• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୯ ତାରିଖ, ରବିବାର, ଧନୁ ୪ ଦିନ, ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ମୃଗଶିରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଆଜି ମେଷ ରାଶିର ଘାତବାର , କନ୍ୟା ରାଶି ପୁରୁଷ ଏବଂ ବିଛା ଓ କୁମ୍ଭ ରାଶି ମହିଳାଙ୍କର ଘାତଚନ୍ଦ୍ର । ଆଜିର ରାହୁକାଳ ଦିନ ୩ଟା ୪୯ରୁ ସା ୫ଟା ୧୧ମିନିଟ ମଧ୍ୟରେ ରହିବ । ଯୋଗିନୀ ବୟବ୍ୟେ କୋଣରେ ଏବଂ ଦିନ ୧୦ଟା ୮ ମିନିଟ ପରେ ପୂର୍ବ ଦିଗରେ ରହିବେ ।

ପ୍ରତିକାର:- ଆଜି ପାଣି କଖାରୁ ଖାଇବା ମନା

ଏବେ ଆସନ୍ତୁ ଦେଖିବା ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...

ମେଷ:- ବ୍ୟବସାୟ ବାଣଜ୍ୟରେ ଭଲ ଆୟ ହେବ, ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ମହିଳା ଓ ଛାତ୍ରଛାତ୍ରୀମାନେ ହସ ଖୁସିରେ ଦିନଟିକୁ ଅତିବାହିତ କରିବେ । ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ ।

ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ଏବଂ ଅଶୁଭତ୍ତ୍ୱର ନିରାକରଣ ପାଇଁ ଆଜି ହନୁମାନ ଚାଳିସା ୩ଥର ପାଠ କରନ୍ତୁ ।

ବୃଷ:- ଆୟ ବ୍ୟୟ ସମାନ ରହିବ । ପରିବାରରେ କୌଣସି କାରଣର କଳହ ସ୍ଥିତି ଉପୁଜିବା ଯୋଗୁଁ ମନ ଅଶାନ୍ତ ରହିବ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ ।

ପ୍ରତିକାର:- ଧଳା ରଙ୍ଗର ବ୍ୟବହାର କରନ୍ତୁ ।

ମିଥୁନ:- ବନ୍ଧୁବାନ୍ଧବ ଏବଂ ପରିବାରରେ ସମସ୍ତଙ୍କ ସହଯୋଗ ପାଇ ରହିଯାଇଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ଦୂରଯାତ୍ରା ଭ୍ରମଣର ସୁଯୋଗ ଆସିପାରେ । ଆର୍ଥିକ ସ୍ଥିତି ଭଲ ରହିବ ।

ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ ।

କର୍କଟ:- କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କର ବିଶୃଙ୍ଖଳା କାର୍ଯ୍ୟକଳାପ ଯୋଗୁଁ ବିବାଦ ଉପୁଜିପାରେ, ସତର୍କ ରୁହନ୍ତୁ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ କ୍ଷତି ମଧ୍ୟ ହୋଇପାରେ ।

ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ, ମନ୍ଦିରରେ ଶିବଲିଙ୍ଗ ଉପରେ କ୍ଷୀର ଅଭିଷେକ କରନ୍ତୁ ।

ସିଂହ:- ବ୍ୟବସାୟ ବାଣିଜ୍ୟରେ ଲାଭ ହେବ । ଇଚ୍ଛିତ ଅଭିଳାଷ ପୂର୍ଣ୍ଣ ହେବା ଯୋଗୁଁ ମନରେ ଶାନ୍ତି ଆସିବ । ପରିବାରରେ ସୁଖ ଶାନ୍ତି ପାଇବେ।

ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ନାଲି ରଙ୍ଗର ବ୍ୟବହାର କରନ୍ତୁ ।

କନ୍ୟା:- କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ନୂତନ ମୂଲ୍ୟବାନ ଦ୍ରବ୍ୟ ଘର ପାଇଁ କ୍ରୟ କରିପାରନ୍ତି । କିନ୍ତୁ ପରିବାର ବିଶୃଙ୍ଖଳା ପରିସ୍ଥିତି ଯୋଗୁଁ ମନ ଅଶାନ୍ତ ରହିବ ।

ପ୍ରତିକାର:- ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତୁ ।

ତୁଳା:- ବିଭିନ୍ନ ସମସ୍ୟା ଯୋଗୁଁ ମାନସିକ ଅସ୍ଥିରତା ଦେଖା ଦେବ । ବ୍ୟବସାୟ ବାଣିଜ୍ୟରେ ଲାଭ କ୍ଷତି ସମାନ ରହିବ । ମହିଳାମାନେ ଧର୍ମ ପରାୟଣ ହେବେ ।

ପ୍ରତିକାର:- ଧଳାରଙ୍ଗର ବ୍ୟବହାର କରନ୍ତୁ ।

ବିଛା:- ବନ୍ଧୁବାନ୍ଧବଙ୍କ ଅସହଯୋଗ ଯୋଗୁଁ ମାନସିକ ଅଶାନ୍ତି ପାଇବେ । ବ୍ୟବସାୟରେ କ୍ଷତି ହୋଇପାରେ, ସତର୍କ ରହିବେ। ପରିବାରରେ ଅଶାନ୍ତି ଦେଖା ଦେଇପାରେ ।

ପ୍ରତିକାର:- ଅଂ ଅଙ୍ଗାରକାୟ ନମଃ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

ଧନୁ:- ସମସ୍ତଙ୍କ ସହଯୋଗ ପ୍ରାପ୍ତ ହୋଇ ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ନୂତନ କାର୍ଯ୍ୟଭାର ହାତକୁ ନେବେ । ପରିବାରରେ ଶାନ୍ତି ଶୃଙ୍ଖଳା ରହିବ ।

ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ।

ମକର:- ବ୍ୟବସାୟ ବାଣିଜ୍ୟରେ ଲାଭ ପାଇବା ଯୋଗୁଁ ମାନସିକ ଶାନ୍ତି ପାଇବେ । ଶତୃ ଉପରେ ବିଜୟ ଲାଭ କରିବେ । ପରିବାରରେ ଶାନ୍ତି ଶୃଙ୍ଖଳା ରହିବ ।

ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ନୀଳ ରଙ୍ଗର ବ୍ୟବହାର କରନ୍ତୁ ।

କୁମ୍ଭ:- ବ୍ୟବସାୟ ବାଣିଜ୍ୟରେ କ୍ଷତି ଯୋଗୁଁ ମାନସିକ ଅଶାନ୍ତି ରହିବ । ଗୁପ୍ତ ଶତୃମାନେ ହଇରାଣ କରିପାରନ୍ତି, ସତର୍କ ରୁହନ୍ତୁ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ ।

ପ୍ରତିକାର:- ହନୁମାନ ଚାଳିଶା ୩ଥର ପାଠ କରନ୍ତୁ ।

ମୀନ:- କାର୍ଯ୍ୟସ୍ଥଳରେ ଜଗି ରଖି କାର୍ଯ୍ୟ କରନ୍ତୁ, ବାଧାବିଘ୍ନ ଉପୁଜିପାରେ । ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରନ୍ତୁ। କିଛି ଦୁର୍ଘଟଣା ଜନିତ କ୍ଷୟକ୍ଷତି ମଧ୍ୟ ହୋଇପାରେ ।

ପ୍ରତିକାର:- ଗୋ ମାତାଙ୍କ ସେବା କରନ୍ତୁ, ଖାଦ୍ୟ ପ୍ରଦାନ କରନ୍ତୁ ଏବଂ ଶୁଦ୍ଧ କେଶରର ତିଳକ ମଥାରେ ଲଗାନ୍ତୁ ।