Advertisment

Daily Horoscope,25 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା, ଡିସେମ୍ବର ମାସ, ୨୫ ତାରିଖ, ଶନିବାର, ଧନୁ ୧୦ ଦିନ, ପୌଷମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର,କର୍କଟ, ମକର ରାଶିର ଘାତଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Daily Horoscope,25 Dec 2021

Daily Horoscope,25 Dec 2021

ଆଜି ୨୦୨୧ ମସିହା, ଡିସେମ୍ବର ମାସ, ୨୫ ତାରିଖ, ଶନିବାର, ଧନୁ ୧୦ ଦିନ, ପୌଷମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର,କର୍କଟ, ମକର ରାଶିର ଘାତଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Advertisment

ମେଷ:-ଶତୃଙ୍କ ସହିତ ମୁକାବିଲା କରିପାରିବେ ଓ କୌଣସି ଶୁଭ ସମାଚାର ମଧ୍ୟ ଶୁଣିପାରନ୍ତି । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ଫଳରେ ମନ ଖୁସି ରହିପାରେ । ବ୍ୟବସାୟରେ ଭାଗୀଦାରମାନଙ୍କ ସହ ମତାନ୍ତର ମନାନ୍ତର କଟିଯାଇପାରେ ।

  • ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ
  • ବୃଷ:-ପାରିବାରିକ ସମ୍ବନ୍ଧରେ ମଧୁରତା ଆସିପାରେ । କୌଣସି ମିତ୍ରଙ୍କୁ ସହାୟତା ପାଇଁ ହାତ ବଢେଇପାରନ୍ତି । ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍ ମନେକରି ପାଠ ପଢାରେ ମନଯୋଗ ଦେଇପାରନ୍ତି ।

    • ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

    ମିଥୁନ:-ସରକାରୀ କାମରେ ସଫଳତା ମିଳିବା ସହ ସ୍ବାସ୍ଥ୍ୟ ଭଲ ରହିବ

    ସାଂସାରିକ ଜୀବନରେ ମହପୂର୍ଣ୍ଣ କାର୍ଯ୍ୟରେ ପରାକ୍ରମ ବୃଦ୍ଧିପାଇ ସଫଳତା ମିଳିପାରିବ । ପ୍ରତ୍ୟେକ କ୍ଷେତ୍ରରେ ଧର୍ଯ୍ୟ ଓ ସହନ ଶୀଳତା କାଏମ ରହିପାରେ ।

    • ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

    କର୍କଟ:-ଶତ୍ରୁ ମାନେ ଦୂରେଇ ଯିବେ ଓ ବନ୍ଧୁଙ୍କ ଆର୍ଥିକ ସହାୟତାରେ ଖୁସିହୋଇପାରନ୍ତି । ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହୋଇପାରିବ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରିପାରନ୍ତି ।

    • ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

    ସିଂହ:-ସାବଧାନ ରହି ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିପାରନ୍ତି । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇପାରନ୍ତି । ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହୋଇପାରେ ।

    • ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

    କନ୍ୟା:-ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ୱପୂର୍ଣ୍ଣ କାମ ସଂପୂର୍ଣ୍ଣ ହୋଇପାରିବ । ବିଗିଡିଥିବା କାର୍ଯ୍ୟ କାହାର ସାହାଯ୍ୟ ଦ୍ୱାରା ସମ୍ପନ୍ନ ହୋଇପାରେ । କଥାବାର୍ତ୍ତା ଓ ନିଜର କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍ ।

    • ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

    ତୁଳା:- ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହବ୍ୟାପାରରେ ପ୍ରଚୁର ଲାଭ ହୋଇପାରେ । ପ୍ରମୋଶନ, ବେତନ ବୃଦ୍ଧି, ଇଚ୍ଛିତ ସ୍ଥାନକୁ ସ୍ଥାନାନ୍ତରଣ, ଅଟକି ଥିବା ଅର୍ଥ ମିଳିପାରେ । ପୈତୃକ ସମ୍ପତ୍ତି ନେଇ ବିବାଦର ସମାଧାନ ହୋଇପାରିବ ।

    • ପ୍ରତିକାର-ଆମିଷ ସେବନ କରନ୍ତୁ ନାହିଁ

    ବିଚ୍ଛା:-ସାମାଜିକ ପତିଆରା ଅମଳିନ ରହିବା ସହସରକାରୀ କ୍ଷେତ୍ରରେ ସଫଳତା ମିଳିପାରେ ।ବ୍ୟବସାୟ, ଚାକିରୀ ଇତ୍ୟାଦି ଆରମ୍ଭ କଲେ ଆର୍ଥିକ ସ୍ଥିତି ବହୁତ ସୁଦୃଢ ହୋଇପାରେ । ନିଜର କାମ କରିବା ଷ୍ଟାଇଲରେ କିଛି ବଦଳାଇବାକୁ ଗୁରୁତ୍ୱ ଦେଇପାରନ୍ତି ।

    • ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

    ଧନୁ:-ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାର ପରିପୂର୍ଣ୍ଣ ହୋଇପାରେ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରେ । ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହୋଇପାରେ ।

    • ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

    ମକର:-ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ପାଇପାରନ୍ତି । ବାଦବିବାଦ, ଖେଳ, କୁଦ, ପ୍ରତିଯୋଗିତାରେ ବିଜୟୀ ହୋଇପାରନ୍ତି । କୌଣସି ମହତ୍ୱ ପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହୋଇପାରେ ।

    • ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

    କୁମ୍ଭ:- ଶରିର ସୁସ୍ଥ ରହିବା ସହକୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଖେଳ, କୁଦ, ପ୍ରତିଯୋଗିତାରେ ବିଜୟୀ ହେବେ ଓ ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇପାରନ୍ତି । ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିକ ସହାୟତାରେ ଉତ୍ସାହ ବୃଦ୍ଧି ପାଇପାରେ ।

    • ପ୍ରତିକାର- ନୀଳ ରୁମାଲ ଟିଏ ପାଖରେ ରଖନ୍ତୁ

    ମୀନ:-ଧର୍ଯ୍ୟ ସାହସ ଦ୍ୱାରା ହୋଇପାରୁ ନଥିବା କାମ ସୁରୁଖୁରୁରେ ହୋଇପାରେ । ଜାଗାଜମି ଓ ଯାନବାହାନ ସମ୍ବନ୍ଧୀୟ କେତେକ ସମସ୍ୟା ସମାଧାନ ହୋଇପାରେ । ବ୍ୟବସାୟରେ ଉନ୍ନତି ହେବାଫଳରେ ଖୁସି ରହିପାରନ୍ତି ।

    • ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ
Advertisment
Daily Horoscope
Advertisment
Advertisment