ମାୟାନଗରୀ ମୁମ୍ବାଇରେ ଚମକିଲେ ଢେଙ୍କାନାଳ ଝିଅ। । ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨ରେ ତୃତୀୟ ସ୍ଥାନ ହାସଲ କରି ଓଡିଶା ପାଇଁ ଆଣିଛନ୍ତି ଗୌରବ । ଦେଖନ୍ତୁ ଏହି ରିପୋର୍ଟ ।
ଷ୍ଟ୍ରେଚରରେ ବୁହା ହେଲେ ଆସନ୍ନ ପ୍ରସବ। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ବାଙ୍କଦରହ ମୁଣ୍ଡାସାହିରେ ଦେଖିବାକୁ ମିଳିଛି ଏ ଚିତ୍ର ।
ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ। କିଭଳି ଅଧିବେଶନ ସୁରୁଖୁରୁରେ ଚାଲିପାରିବ, ସେନେଇ ଆଜି ବସିବ ସର୍ବଦଳୀୟ ବୈଠକ।
ଯୋଜନା ହେଉଛି ହିତାଧିକାରୀଙ୍କ ପାଇଁ। ହେଲେ ସେ ସବୁର ଫାଇଦା ଉଠାଇବା ପୂର୍ବରୁ ହୋଇଯାଉଛି ବାଟମାରଣା। ମଝିରେ ପଶି ଯୋଜନାକୁ ହରିଲୁଟ କରି ନେଉଛନ୍ତି ଏମାନେ..
ସିନାପାଲି ପଂଚାୟତ ସମିତିର ଅଧ୍ୟକ୍ଷା ତପସ୍ୱିନୀ ମାଝି । କାମରୁ ଟିକିଏ ଫୁରସତ୍ ମିଳିଲେ, କୋଡିକୋଦାଳ ଧରି ନିଜ ଚାଷ ଜମିକୁ ଚାଲି ଯାଆନ୍ତି । ତାଙ୍କର ଉଦ୍ୟମ ଯୋଗୁଁ ଏବେ ହସୁଛି ସବୁଜିମା
ଅନୁଗୁଳ JSPLକୁ ୨ କୋଟି ଟଙ୍କା ଜରିମାନା । ଭିଡିଓରୁ ଜାଣନ୍ତୁ କାହିଁକି ଗଣିଲେ ଜୋରିମାନା।
ସକାଳର କୁହୁଡିକୁ ଚିରି ଅଳସୀ ଫୁଲକୁ ଚୁମି ଚୁମି ଯାଉଛି ଅମାନିଆ ପ୍ରଜାପତି। ସତେ ଯେମିତି ପର୍ଯ୍ୟଟକ ହୁଅନ୍ତୁ ଅବା ପଥଚାରୀ ସମସ୍ତଙ୍କ ଆଳସ୍ୟ ଭାଙ୍ଗିବାରେ ସାମର୍ଥ୍ୟ ହୋଇଛି ହଳଦୀ ଗୁରୁଗୁରୁ ଅଳସୀ ଫୁଲ। ସତେ ଯେମିତି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟି ଉପରେ ଘୋଡାଇ ହୋଇଛି ଅଳସୀ ଫୁଲର ହଳଦିଆ ଚାଦର..
