• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

hair fall
କେଶ ଝଡ଼ୁଛି ? ଧଳା ପଡିଯାଉଛି ? ବିନା ଔଷଧରେ ଏମିତି କରନ୍ତୁ ସମାଧାନ

ଅସମୟରେ କେଶ ପାଚିବା ଓ କେଶ ଝଡ଼ିବା ଆଜିକାଲିର ଏକ ବଡ଼ ସମସ୍ୟା । ଛୋଟ ଠାରୁ ବଡ଼ ସବୁ ବୟସର ଲୋକେ ଏହି ସମସ୍ୟାକୁ ନେଇ ଚିନ୍ତିତ ଥା’ନ୍ତି। ଏହାର ପ୍ରତିକାର ପାଇଁ ବିଭିନ୍ନ ଉପାୟ ବି ଅବଲମ୍ବନ କରନ୍ତି। କିଏ ମେଡିସିନ୍‌ର ସାହାରା ନିଏ ତ କିଏ ଘରୋଇ ଉପଚାର କରେ। ଏହି ସମସ୍ୟା ସମାଧାନର ସହଜ ବାଟ ବି ରହିଛି। ଏଥିରେ ଅପଣଙ୍କୁ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି, ବିଶେଷ ସମୟ ବା […]

  • Thursday, 22 July 2021
paneer pulao in odia
ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’ | Paneer Pulao Recipe in Odia

ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ‘ ପନୀର୍ ପଲାଉ’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ। How to Make Paneer Pulao Recipe ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ,  ଛୋଟ ଛୋଟ ଖଣ୍ଡ ପନିର୍‌ ଏକ କପ୍, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ। ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ।  ଏହାପରେ […]

pooja
ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ହୋଇପାରେ ହାର୍ଟ ଆଟାକ୍

ଭୁବନେଶ୍ୱର: କାମରୁ ଟିକେ ଫୁର୍‌ସତ୍‌ ମିଳିଲେ, ମନକୁ ହାଲ୍‌କା କରିବାକୁ ଅନେକ ଲୋକ ଇଅରଫୋନ୍‌ ଲଗାଇ ଗୀତ ଶୁଣିବାକୁ ଭଲ ପାଆନ୍ତି। କେହି କେହି ମୋବାଇଲ୍‌ ଫୋନ୍‌ରେ କଥା ହେବା ବେଳେ ଇଅର୍‌ଫୋନ୍ ଲଗାନ୍ତି। ତେବେ ଆଜିର ଯୁବପିଢ଼ି ଘଣ୍ଟା ଘଣ୍ଟା ଧରି ଇଅରଫୋନ୍‌ ଲଗାଇ ମୋବାଇଲ୍‌ ଫୋନ୍‌ରେ କଥା ହେଉଛନ୍ତି ବା ଗୀତ ଶୁଣୁଥିବା ଦେଖିବାକୁ ମିଳୁଛି। ଏହା ଆଦୌ ଭଲ ନୁହେଁ। ଏହା ବହୁତ କ୍ଷତିକାରକ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଅଧିକ ସମୟ ଇଅରଫୋନ୍ […]

  • Thursday, 22 July 2021
lung cancer
ଜାଣନ୍ତୁ କାହିଁକି ହୁଏ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଓ ଏହାର ଲକ୍ଷଣ କ'ଣ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୬ ମିଲିୟନ୍‌ ଲୋକଙ୍କର ତମାଖୁ ସେବନରେ ମୃତ୍ୟୁ ହେଉଛି। ତମାଖୁ ସେବନ ଫୁସଫୁସ୍‌ କର୍କଟର ମୁଖ୍ୟ କାରଣ। ତେଣୁ ତମାଖୁ ସେବନରୁ ବିରତ ରୁହନ୍ତୁ ଓ ଏକ ସୁସ୍ଥ ଜୀବନ ବଞ୍ଚନ୍ତୁ। ତା’ହେଲେ ଆସନ୍ତୁ ଜାଣିବା ଅନ୍ୟ କେଉଁ କାରଣ ଯୋଗୁ ଫୁସ୍‌ଫୁସ କ୍ୟାନ୍‌ସର୍‌ ହୋଇଥାଏ। ସେହିପରି ଏହାର ଲକ୍ଷଣ ଓ  ପ୍ରତିକାର ସଂପର୍କରେ ବି ଜାଣିବା। ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ର ପ୍ରମୁଖ୍ୟ କାରଣ ୧. […]

