Advertisment

ବିନା ପଇସାରେ ନିଅନ୍ତୁ ନାହିଁ ଏହି ଜିନିଷ, ହୋଇପାରେ ସମସ୍ୟା

ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଆମେ ବିନା ପଇସାରେ ଅନ୍ୟଠାରୁ ନେଉ ତେବେ ଆମ ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିନା ପଇସାରେ ବା ମାଗଣାରେ ଏପରି କିଛି ଜିନିଷ ଆଣନ୍ତୁ ନାହିଁ ଯାହା ଆପଣଙ୍କୁ ଅସୁବିଧାରେ ପକାଇଥାଏ

author-image
Pallipuspa Samal
ଅଦ୍ୟତନ ହୋଇଛି
Vastutips

Vastutips

ଦୈନନ୍ଦିନ ଜୀବନରେ ଆମେମାନେ ବେଳେବେଳେ କିଛି ଏଭଳି ଭୁଲ କରି ବସିଥାଉ ଯାହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ l ନିଜ ଅଜାଣତରେ ଆମେ ଏଭଳି କିଛି ଜିନିଷ ଅନ୍ୟ ଠାରୁ ନେଇଥାଉ ଯାହାର ପ୍ରଭାବ ରେ ଆମ ଜୀବନ ଅସ୍ତବ୍ୟସ୍ତ ହୋଇଯାଏ ଓ ଆମକୁ ଅସୁବିଧାରେ ପକାଇଥାଏ

Advertisment

ଲୁହା:

ଲୁହାର ସମ୍ବନ୍ଧ ଶନି ଦେବଙ୍କ ସହିତ ରହିଛି l ଲୁହାର ଦାନ କୁ କୁହାଯାଏ ଶନି ଙ୍କ ଦାନ ଆପଣ ନେବା ସହିତ ସମାନ l ଯାହାଠୁ ଆପଣ ଲୁହାଜିନିଷ ନେଉଛନ୍ତି ମନେ ରଖନ୍ତୁ ପଇସା ଦେଇ ନେବା ଆବଶ୍ୟକ

ରାଶି:

ବିନା ପଇସାରେ କାହା ନିକଟରୁ ରାଶି ନେବା ଅଶୁଭ ହୋଇଥାଏ l ଶାସ୍ତ୍ର ଅନୁସାରେ ରାଶିର ସମ୍ବନ୍ଧ ଶନି ସହିତ ରାହୁ-କେତୁ ଙ୍କର ମଧ୍ୟ ରହିଥାଏ l ଆପଣ ଯଦି ରାଶି କାହା ନିକଟରୁ ବିନା ପଇସାରେ ଆଣନ୍ତି ତେବେ ଜୀବନରେ ପ୍ରତେକ କାର୍ଯ୍ୟରେ ଅସଫଳ ହୋଇ ଥାଆନ୍ତି l କାରଣ ଏହି ସବୁ ଗ୍ରହ ମାନଙ୍କ ପ୍ରଭାବ ଥିଲେ ରାଶି ଦାନ କରାଯାଏ l

Advertisment

ଲୁଣ:

ଖାଦ୍ୟରେ ଯେତେ ମସଲା ପକାଇଲେ ମଧ୍ୟ ବିନା ଲୁଣରେ ତାହା ସ୍ୱାଦ ହୀନ ଅଟେ l ଜାଣି ରଖନ୍ତୁ ଯେ ଲୁଣ କୁ କେବେବି ବିନା ପଇସାରେ କାହା ଠାରୁ ନେବା ଉଚିତ ନୁହେଁ l ଏଭଳି କରିବା ଅଶୁଭ ଅଟେ ,କାରଣ ଲୁଣର ସମ୍ବନ୍ଧ ଶନି ଙ୍କ ସହିତ ରହିଛି l ବିନା ପଇସାରେ ଲୁଣ ନେବା ଦ୍ୱାରା ଘରେ ରୋଗ ଓ ଋଣ ପ୍ରବେଶ କରିଥାଏ ଓ ଶନି ଙ୍କ କୋପ ଆପଣଙ୍କ ଜୀବନକୁ ସ୍ୱାଦ ହୀନ କରିଦିଏ l

ଛୁଞ୍ଚି:

କାହାରି ନିକଟରୁ କେବେବି ଛୁଞ୍ଚି ମାଗି ଆଣିବା ଉଚିତ ନୁହେଁ l ବିନା ପଇସାରେ ଅଣା ଯାଇଥିବା ଛୁଞ୍ଚି ପରିବାର ମଧ୍ୟରେ ନାକରତ୍ମକ ପ୍ରଭାବ ପକାଇଥାଏ l ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ପ୍ରେମ ରେ ବାଧା ସୃଷ୍ଟି ହୋଇଥାଏ ଓ କଳହ ପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ l

ରୁମାଲ:

କେବେବି ବିନା ପଇସାରେ କାହାରି ନିକଟରୁ ରୁମାଲ ନେବା ଉଚିତ ନୁହେଁ l ରୁମାଲ ଭଳି ଗୋଟିଏ ଛୋଟ ଜିନିଷ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ l ରୁମାଲ କାହାକୁ ଉପହାର ଭାବରେ ଦେବା ଉଚିତ ନୁହେଁ l

ତେଲ:

ବିନା ପଇସାରେ ତେଲ ନେବା ଅଶୁଭ ଅଟେ l ତେଲ ଦାନ ନେବାଦ୍ୱାରା ଜୀବନରେ ଅନେକ ବିପଦ ଆସିଥାଏ l ସେଥିପାଇଁ ତେଲ ସବୁବେଳେ ପଇସା ଦେଇ ନେବା ଆବଶ୍ୟକ l

Vastu Tips
Advertisment
Advertisment