• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

୨୦୨୧ ମସିହା, ଡିସେମ୍ବର ମାସ ୨୨ ତାରିଖ, ବୁଧବାର, ଧନୁ ୭ ଦିନ, ପୌଷ ମାସ, କୃଷ୍ଣପକ୍ଷ 
ତୃତୀୟା ତିଥି, ପୁଷ୍ୟା ନକ୍ଷତ୍ର
କର୍କଟ ରାଶିରେ ଚନ୍ଦ୍ର, କର୍କଟ ରାଶିରଘାତବାର
ପୋଟଳ ନ ଖାଇଲେ ଭଲ

ମେଷ:- ସମାଜ ସେବାରେ ସୁନାମ ଅର୍ଜନ କରିପାରିବେ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ସହ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। 
 

ବୃଷ:- ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଲାଭବାନ ହେବେ। ଶତ୍ରୁବାଧା ଦୂରେଇ ଯାଇ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିପାରନ୍ତି।

ମିଥୁନ:- ଆୟ ଉପାର୍ଜନ କ୍ଷେତ୍ର ପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ପରିବାରରେ ଜଟିଳ ପରିସ୍ଥିତି ଦେଖା ଦେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।

କର୍କଟ:- ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବା ସହ ବନ୍ଧୁମିତ୍ରଙ୍କ ଆର୍ଥିକ ସହାୟତା ପାଇପାରନ୍ତି। ପିଲାମାନଙ୍କର ପାଠ ପଢାରେ ମନ ଲାଗିବ। ବାହ୍ୟଲୋକ ପରିବାରରେ ଶାନ୍ତି ଭଙ୍ଗ କରିବାକୁ ପ୍ରୟାସ କରିପାରନ୍ତି।

ସିଂହ:- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖା ଦେବା ସହ ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ। ପୁରୁଣା ମିତ୍ରଙ୍କ ଦ୍ୱାରା ସୁସମ୍ବାଦ ପ୍ରାପ୍ତି ହେବ।

କନ୍ୟା:- ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ସମସ୍ୟା ଗୁଡ଼ିକ ସରଳ ସମାଧାନ କରିବାରେ ସମର୍ଥ ହେବେ। ଉନ୍ନତିମୂଳକ ପଦକ୍ଷେପ ନେଇ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇବେ।

ତୁଳା:- ସନ୍ତାନଙ୍କ ପାଇଁ ଶୁଭ ସମ୍ବାଦ ପାଇବେ ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢାଇବ। ସାମାଜିକ ପତିଆରା ଅମଳିନ ରହିବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଅଧିକାରୀ କାମରେ ପ୍ରସନ୍ନ ରହିବେ।

ବିଚ୍ଛା:- ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବନ୍ଧୁମିଳନ ହେତୁ ମନଖୁସୀ ରହିବ ଓ ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ। କ୍ରୋଧ ନିୟନ୍ତ୍ରଣ କରି ଧୈଯ୍ୟର ସହ କାର୍ଯ୍ୟ କରନ୍ତୁ।

ଧନୁ:- ସାମାଜିକ ସ୍ତରରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ବ୍ୟବସାୟ କ୍ଷେତ୍ରରେ ମାନସିକ ସ୍ଥିତି ଭଲ ରହିବ। ଟଙ୍କା ପଇସା ପ୍ରତି ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ମକର:- ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ। କଳା, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ବ୍ୟବସାୟରେ ଆଶାତୀତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରିପାରନ୍ତି।

କୁମ୍ଭ:- ଆୟ ଉତ୍ତମ ହେବା ସହ ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ। ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ୍ ହେବେ। 

ମୀନ:- ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହୋଇ ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ। ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ
ବ୍ୟବସାୟ କ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ।