• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୦ ତାରିଖ, ସୋମବାର, ଧନୁ ୫ ଦିନ, କୃଷ୍ଣପକ୍ଷ ,ପ୍ରତିପଦା ତିଥି , ଆଦ୍ରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି , ଜାଣନ୍ତୁ କଣ ରହିଛି ଆପଣଙ୍କ ରାଶିରେ....

ମେଷ -କର୍ମଜିବୀ ମାନଙ୍କ ପାଇଁ ଦିନଟି ବହୁତ ଭଲ ରହିପାରେ । ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭବାନ ହୋଇପାରନ୍ତି ।

  • ପ୍ରତିକାର- ଚନ୍ଦନର ତିଳକ ଲଗାନ୍ତୁ

ବୃଷ -ସନ୍ତାନମାନଙ୍କ ପାଇଁ ବାପା ମା ଚିନ୍ତାଗ୍ରସ୍ତ ରହିପାରନ୍ତି । ପାରିବାରିକ ଅଶାନ୍ତି ଦେଖାଦେଇପାରେ । ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିବ ।ବାକି ପଡିଥିବା ଅର୍ଥ ଆଦାୟ ହେବ, ଯାତାୟତ ସମୟରେ ସାବଧାନ ସହିତ ଯାଆନ୍ତୁ ।

  • ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ମିଥୁନ-ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ବ୍ୟବସାୟରେ ଆର୍ଥିକ କ୍ଷତି ଲାଗି ରହିବ, ଯାହା ଫଳରେ ମାନସିକ ଚିନ୍ତା ବଢିପାରେ। ପାରିବାରିକ ଦ୍ୱନ୍ଦ ଉପୁଜିବାର ଆଶଙ୍କା ରହିଛି ।

  • ପ୍ରତିକାର- ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

କର୍କଟ- ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିପାରିବ । ବ୍ୟବସାୟୀମାନେ ଲାଭ ପାଇପାରିବେ, ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବାପା ମା ଚିନ୍ତାରେ ରହିପାରନ୍ତି । କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖା ଦେବାରୁ ମାନସିକ ଦୁଃଖ ମିଳିପାରେ ।

  • ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ

ସିଂହ -ପାରିବାରିକ ଦ୍ୱନ୍ଦ ଓ କଳହ ଲାଗି ରହିବ । ବ୍ୟବସାୟରେ ଅର୍ଥ ଅଭାବ ଦେଖାଦେଇପାରେ । ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିପାରନ୍ତି । ଦୂର ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ୱାଦୁ ଭୋଜନ କରିପାରନ୍ତି ।

  • ପ୍ରତିକାର- ଜଳ ଓ ମହୁକୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ

କନ୍ୟା-କର୍ମ କ୍ଷେତ୍ରକୁ ନେଇ ବ୍ୟସ୍ତ ବିବ୍ରତ ହେବେ, ମନ ଚଳଚଞ୍ଚଳ ରହିପାରେ । ବୃତ୍ତିଗତ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନ ସମ୍ମାନ ବୃଦ୍ଧି ହୋଇପାରିବ ।

  • ପ୍ରତିକାର- ନୀଳ ବସ୍ତ୍ର ପରିଧାନ କରନ୍ତୁ

ତୁଳା- ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଶତ୍ରୁ ବୃଦ୍ଧି ହୋଇପାରେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବେ । କର୍ମ କ୍ଷେତ୍ରରେ ଜୟଯୁକ୍ତ ହେବେ ଏବଂ ଅର୍ଥଲାଭର ଯୋଗ ରହିଛି ।

  • ପ୍ରତିକାର- ମାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ

ବିଛା-ବନ୍ଧୁଙ୍କ ସହିତ ମତଭେଦ ଦେଖାଯିବ, ବ୍ୟବସାୟରେ ଅର୍ଥହାନୀ ଦେଖାଦେବ ।ସ୍ୱାସ୍ଥ୍ୟଗତ ପୀଡା ଦେଖାଦେବା ସହିତ ପାରିବାରିକ ସମସ୍ୟା ଦେଖାଦେଇପାରେ । ବୃତ୍ତିଗତ କାର୍ଯ୍ୟ ପାଇଁ ବନ୍ଧୁଙ୍କର ସାହାଯ୍ୟ ପାଇପାରିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବହୁତ ଭଲ ରହିବ

  • ପ୍ରତିକାର- ଲାଲ୍ ସିନ୍ଦୁର ମଥାରେ ଲଗାନ୍ତୁ

ଧନୁ- ଗଣମାଧ୍ୟମରେ କାର୍ଯ୍ୟ ଥିବା ବ୍ୟକ୍ତି ଶୁଭଫଳ ପାଇପାରିବେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହିତ ସୁସ୍ୱାଦୁ ଭୋଜନ କରିପାରନ୍ତି । କର୍ମ କ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ ।

  • ପ୍ରତିକାର- ମଥାରେ ଶ୍ୱେତ ଚନ୍ଦନ ଧାରଣ କରନ୍ତୁ

ମକର- ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି । ପିଲାମାନଙ୍କ ସହିତ ବାପାଙ୍କର ବଚସା ହୋଇପାରେ । ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବେ ଏବଂ ଘରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି ।

  • ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

କୁମ୍ଭ- ପରିବାର ପାଇଁ ବନ୍ଧୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇପାରନ୍ତି । ବୃତ୍ତି ଗତ କାର୍ଯ୍ୟକୁ ନେଇ ମନରେ ଦ୍ୱନ୍ଦ ଆସିପାରେ । କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ମାନସମ୍ମାନ ମିଳିବପାରିବ ।

  • ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

ମୀନ –କର୍ମ କ୍ଷେତ୍ରରେ ମାନ ସମ୍ମାନ ମିଳିପାରିବ । ଆଜି ଅଚାନକ ଯେ କୌଣସି ଦ୍ରବ୍ୟ ଲାଭର ଯୋଗ ରହିଛି । ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବା ସହିତ ପାରିବାରିକ ସମସ୍ୟାର ସମାଧାନ ହୋଇପାରିବ ।

  • ପ୍ରତିକାର- ପାଖରେ ଖଣ୍ଡ ହଳଦୀ ରଖନ୍ତୁ