ଅନୁଗୋଳ ଜିଲ୍ଲା ତାଳଚେରର କୁନିଝିଅ ସ୍ନେହାଲ ବରାଳ। ଅଳ୍ପ ବୟସରେ ବି ସେ ଅନେକ ପ୍ରତିଭାର ଅଧିକାରିଣୀ। କମ୍ ବୟସରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଇଂରାଜୀରେ ଏକ ବହି ଲେଖି ରେକର୍ଡ କରିଛନ୍ତି। ଚାଲନ୍ତୁ ତାଙ୍କ ମୁହଁରୁ ଶୁଣିବା କିଛି ଜଗନ୍ନାଥଙ୍କ କଥା।
ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।
ରାଜ୍ୟରେ ଚିଟଫଣ୍ଡ୍ କାରବାର ଉପରେ କଟକଣା ପରେ ଗାଁଠୁ ସହର ଯାଏଁ ସୁନା ବନ୍ଧକ ଋଣ ସଂସ୍ଥା ଖୋଲି ନିର୍ଦ୍ୱନ୍ଦ୍ୱରେ କାରବାର ଚଳାଉଛନ୍ତି। ବହୁ ଘରୋଇ କମ୍ପାନୀ ଇଏ ରାଜଧାନୀରେ କାରବାର କରୁଥିବା ସେମିତି ଏକ କମ୍ପାନୀ ICL ଫିନ କର୍ପ।
କୋର୍ଟଙ୍କ ରାୟ କପି ଆସିବା ପରେ ନୂଆ ମୋଡ଼ ନେଇଥିଲା ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୂଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ।
ନୂଆ କିମ୍ବା ମଧ୍ୟମଧରଣର ଚାକିରିଆଙ୍କ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ଭୁବନେଶ୍ୱର । କାରଣ ସେମାନଙ୍କୁ ଏଠାରେ ମିଳେନି ଭଲ ଦରମା । ହେଲେ ବଡ଼ ଚାକିରିଆଙ୍କୁ ବଡ଼ ଦରମା ଦେବାରେ ଢେର ଆଗରେ ଏହି ରାଜଧାନୀ ସହର ।
ପୁରୀ ଭକ୍ତ ନିବାସର ଘରୋଇକରଣ ପାଇଁ ଚାଲିଛି ମସୁଧା । ମହଙ୍ଗା ହୋଇପାରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ । କୁଆଡ଼େ ଗଲା ୬୦ ହଜାର ଭକ୍ତଙ୍କ ପାଇଁ ସୁଲଭ ରହଣୀ ବ୍ୟବସ୍ଥା ? ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ ।
ଆଲୋଚନାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ । ୧୦ଟି ଅକାଂକ୍ଷୀ ଜିଲ୍ଲାରେ ୩ ହଜାର ୯ଶହ ୩୩ ଗ୍ରାମରେ ଫୋର୍ ଜି ସଂଯୋଗୀ କରଣ କରିବ ଏହି ମୋବାଇଲ ଟାଓ୍ୱାର ।
ଘରର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ବ୍ରହ୍ମପୁର କୋର୍ଟଙ୍କ ରାୟ ଆସିବା ପରେ ବି ଗତ ଦୁଇ ଦିନ ଧରି ସୁମିତଙ୍କ ଘର ଗ୍ୟାରେଜ୍ ରୁମ୍ରେ ତପସ୍ୱିନୀ ଅଛନ୍ତି। ା
ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ । ଏହି ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ର୍ନିର୍ମିତ ଭକ୍ତ ନିବାସକୁ ପ୍ରାଇଭେଟ୍ ଲିଜ ଦିଆଯିବା ନେଇ ମଧ୍ୟ ଉଠିଲାଣି ପ୍ରଶ୍ନ ।
ଭତ୍ତା ଟଙ୍କା ପାଇଁ ଖୁବ୍ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଅନଲାଇନ୍ ଭତ୍ତା ବ୍ୟବସ୍ଥା ହେବା ପରେ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ୁଛି ।
ଘର ନିକଟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଲେ ପ୍ରସୂତି । ପକ୍କା ସଡ଼କ ନଥିବାରୁ ତଲସେରା ପାତ୍ରଟୋଲି ବସ୍ତିର ଦ୍ରୌପଦୀ ମାଝୀ ନାମକ ମହିଳାଙ୍କ ମୃତ୍ୟୁ ହୋଇଛି ।