ଦିନେ ସ୍ୱପ୍ନରେ ବି ଭାବିନଥିଲେ ଦେଶର ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇବେ ବୋଲି । ଅବିରତ ଲୋକଙ୍କ ସେବା କରି ଚାଲିଛନ୍ତି । ଦୃଢ଼ ମନୋବଳ ଓ ଇଛା ଶକ୍ତି ସହ କଠିନ ପରିଶ୍ରମ କରୁଥିବା ଏଇ ଆଶା ଦିଦି ସ୍ଥାନ ପାଇଛନ୍ତି ଦେଶର ଶକ୍ତିଶାଳୀ ମହିଳା ତାଲିକାରେ । ତାଙ୍କ ଅଧ୍ୟବସାୟକୁ ମିଳିଛି ସ୍ୱୀକୃତି। ସାରା ଦେଶରେ ଏବେ ତାଙ୍କୁ ନେଇ ଚର୍ଚ୍ଚା
ରାଜରାସ୍ତାରେ ଶୀତ କାକରରେ ଆନ୍ଦୋଳନକାରୀ। ଦୀର୍ଘ ୧୯ ଦିନ ଧରି ଆନ୍ଦୋଳନ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ସଂସ୍କୃତ ଆଶାୟୀ ଶିକ୍ଷକ। ତେବେ କଣ ରହିଛି ସେମାନଙ୍କ ପ୍ରମୁଖ ଦାବି, ହାଡ଼ଭଙ୍ଗା ଶୀତକୁ ଖାତିର ନକରି କାହିଁକି ଅନଶନରେ ବସିଛନ୍ତି, ସେ ସମ୍ପର୍କରେ କିଛି ସଂସ୍କୃତ ଆଶାୟୀ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ।
ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରେନ୍ । ବିଶାଖାପାଟଣାରୁ ଭୁବନେଶ୍ୱର ଆସୁଥିବା ବେଳେ ପଲାସାରେ ଦୁର୍ଘଟଣା । ଆମ୍ବୁଲାନ୍ସରେ ରୋଗୀ ନଥିବାରୁ ଟଳିଲା ବଡ଼ ଅଘଟଣ । ଟ୍ରେନ୍ ଦେଖି ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ ଡ୍ରାଇଭର।
ରାଜ୍ୟର ଷଷ୍ଠ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତରର ଛାତ୍ରୀଙ୍କୁ ଯୋଗାଇ ଦିଆଯିବ ମାଗଣା ସାନିଟାରୀ ନାପକିନ୍ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା । ହେଲେ ଏବେ ବାଟବଣା ହୋଇଛି ସରକାରଙ୍କ ଖୁସି ଯୋଜନା । ଦେଖନ୍ତୁ ଏହି ରିପୋର୍ଟ ।
ପାଠ ପଢିବାକୁ ମନ ଅଛି। ହେଲେ ସ୍କୁଲ ଯାଇ ପାରୁନି ବାସୁଦେବ। ଗୁରୁଣ୍ଡି ଗୁରୁଣ୍ଡି, ଆଣ୍ଠେଇ ଆଣ୍ଠେଇ ଘର ସାରା ବୁଲୁଛି। ଏ ଅଜଣା ରୋଗରେ ପଡି କଲବଲ ହେଉଛି ଏ କୁନିପିଲାଟି...
ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଲେ ମାତିଲଦା । ସେବା ଯାହାର ପରିଚୟ । ଜଣେ ଆଶା ଦିଦିଙ୍କ ସଫଳତାର କାହାଣୀ
ଏମିତି ଝିଅଙ୍କୁ ଶହେ ସଲାମ। ଯୌତୁକରେ ବାପା ଦେଇଥିଲେ ୭୫ ଲକ୍ଷ ଟଙ୍କା ଉପହାର। ହେଲେ ଏହାକୁ ଖର୍ଚ୍ଚ ନକରି କି ବ୍ୟାଙ୍କରେ ନରଖି ଝିଅପିଲାଙ୍କ ପାଇଁ ହଷ୍ଟେଲ ତିଆରି କରିଦେଲେ ନବ ବିବାହିତା। ଦେଖନ୍ତୁ ଏ ଭିଡ଼ିଓ...
ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ । ଗରିବ ବାପାମାଆଙ୍କୁ ଚଳାଇବାକୁ ଗାଈ ଚରାଉଛନ୍ତି ଓ ମୂଲ ଲାଗୁଛନ୍ତି । କିନ୍ତୁ ବିଡମ୍ୱନା ହେଉଛି, ଏଇ ଝିଅ ଜାତୀୟ ସ୍ତରର ଜଣେ କ୍ରୀଡାବିତ୍ । ତାଙ୍କ ପ୍ରତିଭାକୁ ସାରା ଦେଶ ଦେଖିଥିଲା ବେଳେ ରାଜ୍ୟ ସରକାର ଦେଖି ନ ଦେଖିଲା ପରି ହେଉଛନ୍ତି
ଏଣିକି ଭିନ୍ନ ଜାତିରେ ବିବାହ କଲେ ସରକାର ଦେବେ ୫ ଲକ୍ଷ ଟଙ୍କା। ଇଣ୍ଟରକାଷ୍ଟ ମ୍ୟାରେଜ ଯୋଜନା ଅନୁସାରେ ମିଳିବ ଏହି ଟଙ୍କା। କେବଳ କରିବାକୁ ପଡ଼ିବ ଏହି କାମ..
