Advertisment

ଚାଷୀଙ୍କ ଦେଶୀ ଉଦ୍ଭାବନ; ପିଆଜ ରକ୍ଷଣାବେକ୍ଷଣା ନେଇ ବାହାର କଲେ ପ୍ରକଳ୍ପ

ଦେଶରେ ପ୍ରତିଭାର କୌଣସି ଅଭାବ ନାହିଁ। ଭାରତୀୟମାନଙ୍କର ବୈଷୟିକ ଜ୍ଞାନ ସାରା ଦୁନିଆ ଜାଣିଛି। ଭାରତୀୟଙ୍କ ଏହି କୌଶଳ ସାମ୍ନାରେ ଅନେକ ମଧ୍ୟ ହାର ମାନନ୍ତି। ଏହି ପ୍ରତିଭା ପାଇଁ କୌଣସି ଡିଗ୍ରୀ କିମ୍ବା ଡିପ୍ଲୋମାର ଆବଶ୍ୟକତା ନାହିଁ। କିଛି ଲୋକଙ୍କ ପାଖରେ ଏହି କୌଶଳ ଏତେମାତ୍ରାରେ ଥାଏ ଯେ ବଡ ବଡ ମେକାନିକାଲ୍ ଇଂଜିନିୟରମାନେ ବି ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

author-image
Pramod Behera
Farmer made desi jugaad

ସୋସିଆଲ୍ ମିଡିଆରେ ପ୍ରାୟ ସମୟରେ ଦେଶୀ ଉଦ୍ଭାବନ, ନବୀକରଣ ବା ଦେଶୀ ଯୋଗାଡ ଏଭଳି ଅନେକ ଭିଡିଓ ଦେଖିବାକୁ ମିଳେ। ଏମିତି ବି ହୋଇପାରେ ଆପଣମାନେ ମଧ୍ୟ ଏଭଳି କିଛି କୁଶଳ ଓ ସ୍ମାର୍ଟ କରିଗରୀ ବିଷୟରେ ଜାଣିଥିବେ। ତେବେ ଏଠାରେ ଜଣେ ଚାଷୀଙ୍କ ପ୍ରତିଭାର କଥା ସାମ୍ନାକୁ ଆସିଛି। ଏହି କୁଶଳୀ ଚାଷୀ ଜଣକ ନିଜ ପିଆଜ ଫସଲର ରକ୍ଷଣାବେକ୍ଷଣା ବା ସଫା କରିବା ନେଇ ଏକ ପ୍ରକଳ୍ପ ନିର୍ମାଣ କରିଛନ୍ତି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭିଡିଓକୁ agriculture_expert ନାମରେ ଥିବା ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଶେୟାର କରାଯାଇଛି। ଏହି ପେଜ୍‌ରେ ଅନେକ ନବୀକରଣ ଓ ଚାଷୀଙ୍କ ସହିତ ଜଡିତ ଫଟୋ ଓ ଭିଡିଓ ପୋଷ୍ଟ୍ କରାଯାଏ। ଏହି ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ର ଅନେକ ଫଲୋର୍ସ ମଧ୍ୟ ଅଛନ୍ତି। ଏହାକୁ ୬୪ ହଜାରରୁ ଅଧିକ ଲୋକ ଫଲୋ କରୁଛନ୍ତି।

ଦେଶର ପ୍ରତିଭାକୁ ଯଦି ଠିକଭାବେ ଖୋଜାଯାଏ ତେବେ ପ୍ରତିଭାର ଅଭାବ ରହିବ ନାହିଁ। ଦେଶର ଏଭଳି ପ୍ରତିଭାବାନ କାରିଗର ମାନେ ବଡ ବଡ ସମସ୍ୟାକୁ ଚୁଟ୍‌କୀରେ ବି ସମାଧାନ କରିଦିଅନ୍ତି। ତେବେ ଏହି ଦେଶୀ ଉଦ୍ଭାବନକୁ ଦେଖି ଉପଭୋକ୍ତାମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଆପଣମାନେ ବି ଯଦି ଏହି ଭିଡିଓ ଦେଖିବେ ତେବେ ସେହି କୁଶଳୀ ଚାଷୀଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ।

Onion Maintenance Desi Juggad
Advertisment
Advertisment