  • Thursday, 22 July 2021
paan
ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ପାନପତ୍ରରେ ଅନେକ ଭିଟାମିନ୍‌ ରହିଛି, ଯେପରିକି ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ। ୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ  ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରମ ଦେବ। […]

5
ସାବଧାନ ! ମୂଳା ସହ ଏହି ଜିନିଷ ଖାଆନ୍ତୁ ନାହିଁ , ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିପାରନ୍ତି

ଶୀତ ଋତୁରେ ବିଭିନ୍ନ ପନିପରିବା ମିଳିଥାଏ । ସେଥିମଧ୍ୟରୁ ମୂଳା ଅନ୍ୟତମ । ଖାଇବାକୁ ଏହା ବହୁତ ଭଲ ଲାଗିଥାଏ ।  ସାଲାଡ ଓ ତରକାରୀର ସ୍ୱାଦିଷ୍ଟ କରିଥାଏ ମୂଳା । କିନ୍ତୁ ଆପଣଙ୍କୁ ଏକଥା ଜାଣିବାକୁ ପଡ଼ିବ, ଏମିତି କିଛି ଜିନିଷ ରହିଛି ଯାହାକୁ ମୂଳା ସହ ମିଶାଇ ଖାଇଲେ ଶରୀର ପାଇଁ ହାନିକାରକ ହୋଇପାରେ । ମୂଳା ଖାଇବା ବହୁତ ଭଲ , କିନ୍ତୁ କାହା ସହ ଖାଇବେ ନାହିଁ ଜାଣିବା ନିହାତି ଦରକାର […]

  • Thursday, 22 July 2021
holi
କିପରି ଖେଳିବେ ହୋଲି ? ସ୍ୱାସ୍ଥ୍ୟ ବିଭାଗ କଲା ସଚେତନ

ରାତି ପାହିଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ ସବୁଠି ଉତ୍ସବର ପରିବେଶ। ତେବେ କରୋନା ଭାଇରସ୍‌ ଭୟରେ ହୋଲି ପାଇଁ ଖାଁ ଖାଁ ବଜାର।  ରଙ୍ଗ ବଜାରରେ ବ୍ୟବସାୟ ଆରମ୍ଭ ହୋଇ ନ ଥିବା କହିଛନ୍ତି ବ୍ୟବସାୟୀ। ରାସ୍ତା କଡ଼ରେ ମିଳୁଛି ରଙ୍ଗ ବେରଙ୍ଗର ହୋଲି ସାଙ୍ଗକୁ ବିଭିନ୍ନ ଡିଜାଏନର ପିଚକାରୀ। ହେଲେ ଗ୍ରାହକଙ୍କ ଦେଖାନାହିଁ। କାରଣ ବର୍ତ୍ତମାନ ସମସ୍ତଙ୍କୁ କରୋନା ଭୟ ଘାରିଛି। କାଳେ ରଙ୍ଗ ଚୀନର ହୋଇଥିବା ଏବଂ କରୋନା ଭାଇରସ୍‌ ରହିଥିବ ‌ଏହାକୁ ସନ୍ଦେହ […]

  • Thursday, 22 July 2021
Capture
ମୁଣ୍ଡ ବିନ୍ଧାଠୁ ଆରମ୍ଭ କରି ଶ୍ୱାସ ରୋଗ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ପାନ

ପାନପତ୍ରରେ ଅନେକ ଭିଟାମିନ୍‌ ରହିଛି, ଯେପରିକି ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ। ୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରାମ […]