ପ୍ରେମ ଆଗରେ ସବୁ ଫିକା । କେତେବେଳେ ପ୍ରେମ ଜୀବନ ଦେଇଥାଏ ତ ଆଉ କେତେବେଳେ ଜୀବନ ନେଇଥାଏ । ପରିସ୍ଥିତି ଯେମିତି ଥାଉନା କାହିଁକି ଶେଷରେ ପ୍ରେମ ହିଁ ବିଜୟ ହାସଲ କରିଥାଏ । ଏଭଳି ଏକ ନିଆରା ପ୍ରେମ କାହାଣୀ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।
କେହି ବୁଝି ପାରିଲେନି ମୂକବଧିର ଯୁବକଙ୍କ ଅନୁରୋଧ । ଉପାୟଶୂନ୍ୟ ହୋଇ ନିଜ ମୃତ ମାଆର ଶବକୁ ଏକ ମାଲ୍ ବୁହା କାଠ ଲରିରେ ପକେଇ ଦୀର୍ଘ ୭ କିଲୋମିଟର ଟାଣିଟାଣି ନେଲେ ସତ୍କାର ପାଇଁ । ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆକୁ ଆସିବା ପରେ ପୂରା ଘଟଣା ବିଷୟରେ ଜଣାପଡ଼ିଥିଲା।
ଦୁଇ ଜଣ ମହିଳା ଡାକ୍ତର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି...ମହାରାଷ୍ଟ୍ର ନାଗପୁରରେ ନିଆରା ନିର୍ବନ୍ଧ ସରିଲା.. ଗୋଆରେ ଉଭୟ ବିବାହ କରିବେ... ଘର ଲୋକଙ୍କ ବି କୌଣସି ଆପତ୍ତି ନାହିଁ
ଟ୍ୟାପ୍ ଅଛି, ହେଲେ ବାହାରୁନି ପାଣି । ଦୀର୍ଘ ଦିନ ହେଲା ଅଚଳ ପଡ଼ିଛି ପୁରୀ ବଡ଼ଦାଣ୍ଡର ଟ୍ୟାପ୍ । ବିଶୁଦ୍ଧ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗତ ଜୁଲାଇ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିଲା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା । ହେଲେ ତାହା ଏବେ ଅଚଳ ଅବସ୍ଥାରେ ପଡିରହିଛି ।
ମୁଖ୍ୟମନ୍ତ୍ରୀ ଏ ପ୍ରକଳ୍ପର ଲୋକାର୍ପଣ କରିଥିଲେ.. ପୁରୀକୁ ଆସୁଥିବା ପର୍ଯ୍ୟଟକ କୁଆଡ଼େ ବାହାରୁ ପାଣି ନ କିଣି ସିଧା ଟ୍ୟାପ୍ ଖୋଲି ପାଣି ପିଇବେ.. ଯାହାଦ୍ୱାରା ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକ୍ତ କରାଯାଇପାରିବ.. ହେଲେ ପ୍ରକଳ୍ପ ଆରମ୍ଭରୁ କଣ ଅବସ୍ଥା ଦେଖନ୍ତୁ..
୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଭାଲୁ । ସଂଧ୍ୟା ହେବା ପରେ ବନବିଭାଗର ଟିମ୍ ପ୍ରଥମେ ଭାଲୁ ଚଢିଥିବା ଗଛର ଚାରି ପଟେ ଜାଲ ବିଛାଇ ଥିଲେ । ପରେ ଗଛଟିକୁ ହଲାଇବାରୁ ଭାଲୁଟି ତଳକୁ ଆସିଥିଲା । ଏହାପରେ ତୁରନ୍ତ ଭାଲୁଟିକୁ କାବୁ କରିନେଇଥିଲା ବନବିଭାଗ । ଭାଲୁଟି ଆହତ ହୋଇଥିବାରୁ ତାର ଚିକିତ୍ସା କରାଯାଉଛି ।
କେବେ ସ୍ୱାମୀଙ୍କ ଘରକୁ ଯିବେ ତପସ୍ୱିନୀ ? ଜିଲ୍ଲା କୋର୍ଟଙ୍କ ରାୟକୁ ୨ ଦିନ ବିତିଥିବାବେଳେ ଏବେ ବି ସ୍ୱାମୀ ସୁମିତ୍ ସାହୁଙ୍କ ଘର ଗ୍ୟାରେଜ୍ରେ ରହୁଛନ୍ତି ତପସ୍ୱିନୀ ଦାଶ।
ଦୁଇଦିନ ପରେ ଘର ଭିତରକୁ ପସିଲେ ତପସ୍ୱିନୀ । ଘର ଅପରିଷ୍କାର ରହିଛି ବୋଲି କହିଛନ୍ତି। କହିଲେ କି ବାଥରୁମ୍ ଓ ରୋଷେଇ ଘର ସଫା ହେଲେ ହିଁ ମୁଁ ଘର ଭିତରକୁ ଯିବି
ରାତି ହେଉ କି ଦିନ ଆଖିରୁ ଝରୁଥିଲା ଧାର ଧାର ଲୁହ। ଓଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଆପଣ ଏକା ନୁହଁନ୍ତି’ରେ ଖବର ପ୍ରସାର ପରେ ଛୁଟିଲା ସହାୟତାର ସୁଅ। ହାତ ନଥିବା ହାତ ଲାଗିଲା। ଏବେ ପ୍ରଶାନ୍ତ ଓ ତାଙ୍କ ପରିବାର ମୁହଁରେ ଫୁଟିଛି ହସ...
