ଆଜିର ଆମ ପ୍ରଶ୍ନ ଆଉ ପ୍ରସଙ୍ଗର ମୁଖ୍ୟ ନାୟକ ଆଳୁ, ଆଉ ତା’ର ପରିଚୟ । କହିଲେ ଦେଖି ଆଳୁ ଦେଶୀ ନା ବିଦେଶୀ ।
ଟ୍ରେନରେ ଯିବାକୁ ବାହାରିଥିଲେ । ହେଲେ ଟିକେଟ୍ କରିଥିବା ଟ୍ରେନ୍ ବଗିରେ ଏତେ ଭିଡ଼ ଯେ, ଖୁଦଟିଏ ପଡ଼ିବାକୁ ବି ଜାଗା ନାହିଁ । ଏପରି ସ୍ଥଳେ ଯୁବତୀ ଜଣକ କେମିତି ଯିବେ ଚିନ୍ତାରେ ପଡ଼ିଗଲେ । ଆଉ ଟିକେଟ୍ ନିରୀକ୍ଷକଙ୍କ ଉପରେ ପ୍ରବଳ ବର୍ଷିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଋଷିଆ ୟୁକ୍ରେନ ଯୁଦ୍ଧର ଘନଘଟା ଭିତରେ ସାଢେ ୪ ଘଣ୍ଟାର ବିରାମ । ନିସ୍ତବ୍ଧ ଯୁଦ୍ଧଭୂମି । ହେଲେ ଏ ଯୁଦ୍ଧ ବିରାମଙ୍କ ମୁଖ୍ୟ ନାୟକ କିଏ ଜାଣିଛନ୍ତି। ସେ ହେଉଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦର୍ଶକବନ୍ଧୁ ଏ କଥା ଆମେ କହୁନାହୁଁ, କହୁଛନ୍ତି ଆମ ଦେଶର ଖୋଦ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ରାଜ୍ୟ ରାଜନୀତିରେ ଛକାପଞ୍ଝା ଭିତରେ ଏ ଖବର ଟିକେ ମଜାଦାର । କାରଣ କାହାଣୀର ନାୟକ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଅନୁଭବ ମହାନ୍ତି । ଯିଏ ସଦ୍ୟ ବିଜେଡି ହାତ ଛାଡ଼ି ବିଜେପିରେ ମିଶିଛନ୍ତି । ହେଲେ ଲୋକେ କହୁଛନ୍ତି ତାଙ୍କ ମନ କାଳେ ବିଜେଡିରୁ ଛାଡ଼ୁନି ।
ଚପ୍ ହେଉକି ସିଙ୍ଗଡା, ଡାଲମା ହେଉ କି ସନ୍ତୁଳା । ଯଦି ସିଏ ନାହିଁ, ଏ ତିଅଣରେ ମଜା ବି ନାହିଁ। ସିଏ ଆଉ କେହି ନୁହେଁ ଆମ ସମସ୍ତଙ୍କର ପ୍ରିୟ ୱାନ ଆଣ୍ଡ ଓନଲି ଆଳୁ । ତେବେ କହିଲେ ଦେଖି ଆଳୁ ଦେଶୀ ନା ବିଦେଶୀ । ତେବେ ଜାଣନ୍ତୁ ଆଳୁର ଅସଲ କାହାଣୀ।
ବୟସ ଖୁବ୍ କମ୍... ହେଲେ ବାଇକ୍ ଚଳାଉଛି ବାଳକ । ଦେଖନ୍ତୁ ଏହି ଭିଡିଓକୁ... ଗାଡ଼ିରେ ବସିବା ପରେ ପିଲାଟିର ଗୋଡ଼ ତଳକୁ ଠିକ୍ ସେ ବି ଲାଗୁନି । ହେଲେ ନିଜେ ବାଇକ୍ ଚଳାଇବା ସହ ପଛରେ ଅନ୍ୟ ଜଣେ ବାଳକକୁ ବସାଇଛି ।