  • Wednesday, 21 July 2021
mustard oil 3
ଏହିସବୁ ରୋଗର ଉପଶମ କରିଥାଏ ସୋରିଷ ତେଲ

ସାଧାରଣତଃ ରୋଷେଇ ପାଇଁ ଆମେ ସୋରିଷ ତେଲର ବ୍ୟବହାର କରିଥାଉ। ଏହାକୁ କେବଳ ରୋଷେଇ ପାଇଁ ନୁହେଁ ବରଂ ବିଭିନ୍ନ ପ୍ରକାରର ଆଚାର ପ୍ରସ୍ତୁତ କରିବାରେ ସୋରିଷ ତେଲର ବ୍ୟବହାର କରାଯାଇଥାଏ। ଏହା ଆଚାରକୁ ଏକ ଭିନ୍ନ ସ୍ୱାଦ ଦେବାସହ ଏହାକୁ ଅଧିକ ଦିନ ରଖିବାରେ ସାହାଯ୍ୟ କରିଥାଏ। ଖାଲି ଖାଦ୍ୟ ପ୍ରସ୍ତୁତ ପାଇଁ ନୁହେଁ ତ୍ୱଚା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ। ଥଣ୍ଡା ଦିନରେ ସୋରିଷ ତେଲର ବ୍ୟବହାର ଦ୍ୱାରା ଏହା ଶୁଷ୍କ ତ୍ୱଚା(ଡ୍ରାଏନେସ୍‌) […]

  • Wednesday, 21 July 2021
milk
‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର’: ପେଟା

ନୂଆଦିଲ୍ଲୀ : ଆଲ୍‌କୋହଲ୍‌ ବା ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ବୋଲି ଏହା ସମସ୍ତେ ଜାଣନ୍ତି। କିନ୍ତୁ ନିକଟରେ ପେଟା ବା ‘ପିପୁଲ୍‌ ଫର୍‌ ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌’ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ପ୍ରଦାନ କରିଛି। ପେଟାର ତଥ୍ୟ ଅନୁସାରେ ‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର।’ କ୍ଷୀର ପିଇଲେ, ଶରୀରର ବିକାଶ ହୋଇଥାଏ ବୋଲି ପିଲାଟି ଦିନରୁ ଆମେ ଶୁଣି ଆସୁଛେ। ଏପରିକି ଦିନକୁ ଦୁଇ ଗ୍ଲାସ୍‌ କ୍ଷୀର […]

  • Wednesday, 21 July 2021
soyabean
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି ? ଖାଆନ୍ତୁ ‘ସୋୟାବିନ୍‌’

ବିଭିନ୍ନ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଡାଇବେଟିସ୍ ରୋଗୀଙ୍କ ପାଇଁ ସୋୟାବିନ୍‌ ଲାଭଦାୟକ। ଡାକ୍ତର ବି ଡାଇବେଟିସ୍‌ ରୋଗୀଙ୍କୁ ଡାଏଟ୍‌ରେ ସୋୟାବିନ୍‌ ସାମିଲ କରିବା ପାଇଁ ପରାମର୍ଶ ଦେଇଥା’ନ୍ତି। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ। ଏପରିକି ଦୃଦ୍‌ଘାତଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କୁ ସୋୟା ସପ୍ଲିମେଣ୍ଟସ୍‌ ମାଧ୍ୟମରେ ସୋୟାବିନ୍‌ ଦେଇ ସୁଗାରକୁ ନିୟନ୍ତ୍ରଣ କରାଯାଇପାରିବ। ଡାଇବେଟିସ୍‌ ଶରୀରରେ […]

  • Wednesday, 21 July 2021
spider
ଘରେ ବୁଢ଼ିଆଣୀ ଜାଲ ରହିଛି କି ? ସଫା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

