Advertisment

ଶ୍ୱଶୁର ଘର ଭିତରକୁ ପ୍ରବେଶ କଲେ ତପସ୍ୱିନୀ

କୋର୍ଟଙ୍କ ରାୟ କପି ଆସିବା ପରେ  ନୂଆ ମୋଡ଼ ନେଇଥିଲା ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୂଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ।

author-image
Chandan Shishu
ସୁମିତ ସାହୁଙ୍କ ବାପା

ସୁମିତ ସାହୁଙ୍କ ବାପା

ବ୍ରହ୍ମପୁର: ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ଭିତରକୁ ପ୍ରବେଶ କଲେ ତପସ୍ୱିନୀ। ସୁମିତଙ୍କ ବାପା ପ୍ରମୋଦ ସାହୁ ତାଲା ଖୋଲିବା ପରେ ତପସ୍ୱିନୀ ଭିତରକୁ ଯାଇଛନ୍ତି। ଶ୍ୱଶୁର ଘରର ଉପର ମହଲାରେ ତପସ୍ୱିନୀ ରହିବେ। ସରକାରୀ ଅଧିକାରୀ ତଥା ତହସିଲଦାର, ପୋଲିସ ଓ ପ୍ରୋଟେକ୍ସନ୍ ଅଫିସରଙ୍କ ଉପସ୍ଥିତିରେ ଶ୍ୱଶୁର ଘରକୁ ପ୍ରବେଶ କରିଛନ୍ତି। କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁମିତଙ୍କ ବାପା। ସେ କହିଛନ୍ତି ଯେ ତପସ୍ୱିନୀ ଘରେ ରହିବା ଦ୍ୱାରା କୋର୍ଟଙ୍କ ଆଦେଶ ପାଳନ ହେଲାନି। ଯେହେତୁ ସେମାନେ ଜବରଦସ୍ତି ଗଲେ, ସେଥିପାଇଁ ମୁଁ ନିରୁପାୟ ହୋଇ ଚୁପ ରହିଲି। 

Advertisment

କୋର୍ଟଙ୍କ ରାୟ କପି ଆସିବା ପରେ  ନୂଆ ମୋଡ଼ ନେଇଥିଲା ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୂଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ। କେବଳ ମାସିକ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି କିନ୍ତୁ ଶାଶୂଘରେ ରହିବାକୁ ନିର୍ଦ୍ଦେଶ ନଥିବା ତାଙ୍କ ଓକିଲ କହିଛନ୍ତି। ଏହାର ଅର୍ଥ ନବୁଝିକି ଓ ଭୁଲ ଅର୍ଥ ବାହାର କରି ସେମାନେ ଏଭଳି ପଦକ୍ଷେପ ନେବାକୁ ବସିଥିଲେ।

ଏଥିରେ ଜିଲ୍ଲା ଜଜ୍‌ଙ୍କ ଅର୍ଡରକୁ ଉଲ୍ଲଘଂନ କରାଯାଉଛି। ତେବେ ଆଇନ୍‌କୁ ତର୍ଜମା ନକରି କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ମୁଁ ପ୍ରଶାସନକୁ ଅନୁରୋଧ କରୁଛି। ଏହି ଅର୍ଡର ଆଜି ହିଁ ହସ୍ତଗତ ହୋଇଛି। ସୁମିତଙ୍କ ପରିବାର ଏନେଇ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନକୁ ଜଣାଇଛନ୍ତି। ତପସ୍ୱିନୀ ଆଗରୁ ୪୯୮ କେସ୍, DV କେସ୍ କରିଛନ୍ତି। ସୁମିତଙ୍କ ପକ୍ଷରୁ ଡିଭୋର୍ସ କେସ୍ ଫାଇଲ ହୋଇଛି। ଏଭଳି ସ୍ଥିତିରେ ସେମାନେ ଏକାଠି ରହିବା ଠିକ୍ ନୁହେଁ। 

Advertisment

ଏହା ପରେ ଘରର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ବ୍ରହ୍ମପୁର କୋର୍ଟଙ୍କ ରାୟ ଆସିବା ପରେ ବି ଗତ ଦୁଇ ଦିନ ଧରି ସୁମିତଙ୍କ ଘର ଗ୍ୟାରେଜ୍ ରୁମ୍‌ରେ ତପସ୍ୱିନୀ ଅଛନ୍ତି। ା 

Berhmapur Martial Dispute Sumeet Tapaswini
Advertisment
Advertisment