Advertisment

ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ କରନ୍ତୁ ଏହି ୫ଟି କାମ

ସକାରାତ୍ମକ ଶକ୍ତିକୁ ନେଇ ବିଶେଷ ମହତ୍ତ୍ୱ ଆମ ଜୀବନରେ ରହିଥାଏ । ଘରେ ସୁଖ ଶାନ୍ତି ,ଧନ ବୈଭବ ଓ ସୁଖୀ ଜୀବନ ପାଇଁ ସବୁବେଳେ ସକାରାତ୍ମକ ଶକ୍ତିର ଆବଶ୍ୟକତା ରହିଛି । ଘରେ ନକାରତ୍ମକ ଶକ୍ତି ବା ଖରପ ପରିବେଶ ରହିଲେ ବିଭିନ୍ନ ସମସ୍ୟା ଉପୁଜିଥାଏ । ଏହାକୁ ବାସ୍ତୁ ଦୋଷ ବୋଲି ମଧ୍ୟ କୁହାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ସମସ୍ୟାକୁ କିଭଳି ଭାବେ ଦୂର କରିବା ।

author-image
Pallipuspa Samal
ଅଦ୍ୟତନ ହୋଇଛି
Do these things for negative energy

Do these things for negative energy

ଯଦି ଆପଣଙ୍କର ଚତୁର୍ପାଶ୍ୱ ସକାରାତ୍ମକ ଶକ୍ତିରେ ଭରପୁର ତେବେ ଅଟକି ଥିବା କାମ ମଧ୍ୟ ହୋଇଯାଏ । ଯଦି ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ରହିଛି ତେବେ ଆପଣଙ୍କ ସମସ୍ତ କାର୍ଯ୍ୟରେ ବାଧା ଆସିଥାଏ ଓ ଜୀବନରେ ଆଶାନ୍ତି ଦେଖା ଦେଇଥାଏ  । ବାସ୍ତୁଶାସ୍ତ୍ର ଆନୁସାରେ ବିଭିନ୍ନ କାରଣରୁ ଏହି ସମସ୍ୟା ଉପୁଜିଥାଏ । ତେବେ ଆପଣ ଯଦି ଆପଣଙ୍କ ଘରେ ବା ଜୀବନରେ ଏହିଭଳି କିଛି ବାଧା ଓ ସମସ୍ୟା ଅନୁଭବ କରୁଛନ୍ତି ତେବେ ଜାଣନ୍ତୁ ଏହାକୁ କିପରି ଦୂର କରିବେ ।

Advertisment
  • ଘର ଭିତରେ ଥିବା ବିଭିନ୍ନ ଆସବାପତ୍ର ଯଥା ଚେଆର୍, ଟେବୁଲ ଆଦି ପ୍ରତେକ ଦିନ ସଫା କରିବା ଆବଶ୍ୟକ । କାରଣ ଦରିଦ୍ରତା ନକାରାତ୍ମକ ଉର୍ଜାରୁ ପ୍ରବେଶ କରିଥାଏ । କହାଯାଏ ଯେ ବାସ୍ତୁଶାସ୍ତ୍ର ଅନୁସାରେ ଚେଆର୍ ଟେବୁଲ ସଫା ରଖିବାର ବିଶେଷ ମହତ୍ତ୍ୱ ରହିଛି ।
  • ବାସ୍ତୁ ଅନୁସାରେ ଘରେ କେବେବି ଅସନା ଲୁଗାପଟାକୁ ଇଆଡ଼େ ସିଆଡେ ଫିଙ୍ଗିବା ଉଚିତ ନୁହେଁ । ଏହା ଦ୍ୱାରା ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ତେଣୁ ଆସନ ଲୁଗାପଟାକୁ ଗୋଟିଏ ନିର୍ଦ୍ଧିଷ୍ଟ ପାତ୍ର କିମ୍ବା ବାସ୍କେଟରେ ରଖିବା ଉଚିତ । ଯାହା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୁରେଇ ଯିବ ।
  • ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ସବୁଠୁ ସରଳ ଉପାୟ ହେଲା ଘରର ଉତ୍ତର ପୂର୍ବ ଦିଗରେ ଦୀପ କିମ୍ବା ମହମବତୀ ଜଳାଇବା ଆବଶ୍ୟକ । କାରଣ ଏହାର ଆଲୋକ ଜାଳିଲେ ଚାରିଆଡେ ସକାରାତ୍ମକ ଉର୍ଜା ବଢିଥାଏ ଓ ଘରର ଉନ୍ନତି ହୋଇଥାଏ ।
  • ବାସ୍ତୁ ଅନୁସାରେ ଭଗବାନଙ୍କୁ ପ୍ରାର୍ଥନା କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ସେଥିପାଇଁ କୁହାଯାଏ ଯେ ପ୍ରତେକ ଦିନ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କୁ ଧ୍ୟାନ କରିବା ଦ୍ୱାରା ମନକୁ ଶାନ୍ତି ମିଳିବ ସହିତ ଜୀବନ ଆଲୋକିତ ହୋଇଥାଏ ।
  • ଘରେ ଗଛ ଲଗାଇବାକୁ ଶୁଭ ଅଟେ ବୋଲି କୁହାଯାଏ । ଗଛ ମାନଙ୍କ ପାଖରୁ ମିଳୁଥିବା ଅମ୍ଳଜାନ ଘରର ବାତାବରଣକୁ ସୁସ୍ଥ କରିବା ସହିତ ନକାରାତ୍ମକ ଶକ୍ତିକୁ ଦୁରେଇ ଦେଇଥାଏ । ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ତୁଳସୀ ଗଛ ସହିତ ଅନ୍ୟ ଗଛକୁ ଲଗାଇବା ପାଇଁ ଏହି ଉପାୟ ଅବଲମ୍ବନ କରାଯାଇଛି ।
Vastu Tips
Advertisment
Advertisment