Advertisment

Daily Horoscope,16 Dec 2021: ଜାଣନ୍ତୁ, ଆଜିର ରାଶିଫଳ...

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୬ ତାରିଖ, ଗୁରୁବାର, ଧନୁ୧ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ….

author-image
Otv Khabar Bureau
Daily Horoscope,16 Dec 2021

Daily Horoscope,16 Dec 2021

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୬ତାରିଖ, ଗୁରୁବାର, ଧନୁ୧ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ….

Advertisment

ମେଷ:- କର୍ମ କ୍ଷେତ୍ରରେ ଉନ୍ନତି ହେବ ଓ ବିଭିନ୍ନ ସମସ୍ୟାର ସମାଧାନ ହେବ, ନୂଆ ବ୍ୟବସାୟ କରିବା ପାଇଁ ମନ ବଳାଇପାରନ୍ତି । ଦୂର ଯାତ୍ରାର ଯୋଗ ରହିଛି , ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିପାରନ୍ତି ।

ପ୍ରତିକାର- ବାପା ମାଙ୍କୁ ପ୍ରଣାମ କରନ୍ତୁ

ବୃଷ:-ଜମି ଜମା ସଙ୍କ୍ରାନ୍ତିୟକୁ ନେଇ ବନ୍ଧୁଙ୍କ ସହ କଳହ ଦେଖାଦେଇପାରେ । କର୍ମ କ୍ଷେତ୍ରରେ ବାଦବିବାଦ ସୃଷ୍ଟି ହେବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି ।

Advertisment

ପ୍ରତିକାର:- ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ତୁଳସୀ ଅର୍ପଣ କରନ୍ତୁ

ମିଥୁନ:- କର୍ମ କ୍ଷେତ୍ରରେ ଉନ୍ନତି ହେବା ସହିତ ବ୍ୟବସାୟରେ ଅର୍ଥ ଲାଭର ଯୋଗ ରହିଛି । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବା ସହିତ ମାନସମ୍ମାନ ମିଳିପାରିବ । ପାରିବାରିକ ଜୀବନ ସୁଖମୟ ହେବ, ମହିଳାମାନେ ଧର୍ମପରାୟଣ ହୋଇପାରନ୍ତି ।

ପ୍ରତିକାର- ଛୋଟ ପିଲାମାନଙ୍କୁ ମିଠା ଖାଦ୍ୟ ବାଣ୍ଟି ଦିଅନ୍ତୁ

କର୍କଟ:- ନୂତନ ବ୍ୟବସାୟ ଆରମ୍ଭ କରିବେ ଓ ଲାଭ ମଧ୍ୟ ପାଇପାରିବେ । ଶତୃମାନେ ପରାଜିତ ହେବେ ଏବଂ ଜମିବାଡି କାର୍ଯ୍ୟରେ ଉନ୍ନତି ହୋଇପାରିବ । ମାନସିକ ଚିନ୍ତାଦୂରହେବା ସହିତ ଶାରିରୀକ ଅସୁସ୍ଥତା ଦୂର ହୋଇପାରିବ ।

ପ୍ରତିକାର- ତୁଳସୀ ଗଛ ମୂଳର ମାଟି ମଥାରେ ଲଗାନ୍ତୁ

ସିଂହ:- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ତେଣୁ ଖାଦ୍ୟରେ ପରିବର୍ତ୍ତନ କରିବାକୁ ପଡିବ ।ଗୃହ ଭୂମି କ୍ରୟର ସୁଯୋଗ ଆସିପାରେ । ମାନସମ୍ମାନ ବୃଦ୍ଧିହେବା ସହ ବ୍ୟବସାୟରେ ଲାଭ ମିଳିବ, ମହିଳାମାନେ ବନ୍ଧୁଙ୍କ ସହଯୋଗ ପାଇପାରିବେ ।

