Advertisment

Daily Horoscope,21 Dec 2021:କ’ଣ ରହିଛି ଆଜି ଦିନର ମହତ୍ତ୍ୱ ଜାଣନ୍ତୁ....

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୧ ତାରିଖ, ମଙ୍ଗଳବାର, ଧନୁ୬ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର, ମକର ରାଶିର ଘାତବାର ଏବଂ କନ୍ୟା ରାଶି ପୁରୁଷ , ବିଛା ଓ କୁମ୍ଭ ରାଶି ମହିଳାଙ୍କର ଘାତଚନ୍ଦ୍ର, ଜଣନ୍ତୁ ....

author-image
Otv Khabar Bureau
Daily Horoscope

Daily Horoscope

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୧ ତାରିଖ, ମଙ୍ଗଳବାର, ଧନୁ୬ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର, ମକର ରାଶିର ଘାତବାର ଏବଂ କନ୍ୟା ରାଶି ପୁରୁଷ , ବିଛା ଓ କୁମ୍ଭ ରାଶି ମହିଳାଙ୍କର ଘାତଚନ୍ଦ୍ର, ଜଣନ୍ତୁ ....

Advertisment

ମେଷ:- ଅବରୋଧ ହୋଇ ରହିଥିବା ଧନ ପ୍ରାପ୍ତିହେବାର ସମ୍ଭାବନା ରହିଛି ଚେଷ୍ଟା କରନ୍ତୁ । ଗୃହ ନିର୍ମାଣର ସୁଯୋଗ ଆସିବ । ଶତ୍ରୁମାନେ ପରାଜିତ ହେବେ, ମହିଳାମାନେ କାର୍ଯ୍ୟବ୍ୟସ୍ତ ରହିପାରନ୍ତି ।

  • ପ୍ରତିକାର- ଶୁଭତ୍ୱରେ ବୃଦ୍ଧିପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ବୃଷ:- ବ୍ୟବସାୟରେ ବାଧାବିଘ୍ନ ଦେଖାଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀ ମାନଙ୍କଠାରୁ ଅସହଯୋଗ ପାଇବା ଦ୍ୱାରା ମନ ଅଶାନ୍ତ ରହିପାରେ । ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ ।

Advertisment
  • ପ୍ରତିକାର:- ଗୋମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ମିଥୁନ:- ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହୋଇପାରେ । ନୂତନ କର୍ମ ପ୍ରାପ୍ତିର ସୁଯୋଗ ଆସିପାରେ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇପାରିବେ ।

  • ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

କର୍କଟ:- ବିଭିନ୍ନ ଦିଗରୁ ଆୟ ଅପେକ୍ଷା ବ୍ୟୟ ଅତ୍ୟଧିକ ହେବା ଯୋଗୁଁ ମନ ଅଶାନ୍ତ ରହିପାରେ । ସମାଜରେ ମାନ ସମ୍ମାନ ବଢିପାରେ । ପରିବାରରେ ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେଇପାରନ୍ତି ।

  • ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

ସିଂହ:-କାର୍ଯ୍ୟ କ୍ଷେତ୍ରରେ ସମସ୍ତଙ୍କ ଅସହଯୋଗ ଯୋଗୁଁ ମାନସିକ ଅଶାନ୍ତି ଦେଖାଦେଇପାରେ । ବିଭିନ୍ନ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହୋଇପାରେ ଏଣୁ ବୁଦ୍ଧି ବିଚାରି କାର୍ଯ୍ୟ କରନ୍ତୁ । ମହିଳାମାନେ ଚିନ୍ତିତ ରହିବେ

  • ପ୍ରତିକାର-ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ଏବଂ ନାଲି ରଙ୍ଗର ବ୍ୟବହାର କରନ୍ତୁ ।

