙ୍କ ସମେତ ପରିବାର ଲୋକ ବେଶ୍ ଖୁସି ହୋଇଥିଲେ। ଆରତୀ ଘରକୁ ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ପାରିବାରିକ ଅସନ୍ତୋଷକୁ ସମ୍ଭାଳି ନପାରି ସେ ଏପରି ନିଖୋଜ ସହ ଏକ ସୁଇସାଇଡାଲ୍ ନୋଟ ଲେଖି ଚାଲିଯାଇଥିଲେ। ଏବଂ ଏତେଦିନ ଯାଏ […]
ସୋର : ପୁରୀ ହାୱଡ଼ା ଧଉଳି ଏକ୍ସପ୍ରେସ୍ରୁ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଧଉଳି ଏକ୍ସପ୍ରେସ୍ ଏବେ ସୋର ଷ୍ଟେଶନରେ ଅଟକି ରହିଛି। ଅପରାହ୍ନ ୪ଟାରୁ ଟ୍ରେନ୍ଟି ସୋର ଷ୍ଟେଶନରେ ଅଟକରି ରହିଛି। ଟ୍ରେନର D1ବଗିରେ ନିଆଁ ଲାଗିଛି । ଟ୍ରେନରେ ଲାଗିଥିବା ବ୍ରେକରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଚକାରେ ନିଆଁ ଲାଗି ଧୁଆଁ ବାହାରୁ ଥିବା ଜଣାପଡ଼ିଛି। ତେବେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିଆଁ ଲିଭାଇବାକୁ ଷ୍ଟେସନ କର୍ମଚାରୀ ଓ ଜିଆରପି ଲାଗିଛନ୍ତି । […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ହସ୍ପିଟାଲ ଭିତରୁ ନାଗ ସାପ ଉଦ୍ଧାର। ସକାଳେ ମେଡିକାଲ ଭିତରେ ସାପ ବୁଲୁଥିବା ଦେଖି ରୋଗୀ ଓ ରୋଗୀଙ୍କ ସଂପର୍କୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ନେକ୍ ହେଲପ ଲାଇନ ସଦସ୍ୟଙ୍କୁ ଡାକିଥିଲେ। ସ୍ନେକ୍ ହେଲପ ଲାଇନ ସଦସ୍ୟ ଆସି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି। ତେବେ ଡାକ୍ତରଖାନା ଭିତରେ ସାପ ଦେଖି ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଭୟଭୀତ ହୋଇପଡ଼ିଥିଲେ।
ଜଗତସିଂହପୁରରୁ (ଶଶାଙ୍କ ଶେଖର ପଣ୍ଡା) : ରାଜରାସ୍ତାରେ ଜଳୁଛି ନିଆଁ, ଧାରଣାରେ ବସିଛନ୍ତି ଚାଷୀ। ବିଲରେ ୩ ଫୁଟ ଉଚ୍ଚର ପାଣି ଜମିଥିବା ବେଳେ ଡ୍ରେନେଜ୍ କଟ୍ ଥାଇ ବି ପାଣି ନିଷ୍କାସନ ହେଉନଥିବାରୁ ଏ ହେଉଛି ଚାଷୀଙ୍କ ଅସନ୍ତୋଷର ନିଆଁ। ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି ଜଗତସିଂହପୁର ସଦର ବ୍ଲକର ଶତାଧିକ ଚାଷୀ। ଅଭିଯୋଗ ହୋଇଛି, ପାଟେଣୀଗାଁ ଡ୍ରେନେଜ୍ କଟ୍ ଦୀର୍ଘ ଦିନ ହେଲା ସଫା ହେଉନଥିବାରୁ […]
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସିକ୍ୟୁରିଟି ଗାର୍ଡ ହତ୍ୟାକାଣ୍ଡର ପର୍ଦ୍ଦାଫାଶ। ପୁଲିସ ଏହି ଘଟଣାରେ ଗୌରୀଶଙ୍କର ରାଉତ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତର ମାଆଙ୍କ ସହ ମୃତ ଗନମ୍ୟାନଙ୍କ ସମ୍ପର୍କ ବରଦାସ୍ତ ନକରିପାରି ତାକୁ ହତ୍ୟା କରିଥିବା ସ୍ୱୀକାର କରିଛି। ଆଜି ବାଲେଶ୍ୱର ଏସ୍.ପି ଏହି ସୂଚନା ଦେଇଛନ୍ତି। ନୀଳଗିରି ଜମୁଡିହା ପଞ୍ଚାୟତ ଅଧୀନରେ ଥିବା କେସୁରା ଗାଁର ବିଜୟ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗତ ଶୁକ୍ରବାର ହତ୍ୟା କରାଯାଇଥିଲା। ତାଙ୍କ […]
