• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

student1
ଟିନ୍‌ ଏଜ୍‌ ପିଲା ଛାଡ଼ନ୍ତୁ ଏହି ସବୁ ଅଭ୍ୟାସ, ଆଉ ଦୁର୍ଘଟଣାରୁ ରକ୍ଷା ପାଆନ୍ତୁ

ଆଜିର ବ୍ୟସ୍ତବହୁଳ ଜୀବନରେ ସଡ଼କ ଦୁର୍ଘଟଣା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି। ଟିଭି ଖୋଲିଲେ ଦୁର୍ଘଟଣା। ଖବରକାଗଜ ଖୋଲୁଖୋଲୁ ଦୁର୍ଘଟଣା ଖବର। ସୋଶାଲ ମିଡିଆରେ ବି ଦୁର୍ଘଟଣାର ଲାଇଭ୍‌। ପ୍ରତି ବର୍ଷ ଭାରତରେ ପ୍ରାୟ ୧ଲକ୍ଷ ୨୦ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ୧୨ ଲକ୍ଷ ୭୦ ହଜାର ଲୋକ ଗୁରୁତର ଆହତ ହେଉଛନ୍ତି। ପ୍ରତି ୪ମିନିଟ୍‌ରେ ଜଣେ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏକ ସର୍ବେକ୍ଷଣ କହୁଛି, ପ୍ରତିଦିନ ପ୍ରାୟ […]

  • Monday, 19 July 2021
happy-Indian-couple
ସୁଖୀ ଦାମ୍ପତ୍ୟ ଜୀବନ ଗଢ଼ିବେ କିପରି? ମନେ ରଖନ୍ତୁ ଏହି ୧୦ଟି କଥା

ରୋଜାଲିନ୍‌ ରଥ ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିସାତ୍‌ ମଧ୍ୟ କରିଦେଇପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳ ଶକ୍ତି ଉପରେ। ଆଜିକାଲି ଦେଖାଯାଉଛି ଯେ,ଦାମ୍ପତ୍ୟ ସମ୍ପର୍କ ଅଧିକା ଦିନ ତିଷ୍ଠି ପାରୁନାହିଁ। ତେବେ ପଢ଼ନ୍ତୁ କିପରି ଏକ ହସ ଖୁସିର ସହ ଦାମ୍ପତ୍ୟ ଜୀବନ ବିତାଇବେ। ୧.ଯେତେବେଳେ ଆପଣ ନିଜ ମନ କଥା ସ୍ୱାମୀଙ୍କ ଆଗରେ କହିବାକୁ […]

  • Monday, 19 July 2021
anti romeo
ଝିଅମାନେ ନିଜକୁ ସୁରକ୍ଷା ଦେବାର ୧୦ଟି ଉପାୟ?

(ରୋଜାଲିନ୍‌ ରଥ)ଘରେ ହେଉ କିମ୍ବା ବାହାରେ, ଆଜିର ସମାଜରେ ମହିଳାମାନେ କେଉଁଠାରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ମହିଳାଙ୍କ ଉପରେ ଦିନକୁ ଦିନ ବଢ଼ି ଚାଲିଛି ଅସଦାଚାରଣ ଓ  ଦୁର୍ବ୍ୟବହାର। ନାବାଳିକା ବି ବାଦ୍‌ ପଡ଼ୁନାହାନ୍ତି। ଏହି ସବୁରୁ ନିଜକୁ କିପରି ରକ୍ଷା କରିପାରିବେ ସେ ନେଇ ଝିଅମାନେ ଜାଣିବା ନିହାତି ଦରକାର। କାରଣ ବିପଦ ସମୟରେ ଆପଣଙ୍କ ପାଖରେ ଆପଣଙ୍କ ସମ୍ପର୍କୀୟ ବଞ୍ଚାଇବାକୁ ନ ଥିବେ। ସେହି ସମୟରେ କିପରି ଆପଣ ବିପଦକୁ ଏଡ଼ାଇ […]