କନ୍ୟା:- ଦୈନିକ ରୋଜଗାରରେ ବୃଦ୍ଧି ହୋଇପାରେ । କର୍ମ କ୍ଷେତ୍ରରେ ସହଯୋଗୀଙ୍କ ସହିତ ସାମାନ୍ୟ ମତାନ୍ତର ମନାନ୍ତର ଉପୁଜିପାରେ ସତର୍କ ରୁହନ୍ତୁ । ପରିବାରରେ ମହିଳାମାନେ ଶାନ୍ତି ପାଇପାରିବେ ।

  • ପ୍ରତିକାର:-ଗୋମାତାଙ୍କୁ ସବୁଜ ଚାରା ପ୍ରଦାନ କରନ୍ତୁ

ତୁଳା:- ବିଭିନ୍ନ ଦିଗରୁ ଧନ ଆସିବ କିନ୍ତୁ ଅତ୍ୟଧିକ ଏବଂ ଅଯଥା ବ୍ୟୟ ଯୋଗୁଁ ମନରେ ଅଶାନ୍ତି ଦେଖାଦେଇପାରେ । ଶାରିରୀକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ ସତର୍କ ରୁହନ୍ତୁ । ନୂତନ ବାହନ କ୍ରୟ ପାଇଁ ମନ ବଳାଇପାରନ୍ତି ।

  • ପ୍ରତିକାର-ହନୁମାନ ଚାଳିଶା ପାଠ କରନ୍ତୁ

ବିଚ୍ଛା:- ଅଟକି ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିପାରିବେ । ବନ୍ଧୁବାନ୍ଧବଙ୍କ ସହ ମିଳନ ହୋଇପାରେ । ପରିବାରରେ ଶାନ୍ତି ଶୃଙ୍ଖଳା ରହିବ, ଯାନବାହନ ଚଳାଚଳବେଳେ ସତର୍କ ରୁହନ୍ତୁ ଆଘାତ ଲାଗିପାରେ । 

  • ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ଧନୁ:- କର୍ମ କ୍ଷେତ୍ରରେ ମାନ ସମ୍ମାନ ପାଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଭଲ ଆୟ ହେବାର ସମ୍ଭାବନା ରହିଛି । ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ ମାନସିକ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର-ଗୋମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ମକର:-ବିଭିନ୍ନ ସମସ୍ୟାର ଆଜି ସମାଧାନର ଦିଗ ମିଳିପାରିବ । ଶାରିରୀକ ଅସୁସ୍ଥତାରୁ ମୁକ୍ତି ପାଇପାରିବେ । ଶତ୍ରୁମାନେ ପରାଜିତ ହୋଇପାରନ୍ତ , ପରିବାରରେ ଶାନ୍ତି ପାଇପାରିବେ ।

  • ପ୍ରତିକାର-ନୀଳ ରଙ୍ଗର ବ୍ୟବହାର କରନ୍ତୁ

କୁମ୍ଭ:- ସାମାଜିକ ପ୍ରତିଷ୍ଠା ପାଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ, ଶିକ୍ଷା କ୍ଷେତ୍ରରେ ଉନ୍ନତି କରିପାରନ୍ତି । ପରିବାରରେ ଅଶାନ୍ତି ଦେଖାଦେଇପାରେ ।

  • ପ୍ରତିକାର -ହନୁମାନ ଚାଳିଶା ପାଠ କରନ୍ତୁ

ମୀନ:-କର୍ମ କ୍ଷେତ୍ରରେ କଠିନ ପରିଶ୍ରମ କରି ସଫଳତା ପାଇପାରନ୍ତି । ଦୁର୍ଘଟଣାର ସମ୍ଭାବନା ରହିଛି ଏଣୁ ସତର୍କ ରହି ଯାନବାହନ ଚଳାଚଳ କରନ୍ତୁ । ମହିଳାମାନେ ସ୍ୱାସ୍ଥ୍ୟପ୍ରତି ବିଶେଷ ଯତ୍ନବାନ ରୁହନ୍ତୁ ।

  • ପ୍ରତିକାର-ଶ୍ରୀରାମ ରକ୍ଷା ସ୍ତୋତ୍ରକୁ ପାଠ କରନ୍ତୁ ଏବଂ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ
Daily Horoscope
Advertisment
Advertisment