• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପ୍ରଶିକ୍ଷଣ ନେଉଛନ୍ତି ଛାତ୍ରଛାତ୍ରୀ

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି) : ଭାରତୀୟ ସେନାରେ ଯୋଗଦେବା ସହ ଦେଶସେବା କରିବାକୁ ଅନେକ ଛାତ୍ର ଛାତ୍ରୀ ସ୍ୱପ୍ନ ଦେଖନ୍ତି । ହେଲେ ଉପଯୁକ୍ତ ଜ୍ଞାନ ଓ ପ୍ରଶିକ୍ଷଣ ଅଭାବରୁ ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର ହୋଇପାରେନି । ତେବେ ସେନାବାହିନୀରେ ଭାଗନେବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀ ନିଜକୁ କିଭଳି ପ୍ରସ୍ତୁତି କରିବେ ଓ କିଭଳି ନିଜ ସ୍ୱପ୍ନକୁ ସାକାର କରିପାରିବେ, ଏଭଳି ମହତ ଉଦେଶ୍ୟ ରଖି ଟିଟିଲାଗଡରେ ଆରମ୍ଭ ହୋଇଛି ଏକ ପ୍ରଶିକ୍ଷଣ ଶିବିର । ଛାତ୍ରଛାତ୍ରୀଙ୍କୁ ପୂର୍ବତନ ସେନା ବାହିନୀର ୨ ଜଣ ଅଧିକାରୀ ମାଗଣା ପ୍ରଶିକ୍ଷଣ ଦେଉଛନ୍ତି ।

ଟିଟିଲାଗଡ ସହରର ଲିଙ୍ଗରାଜ ନାୟକ ୨୫ ବର୍ଷ ଓ କେସିଙ୍ଗା ସହରର ସତ୍ୟବାନ ଭୋଇ ୨୩ ବର୍ଷ ଭାରତୀୟ ସେନା ବାହିନୀରେ କାମ କରି ବର୍ତ୍ତମାନ ଅବସର ନେଇଛନ୍ତି । ପିଲାଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଲିଙ୍ଗରାଜ ନାୟକ ଟିଟିଲାଗଡରେ ସୂର୍ଯ ସୈନିକ ଟ୍ରେନିଂ ସେଣ୍ଟରର ସ୍ଥାପନା କରିଛନ୍ତି ଓ ଏହି ଟ୍ରେନିଂ ସେଣ୍ଟର ରେ ଆର୍ମୀ, ITBP, CRPF, RPF, BSF ଭଳି ସଂସ୍ଥାରେ ନିଯୁକ୍ତି ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ବର୍ତ୍ତମାନ ସେଣ୍ଟର ରେ ୩୨ ଜଣ ଛାତ୍ର ଛାତ୍ରୀ ପ୍ରଶିକ୍ଷଣ ନେଉଥିବା ବେଳେ ପ୍ରଶିକ୍ଷଣ ପାଇଁ ଲିଙ୍ଗରାଜ ନାୟକଙ୍କୁ ସହଯୋଗ କରୁଛନ୍ତି ତାଙ୍କ ବନ୍ଧୁ ଓ ପୂର୍ବତନ ସେନା ଅଧିକାରୀ ସତ୍ୟବାନ ଭୋଇ ।

ଭୋର ସକାଳ ୫.୩୦ ମିନିଟ ରେ ଟିଟିଲାଗଡ ଓ ଆଖପାଖ ଅଞ୍ଚଳରୁ ଛାତ୍ର ଛାତ୍ରୀ ଆସି ପହଞ୍ଚିଯାଆନ୍ତି ମୁରିବାହଳ ବ୍ଲକ ଗୁନଚିତରା ଗାଁର ଖେଳ ପଡିଆରେ । ଖେଳ ପଡିଆରେ ପହଞ୍ଚିବା ମାତ୍ରେ ପ୍ରଥମେ ୫ କିମି ଦୌଡିବା ପରେ ପଡିଆରେ ଅଭ୍ୟାସ ଆରମ୍ଭ ହୋଇଯାଏ । ଦୀର୍ଘ ଦିନ ହେଲା ସେନାରେ ଯୋଗ ଦେବାପାଇଁ ପାଠ ପଢ଼ିବା ସହ ଶାରୀରିକ ସ୍ତରରେ ଫିଟ ହେବାକୁ ଉଦ୍ୟମ କରୁଥିଲେ ସମସ୍ତ ଛାତ୍ରଛାତ୍ରୀ । ହେଲେ ବିନା ଗୁରୁ ରେ ଶିକ୍ଷା ସମ୍ଭବ ନୁହେଁ । ହେଲେ ବର୍ତ୍ତମାନ ସେମାନେ ବେଶ ଖୁଖି । କାରଣ ଛାତ୍ରଛାତ୍ରୀଙ୍କୁ ମାଗଣା ପ୍ରଶିକ୍ଷଣ ଦେବାକୁ ଆଗେଇ ଆସିଛନ୍ତି ୨ ଜଣ ପୂର୍ବତନ ଭାରତୀୟ ସେନାବାହିନୀର କର୍ମକର୍ତ୍ତା । ପ୍ରତିଦିନ ସକାଳ ୫ ଟା ରୁ ୭ ଟା ପର୍ୟନ୍ତ ସେନା ବାହିନୀରେ କିମ୍ବା ପୋଲିସରେ ଯୋଗ ଦେବାକୁ ଇଚ୍ଛା ରଖି ଥିବା ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।

ବର୍ତ୍ତମାନ ୧ ମ ବ୍ୟାଚ ର ଟ୍ରେନିଂ ଚାଲୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି ଉପରେ ପ୍ରଶିକ୍ଷଣ ଦିଆଯାଉଛି । ପରେ ରିଟିନ ପରୀକ୍ଷା କିଭଳି ହୁଏ ଓ କିଭଳି ଦେବେ ତାହାକୁ ନେଇ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି ପ୍ରଶିକ୍ଷକ । ଛାତ୍ରଛାତ୍ରୀଙ୍କ ଇଚ୍ଛା ଓ ଆଗ୍ରହକୁ ଦେଖି ଆଗାମୀ ଦିନରେ ଏହି ସୂର୍ଯ ସୈନିକ ଟ୍ରେନିଂ ସେଣ୍ଟରର ଛାତ୍ରଛାତ୍ରୀ ସେନା ବାହିନୀରେ ନିଯୁକ୍ତି ପାଇବେ ଓ ଦେଶ ମାତୃକାର ସେବା କରି ପାରିବେ ବୋଲି ଉଭୟ ଛାତ୍ର ଛାତ୍ରୀ ଓ ପ୍ରଶିକ୍ଷକ କହିଛନ୍ତି ।