Advertisment

ପଞ୍ଚାୟତ ନିର୍ବାଚନରେ ଭୟଭୀତ ହୋଇ କେନ୍ଦ୍ରକୁ ଚିଠି ଲେଖିଥିଲେ ନବୀନ: ବିଜେପି

୨ ମାସ ପୂର୍ବରୁ ଧାନ ଓ ଚାଉଳ କିଣା ନେଇ କେନ୍ଦ୍ର ଡକାଇଥିବା ବୈଠକରେ ସବୁ ରାଜ୍ୟର ସଚିବ ଥିଲେ। ଓଡ଼ିଶାର ଖାଦ୍ୟ ଯୋଗାଣ ସଚିବ କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନାମକୁ ମାତ୍ର ଚିଠି ଲେଖୁଛନ୍ତି ବୋଲି କହିଛି।

author-image
Chandan Shishu
Rice Politics

Rice Politics

ଭୁବନେଶ୍ୱର: ଉଷୁନା ଚାଉଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି। ଚାଷୀ ନା ମିଲରଙ୍କ ସ୍ୱାର୍ଥରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି। ଯଦି ଚାଷୀଙ୍କ ସ୍ୱାର୍ଥରେ ଲେଖିଥାନ୍ତେ ତେବେ ଟୋକେନ ଲାପ୍ସ ହୋଇନଥାନ୍ତା ବୋଲି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଭୟଭୀତ ହୋଇ କେନ୍ଦ୍ରକୁ ଦୋଷ ଦେବାକୁ ଏଭଳି ଚିଠି ଲେଖାଯାଇଥିବା ବିଜେପି କହିଛି। 

Advertisment

୨ ମାସ ପୂର୍ବରୁ ଧାନ ଓ ଚାଉଳ କିଣା ନେଇ କେନ୍ଦ୍ର ଡକାଇଥିବା ବୈଠକରେ ସବୁ ରାଜ୍ୟର ସଚିବ ଥିଲେ। ଓଡ଼ିଶାର ଖାଦ୍ୟ ଯୋଗାଣ ସଚିବ କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନାମକୁ ମାତ୍ର ଚିଠି ଲେଖୁଛନ୍ତି ବୋଲି କହିଛି। ଚାଷୀଙ୍କ ସମସ୍ୟା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ପଦକ୍ଷେପ ନେବା ଆବଶ୍ୟକ। ଉଭୟ ସଲାସୁତରା ହୋଇ ଚୁପ୍ ବସିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

୨୦୨୧-୨୨ ଖରିଫ ଋତୁ ଧାନ କିଣା ନେଇ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଚାଉଳ ଓ ଧାନ କିଣାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ତେବେ ଏପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ଆକ୍ଷେପ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।   

Advertisment
BJP Panchayat Election Naveen Pattnaik
Advertisment
Advertisment