ଭୁବନେଶ୍ୱର : ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିବା ବିମାନ ଯାତ୍ରୀ ହଟହଟା। ମେଘୁଆ ପାଗ ଯୋଗୁଁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବିମାନ ଅବତରଣ କରି ନପାରିବାରୁ ପୁଣି ଭୁବନେଶ୍ୱର ଫେରି ଆସିଲା ବିମାନ। ସକାଳେ ଝାରସୁଗୁଡ଼ା ଯିବା ଲାଗି ଯାତ୍ରୀମାନେ ଆଲାଏଞ୍ଜ ବିମାନରେ ଯାତ୍ରା କରିଥିଲେ। ବିମାନ ଝାରସୁଗୁଡ଼ାରେ ପହଞ୍ଚିଥିଲା, ହେଲେ ପାଗ ଖରାପ ଥିବାରୁ ଅବତରଣ ଲାଗି ବିମାନବନ୍ଦର ପକ୍ଷରୁ ଅନୁମତି ଦିଆଯାଇ ନଥିଲା। ଫଳରେ ବିମାନଟି କିଛି ସମୟ ଆକାଶରେ ଚକ୍କର ମାରିବା […]
ସୋର(ଶଶିକାନ୍ତ ବେହେରା): ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ପୋଡ଼ି ମାରିଦେବା ପରେ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଛି। ଏକ ଚାଷ ବିଲରେ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଜଣକ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ସୂଚନା ଅନୁଯାୟୀ, ନୂଆପୁର ଗ୍ରାମର ନୀଳାମ୍ବର ମଳିକ (୪୫) ନିଜ ଘରଠାରୁ ୨.୫ କିମି ଦୂର ଅରଳା ଠାରେ ଏକ ଚାଷ ଜମିରେ […]
ଭୁବନେଶ୍ୱର : ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ସୁରମଣି ଡଃ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ସଂଗୀତରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ସଂଯୁକ୍ତା ଆଣ୍ଡ୍ ରଘୁନାଥ ପାଣିଗ୍ରାହୀ କଲଚରାଲ ହେରିଟେଜ ଫାଉଣ୍ଡେସନ ପକ୍ଷରୁ ‘ନମାମି ସୁରମଣି’ ଶୀର୍ଷକ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ରଵୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହିଁ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦେଇ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କର କେତୋଟି କାଳଜୟୀ ଗୀତ ଗାଇଥିଲେ। ‘ଆଗୋ ଚନ୍ଦ୍ରିକା… ଗୀତଠାରୁ […]
ଭୁବନେଶ୍ୱର : ମିଶନ ୧୨୦ ପ୍ଲସ୍ ହାସଲରେ ବିଫଳତା ପରେ ଓଡ଼ିଶାରେ ସାଂଗଠନିକ ଶକ୍ତିବୃଦ୍ଧି ପାଇଁ ବିଜେପିର ଯୋଜନା ଆରମ୍ଭ କରିଛି। ରାଜ୍ୟର ସବୁ ବୁଥରେ କମିଟି ଗଠନ କରି ନିଜ ଉପସ୍ଥିତି ଜାହିର କରିବ ବିଜେପି। ଫୋକସ୍ରେ ରହିବ ନିର୍ବାଚନରେ କମ ଭୋଟ ମିଳିଥିବା ବୁଥ୍। ଏସବୁ ବୁଥ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ରଣନୀତି କରାଯିବ। ସଦସ୍ୟତା ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଶିବରାଜ ସିଂହ ଆଜି ଏ ନେଇ ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ […]
