Advertisment

ମାତ୍ରାଧିକ ହେଡଫୋନ୍‌ ବ୍ୟବହାର କରିବା ଦ୍ୱାରା ହୋଇପାରେ ଶ୍ରବଣଜନିତ ସମସ୍ୟା

ଆଜିକାଲି ପ୍ରାୟ ଲୋକ ହେଡଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କାମ କଲାବେଳେ ହେଉ ବା ଗାଡ଼ି ଚଲାଇଲାବେଳେ କିମ୍ବା ଅଫିସରେ। କିନ୍ତୁ କଣ ଆପଣ ଜାଣନ୍ତିକି ମାତ୍ରାଧିକ ହେଡଫୋନର ବ୍ୟବହାର ଦ୍ୱାରା ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି ।

author-image
Pallipuspa Samal
use headphones

use headphones

ଆଜି କାଲିର ବ୍ୟସ୍ତବହୁଳ ଓ ଟେକ୍ନୋଲୋଜି ଯୁଗରେ ପ୍ରାୟତଃ ସମସ୍ତେ ନିଜର ଅଫିସ କାମ କିମ୍ବା ବ୍ୟକ୍ତିଗତ କାମ ପାଇଁ ହେଡଫୋନ୍ ବ୍ୟବହାର କରୁଛନ୍ତି । କିନ୍ତୁ ଏହା ବହୁ ସମୟ ଧରି ଶୁଣିବା ବା ମାତ୍ରାଧିକ ହେଡଫୋନ୍ ବ୍ୟବହାର କରିବା ଦ୍ୱାରା ଏହା ଆମ କାନ ଓ ମସ୍ତିଷ୍କ ଉପରେ ବିଶେଷ ପ୍ରଭାବ ପକେଇଥାଏ । ତେବେ ଚାଲନ୍ତୁ ଜାଣିବା ଏହା ଆମ ଶରୀର ଉପରେ କଣ ପ୍ରଭାବ ପକେଇଥାଏ ।

Advertisment
  • ଯେତେବେଳେ ଆମ କାନ ୮୫ ଡେସିବେଲ୍‌ରୁ ଅଧିକ ଭଲ୍ୟୁମ ଶୁଣିଥାଏ । ସେତେବେଳେ ଭିତର କାନର କୋଷଗୁଡ଼ିକ ଡେମେଜ ହେବା ଆରମ୍ଭ କରିଥାଏ।
  • ଅଧିକ ହେଡଫୋନ ବ୍ୟବହାର କରୁଥିବା ଲୋକଙ୍କର ଶୁଣିବା କ୍ଷମତା ସାଧାରଣ ଲୋକଙ୍କ ଠାରୁ କମ୍ ଥାଏ ।
  • କିଛି ଲୋକ କେବଳ ଖୁସି ପାଇଁ ହେଡ ଫୋନ ବ୍ୟବହାର କରନ୍ତି । ଯଦି ଅତି ଆବଶ୍ୟକ ଅଛି ତାହେଲେ କିଛି ନିୟମ ପାଳନ କରି ଏହାର ବ୍ୟବହାର କରନ୍ତୁ ।
  • ହେଡ ଫୋନରେ ବ୍ୟାକ ଗ୍ରାଉଣ୍ଡ ଆବାଜକୁ କାଟିବା ପାଇଁ ନଏଜ କ୍ୟାନ୍ସେଲେସନ ଫିଚର ଥାଏ । ଯଦି ଆପଣ କୌଣସି ଗହଳିପୂର୍ଣ୍ଣ ସ୍ଥାନରେ କାମ କରୁଥାଆନ୍ତି ତେବେ ଏଭଳି ହେଡଫୋନ ହିଁ ନିଅନ୍ତୁ । ଏହା ଆପଣଙ୍କ କାନକୁ ଆରାମ ଦେଇଥାଏ।
  • ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ହେଡଫୋନ ଲଗାଇ କାମ କରନ୍ତି ସେମାନେ ଏହି ନିୟମକୁ ପାଳନ କରିବା ନିହାତି ଜରୁରି। ଏହି ନିୟମ ଅନୁସାରେ ଆପଣଙ୍କ ଡିଭାଇସର ଭଲ୍ୟୁମ ୬୦ପ୍ରତିଶତରୁ ଅଧିକ ହୋଇ ନଥିବା ଦରକାର।
  • ପ୍ରତି ୬୦ ମିନିଟରେ ଥରେ ହେଡଫୋନକୁ କାନରୁ ବାହାର କରି କାନକୁ ଆରାମ ଦେବା ଆବଶ୍ୟକ।
  • କାନକୁ କୌଣସି ସଂକ୍ରମଣରୁ ବଞ୍ଚାଇବା ପାଇଁ ହେଡଫୋନକୁ ସବୁବେଳେ ସଫା ରଖନ୍ତୁ। ନିଜ ହେଡଫୋନ ଅନ୍ୟ କାହାକୁ ଦିଅନ୍ତୁ ନାହିଁ।
  • ହେଡଫୋନ ସଫା କରିବା ସମୟରେ ଏହାର ସ୍ପଞ୍ଜ ଗୁଡ଼ିକ ଓଦା କରନ୍ତୁନାହିଁ। ନହେଲେ ସାଉଣ୍ଡ କ୍ୱାଲିଟି ଖରାପ ହେବ। ହେଡଫୋନ କାନରେ ସେଟ କରିବା ପରେ ହିଁ ଆବାଜ ଦିଅନ୍ତୁ।
  • କିଛି ଲୋକ ଅଧିକ ଭଲ୍ୟୁମ ସେଟ୍ କଲା ପରେ କାନରେ ହେଡଫୋନ ଦିଅନ୍ତି। ଯାହା ଦ୍ୱାରା କାନ ଖରାପ ହୋଇଥାଏ।
Lifestyle Use Of Headphones
Advertisment
Advertisment