ମଉସାଙ୍କ ନାଁ ବାବୁରାମ ଘଡ଼େଇ। ଆଗରୁ ପନିପରିବା ଚାଷ କରି ଭଲ ଫସଲ ଫଳେଇଥିଲେ। ଆଉ ଏବେ ଶୀତ ଦିନେ ବିଲ ସାରା ଫୁଟାଇ ଦେଇଛନ୍ତି ରଙ୍ଗିନ୍ ରଙ୍ଗିନ୍ ଗେଣ୍ଡୁଫୁଲ। ବେପାର ଏତେ ଯେ ଫୁରସତ୍ ନାହିଁ। ମଉସାଙ୍କ ସାହାଯ୍ୟ କରୁଛନ୍ତି ଘର ଲୋକେ। ସ୍ଥାନୀୟ କିଛି ଯୁବକ ଯୁବତୀ ମଧ୍ୟ ଦୁଇ ପଇସା ଏଇଠୁ ରୋଜଗାର କରୁଛନ୍ତି। ଚାଲନ୍ତୁ ଦେଖିବା ତାଙ୍କ ସଫଳ ଫୁଲ ଚାଷର କାହାଣୀ।
ନିଇତି ପ୍ରାୟ ୨୦୦ କିମି ସାଇକେଲ୍ ଛୁଟାନ୍ତି ଶ୍ୟାମସୁନ୍ଦର। ତାଙ୍କ ସାଇକେଲ୍ ଗଡ଼ିଲେ ମୋଟର ଗାଡ଼ି ବି ପଛରେ ପଡ଼ିଯାଏ। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ୟାମସୁନ୍ଦର ବିଏ ପାସ୍ କରିଛନ୍ତି। ଇଏ ଏମିତି ଜଣେ ନିଆରା ମଣିଷ ଯିଏ ତାଙ୍କ କଥା ଶୁଣିବ ଆଉ ତାଙ୍କ ଜୀବନଶୈଳୀ ଦେଖିବ ସହଜରେ ବୁଝି ପାରିବନି। କିନ୍ତୁ ତାଙ୍କ ନିଜ ଧାରାରେ ସିଏ ନିଜେ ରାଜା।
ପୁଣି ବିବାଦରେ ଉବର। ମାତ୍ର ୧୭ କିମି ରାସ୍ତାକୁ ଭଡ଼ା ନେଲା ୧୦ ହଜାର ଟଙ୍କା। ଅଭିଯୋଗ ପରେ ସଫେଇ ଦେଇ କହିଲା ଗ୍ରାହକଙ୍କୁ ପଡ଼ିଥିଲା ଓଭର ଚାର୍ଜିଂ...
ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ବିନା ମସଲାରେ ଖାଦ୍ୟକୁ ଚଳେଇ ହେବ କିନ୍ତୁ ବିନା ଲୁଣରେ ନୁହେଁ। ତେବେ ଆମେ ୨-୩ ପ୍ରକାରର ଲୁଣ ବିଷୟରେ ଜାଣିଥିବା ବେଳେ ପ୍ରକୃତରେ ୧୨ ପ୍ରକାରର ଲୁଣ ଅଛି ଏବଂ ସେଗୁଡିକର ରଙ୍ଗ ମଧ୍ୟ ଭିନ୍ନ। ତେବେ ଆସନ୍ତୁ ସେସବୁ ବିଷୟରେ ଜାଣିନେବା।