ପ୍ରତିକାର-ଶ୍ରୀହନୁମାନଙ୍କୁ ଦର୍ଶନ କରନ୍ତୁ

କନ୍ୟା:- କର୍ମ କ୍ଷେତ୍ରରେ ଅପମାନ ପାଇବାର ଯୋଗ ରହିଛି, ଗୁପ୍ତଶତୃ ବୃଦ୍ଧିହେବେ ଏବଂ ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ମହିଳାମାନେ ପାରିବାରିକ ସୁଖରେ ସୁଖୀ ହୋଇପାରନ୍ତି । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି ।

ପ୍ରତିକାର:-କଦଳୀ ଗଛ ମୂଳେ ହଳଦୀ ଜଳ ଅର୍ପଣ କରନ୍ତୁ

ତୁଳା:- ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ ଓ ଚାକିରୀ କ୍ଷେତ୍ରରେ ଉନ୍ନତି କରିପାରନ୍ତି । ବ୍ୟବସାୟରେ ଅର୍ଥଲାଭର ଯୋଗ ରହିଛି, ଭୂମି ବାହନ କ୍ରୟ କରିବାର ସୁଯୋଗ ରହିଛି । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ ।

ପ୍ରତିକାର-ଧଳା ବସ୍ତ୍ର ପରିଧାନ କରନ୍ତୁ

ବିଚ୍ଛା:- ଜମିବାଡି ସମ୍ପର୍କୀୟ କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ଆର୍ଥିକ ଅବସ୍ଥାର ଉନ୍ନତି ହେବ ଓ ସାମାଜିକ ମାନସମ୍ମାନ ବୃଦ୍ଧି ପାଇପାରିବ । ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିପାରିବ ।

ପ୍ରତିକାର- ଶ୍ରୀ ହନୁମାନଙ୍କ ଗାୟତ୍ରୀ ପାଠ କରନ୍ତୁ

ଧନୁ:- କର୍ମ କ୍ଷେତ୍ରରେ ଅପବାଦ ପାଇବା ସହିତ ମନରେ ଅସ୍ଥିରତା ଦେଖାଦେଇପାରେ । ଶତ୍ରୁମାନେ ପରାଜିତ ହେବେ , ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇପାରିବ । କ୍ୟାରିଅର ଆଗକୁ ବଢିବା ପାଇଁ ସୁଯୋଗ ମିଳିପାରିବ ।

ପ୍ରତିକାର- ମଧ୍ୟରେ ହଳଦୀ ଟିକା ଲଗାନ୍ତୁ

ମକର:- ପାରିବାରିକ ସମସ୍ୟାକୁ ନେଇ ମନରେ ଅଶାନ୍ତି ସୃଷ୍ଟିହେବ ଓ ଅପବାଦ ପାଇବାର ଯୋଗ ରହିଛି । ବ୍ୟବସାୟରେ ସଫଳତା ମିଳିବ ଏବଂ ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିବ । ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ପ୍ରଶଂସିତ ହୋଇପାରିବେ ।

ପ୍ରତିକାର-ମୟୁର ପୁଛକୁ ପାଖରେ ରଖନ୍ତୁ

କୁମ୍ଭ:- କର୍ମ କ୍ଷେତ୍ରରେ ଖୁସି ଅନୁଭବ କରିବେ ଓ ଭ୍ରମଣ ଯୋଗ ରହିଛି ।ପ୍ରତ୍ୟେକ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ ସହଯୋଗ କରିବାରୁ ଶାନ୍ତି ଅନୁଭବ କରିପାରନ୍ତି । ଘରେ ମାଙ୍ଗଳିକ କାର୍ଯ୍ୟ ହେବାରୁ ବ୍ୟସ୍ତ ରହିପାରନ୍ତି ।

ପ୍ରତିକାର - ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ

ମୀନ:- ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ଯୋଗ ଦେଇପାରନ୍ତି । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇପାରିବେ । ଜୀବନ ସାଥୀଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି ।

ପ୍ରତିକାର- ବାପା ମାଆଙ୍କୁ ପ୍ରଣାମ କରନ୍ତୁ

Daily Horoscope
Advertisment
Advertisment