• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ ଭକ୍ତ ନିବାସର ଘରୋଇକରଣ ପାଇଁ ଚାଲିଛି ମସୁଧା । ମହଙ୍ଗା ହୋଇପାରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ । କୁଆଡ଼େ ଗଲା ୬୦ ହଜାର ଭକ୍ତଙ୍କ ପାଇଁ ସୁଲଭ ରହଣୀ ବ୍ୟବସ୍ଥା ? ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ । ଏହି ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ର୍ନିର୍ମିତ ଭକ୍ତ ନିବାସକୁ ପ୍ରାଇଭେଟ୍ ଲିଜ ଦିଆଯିବା ନେଇ ମଧ୍ୟ ଉଠିଲାଣି ପ୍ରଶ୍ନ । ଲିଜ ଦିଆଗଲେ ଏହାର ବ୍ୟାବସାୟୀକରଣ ହେବାର ଆଶଙ୍କା ଦେଖାଦେଇଛି ।

ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ର ଆସୁଥିବା ଗରିବ ଭକ୍ତଙ୍କ ରହଣୀ ପାଇଁ ବ୍ୟବସ୍ଥା କରିବାକୁ ୨୦୧୮ରେ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କହିଥିଲେ ୬୦ ହଜାର ଭକ୍ତଙ୍କ ରହଣୀର ବ୍ୟବସ୍ଥା କର । ରାଜ୍ୟ ସରକାର ବି ଏ ନେଇ ସତ୍ୟପାଠ ଦାଖଲ କରିଥିଲେ । ହେଲେ ୩ ବର୍ଷ ପରେ ଏ ନିର୍ଦ୍ଦେଶ କାର୍ଯ୍ୟକାରୀ ତ ହେଲାନି, ଅନ୍ୟପଟେ ଯେଉଁ କେତୋଟି ଭକ୍ତନିବାସ ଥିଲା ସେଥି ମଧ୍ୟରୁ ନୀଳାଦ୍ରି ଭକ୍ତ ନିବାସ ଓ ଗୁଣ୍ଡିଚା ଭକ୍ତ ନିବାସକୁ ପ୍ରାଇଭେଟ ପାର୍ଟି କିମ୍ବା ପିପିପି ମୋଡରେ ଲିଜ୍‌ରେ ଦେବାକୁ ୨୦୨୦ରେ ନିଷ୍ପତ୍ତି ନେଇଗଲା ଶ୍ରୀମନ୍ଦିର ପରିଚାଳନା କମିଟି । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ପ୍ରଶ୍ନ ଉଠିଛି ଘରୋଇ ସଂସ୍ଥା ହାତକୁ ଭକ୍ତନିବାସ ଟେକି ଦେଲାପରେ ସାଧାରଣ ଭକ୍ତଟିଏ ସୁଲଭ ଦରରେ ରହିବାର ସୁବିଧା ପାଇବ ତ ? ଲିଜ୍‌ରେ ନେବାକୁ ଥିବା ସଂସ୍ଥା ଯାତ୍ରୀଙ୍କଠୁ ମନଇଚ୍ଛା ଦେୟ ଦାବି କରିବେନି ତ ?

ସେପଟେ ଲିଜ ସମ୍ପର୍କରେ ନୀତି ପ୍ରଶାସକ କହିଛନ୍ତି ଭକ୍ତ ନିବାସ, ପୂର୍ବରୁ ମଧ୍ୟ କମର୍ସିଆଲ ଭାବେ ପରିଚାଳିତ ହେଉଥିଲା । ଏବେ କେବେଳ ପିପିପି ମୋଡରେ ଲିଜ୍ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଗରିବ ଭକ୍ତଙ୍କ ରହଣି ବ୍ୟବସ୍ଥା ପାଇଁ ବିକଳ୍ପ ଭାବେ ଅନ୍ୟ କୋଠା ର୍ନିମାଣ କରାଯାଉଛି ବୋଲି ସେ କହିଛନ୍ତି । ଭକ୍ତ ନିବାସ କ୍ଷତିରେ ଚାଲୁଥିବାରୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଏଭଳି ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୂବର୍ତନ ପରିଚାଳନା କମିଟି ସଦସ୍ୟ । ତେବେ ଆଇନ ମନ୍ତ୍ରୀ କହିଛନ୍ତି ଏନେଇ କିଛି ଚୂଡ଼ାନ୍ତ ହୋଇନି, ଯାତ୍ରୀଙ୍କ ପାଇଁ ଯାହା ଠିକ ହେବ, ପଦକ୍ଷେପ ନିଆଯିବ ।