ସାରିକା... UPSC ୨୦୨୩ରେ କୃତକାର୍ଯ୍ୟ ହୋଇଥିବା ନାଁଟିଏ । ଘର କେରଳରେ । ୯୨୨ ରାଙ୍କ ପାଇଥିବା ସାରିକାଙ୍କ ସଂଘର୍ଷ ପଛର କାହାଣୀ ଜାଣିବା ପରେ ଆପଣ ବି ତାଙ୍କୁ ସାଲ୍ୟୁଟ୍ କରିବେ । ସାରିକାଙ୍କ ଏ ସଫଳତା ପଛରେ ଦୁଃଖର କାହାଣୀଟିଏ ଯୋଡା ହୋଇଛି ।
ଏହି ଫଟୋ ଦେଖି ଆପଣଙ୍କ ପାଟିରୁ ବି ଲାଳ ଗଡୁଛି ନାଁ.. ହଁ..ଇଏ ହେଉଛି ଚକୋଲେଟ୍ । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ । ମାର୍କେଟରୁ ଆପଣ ବିଭିନ୍ନ ପ୍ରକାରର ଚକୋଲେଟ୍ କିଣି ଖାଇଥିବେ । ହେଲେ କେବେ ଭାବିଛନ୍ତି ଏହା କିପରି ତିଆରି ହୁଏ, କିଭଳି ଏହା ଭିତରର ମିଠାଜ୍ ଆପଣଙ୍କ ମନକୁ ମିଠା କରିଦିଏ।
ବିଦେଶ ମାଟିରେ ଶୁଭିଲା ଉତ୍କଳ ବନ୍ଦନା । ଦୁବାଇ ସହରରେ ଏକାଠି ହେଲେ ଗର୍ବିତ ଓଡ଼ିଆ । ଗର୍ବର ସହ ପାଳନ କଲେ ଉତ୍କଳ ଦିବସ । ଗତ ୧୮ ବର୍ଷ ଧରି ୟୁଏଇରେ ଥିବା ଓଡ଼ିଆ ସମାଜ ବା ଓସା ତରଫଲୁ ଏହାର ପାଳନ ହୋଇଆସୁଛି । ଯାହାର ନାଁ ଦିଆଯାଇଛି ଉତ୍ସବ ୨୦୨୪ ।
ଭାରତୀୟଙ୍କ ପ୍ରିୟ ଖାଦ୍ୟ ସିଙ୍ଗଡ଼ା । ସେ ସକାଳ ଜଳଖିଆ ହେଉ ବା ସନ୍ଧ୍ୟାର ଚା’ ଖଟି, ସବୁଠି ଲୋଡା ପଡେ ଏହି ସ୍ୱାଦିଷ୍ଟ ଖାଦ୍ୟ । ହେଲେ ଆପଣ ଜାଣିଛନ୍ତି କି ଏହା ଏକ ଭାରତୀୟ ଖାଦ୍ୟ ନୁହେଁ ବୋଲି । କ’ଣ ଆଶ୍ଚର୍ଯ୍ୟ ହୋଇଗଲେ ନାଁ । କିନ୍ତୁ କଥାଟି ସମ୍ପୁର୍ଣ୍ଣ ସତ୍ୟ । ତେବେ ଏହି ଭିଡିଓରେ ଆମେ ଆପଣଙ୍କୁ ଜଣାଇବୁ ସିଙ୍ଗଡାର ଇତିହାସ ସମ୍ପର୍କରେ ।
SBI ୟୁଜର୍ସ ସାବଧାନ ! ଆସୁଛି ଫେକ୍SMS । ଲିଙ୍କରେ କ୍ଲିକ୍କରିବା ମାତ୍ରେ ଆକାଉଣ୍ଟ ହୋଇଯିବ ଖାଲି ! ଗତବର୍ଷ ଡିସେମ୍ୱର ମାସରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ ଫେକ୍
ଅସହ୍ୟ ହେଉଥିଲା ଗରମ । ଷ୍ଟୁଡିଓରେ ବସି ଖବର ପଢ଼ୁଥିଲେ ନ୍ୟୁଜ ଆଙ୍କର । ପାଣିପାଗ ଉପରେ ଦେଉଥିଲେ ସୂଚନା । ହେଲେ ହଠାତ୍ହୋଇଗଲେ ଅଚେତ୍। ଏ ହେଉଛନ୍ତି ଡିଡି ବାଂଲାର ନ୍ୟୁଜ୍ଆଙ୍କର ଲୋପାମୁଦ୍ରା ସିହ୍ନା । ଯାହାଙ୍କ ଅସୁସ୍ଥ ହେବାବେଳର ଫଟୋ ଏବଂ ଭିଡିଓ ଏବେ ଖୁବ୍ଭାଇରାଲ ହେବାରେ ଲାଗିଛି ।
ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି, ଗରମରେ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ତା’ସହ ବିଷମ ହେଉଛି ଜଳ କଷ୍ଟ । କେଉଁଠି ଶୋଷିଲାଙ୍କ ପାଇଁ ଭଙ୍ଗା ଦଦରା ନଳକୂଅ ସାହା ତ କେଉଁଠି ଚୂଆ ମେଣ୍ଟାଉଛି ଶୋଷ ।
ଭୁତ କୋଠି ପାଲଟିଲାଣି ପୁରୀ ଜିଲ୍ଲାରେ ନିର୍ମିତ ଶୀତଳ ଭଣ୍ଡାର.... ସେଠାରେ ଥିବା ଯନ୍ତ୍ରପାତି ଅଚଳ ହେବା ସହିତ ଅନେକ ସେଥିରୁ ଚୋରି ହେଇଗଲାଣି l କେଉଁଠି ଘର ର ଛାତ ନାହିଁ ତ ଆଉ କେଉଁଠି ଛାତ ଝଡି ପଡ଼ିଲାଣି, ସବୁ ଆଡେ ଏବେ ଜଙ୍ଗଲୀ ପରିବେଶ l
ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ହରିଣ । ଵିଲବାଡ଼ି ,ଜଳାଶୟ ସବୁ ସୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ଇତସ୍ତତ ହୋଇ ବୁଲୁଛନ୍ତି ଏହି ଜଙ୍ଗଲୀ ଜୀବ। ଏମିତିକି ବାଟବଣା ହୋଇ ଅନେକ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ସେପଟେ ବନ ବିଭାଗ କିନ୍ତୁ କହୁଛି ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି ।
ଦିନକୁ ଦିନ ବଢ଼ିଚାଲିଛି ଖରା ...ଆଉ ତା ସାଙ୍ଗକୁ ଭୟଙ୍କର ଗୁଳୁଗୁଳି....ପାଣି ଟୋପେ ପାଇଁ ମଣିଷଙ୍କ ଠୁ ପଶୁ ପକ୍ଷୀ ସମସ୍ତେ ଡହଳ ବିକଳ...ସେପଟେ ବିଭିନ୍ନ ଜଳାଶୟ ଶୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ଜୀବଜନ୍ତୁ.... ଏଭଳି ସ୍ଥିତିରେ ସମାଜସେବୀ ଚିନ୍ମୟୀଙ୍କ ସେବା ସତରେ ପ୍ରଶଂସନୀୟ....
ଦୁନିଆରେ ଏବେ ବି ବଞ୍ଚି ରହିଛି ମଣିଷ ପଣିଆ ଆଉ ମାନବିକତା । ନିଜର ମଣିଷ ସିନା ପର କରିଦେଲା ହେଲେ ପର ମଣିଷଟି ନିଜ ଠୁ ବି ଆହୁରି ଅଧିକ ନିଜର କରିଛି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ଏମିତି ଏକ ସମୟ ଦେଇ ଗତି କରୁଛନ୍ତି ଭଦ୍ରକ ଚାନ୍ଦବାଲି ଏନ୍ଏ ସି ଅନ୍ତର୍ଗତ ଶଗଡିଆ ଗାଁର ୯୪ ବର୍ଷୀୟା ବୃଦ୍ଧା ଭାମା ଜେନା ।
ମାଟିର କାନ୍ଥ, ମାଟି ବି ଚଟାଣ । ଘରର ସୁନ୍ଦର ସୁନ୍ଦର ଡିଜାଇନ୍ସବୁ ମାଟିରେ ତିଆରି । ଏ ଘରର ମାଲିକ କୌଣସି ଗରିବ ନୁହଁନ୍ତି । କି ଏହି ଘରଟି ପୁରୁଣା ସମୟର ବି ନୁହେଁ । ଜଣେ ଧନୀ ବ୍ୟକ୍ତି ଏହି ଘରକୁ କରିଛନ୍ତି । ଆଉ ଏଠାରେ ସେ ନିଜର ପତ୍ନୀ ଓ ପରିବାର ସହ ରହୁଛନ୍ତି ।
ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ । ଆଉ ଧୀରେ ଧୀରେ ଆଗକୁ ବଢ଼ୁଛି । ନା ଡ୍ରାଇଭର ଅଛନ୍ତି । ନା ଗାଡ଼ିରେ କେହି ବସିଛନ୍ତି । ସବୁ କିଛି ଠିକ୍ଠାକ୍ଚାଲିଛି । ଆଉ ଧୀରେ ଧୀରେ ଗାଡ଼ିର ବେଗ ମଧ୍ୟ ବଢ଼ିବାକୁ ଲାଗୁଛି
ମାଆଟିଏ ଯେତେବେଳେ ଅଫିସର ହୁଏ, ତା ପାଇଁ ଆସେ ଏମିତି ସମସ୍ୟା । ଏ ଭିଡିଓ ହିଁ ଦର୍ଶେଇ ଦେଉଛି ଜଣେ କର୍ମଜୀବୀ ମହିଳାଙ୍କ ସମସ୍ୟା । କିନ୍ତୁ ସୁଖର କଥା, ଆଜିର ମହିଳା ସେ ସମସ୍ୟା ଆଗରେ ହାରିଯାଏ ନାହିଁ ।
ଇତିହାସର ପୃଷ୍ଠାରୁ ହଜିଯାଇଥିବା ଜଣେ ମହାରାଣୀ, ଯିଏ ନିଜ ଅଳଙ୍କାରକୁ ବିକ୍ରି କରି ନିଜ ପ୍ରଜାଙ୍କୁ ଯୋଗାଇ ଦେଇଥିଲେ ପାଣି । ଆସନ୍ତୁ ଜାଣିବା ମହୀଶୂରର ମହାରାଣୀ କେମ୍ପାନନ୍ ଜମାନୀ ଦେବୀଙ୍କ ବିଷୟରେ।
ଦୃଢ଼ ଇଚ୍ଛାଶକ୍ତି ଆଣିଦେଲା ସଫଳତା । ବାରମ୍ବାର ବିଫଳତା ପରେ ସଫଳତାର ସ୍ୱାଦ ଚାଖିଲେ ଅଙ୍କିତ । ଇଞ୍ଜିନିୟରରୁ ବନିଗଲେ ଅଫିସର ।
ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଜବ କାରନାମା। ସ୍କୁଲରେ ‘ଫେସିଆଲ୍’ ହେଉଥିଲେ ! ଭିଡ଼ିଓ କରିବାରୁ ସହକର୍ମୀଙ୍କୁ ମାଡ ମାରି ଲହୁଲୁହାଣ କରି ରକ୍ତାକ୍ତ କରିବା ସହ କାମୁଡି ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଢେର୍ ଭାଇରାଲ ହେବାରେ ଲାଗିଛି ।
ଷ୍ଟାଇଲିସ୍ ପୋଲିଂ ଅଫିସର୍ ଈଶା ଅରୋରା ନେଇ ଏବେ ସବୁଠି ଚର୍ଚ୍ଚା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ ଓ ଭିଡ଼ିଓ...
ବେଶ ପରିପାଟି ଯେମିତି, ଠାଣି ମଧ୍ୟ ସେମିତି। ମଞ୍ଚ ଉପରେ ରାଜା ଦୁର୍ଯ୍ୟୋଧନ, ତଳେ ଅଭିଭୂତ ଦର୍ଶକ। ନିଶର ମୋଟେଇ ଯେମିତି, କାନ୍ଧରେ ପଡ଼ିଥିବା ଗଦାଟି ମଧ୍ୟ ସେମିତି। କିନ୍ତୁ ମହାଭାରତର କଠୋର ଚରିତ୍ର ଦୁର୍ଯ୍ୟୋଧନଙ୍କ ଭୂମିକାରେ ଠିଆ ହୋଇଥିବା ଏହି କଳାକାରଙ୍କ ହୃଦୟ ଖୁବ୍ କୋମଳ।