/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714033036.jpg)
minors riding bike
ଟ୍ରାଫିକ ନିୟମାବଳୀ ଅନୁଯାୟୀ, ୧୮ ବର୍ଷରୁ କମ୍ ବ୍ୟକ୍ତିବିଶେଷଙ୍କୁ ମୋଟର ଯାନ ଚଳାଇବାକୁ ବାରଣ କରାଯାଇଛି । ଏପରିକି ବାଇକ୍ ଚଳାଇବା ସମୟରେ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ହେଲେ ଏଠାରେ ଦେଖିବାକୁ ମିଳିଛି ଅନ୍ୟକିଛି । ଯାହାକି ସାଧାରଣ ଲୋକଙ୍କୁ ଚକିତ କରିଛି । କାରଣ ଭିଡିଓରେ ଦେଖାଯାଉଥିବା ବାଇକ୍ ଚାଳକ ନାବାଳକ ହୋଇଥିବାବେଳେ ଏକୁଟିଆ ନୁହେଁ ବରଂ ଦୁଇଜଣ ବାଇକ୍ରେ ଯାଉଥିବା ଦେଖିବାକୁ ମିଳୁଛି ।
ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସେୟାର କରିଛନ୍ତି ଆଇପିଏସ୍ ଅଧିକାରୀ ପଙ୍କଜ ନେନ୍ । ଭିଡିଓ ସେୟାର କରି ପଙ୍କଜ ସଡ଼କ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିବା ସହ ଅଭିଭାବକଙ୍କ ଦାୟିତ୍ୱକୁ ନେଇ ପ୍ରଶ୍ନ କରିଛନ୍ତି । ପଙ୍କଜ ଲେଖିଛନ୍ତି ଏହା ବିପଦଜ୍ଜନକ ହୋଇପାରେ... ଅଭିଭାବକମାନେ ପିଲାମାନଙ୍କ ଯତ୍ନ ନିଅନ୍ତୁ ।
ଆଇପିଏସ୍ ଅଧିକାରୀ ପଙ୍କଜ ନେନ୍ଙ୍କ ଏହି ଭିଡିଓରେ ଅନେକ ୟୁଜର୍ସ ନିଜର ମତାମତ ଦେବା ସହ ପିଲାମାନଙ୍କ ଏପରି ବାଇକ୍ ଚାଳନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)