Natural way to keep spiders out of House: ଘର ସଫା କରିବା ପରେ ବୁଢ଼ିଆଣୀ ଜାଲ ବା ଅଳନ୍ଧୁ ଦେଖିଲେ ଆମେ ଚିନ୍ତାରେ ପଡ଼ିଥାଉ। ବୁଢ଼ିଆଣୀ ଜାଲ ଦ୍ୱାରା ଘର ଅପରିଷ୍କାର ଦେଖାଯାଏ। ତା’ସହିତ ଘରକୁ ନକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥା’ନ୍ତି ବୋଲି ବାସ୍ତୁରେ କୁହାଯାଇଛି। ତେବେ ବୁଢ଼ିଆଣୀ ଜାଲକୁ ବେଶ୍ ସହଜରେ ସଫା କରାଯାଇପାରିବ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ.. ୧. ଘର କୋଣରେ ବୁଢ଼ିଆଣୀ ପ୍ରଥମେ ନିଜର […]

thyroid 1
ଜାଣନ୍ତୁ ଥାଇରଏଡ୍‌ର ଲକ୍ଷଣ ସମ୍ପର୍କରେ...

ଥାଇରଏଡ୍‌କୁ ସାଧାରଣ ଭାଷାରେ ଏକ ରୋଗ ବୋଲି କୁହାଯାଇଥାଏ। କିନ୍ତୁ ଏହା ଭୁଲ୍‌। ଆମ ଗଳାରେ ଏକ ଗ୍ରନ୍ଥି ରହିଛି, ଯାହା ଶରୀର ପାଇଁ ଆବଶ୍ୟକୀୟ ଥାଇରକ୍ସିନ୍‌ ହର୍ମୋନ୍‌ ନିର୍ଗତ କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଏହି ଥାଇରକ୍ସିନ୍‌ ହର୍ମୋନ୍‌ ଅଧିକ ନିର୍ଗତ ହୁଏ, ତା’ହେଲେ ତାହାକୁ ଡାକ୍ତରୀ ଭାଷାରେ ଓଭର୍‌ ଆକ୍ଟିଭ୍‌ ଥାଇରଏଡ୍‌ ବା ହାଇପର୍‌ ଥାଇରଏଡ୍‌ଜିମ୍‌ କୁହାଯାଏ। ଥାଇରଏଡ୍‌ ଗ୍ରନ୍ଥି ଅଧିକ ଆକ୍ଟିଭ୍‌ ହେଲେ ଶରୀରରେ ମେଟାବୋଲିଜିମ୍‌ର ମାତ୍ରା ବଢ଼ିଥାଏ। ଏଥିଯୋଗୁ ଶରୀରର […]

  • Wednesday, 21 July 2021
eye
ଡୋଳାରେ ଥିବା କଳାଦାଗରୁ ହୋଇପାରେ କ୍ୟାନସର୍‌

କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍‌ସ’ ବୋଲି କୁହାଯାଏ। ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବନ୍ତି। କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ। ଭବିଷ୍ୟତରେ ଏହା କ୍ୟାନସର୍‌ର କାରଣ ବି ହୋଇପାରେ। ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରନ୍ତୁ। […]

  • Wednesday, 21 July 2021
banana flower
କଦଳୀ ଫୁଲ ଖାଇଲେ ଏହି ସବୁ ଲାଭ ମିଳିଥାଏ

ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍‌ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କଦଳୀ ଫୁଲ ଖାଇଲେ ଡାଇବେଟିସ୍‌ ରୋଗୀଙ୍କର ସୁଗାର ସ୍ତର କମ୍‌ ହୋଇଥାଏ। ତା’ସହିତ ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ସମସ୍ୟା ମଧ୍ୟ କମ୍‌ ହୋଇଥାଏ। ଆସନ୍ତୁ ଜାଣିବା କଦଳୀ ଫୁଲ ଖାଇଲେ କ’ଣ ସବୁ ଲାଭ ମିଳିଥାଏ…. ୧. କଦଳୀ ଫୁଲରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥିବାରୁ ଏହାକୁ ଖାଇଲେ ଶରୀରରେ ରକ୍ତର ମାତ୍ରା […]

  • Wednesday, 21 July 2021
yoga -blood pressure
ଏହି ୩ଟି ପ୍ରାଣାୟମ ଉଚ୍ଚ ରକ୍ତଚାପ ପାଇଁ ରାମବାଣ