  • Monday, 19 July 2021
wintwer
ଶୀତରେ କେମିତି ସୁରକ୍ଷିତ ରହିବେ, ପଢ଼ନ୍ତୁ କିଛି ଟିପ୍ସ

ଏବେ ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା । ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଏହି ଶୀତରେ ନିଜକୁ କେମିତି ସୁରକ୍ଷିତ ରଖିବେ ସେ ନେଇ ଆପଣଙ୍କୁ କିଛି ଟିପ୍‌ସ କହୁଛୁ ।  ୧- ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି, ଯଥା ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପ୍ରତି ବିଶେଷ ଧାନ ରଖନ୍ତୁ । ୨- ଘରୁ ବାହାରକୁ ବାହାରିଲେ, ସ୍ୱେଟର୍, ଟୋପି, […]

  • Monday, 19 July 2021
eye--9
ଆଖିରୁ ଚଷମା ହଟେଇବାକୁ ଚାହୁଁଛନ୍ତି କି ? ଏହି ଆସନ କରନ୍ତୁ

ଆଖିକାଲି ଅଧିକାଂଶ ଲୋକ ଛୋଟ ଠାରୁ ବୟସ୍କ ସମସ୍ତଙ୍କ ଆଖିରେ ଚଷମା । ଅନେକ ତ ସଉକରେ ଚଷମା ପିନ୍ଧନ୍ତି । କିନ୍ତୁ ଅଧିକାଂଶ ଆଖିର ଦୃଷ୍ଟି ଶକ୍ତି କମି ଯାଇଥିବାରୁ ଚଷମା ବ୍ୟବହାର କରିଥାନ୍ତି । ବର୍ତ୍ତମାନର ଜୀବନଶୈଳୀ ହିଁ ଆଜିର ଯୁବପିଢ଼ିଙ୍କ ପାଇଁ ଘାତକ ସାଜିଛି । ଏହାର ସିଧାସଳଖ ପ୍ରଭାବ ଆଖି ଉପରେ ପଡ଼ୁଛି। ଆଜିକାଲି ଯୁବପିଢ଼ିଙ୍କ ଅଧିକାଂଶ ସମୟ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍‌ ଓ ଲ୍ୟାପଟପ୍‌ ଆଦି ବ୍ୟବହାରରେ କଟୁଛି। ଯାହାଫଳରେ […]

  • Monday, 19 July 2021
winter
ଶୀତରେ ତ୍ୱଚା ଶୁଷ୍କ ହୋଇଯାଉଛି କି ? କିପରି ଏହାର ଯତ୍ନ ନେବେ , ଜାଣନ୍ତୁ

ଏବେ ଶୀତ ଧିରେ ଧିରେ ଅନୁଭୂତ ହେଲାଣି । ଆଉ ତ୍ୱଚା ଶୁଷ୍କ  ହେବା ଦେଖାଦେଲାଣି । ଏହି ସମସ୍ୟାରେ ଭାରି ଅସହଜ ମନେହୁଏ । ଅଫିସରେ କୌଣସି କାମ କଲାବେଳେ କି କାହା ସହ କଥାବାର୍ତ୍ତା ହେଉଥିବା ବେଳେ ବାରମ୍ୱାର ମୁହଁ ହାତରୁ ଓଦା କରିବାକୁ ଇଚ୍ଛା କରିବାକୁ ଇଚ୍ଛା ହୁଏ । ଏହି ସମସ୍ୟାକୁ କିପରି ଦୂରେଇବା ଆସନ୍ତୁ ଜାଣିବା – ୧ – ଶୀତରେ ବେଶୀ ସାବୁନ୍‌ର ବ୍ୟବହାର କରନ୍ତୁ ନାହିଁ ।  […]

  • Monday, 19 July 2021
anu
୧୫ ମିନିଟ୍‌ର ଅନୁଲୋମ-ବିଲୋମ ପ୍ରାଣାୟମ ବରଦାନ ସାବ୍ୟସ୍ତ ହୋଇଥାଏ...ଏହିସବୁ ସମସ୍ୟା ପାଖ ମାଡ଼ିନଥାଏ

