• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବାସ୍ତୁ ଟିପ୍ସ୍: ଝାଡୁ ରଖିବାର ସଠିକ ଦିଗ ଦକ୍ଷିଣ ଦିଗ ଅଟେ

ଘର ସହିତ ଜଡିତ ଅନେକ କାର୍ଯ୍ୟ ଏବଂ ନିୟମିତ ଭାବରେ କରାଯାଉଥିବା କାର୍ଯ୍ୟ ମଧ୍ୟ ବାସ୍ତୁ ଶାସ୍ତ୍ରର ଏକ ଅଂଶ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହିସବୁ ଜିନିଷକୁ ଅଣଦେଖା କରିବା ଦ୍ୱାରା ଖରାପ ପ୍ରଭାବ ପକାଇଥାଏ । ବାସ୍ତୁ ଅନୁସାରେ ରାତିରେ ସଫା କରିବା ଠିକ୍ ନୁହେଁ । ଏହା ଦ୍ୱାରା ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇନଥାଏ । ଚାଲନ୍ତୁ ଜାଣିବା ଏନେଇ କଣ କହେ ବାସ୍ତୁ ।

  • ବାସ୍ତୁ ଅନୁଯାୟୀ ଖାଇବା ଜାଗାରେ ମଧ୍ୟ ଝାଡୁ ରଖିବା ଅନୁଚିତ। ଖାଇବା ସ୍ଥାନରେ ମା’ ଅନ୍ନପୂର୍ଣ୍ଣା ବାସ କରନ୍ତି । ଏହି ସ୍ଥାନରେ ଝାଡୁ ରଖିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ ।
  • ବାସ୍ତୁ ଅନୁସାରେ, ଟଙ୍କା ଭଳି ଝାଡୁକୁ ମଧ୍ୟ ଲୁଚାଇ ରଖିବା ଉଚିତ୍ । ଝାଡୁ ଲୁଚାଇ ରଖିବା ଲାଭଦାୟକ ହୋଇଥାଏ । ଏହାଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି ଓ ଦରିଦ୍ର୍ୟତା ଦୁରେଇ ରହେ । ଝାଡୁକୁ ସବୁବେଳେ ଶୁଆଇ ରଖିବା ଉଚିତ୍ । ଏହାଦ୍ୱାରା ଆର୍ଥିକ ସଙ୍କଟ ଆସିନଥାଏ ।
  • ବିଳମ୍ବିତ ସନ୍ଧ୍ୟା ଓ ରାତିରେ ଝାଡୁ କରିବାକୁ ବାରଣ କରାଯାଇଛି । ଏହିଭଳି କରିବା ଦ୍ୱାରା ଘରୁ ଲକ୍ଷ୍ମୀ ଚାଲିଯାଆନ୍ତି । ଏହାଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ସହ ଜଡିତ ସମସ୍ୟା ମଧ୍ୟ ହୋଇଥାଏ ।
  • ଝାଡୁ ରଖିବାର ସଠିକ ଦିଗ ଦକ୍ଷିଣ ଦିଗ ଅଟେ । ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ରାତି ସମୟରେ ଝାଡୁକୁ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ରଖିବା ଲାଭଦାୟକ ହୋଇଥାଏ । ରାତି ସମୟରେ ମୁଖ୍ୟ ଦ୍ୱାରରେ ଝାଡୁ ରଖିବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ ।
  • ବାସ୍ତୁ ଅନୁଯାୟୀ ଘରର ଝାଡୁକୁ ଦଉଡିରେ ବାନ୍ଧି ରଖିବା ଉଚିତ୍ । ଝାଡୁର ଅଂଶ ଏପଟେ ସେପଟେ ପଡିବା କଥା ନୁହେଁ । ଏହାଦ୍ୱାରା ଧନ ହାନି ହୋଇଥାଏ ।