‌ଉଚ୍ଚ ରକ୍ତଚାପ ଆଜି ଏକ ମୁଖ୍ୟ ସମସ୍ୟା ପାଲଟି ଯାଇଛି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଉଚ୍ଚ ରକ୍ତଚାପ ( ହାଇ ବ୍ଲଡ୍ ପ୍ରେସର) ଥରେ ପ୍ରଭାବ ବିସ୍ତାର କଲେ ଶୀଘ୍ର ଏହାର ଉପଶମ ହୋଇପାରେ ନାହିଁ । ଏହାପରେ ସଂପୃକ୍ତ ବ୍ୟକ୍ତି ଔଷଧ ଖାଇବାକୁ ଲାଗେ। ଆଉ ମଧ୍ୟ ଯଦି ଏହି ବ୍ଲଡପ୍ରେସର ଦୀର୍ଘ ଦିନ ଧରି ଲାଗି ରହେ ଏହା ହାର୍ଟଆଟାକ୍‌ ପାଇଁ ବାଟ ତିଆରି କରେ। ଏଣୁ ଆଜି […]

  • Wednesday, 21 July 2021
Soured milk
ଖଟା ହୋଇଥିବା କ୍ଷୀରକୁ ଫିଙ୍ଗି ଦେଉଛନ୍ତି କି ? ଜାଣନ୍ତୁ କେଉଁ କାମରେ ଏହା ଆସିପାରେ

ସାଧାରଣତଃ କ୍ଷୀର ଖଟା ହୋଇଗଲେ ଏହାକୁ ଆମେ ଅଦରକାରୀ ଭାବି ଫୋପାଡ଼ି ଦେଇଥାଉ। ତେବେ ଏହାକୁ ନ ଫିଙ୍ଗି ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରନ୍ତୁ। ତେବେ ଆସନ୍ତୁ ଜାଣିବା ଖଟା କ୍ଷୀରକୁ କେମିତି ବ୍ୟବହାର କରିପାରିବେ… ୧. ସମସ୍ତେ ଜାଣନ୍ତି କ୍ଷୀରରେ ଅନେକ ଭିଟାମିନ୍ ସହିତ କ୍ୟାଲସିୟମ୍‌ ମଧ୍ୟ ଥାଏ। କଞ୍ଚା ହେଉ ଅବା ଫୁଟା କ୍ଷୀର ଯଦି ନଷ୍ଟ ହୋଇଯାଇଛି, ତା’ହେଲେ ଏଥିରେ ପାଣି ମିଶାଇ ଆପଣ ବଗିଚାରେ କୁଣ୍ଡରେ ରଖିଥିବା ଗଛ ମୂଳରେ […]

  • Wednesday, 21 July 2021
eat food
ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ଆପଣ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି କି? ଯଦି ହିଁ, ଏ ଅଭ୍ୟାସ ତୁରନ୍ତ ବଦଳାନ୍ତୁ। କାରଣ ଏ ଅଭ୍ୟାସ ଆପଣଙ୍କୁ ଏକାଧିକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପକାଇପାରେ। ତା’ହେଲେ ଆସନ୍ତୁ ଜାଣିବା ପ୍ରତିଦିନ ସମାନ ଖାଦ୍ୟ ଖାଇବା କାହିଁକି ଉଚିତ୍‌ ନୁହେଁ ଏବଂ ଏଥିପାଇଁ କେଉଁସବୁ କ୍ଷତି ହୋଇଥାଏ। ୧. ଆମ ଶରୀର କାର୍ଯ୍ୟକ୍ଷମ ହେବା ପାଇଁ ଅଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ର ଆବଶ୍ୟକତା ରହିଥାଏ। ଏହି ଆବଶ୍ୟକତା ପୂରଣ କରିବା ପାଇଁ ଅଲଗା ଅଲଗା ପ୍ରକାରର […]