ଆଜିକାଲିର ନିତିଦିନିଆ ସମସ୍ୟା ହାଇଗଲାଣି ହୃଦରୋଗ , ଉଚ୍ଚରକ୍ତଚାପ ,ବାତ , କଫ ଇତ୍ୟାଦି । କାରଣ ଆମର ଆଡମ୍ୱରପୂର୍ଣ୍ଣ ଦୈନିକ ଜୀବନ ଶୈଳୀ ଏଥିପାଇଁ ଦାୟୀ । ଆମେ ଏମିତି ଅଭ୍ୟାସରେ ପଡିଗଲେଣି ଯେ, ସ୍ୱାସ୍ଥ୍ୟ ପାଇଁ ବି ସମୟ ଦେଉନେ । ଆପଣଙ୍କୁ ଏମିତି ଏକ ପ୍ରାଣାୟମ ବିଷୟରେ କହୁଛୁ , ଯାହା କି ବେଶୀ ସମୟ ଦେବାରେ ଆବଶ୍ୟକତା ନାହିଁ । ଏହାକୁ କେବଳ ପ୍ରତିଦିନ ୧୫ ମିନିଟ୍‌ ଅଭ୍ୟାସ କରିବାର ଅଛି […]

  • Monday, 19 July 2021
kapala
କପାଳଭାତି ପ୍ରାଣାୟମ କଲେ ଅବିଶ୍ୱସନୀୟ ଲାଭ ମିଳେ...

ଶରୀର ଅଛି ତ ରୋଗ ନିଶ୍ଚୟ ହେବ । ଏକଥା ସତ । ହେଲେ ଆମେ ଯଦି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତେ ଅନେକ ବଡ଼ ବଡ଼ ସମସ୍ୟାରୁ ମୁକୁଳି ପାରନ୍ତେ । ଆଉ ଅସୁବିଧାରେ ପଡନ୍ତେ ନାହିଁ । ଯେତେବେଳେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଆମେ ଅସୁସ୍ଥ ହୋଇପଡୁ , ସେତେବେଳେ ଏହାର ପ୍ରତିକାର କଥା ଚିନ୍ତା କରୁ। ଏଣୁ ଆମର ଦୈନନ୍ଦିନ ଜୀବନରେ ଏମିତି ଏକ ଅଭ୍ୟାସ ଆସନ୍ତୁ କରିବା ଯଦ୍ୱାରା […]

  • Monday, 19 July 2021
fat4
ବିନା ବ୍ୟାୟାମ ଓ ଡାଏଟିଂ ରେ ଆପଣ ନିଜର ଓଜନ କମାଇ ପାରିବେ, ଜାଣନ୍ତୁ ଉପାୟ

ସୁସ୍ଥ ଓ ନିରାପଦରେ ରହିବା ପାଇଁ ଆମେ ବହୁତ କିଛି ଉପାୟ ଆପଣାଇଥାଉ। ତାହା ଡାୟଟିଂ କରିବାକୁ ପଡୁ ଅଥବା କଠିନ ୱର୍କଆଉଟ୍‌, ସବୁ କିଛି ଉପାୟ ଆପଣାଉଥାଉ। କିନ୍ତୁ  ସବୁ ଲୋକଙ୍କ ପାଇଁ ଏସବୁ ସହଜକର ହୋଇ ନଥାଏ। ଅନେକ ଲୋକ ବହୁତ ପ୍ରକାରର ଡାଏଟିଂର ଚେଷ୍ଟା କରିଥାନ୍ତି ଓ ଖାଦ୍ୟରେ ଅନେକ ଜିନିଷକୁ ବନ୍ଦ କରିଦେଥାନ୍ତି। ବହୁତ କିଛି ଜିନିଷକୁ ତ୍ୟାଗ କଲା ପରେ ବି ଶରୀରର ଓଜନରେ କରିଛି ପ୍ରଭାବ ପଡନଥାଏ । […]

  • Monday, 19 July 2021
yoga
୧୫ ମିନିଟ୍‌ର ଆସନ ବିଭିନ୍ନ ସମସ୍ୟାର ଉପଶମକାରୀ ...

