Advertisment

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ରହସ୍ୟମୟ

ଜ୍ୟୋତିଷଶାସ୍ତ୍ରରେ ଅଙ୍କ ଗଣନାର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମତିଥିର ଗୋଟିଏ ମୁଖ୍ୟ ଅଙ୍କ ଥାଏ। ଏହାକୁ ମୂଳାଙ୍କ କୁହାଯାଏ। ମୂଳାଙ୍କ ଜରିଆରେ ପତା କରାଯାଏ ବ୍ୟକ୍ତି ଭାଗ୍ୟଶାଳୀ ହେବେ ନା ଜୀବନରେ ଅସୁବିଧାର ସମ୍ମୁଖୀନ ହେବେ। ପ୍ରତ୍ୟେକ ଅଙ୍କର ଗୁରୁ ଗ୍ରହ ଥାଆନ୍ତି। ଗୁରୁ ଗ୍ରହଙ୍କର ମଧ୍ୟ ବ୍ୟକ୍ତିର ସ୍ୱଭାବ ଉପରେ ପ୍ରଭାବ ପଡିଥାଏ। ଅଙ୍କର ଜାଣନ୍ତୁ ବ୍ୟକ୍ତିଙ୍କ ସ୍ଵଭାଵ ଓ ଆର୍ଥିକ ସ୍ଥିତି...

author-image
Pallipuspa Samal
ଅଦ୍ୟତନ ହୋଇଛି
The person born on this date is a mystery

The person born on this date is a mystery

ଗୁରୁ ଗ୍ରହ ଶନି ଜୀବନରେ କିଭଳି ପ୍ରଭାବ ପକାନ୍ତି:

ଜ୍ୟୋତିଷଶାସ୍ତ୍ରରେ ଶନିଙ୍କୁ ରହସ୍ୟର ପ୍ରତୀକ କୁହାଯାଏ। ଶନିଦେବ ବ୍ୟକ୍ତିକୁ କର୍ମ ଅନୁଯାୟୀ ଫଳ ଦିଅନ୍ତି ବୋଲୁ କୁହାଯାଏ। ଯେଉଁମାନଙ୍କ ଜନ୍ମ ମାସର ୮, ୧୭, ୨୬ ତାରିଖରେ ହୋଇଥାଏ ସେମାନଙ୍କ ମୂଳାଙ୍କ ୮। ଯେଉଁମାନଙ୍କ ଜନ୍ମତିଥି, ମାସ ଓ ବର୍ଷର ସଂଖ୍ୟା ମିଶ୍ରଣ ପରେ ୮ ହୁଏ ତାହା ସେମାନଙ୍କ ଭାଗ୍ୟାଂଶ ଅଙ୍କ।

Advertisment

ମୂଳାଙ୍କ ୮ ବ୍ୟକ୍ତିଙ୍କ ସ୍ୱଭାବ:

  • ଯେଉଁମାନଙ୍କ ମୂଳାଙ୍କ ୮ ବା ଜନ୍ମ ତାରିଖ ୮ ସେମାନେ ରହସ୍ୟମୟୀ ହୋଇଥାନ୍ତି।
  • ଏମାନେ ସବୁ ବିଷୟରେ ଗଭୀର ଭାବେ ଚିନ୍ତା କରନ୍ତି ଓ ବୁଝନ୍ତି।
  • ଏମାନେ ସାଧାରଣତଃ କାହାକୁ କିଛି ନ ଜଣାଇ ସବୁ କାମ ଚୁପଚାପ କରନ୍ତି।
  • ଏମାନେ ଭାଗ୍ୟଠୁ ବେଶୀ କର୍ମ ଉପରେ ବିଶ୍ୱାସ କରନ୍ତି।
  • ଏମାନେ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳନ୍ତି।
  • ଏମାନେ କାହାକୁ ଠକିବାକୁ ପସନ୍ଦ କରନ୍ତିନି କି କାହାର ମିଛ ପ୍ରଶଂସା କରନ୍ତିନି।
  • କିଏ ଠକିଲେ କିମ୍ବା ମିଛ ପ୍ରଶଂସା କଲେ ବି ସେ ପସନ୍ଦ କରନ୍ତିନି।
  • ମୂଳାଙ୍କ ୮ ବ୍ୟକ୍ତିଙ୍କୁ କଠିନ ପରିଶ୍ରମ ପରେ ସଫଳତା ପ୍ରାପ୍ତ ହୋଇଥାଏ।
  • ମୂଳାଙ୍କ ୮ ବ୍ୟକ୍ତି ସାଧାରଣତଃ ଶନିଙ୍କ ସମ୍ବନ୍ଧୀୟ ବ୍ୟବସାୟ କରିବ ଉଚିତ।
  • ଇଞ୍ଜିନିୟର, ଇଲେକ୍ଟ୍ରୋନିକ୍ସ, ତେଲ, ପେଟ୍ରୋଲ ପମ୍ପ, ଅଟୋମୋବାଇଲ ଓ ଲୁହା ବସ୍ତୁ ସମ୍ବନ୍ଧୀୟ ବ୍ୟବସାୟ କରିବା ଉଚିତ। ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ।

ଶନିଙ୍କୁ ପ୍ରସନ୍ନ କରିବା ଉପାୟ:

ଶନିଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବାକୁ ଶନିବାର ଦିନ ଶନିଙ୍କୁ ପୂଜା କରିବା ଉଚିତ। ନିୟମିତ ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ। ହନୁମାନଙ୍କ ପୂଜା କଲେ ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ। ଏହାସହ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଉଚିତ। ନିୟମିତ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ।

Advertisment
Vastu Tips
Advertisment
Advertisment