ଶ୍ୱଶୁର ପ୍ରମୋଦ ସାହୁ କେବଳ ଯେ ବୋହୂ ଆଗରେ ଯେ, ନିଜକୁ ଅସୁରକ୍ଷିତ ମଣୁଛନ୍ତି ତାନୁହେଁ। ବରଂ ଜିଲ୍ଲା କୋର୍ଟଙ୍କ ରାୟ ପରେ ତପସ୍ୱିନୀଙ୍କୁ ଘରେ ପ୍ରବେଶ କରାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ବି ନିନ୍ଦିଛନ୍ତି।
କୋର୍ଟଙ୍କ ରାୟ କପି ଆସିବା ପରେ ନୂଆ ମୋଡ଼ ନେଇଥିଲା ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୂଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ।
ଘରର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ବ୍ରହ୍ମପୁର କୋର୍ଟଙ୍କ ରାୟ ଆସିବା ପରେ ବି ଗତ ଦୁଇ ଦିନ ଧରି ସୁମିତଙ୍କ ଘର ଗ୍ୟାରେଜ୍ ରୁମ୍ରେ ତପସ୍ୱିନୀ ଅଛନ୍ତି। ା