/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640083303.jpg)
Do you eat this food at night
ରାତ୍ରୀ ସମୟରେ ଅଧିକାଂଶ ପରିବାରରେ କିଛିଟା ଜନିଷକୁ ଖାଇବାକୁ ବାରଣ କରାଯାଇଥାଏ । ଯାହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ସହିତ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡିଥାଏ । କୁହାଯାଏ ଯେ ରାତି ସମୟରେ ଏପରି କିଛି ଜିନିଷକୁ ଖାଇବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତା ସହିତ ଭୋଜନ କରୁଥିବାର ଦିଗ ,ସମୟ ଓ ଅନ୍ୟ କିଛି ବିଶେଷ କଥାକୁ ଧ୍ୟାନରେ ରଖିବା ଆବଶ୍ୟକ । ଆସନ୍ତୁ ଜାଣିବା...
Advertisment
- ଭୋଜନ କରିବା ପୂର୍ବରୁ ନିଜର ୫ଟି ଅଙ୍ଗ ଯେପରିକି ଦୁଇ ହାତ ,ଦୁଇ ଗୋଡ ଓ ମୁଖକୁ ଧୋଇବା ଆବଶ୍ୟକ । ଭୋଜନ ଗ୍ରହଣ କରିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରି ଗ୍ରହଣ କରିବା ଆବଶ୍ୟକ ।
- ଭୋଜନ କରିବା ସମୟରେ ଆପଣଙ୍କ ମୁଖ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଆବଶ୍ୟକ । ଅନ୍ୟଥା ଧନ ହାନି ହେବାର ସମ୍ଭାବନା ଥାଏ । ଏହା ସହିତ ଜୋତା ପିନ୍ଧି ମଧ୍ୟ ଖାଇବା ଉଚିତ ନୁହେଁ । ଖାଦ୍ୟ ଗ୍ରହଣ କରିବାର ସବୁଠୁ ସଠିକ ସ୍ଥାନ ହେଉଛି ରୋଷେଇ ଘର । କୁହାଯାଏ ଯେ ଏହାଦ୍ୱାରା ରାହୁ ଶାନ୍ତ ହୋଇଥାନ୍ତି ।
- ଭୋଜନ ଗ୍ରହଣ କରିବା ପୂର୍ବରୁ ଘର ବାହାରେ ଗାଈ କିମ୍ବା କୁକୁରକୁ ଭୋଜନ ଦେବା ଆବଶ୍ୟକ l ଏହାଦ୍ୱାରା ଆପଣଙ୍କ ପରିବାରର ରିଷ୍ଟ ଖଣ୍ଡନ ହେବ ।
- କଦାପି ଭଙ୍ଗା ବାସନରେ ଭୋଜନ କରିବା ଉଚିତ ନୁହେଁ । ଭୋଜନ କଦାପି ଓସ୍ତ କିମ୍ବା ବରଗଛ ତଳେ କରିବା ଉଚିତ ନୁହେଁ । ଭୋଜନର କଦାପି ନିନ୍ଦା କରିବା ଉଚିତ ନୁହେଁ ଓ ଫୋପାଡିବା ଉଚିତ ନୁହେଁ । ଖାଇବା ବେଳେ ଯେଉଁ ଲୋକମାନେ କ୍ରୋଧ କରିଥାନ୍ତି ସେମାନଙ୍କ ପାଖରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)