Advertisment

ବିବାହ ମଣ୍ଡପକୁ କନ୍ୟା ନିଜେ ଗାଡି ଚଲେଇ ଗଲେ

ସୋସିଆଲ ମିଡିଆ ଏପରି ଏକ ପ୍ଲାଟ୍‌ଫର୍ମ ହୋଇଯାଇଛି ଯେଉଁଠି କିଛିଦିନ ହେବ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ବିହାହର ଅନେକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ଦେଖାଯାଇଛି। ନାଚ-ଗୀତ ଠାରୁ ଆରମ୍ଭ କରି ବରଯାତ୍ରୀ ଓ ବିବାହ ମଣ୍ଡପ ପର୍ଯ୍ୟନ୍ତ। ହିନ୍ଦୁ ବିବାହରେ କନ୍ୟାର ପ୍ରବେଶକୁ ନେଇ ମଧ୍ୟ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି। ଏଗୁଡିକ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଛି।

author-image
Pramod Behera
Bride made her own entry by driving car

Bride made her own entry by driving car

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଏପରି ଏକ ପ୍ଲାଟ୍‌ଫର୍ମ ହୋଇଯାଇଛି ଯେଉଁଠି କିଛିଦିନ ହେବ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ବିହାହର ଅନେକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ଦେଖାଯାଇଛି। ନାଚ-ଗୀତ ଠାରୁ ଆରମ୍ଭ କରି ବରଯାତ୍ରୀ ଓ ବିବାହ ମଣ୍ଡପ ପର୍ଯ୍ୟନ୍ତ। ହିନ୍ଦୁ ବିବାହରେ କନ୍ୟାର ପ୍ରବେଶକୁ ନେଇ ମଧ୍ୟ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି। ଏଗୁଡିକ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଛି। କିନ୍ତୁ ଆପଣ କ’ଣ କେବେ ଦେଖିଛନ୍ତି କି କୌଣସି କନ୍ୟା ବିବାହ ମଣ୍ଡପକୁ ନିଜେ ଗାଡି ଚଳେଇକି ଆସିବା? ଯଦି ଦେଖି ନାହାନ୍ତି ତେବେ ଏଠି ଦେଖିବାର ସୁଯୋଗ ନେଇପାରିବେ। ଏହି ଭିଡିଓ ଦେଖିବା ପରେ ଆପଣ ବି ନିଶ୍ଚିତ କହିବେ ଯେ ବୋଧହୁଏ ବିବାହ କରିବାକୁ କନ୍ୟା ବ୍ୟାକୁଳ ଅଛି। କାରଣ ଏହି କଥା ଅନ୍ୟମାନେ ମଧ୍ୟ କହୁଛନ୍ତି।

Advertisment

ତେବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ପାରୁଲ୍ ଗର୍ଗଙ୍କ୍ ଆକାଉଣ୍ଟରୁ ଶେୟାର୍ କରାଯାଇଛି, ଯିଏ ଜଣେ ଜଣା ଶୁଣା ମେକଅପ୍ କଳାକାର। ଏହି ଭିଡିଓରେ ଦେଖାଯାଉହଛି ଯେ ଜଣେ ଯୁବତୀ ବିବାହ ମଣ୍ଡପକୁ ପୂରା କନ୍ୟା ବେଶରେ ନିଜେ ଗାଡି ଚଲେଇ ଯାଉଛନ୍ତି। କନ୍ୟା ଜଣକ ଭିଡିଓରେ ବହୁତ ଖୁସି ଥିବା ଦେଖାଯାଆନ୍ତି। ଭିଡିଓର୍ ବ୍ୟାକଗ୍ରାଉଣ୍ଡରେ ଫିଲ୍ମ୍ ‘ବିବାହ’ର ଗୀତ ‘ହମାରୀ ଶାଦୀ’ ଶୁଣିବାକୁ ମିଳେ। କନ୍ୟାଙ୍କର ଏହି ମଜ୍ଜାଳିଆ ଭିଡିଓ ଉପରେ ଲୋକେ ଜମେଇକି ଭଲ ପାଇବା ବାଣ୍ଟୁଛନ୍ତି। ଭିଡିଓରେ ଅନେକ କମେଣ୍ଟ ମଧ୍ୟ ଦେଖିବାକୁ ମିଳେ।

Advertisment

ଜଣେ ଉପଭୋକ୍ତା କମେଣ୍ଟ୍ କରି କହିଛନ୍ତି ଯେ ‘ସ୍ୱାଗୀ ବ୍ରାଇଡ୍’। ସେହିପରି ଆଉଅ ଜଣେ ଲେଖିଛନ୍ତି ଯେ ‘ମତେ ବି ମୋ ବିବାହରେ ଏମିତି ଏଣ୍ଟ୍ରି କରିବାର ଅଛି।’ ସେହିପରି ଅନ୍ୟ କେହି କନ୍ୟାକୁ କ୍ୟୁଟ୍ କହିଛନ୍ତି ତ କେହି ଗର୍ଜିଅସ୍ ବୋଲି କହିଛନ୍ତି। ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫୬ ହଜାରରୁ ଅଧିକ ଲାଇକ୍ ଆସିସାରିଛି।

Bride Video Bride Entry Bride Driving Car
Advertisment
Advertisment