ବର୍ଷ ବର୍ଷ ଧରି ଜାଲ ରସିଦରେ ଚାଲିଥିଲା ଏଭଳି ଠକାମୀ । ଆଉ ଏହି ଠକେଇରେ ସମୂର୍ଣ୍ଣ ସହଯୋଗ କରିଥିଲେ ଶହୀଦଭବନ ଏବଂ ସିଏମସି କଲ୍ୟାଣ ମଣ୍ଡପର ପୂର୍ବତନ କେୟାର ଟେକର ପ୍ରଦୀପ ସାମଲ । ପୂର୍ବତନ ଓଏଏସ ଅଫିସରଙ୍କ ନାଁରେ ଏତଲା । ଜାଲ ବିଲ୍ କରି ୨ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ । ସିଏମସି ପକ୍ଷରୁ ପୁରୀଘାଟ ଥାନାରେ ଅଭିଯୋଗ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଚାଂୟତ ସଂସାମୁରା ଗାଁର ଅଙ୍ଗନଦୀ ମଝିରେ ପଥର ଖୋଳ ଭିତରେ ଥିବା ବାବା କାଳେଶ୍ୱରଙ୍କ ପୀଠ । ଏଠାରେ ବାବା କାଳେଶ୍ୱର କାହିଁ କେତେ ଦିନରୁ ପୂଜା ପାଇଁ ଆସୁଛନ୍ତି ।
ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ପୋଷାକର ରଙ୍ଗ ଗେରୁଆ । କିନ୍ତୁ ରାଜନୀତିରେ ତାଙ୍କର ରଙ୍ଗ ଗୋଟିଏ ନୁହେଁ । ସେ ଦିନେ କଂଗ୍ରେସରେ ଥିଲେ । ଏବେ ବିଜେଡିରେ ଅଛନ୍ତି । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଢେର୍ ପ୍ରଶଂସା କରୁଛନ୍ତି । ବିଜେପିର ହିନ୍ଦୁତ୍ୱ ଆଭିମୁଖ୍ୟକୁ ସେ ସମର୍ଥନ କରୁଛନ୍ତି । ସେ ଆଗକୁ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବେ ବୋଲି କହୁଛନ୍ତି ।
ଇଚ୍ଛା ମୃତ୍ୟୁ ଆବେଦନ କଲେ ଯୁବକ । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି. ରମନ୍ନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅନୀଲ୍ ଶିଖା।
ପୁନର୍ଜନ୍ମ ବିଶ୍ୱାସ ପ୍ରାୟ ଦେଶରେ ରହିଛି। ବିଶ୍ୱାସ ରହିଛି ଯେ ମଣିଷ ମୃତ୍ୟୁ ପରେ ନୂଆ ରୂପରେ ଜନ୍ମ ହୁଏ। ଏଭଳି କିଛି ଘଟିଛି କାମ୍ବୋଡିଆର ଜଣେ ମହିଳାଙ୍କ ସହ। ତାଙ୍କ ସ୍ୱାମୀ ଗାଈ ରୂପରେ ଆସିଥିବା ସେ ବିଶ୍ୱାସ କରିଛନ୍ତି।
ଏକ ଭିଡ଼ିଓକୁ ଟ୍ୱିଟ୍ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶେଷ ପଯର୍ୟାୟରେ ପହଞ୍ଚିଥିବା ଟନେଲ୍ ଖୋଳା ସମୟର ଚିତ୍ର ସେ ସେୟାର କରିଛନ୍ତି ।
ନିତି ଆୟୋଗ ଇଣ୍ଡେକ୍ସ ଧରାଇଲା ରାଜଧାନୀର ସତ I ଭୁବନେଶ୍ୱରରେ ମହିଳା ବିରୋଧୀ ହିଂସା ଓ ନାବାଳିକା ଯୌନ ଅପରାଧ ଚିନ୍ତାଜନକ I ୫୦ ପ୍ରତିଶତରୁ ଅଧିକ ମହିଳା-ଶିଶୁ ରକ୍ତ ଓ ପୁଷ୍ଟିହୀନତାର ଶିକାର ।
ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣା । ରାଜପଥରେ ଚିହ୍ନଟ ୩୩୫ ବ୍ଲାକ୍ ସ୍ପଟ୍ ପାଇଁ ଷ୍ଟ୍ରାଟେଜି । ୩୦ ହଜାର ଫାଷ୍ଟ ରେସ୍ପଣ୍ଡରଙ୍କୁ ଟ୍ରେନିଂ ।
ଓଡ଼ିଶାରେ ମଦ ନିଷେଧ ସପକ୍ଷରେ ନାହାନ୍ତି ରାଜ୍ୟ ସରକାର । ହାଇକୋର୍ଟରେ ଦାଖଲ ସତ୍ୟପାଠରୁ ଆଭିମୁଖ୍ୟ ସ୍ପଷ୍ଟ । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମଦ୍ୟପାନ ହାର ଅଧିକ ।