Advertisment

ଭାରତର ଗୌରବ ସଞ୍ଜଲ : ବେଜୋସଙ୍କ ପାଇଁ ତିଆରି କଲେ ରକେଟ୍

ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ ଜୁଲାଇ ୨୦ରେ ତାଙ୍କ କର୍ମଚାରୀଙ୍କ ସହ ଏକ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। ହେଲେ ଗୌରବର କଥା ଏହା ଯେ ବେଜୋସଙ୍କ ଏହି ଗସ୍ତ ପାଇଁ ନିର୍ମିତ ରକେଟ୍ ତିଆରି କରିଥିବା ଦଳରେ ଭାରତର ଝିଅ ସଞ୍ଜଲ ଗାଭାଣ୍ଡେ ମଧ୍ୟ ସାମିଲ ହୋଇଛନ୍ତି।

author-image
Pramod Behera
ଭାରତର ଗୌରବ ସଞ୍ଜଲ : ବେଜୋସଙ୍କ ପାଇଁ ତିଆରି କଲେ ରକେଟ୍

Sanjal Gavande

କେଣ୍ଟ୍ : ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ ଜୁଲାଇ ୨୦ରେ ତାଙ୍କ କର୍ମଚାରୀଙ୍କ ସହ ଏକ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। ହେଲେ ଗୌରବର କଥା ଏହା ଯେ ବେଜୋସଙ୍କ ଏହି ଗସ୍ତ ପାଇଁ ନିର୍ମିତ ରକେଟ୍ ତିଆରି କରିଥିବା ଦଳରେ ଭାରତର ଝିଅ ସଞ୍ଜଲ ଗାଭାଣ୍ଡେ ମଧ୍ୟ ସାମିଲ ହୋଇଛନ୍ତି। ୩୦ ବର୍ଷୀୟ ସଞ୍ଜଲ ମହାରାଷ୍ଟ୍ରର କଲ୍ୟାଣସ୍ଥ କୋଲସେୱାଡି ଅଞ୍ଚଳରୁ ଆସିଛନ୍ତି। ସଞ୍ଜଲଙ୍କ ପିତା କଲ୍ୟାଣ-ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେସନରୁ ଅବସର ନେଇଛନ୍ତି। ସେହିପରି ତାଙ୍କ ମା ମଧ୍ୟ MTNL ରୁ ଅବସର ନେଇଛନ୍ତି | ସଞ୍ଜଲଙ୍କ ମା’ କୁହନ୍ତି ଯେ ତାଙ୍କ ଝିଅ ସଞ୍ଜଲର ପିଲାଦିନରୁ ଅନ୍ତରୀକ୍ଷ ଦୁନିଆ ପ୍ରତି ରୁଚି ଥିଲା।

Advertisment

ମହାକାଶ ଅନୁସନ୍ଧାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ପାଇଁ 'ନ୍ୟୁ ଶେପର୍ଡ(New Shepard)' ନାମକ ଏକ ରକେଟ୍ ସିଷ୍ଟମ୍ ଡିଜାଇନ୍ କରାଯାଇଛି। ସଞ୍ଜଲ ଏହାକୁ ପ୍ରସ୍ତୁତ କରିଥିବା ଦଳର ଏକ ଅଂଶ। ତାଙ୍କର ଏହି ସଫଳତା ଉପରେ ସେ କହିଛନ୍ତି, "ମୁଁ ବହୁତ ଖୁସି ଯେ ମୋର ପିଲାଦିନର ସ୍ୱପ୍ନ ବର୍ତ୍ତମାନ ସାକାର ହୋଇଛି। ଟିମ୍ ବ୍ଲୁ ଅରିଜିନ୍ ର ଅଂଶ ହୋଇଥିବାରୁ ମୁଁ ଗର୍ବିତ।"

Advertisment

ସଞ୍ଜଲ ଗାୱାଣ୍ଡେ ୨୦୧୧ ମସିହାରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ମେକାନିକାଲ୍ ଇଞ୍ଜିନିୟରିଂ ସମାପ୍ତ କରିଥିଲେ। ଏହା ପରେ ସେ ଆମେରିକାର ମିଚିଗାନ୍ ଟେକ୍ନୋଲୋଜି ୟୁନିଭର୍ସିଟିରୁ ଅଧିକ ଅଧ୍ୟୟନ କରିଥିଲେ। ଏଠାରେ ସେ ଏରୋସ୍ପେସ୍ ବିଷୟ ଅଧ୍ୟୟନ କରିଥିଲେ। ସେ ୨୦୧୩ରେ ପ୍ରଥମ ହୋଇ ମାଷ୍ଟର ଡିଗ୍ରୀ ସମାପ୍ତ କରିଥିଲେ।

ଏହା ପରେ, ସେ ୱିସ୍କନ୍ସିନ୍‌ର ଫୋନ୍‌ଡୁ ଲାକ୍‌ରେ ଥିବା ମର୍କେରୀ ମେରାଇନ୍ କମ୍ପାନୀରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଯେଉଁଠାରେ ସେ ଦୁଇ ବର୍ଷ କାର୍ଯ୍ୟ କରିଥିଲେ। ଏହା ପରେ ସଞ୍ଜଲ କାଲିଫର୍ଣ୍ଣିଆରେ ଅବସ୍ଥିତ ଟୋୟୋଟା ରେସିଂ ଡେଭଲପମେଣ୍ଟରେ ଯୋଗ ଦେଇଥିଲେ। ଇତିମଧ୍ୟରେ, ସଞ୍ଜଲ ମଧ୍ୟ ଉଡ଼ାଣ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ ଏବଂ ଜୁନ୍ ୨୦୧୬ରେ ବିମାନ ପାଇଲଟ୍ ପାଇଁ ଲାଇସେନ୍ସ ପାଇଥିଲେ।

ଏହା ପରେ ସେ ନାସାରେ ଆଡ୍‌ମିଶନ୍‌ ପାଇଁ ଆବେଦନ କରିଥିଲେ। ତେବେ ନାଗରିକତ୍ୱ ସମ୍ବନ୍ଧୀୟ କିଛି ବୈଷୟିକ କାରଣ ହେତୁ ତାଙ୍କ ଆବେଦନ ଅନୁମୋଦନ ହୋଇପାରିଲା ନାହିଁ। ଏହା ପରେ ସେ ବ୍ଲୁ ଅରିଜିନ୍‌ରେ ଚାକିରି ପାଇଁ ଆବେଦନ କରିଥିଲେ। ଏଠାରେ ସେ ସିଷ୍ଟମ୍ ଇଞ୍ଜିନିୟର ପଦ ପାଇଁ ମନୋନୀତ ହୋଇଥିଲେ ଏବଂ ବର୍ତ୍ତମାନ ସେ ଜେଫ୍ ବେଜୋସ୍ ଏବଂ ତାଙ୍କ କମ୍ପାନୀର ଏହି ସ୍ୱପ୍ନକୁ ପୂରଣ କରିଥିବା ଦଳର ଅଂଶ ହୋଇପାରିଛନ୍ତି।

Space Mission Space Rocket Sanjal Gavande
Advertisment
Advertisment