ଭୁବନେଶ୍ୱର : ଦୁଇଟି ସ୍ଥାନରୁ ରାସନ କାର୍ଡ କରି ଚାଉଳ ଉଠାଉଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି। ଧରାପଡ଼ିଲେଣି ଏମିତି ଲକ୍ଷେରୁ ଅଧିକ ହିତାଧିକାରୀ । ଏହି ସଂଖ୍ୟା ଆହୁରି ବଢ଼ିପାରେ। କାରଣ ରାସନ କାର୍ଡ ସହ ଆଧାର ସଂଯୋଗ କରିବାକୁ ନିୟମ ହେବା ପରେ ଦୁଇଟି ସ୍ଥାନରୁ ଟଙ୍କିକିଆ ଚାଉଳ ନେଉଥିବା ହିତାଧିକାରୀ ଏବେ ସରକାରଙ୍କ ସ୍କାନରରେ। ଅଗଷ୍ଟ ୩୧ ସୁଦ୍ଧା ରାସନ କାର୍ଡ ସହ ଆଧାର ଲିଙ୍କ୍ ନ କଲେ ଆଉ ମିଳିବନି ଚାଉଳ । ପୂର୍ବରୁ ଏହି ଡେଡ୍ଲାଇନ୍ ଜୁଲାଇ ୩୧ ଥିବା ବେଳେ ଏବେ ଅଗଷ୍ଟ ୩୧କୁ ସମୟ ସୀମା […]
ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ମଳିପଡ଼ା ମୌଜାରେ ଜମି ଜାଲିଆତି ହୋଇଛି। ସ୍ୱାମୀ ମରିଯାଇଥିଲେ ମଧ୍ୟ ବଞ୍ଚିଥିବା ଦର୍ଶାଇ ଜମି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଜଣଙ୍କ ନାଁରେ ଜମି ଥାଇ ମଧ୍ୟ ଅନ୍ୟ ଜଣଙ୍କୁ ଛିଡ଼ା କରାଇ ଜମି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ମଳିପଡ଼ା ମୌଜାର ପ୍ରଭାତୀ ତ୍ରିପାଠୀ ନାମକ ଜଣେ ମହିଳା ନିକଟରେ ଇସି କାଢିଥିଲେ। ତେବେ ତାଙ୍କ ଇସିରେ ଅନ୍ୟ ଜଣଙ୍କ ନାଁରେ ବାହାରିଥିଲା। […]
ଭୁବନେଶ୍ୱର : ସମୁଦ୍ର ତଟ ଦେଇ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ପରେ ରାଜ୍ୟର ଉପକୂଳ ଜିଲ୍ଲାର ୭ ଜଣ ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ। ଏସ୍ପିଙ୍କୁ ଆଲର୍ଟ ରହିବାକୁ ରେଲ୍ୱେ ଏବଂ କୋଷ୍ଟାଲ ସିକ୍ୟୁରିଟି ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା , ପୁରୀ, ବ୍ରହ୍ମପର, ଗଞ୍ଜାମ ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଜିଲ୍ଲା ଅଧୀନରେ ଥିବା ମେରାଇନ୍ ପୁଲିସ ଷ୍ଟେସନକୁ ମଧ୍ୟ ଜାଗ୍ରତ ରହିବାକୁ ଉଲ୍ଲେଖ […]
ଚିତ୍ରକୋଣ୍ଡା( ରତ୍ନାକର ପ୍ରଧାନ) : ପୁଣି ଜନନୀ ଯନ୍ତ୍ରଣା। ଦେଶୀ ମୋଟର ଡ଼ଙ୍ଗାରେ ହସ୍ପିଟାଲ ଗଲେ ଗର୍ଭବତୀ। ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାର ଭିତରେ ରହିଥିବା ଯୋଡ଼ାମ୍ବ ପଂଚାୟତ ଜନ୍ତୁରାଇ ଗାଁରେ ଜଣେ ଗର୍ଭବତୀ ମହିଳାକୁ ଗତକାଲି ସନ୍ଧ୍ୟାରେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପ୍ରଥମେ ଯୋଡ଼ାମ୍ବ ହସ୍ପିଟାଲକୁ ନେଇ ଥିଲେ। କିନ୍ତୁ ସେହି ହସ୍ପିଟାଲରେ କର୍ମଚାରୀ ନଥିବାରୁ ବାଧ୍ୟ ହୋଇ ଚିତ୍ରକୋଣ୍ଡା ହସ୍ପିଟାଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏକ ଦେଶୀ ମୋଟର ଡ଼ଙ୍ଗା ମାଧ୍ୟମରେ ଅସୁରକ୍ଷିତ […]