  • Wednesday, 21 July 2021
breast-cancer-11
ଜାଣନ୍ତୁ ସ୍ତନ କର୍କଟର ଲକ୍ଷଣ ସମ୍ପର୍କରେ

ଭୁବନେଶ୍ୱର: ଦିନକୁ ଦିନ କ୍ୟାନ୍ସର କାୟା ବଢ଼ି ଚାଲିଛି। ବିଭିନ୍ନ ପ୍ରକାରର କ୍ୟାନ୍ସର ରହିଛି। ସେଥିରୁ ଗୋଟିଏ ହେଉଛି ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ। ଏହା ଭାରି ବିପଜ୍ଜନକ। ତେବେ ସ୍ତନ କର୍କଟକୁ ନେଇ ମୁଖ୍ୟ ସମସ୍ୟା ହେଉଛି ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଏସମ୍ପର୍କରେ କିଛି ଆଲୋଚନା କରିବାକୁ ଚାହାନ୍ତି ନାହିଁ। ଏହା ପଛରେ ରହିଛି ରକ୍ଷଣଶୀଳ ମନୋବୃତ୍ତି। ଏହାକୁ ସେମାନେ ଲଜ୍ଜାଜନକ ବୋଲି ଭାବନ୍ତି। ତେବେ ଆଜି ଆମେ ଏହି ରୋଗର ଲକ୍ଷଣ, ବିଭିନ୍ନ […]

  • Wednesday, 21 July 2021
Capture 111
ସହଜରେ ବାସନରୁ ଛଡ଼ାନ୍ତୁ ପୋଡ଼ା ଦାଗ

ଭୁବନେଶ୍ୱର: ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍‌ ଓ ବାସନକୁସନ ଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ। ଆସନ୍ତୁ ଜାଣିବା ସେମିତି କିଛି ଟିପ୍ସ। ୧. ଘରକୁ ଫୁଲରେ ସଜାଇବା ପାଇଁ ଜାମ୍‌ […]

  • Wednesday, 21 July 2021
apple
ସେଓ ଖାଇବା ପରେ ଏହିସବୁ ଖାଦ୍ୟ ଖାଉଛନ୍ତି କି? ହୁସିଆର୍‌ ହୋଇଯାଆନ୍ତୁ, ନ ହେଲେ...

ସାଧାରଣତଃ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି୬ ସହିତ ପୋଟାସିୟମ୍‌, ଫସ୍‌ଫରସ୍‌ ସମେତ ଆହୁରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି। କୁହାଯାଏ, ପ୍ରତ୍ୟେକ ଦିନ ଗୋଟିଏ କିମ୍ବା ଦୁଇଟି ସେଓ ଖାଇଲେ ଶରୀରରୁ ଅନେକ ରୋଗ ଦୂରେଇ ରହନ୍ତି। ଏଥିରେ କ୍ୟାନସର୍‌ ବିରୋଧୀ ଗୁଣ ରହିଛି। ତା’ସହିତ ଏହା ଦାନ୍ତକୁ ମଜବୁତ ରଖେ ଓ ଶରୀରରେ ରକ୍ତ ଅଭାବକୁ ବି ଦୂର […]

  • Wednesday, 21 July 2021
milk 1
କଞ୍ଚା କ୍ଷୀର ପିଉଛନ୍ତି କି? ଜାଣି ରଖନ୍ତୁ ଏହି ସବୁ ଜିନିଷ

ଭୁବନେଶ୍ୱର: ପ୍ରତିଦିନ ଗୋଟିଏ ଗ୍ଲାସ୍‌ କ୍ଷୀର ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି। କ୍ଷୀରରେ ଭରପୂର ମାତ୍ରାରେ କ୍ୟାଲସିୟମ୍‌ ଓ ପ୍ରୋଟିନ୍‌ ରହିଛି, ଯାହା ହାଡ଼ର ବିକାଶ କରିବା ସହିତ ଶରୀର ପାଇଁ ବହୁ ଉପକାରୀ ହୋଇଥାଏ। କିନ୍ତୁ ଅନେକ ସମୟରେ ଦେଖା ଯାଇଥାଏ ଯେ, କ୍ଷୀରକୁ ନ ସିଝାଇ କିଛି ଲୋକ କଞ୍ଚା ପିଇଥା’ନ୍ତି। ତେବେ କଞ୍ଚା କ୍ଷୀର ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି। କ୍ଷୀରକୁ ସିଝାଇବା ପରେ ଏଥିରୁ ଜରୁରୀ ପୋଷକ […]