ଆଠଗଡ଼( ନୀଳକଣ୍ଠ ଦୋରା) : ଶିକ୍ଷକଙ୍କ ଚରିତ୍ରରେ ପୁଣି ଲାଗିଲା ଦାଗ। ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ସ୍କୁଲରୁ। ସୂଚନା ମୁତାବକ ,ଏହି ସ୍କୁଲର ଜଣେ ଛାତ୍ରୀଙ୍କୁ ସେହି ଗାଁର ଜଣେ ଯୁବକ କମେଣ୍ଟ କରୁଥିବାବେଳେ ଏହାକୁ ନେଇ ସ୍କୁଲର ଶିକ୍ଷକଙ୍କୁ ଜଣାଇଥିଲେ ଛାତ୍ରୀ। ତେବେ ଶିକ୍ଷକ ଜଣକ ଏହାର ସମାଧାନ ଲାଗି ପ୍ରୟାସ କରିବା ପରିବର୍ତ୍ତେ ସମ୍ପୃକ୍ତ ଯୁବକଙ୍କ ସହ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ। […]
ରାୟଗଡ଼ା ( ମନୋଜ ପାତ୍ର) : ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଓ ଝିଅ ଗୁରୁତର। ରାୟଗଡ଼ା ସହର ସ୍ଥିତ ଆନ୍ଧ୍ରବ୍ୟାଙ୍କ ଲେନରେ ଘଟିଛି ଏଭଳି ଅଭାବନୀୟ ଘଟଣା। କେ. ରଘୁନାଥ ନାମକ ବ୍ୟକ୍ତି ମଦ୍ୟପାନ କରି ସ୍ତ୍ରୀ ଓ ଝିଅକୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ମାଆ ଓ ଝିଅଙ୍କୁ ପଡୋଶୀ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏ. ଲୀଳା ଓ ତାଙ୍କ ଝିଅ ଗାୟତ୍ରୀଙ୍କ […]
ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଳକାଟିରେ ଦୁର୍ଘଟଣାକୁ ନେଇ ଉତ୍ତେଜନା। ଟ୍ରକ୍ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ। କିଛି ସମୟ ପୂର୍ବରୁ ବାଳକାଟି ପୋଲ ଉପରେ ଟ୍ରକ୍ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ଜଣକ ନିଜ ବାଇକ୍ରେ ଯାଉଥିବାବେଳେ ଟ୍ରକ୍ଟି ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସ୍ଥାନୀୟ ଲୋକେ ଟ୍ରକ୍କୁ ଜାଳି ଦେଇଛନ୍ତି।
ପଟ୍ଟାମୁଣ୍ଡାଇ ( ପ୍ରବୀର ନାୟକ) : ମଦ ବିରୋଧରେ ତାତିଲେ ମହିଳା। ସରକାରୀ ମଦ ଦୋକାନ ସ୍ଥାନାନ୍ତର କରିବା ଦାବିରେ ରାସ୍ତା ଅବରୋଧ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରଗଡ଼ ଛକରେ ଥିବା ମଦ ଦୋକାନକୁ ସ୍ଥାନାନ୍ତର କରିବା ଦାବିରେ ଧାରଣା ଦେଇଛନ୍ତି ମହିଳାମାନେ। ମରିବୁ ପଛେ, ମଦ ଦୋକାନ ନ ହଟିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଜିଦ୍ ଧରିଛନ୍ତି ସେମାନେ। ଯଦି ପ୍ରଶାସନ କିଛି ପଦକ୍ଷେପ ନ ନିଏ, ତେବେ ବାଧ୍ୟ ହୋଇ ନିଜେ […]
ଭଦ୍ରକ ( ତପନ ସ୍ୱାଇଁ) : ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମରେ ପାରିବାରିକ କଳହକୁ ନେଇ ଟାଙ୍ଗିଆରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ। କୋଠାର ଗ୍ରାମର ସଂଜୟ ମହାଳିକ ପଞ୍ଜାବର ଏକ ସୂତାମିଲରେ କାମ କରୁଥିବା ବେଳେ ଗତ ଦୁଇ ଦିନ ପୂର୍ବେ ନିଜ ଘରକୁ ଆସିଥିଲେ। ଗତକାଲି ରାତିରେ ଖାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଳହ। ରାତିରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଉତ୍ତ୍ୟକ୍ତ ସ୍ୱାମୀ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେବା ସହ ଏହା ମଧ୍ୟପ୍ରଦେଶ ଉପରେ ରହିଛି। ଏଥିଯୋଗୁ ଓଡ଼ିଶାରେ ବର୍ଷା ପରିମାଣ କମିବା ସହ ସବୁ ସ୍ଥାନରେ କାଁଭାଁ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରା କହିଛନ୍ତି, ଆସନ୍ତା ୧୨ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା […]
ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ସମୀକ୍ଷା ବୈଠକ। ଆଇନଶୃଙ୍ଖଳା ସ୍ଥିତି ଏବଂ ସ୍ୱାଧୀନତା ଦିବସ ସୁରକ୍ଷା ନେଇ ଆଲୋଚନା କରୁଛନ୍ତି ଡିଜିପି। ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୁନିଲ ରାୟ, ଏଡିଜି ଆର.ପି କୋଚେ, ଏଡିଜି ରାଧାକୃଷ୍ଣ ଶର୍ମା, ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏବଂ ଭୁବନେଶ୍ୱର ଡିସିପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଅଛନ୍ତି।
ଭୁବନେଶ୍ୱର : ୬ ବର୍ଷର ବ୍ୟବଧାନ ପରେ ରାଜ୍ୟ ସରକାର ପୁଣି ଏକ କୃଷି ନୀତି ଆଣିବାକୁ ଯାଉଛନ୍ତି। ଏଥିପାଇଁ ପ୍ରକାଶ ପାଇଛି କୃଷିନୀତି-୨୦୧୯ର ଚିଠା। ଯେଉଁଥିରେ ଚାଷୀଙ୍କ ବିକାଶ ପାଇଁ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରାଯାଇଛି। ଫୋକସରେ ଅଛି କାଳିଆ ଯୋଜନା ଓ ମହିଳା ଚାଷୀଙ୍କ ବିକାଶ। ଚାଷୀଙ୍କ କ୍ରମାଗତ ଆୟ ବୃଦ୍ଧି, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି। କାଳିଆ ଯୋଜନାର ଅବଧି ବୃଦ୍ଧି ପାଇଁ ଚିଠା ପ୍ରସ୍ତାବରେ […]
କଟକ : କଟକ ସିରିଏଲ କିଲିଂ ଅଭିଯୋଗରେ ନାରାୟଣ ସାହୁ ଗିରଫ ଘଟଣାରେ ପୁଣି ଜେଏମଏଫସି କୋର୍ଟରେ ମାମଲା। ଘଟଣାର ସିବିଆଇ ତଦନ୍ତ ସହ ଜଣେ ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳୀ ସାହୁ। ତାଙ୍କ ସ୍ୱାମୀ ନିର୍ଦ୍ଦୋଷ। ତାଙ୍କୁ ପୁଲିସ ଫସାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣା ଦିନ ସେ ଗାଁରେ ଥିବାବେଳେ ପୁଲିସ କିପରି ତାଙ୍କୁ ହତ୍ୟାକାରୀ ବୋଲି କହୁଛି ସେ […]
ଭୁବନେଶ୍ୱର : ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀରେ ଏକ ବସ୍ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସମ୍ପୃକ୍ତ ବସ୍ ପରମିଟ୍ ବାତିଲ କରିଛନ୍ତି ରାଜ୍ୟ ସରକାର । ଏହାକୁ ତୀବ୍ର ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ୧୨ ତାରିଖରେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଡାକରା ଦିଆଯାଇଥିଲା। ଗତକାଲି ଏ ସଂକ୍ରାନ୍ତରେ ସଂଘ ସହ ଆଲୋଚନା କରିଛନ୍ତି ପରିବହନ ମନ୍ତ୍ରୀ […]