  • Wednesday, 21 July 2021
hernia
ହାର୍ନିଆ କ’ଣ ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ

ଭୁବନେଶ୍ୱର: ହାର୍ନିଆ ବିଷୟରେ ଅଧିକାଂଶ ଲୋକଙ୍କର ଭ୍ରାନ୍ତ ଧାରଣା ରହିଛି। ଶରୀରର ଆଭ୍ୟନ୍ତରୀଣ ଅଂଶରେ  ହାର୍ନିଆ ହେଉଥିବା ବେଳେ କିପରି ଏହାର ଚିକିତ୍ସା କରାଯାଇପାରିବ ସେ ବିଷୟରେ ଆସନ୍ତୁ ଲାପ୍ରୋସ୍କୋପିକ ସର୍ଜନ୍‌ ଡାକ୍ତର ଜଟାଶଙ୍କର ମହାପାତ୍ରଙ୍କଠାରୁ ଜାଣିବା। ୧. ହାର୍ନିଆ କ’ଣ ? ହାର୍ନିଆ ସାଧାରଣତଃ ପେଟ କିମ୍ୱା ଛାତିରେ ହୋଇଥାଏ। ଶରୀରର ଏହି ଅଂଶରେ କୌଣସି ସମସ୍ୟା ଦେଖା ଦେଲେ ପେଟ କିମ୍ୱା ଛାତିରେ ଥିବା ଜିନିଷ ନିଜ ସ୍ଥାନରେ ନ ରହି ବାହାରକୁ ଠେଲି […]

  • Wednesday, 21 July 2021
egg
ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ? ଜାଣନ୍ତୁ କେଉଁ କାମରେ ଏହା ଆସିପାରେ

ଭୁବନେଶ୍ୱର: ଅଣ୍ଡା ସିଝାଇବା ପରେ ସାଧାରଣତଃ ସମସ୍ତେ ବଳକା ପାଣିକୁ ଫିଙ୍ଗି ଦିଅନ୍ତି। ଯଦି ଆପଣ ବି ଏମିତି କରୁଥିବେ, ତା’ହେଲେ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏହି ପାଣି ଗଛ ପାଇଁ ସାର ଭାବେ କାର୍ଯ୍ୟ କରିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଣ୍ଡା ସିଝାଇବା ପରେ ଆପଣ ବଳକା ପାଣିକୁ ଥଣ୍ଡା ହେବା ପରେ ଚାରା ଗଛ ମୂଳରେ ଦେଇ ପାରିବେ। ଏଥିରେ ଏପରି ପୋଷକ ତତ୍ତ୍ୱ ରହିଛି, ଯାହା ଚାରା ଗଛ […]

  • Wednesday, 21 July 2021
monsoon.jpg.image.784.410
ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଭୁବନେଶ୍ୱର: ଖରା ଦାଉରୁ ରକ୍ଷା ପାଇବାକୁ ସମସ୍ତେ ଚାତକ ପରି ବର୍ଷାକୁ ଅପେକ୍ଷା କରିଥାନ୍ତି। ବର୍ଷା ହେଲେ ଗରମରୁ ନିସ୍ତାର ମିଳିଥାଏ ସତ କିନ୍ତୁ ଏହା ଅନେକ ରୋଗକୁ ଡାକି ଆଣିଥାଏ। ଏହି ଋତୁକୁ ସଙ୍କ୍ରମଣ ଋତୁ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। ଏହି ଦିନରେ ଲୋକମାନେ ଥଣ୍ଡା, ଜ୍ୱର ଆଦି ବିଭିନ୍ନ ରୋଗରେ ପୀଡିତ ହୋଇଥାନ୍ତି। ଏବେ ବର୍ଷାଦିନ ଆରମ୍ଭ ହୋଇଗଲାଣି। ଯଦି ଆମେ ଆରମ୍ଭରୁ ସଜାଗ ନ ହେବା ତାହାଲେ ଆମକୁ […]

  • Wednesday, 21 July 2021