 ଦିନକୁ ଦିନ ମଣିଷ ଯନ୍ତ୍ରମାନବ ପାଲଟିଗଲାଣି। ଏତେ କାର୍ଯ୍ୟବ୍ୟସ୍ତ ରହୁଛି ଯେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ସମୟ ପାଉନି। ଫଳରେ ନାନା ଶାରୀରିକ ସମସ୍ୟା ଦେଖାଦେଉଛି।  ଆଉ ଏହାପରେ ପ୍ରତିକାର କଥା ଚିନ୍ତା କରୁଛି । ଆଜିକାଲି ମେଦବୃଦ୍ଧି , ଗ୍ୟାସ,  ଜଙ୍ଘ , ନିତମ୍ୱ ଓ ଅଣ୍ଟା ଆଦିରେ ଚର୍ବି ବଢ଼ିବା , ଅମ୍ଲପିତ୍ତ ଓ ମେଦବୃଦ୍ଧି  ପ୍ରଭୃତି ସମସ୍ୟା ଦେଖାଦେଉଛି। ଆଉ ଏହା ଆମର ବେପରୁଆ ଦୈନିକ ଜୀବନଶୈଳୀ ଯୋଗୁଁ ହିଁ  ଘଟୁଛି। […]

  • Monday, 19 July 2021
b day
ଜନ୍ମଦିନରେ ଆପଣ ଏମିତି କରୁଛନ୍ତି କି ? ସାବଧାନ

ସମୟ ସହ ତାଳ ଦେଇ ବଦଳିଚାଲିଛି ଆମର ରୀତିନୀତି , ଚଳଣି। ଦେଖାଯାଇଛି ଏବେ ଖୁବ୍‌ ଧୁମ୍‌ଧାମରେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳନ କରୁଛନ୍ତି। ବନ୍ଧୁ ବାନ୍ଧବ ଓ ସଂପର୍କୀୟଙ୍କ ଗହଣରେ ଉତ୍ସବମୁଖର ଓ ରଙ୍ଗୀନ ହୋଇଉଠୁଛି ଜନ୍ମଦିନର ମାହୋଲ। ଜନ୍ମଦିନରେ ମହମବତୀ ଜଳାଇ କେକ୍ କାଟିବା ଏବେ ଟ୍ରେଣ୍ଡ ପାଲଟିଯାଇଛି। ଏହା ପ୍ରଥମେ ପଶ୍ଚିମ ଦେଶ ମାନଙ୍କରେ ଦେଖାଯାଉଥିଲା । କେକ୍ ଉପରେ ଜଳନ୍ତା ମହମବତୀକୁ ଫୁଙ୍କି ଲିଭାଯାଇଥାଏ। ଧିରେ ଧିରେ ଏମିତି ଭାବେ […]

  • Monday, 19 July 2021
diabetics
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି ? ତେବେ ବିଳମ୍ବ କରନ୍ତୁନି....

ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ବହୁ ପୂର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଂକେତ ଦେଖାଯାଇଥାଏ। ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା ହେଲେ ରୋଗ ନିୟନ୍ତ୍ରଣରେ ରହିପାରିବ। ଯଦି ଡାଇବେଟିସ୍‌ରେ ଆପଣ ଆକ୍ରାନ୍ତ ତ ଚିନ୍ତା ମୁକ୍ତ ରୁହନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରତିଦିନ ‘ମଣ୍ଡୁକାସନ’ କରନ୍ତୁ । ଏ ଆସନଟି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାସହ ଡାଇବେଟିସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କ […]

  • Monday, 19 July 2021
bbb
ପେଟର ଚର୍ବି କମାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ସହଜ ଉପାୟ , ଟଙ୍କାଟିଏ ବି ଖର୍ଚ୍ଚ ହେବନି

ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ଭୁଲ ଖାଦ୍ୟ ପାନୀୟ କାରଣରୁ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ମୋଟାପାର ସମ୍ମୁଖୀନ ହୋଇଥାନ୍ତି । କିଛି ଲୋକଙ୍କ ଚର୍ବି ଅଧିକ ହୋଇ ପେଟ ବଢିଯାଇଥାଏ , ଏହା ଦ୍ୱାରା ତାଙ୍କ ଚେହେରା ବଦଳି ଯାଏ। ଖରାପ ଦେଖାଯାଏ। ଏହା ସହ ସାଙ୍ଗସାଥି ଓ ସହକର୍ମୀମାନେ ଥଟ୍ଟା ପରିହାସ କରନ୍ତି।  ଏବେ ପେଟରୁ ଚର୍ବି କମାଇବାର ସହଜ ଉପାୟଟି କହୁଛୁ । ନା କୌଣସି ଔଷଧ ଖାଇବେ ନା […]

  • Monday, 19 July 2021
ERECTILE DYFUNCTION SYMPTOMS
ନପୁଂସକତାକୁ ନେଇ ଚିନ୍ତିତ କି ? ସହଜରେ ଦୂର କରିପାରିବେ ଏହି ସମସ୍ୟା

ଆଜିକାଲି ନା ଅଛି ରୋଗର ଅଭାବ ନା ଔଷଧର । କିନ୍ତୁ ଏମିତି କିଛି ରୋଗ ଅଛି ଯାହା ଅନେକ ଉପଚାର ପରେ ବି ଭଲ ହେଉନି। ନପୁଂସକତା ଏମିତି ଏକ ରୋଗ । ଏହାକୁ ନେଇ ପୁରୁଷମାନେ ଖୁବ୍ ମର୍ମାହତ ଥାଆନ୍ତି। ନିଜର ବୈବାହିକ ଜୀବନକୁ ନେଇ ଆଶା ଆଶଙ୍କାରେ ଦିନ କାଟନ୍ତି। ଏହି ସମସ୍ୟାରୁ ଆପଣ ଚାହିଲେ ବିନା ଔଷଧରେ ମୁକ୍ତି ପାଇପାରିବେ ଓ ଏକ ସୁନ୍ଦର ବୈବାହିକ ଜୀବନ ଅତିବାହିତ କରିପାରିବେ। କେବଳ […]

smart phone
ଜାଣନ୍ତି , କେତେ ମାରାତ୍ମକ ସ୍ମାର୍ଟଫୋନ ରେଡିଏସନ ? ପଢନ୍ତୁ ଏଥିରୁ ମୁକ୍ତି ପାଇବାର ସହଜ ଉପାୟ

ସ୍ମାର୍ଟଫୋନର ବ୍ୟବହାର ଏବେ ଦୃତ ଗତିରେ ବଢିଚାଲିଛି । ଛୋଟ ଠାରୁ ବଡ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍ । ଏକଥା ନିରାଟ ସତ । କିନ୍ତୁ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ ଆମର ସ୍ୱାସ୍ଥ୍ୟ ଉପରେ । ଆପଣଙ୍କୁ ସ୍ମାର୍ଟଫୋନ୍ ରେଡିଏସନ କଥା କହୁଛି । ଯାହା ଦ୍ୱାରା ଅନେକ ଗୁଡିଏ ରୋଗରେ ପଡିଥାନ୍ତି ଲୋକମାନେ । ଏଣୁ ଆପଣ ଏବେ କୁହନ୍ତୁ ଏହାର ପ୍ରତିକାର କରିବା ନା ନାହିଁ । ନିଶ୍ଚୟ […]

  • Monday, 19 July 2021
writeadiary
ଆପଣ ଜୀବନରେ ପଛେଇ ଯାଉଛନ୍ତି କି ? କ'ଣ କଲେ ଏଭଳି ସ୍ଥିତିରୁ ସୁଧୁରିବେ ?

ନିଜ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ନ ଆଣିବା ଓ ଆତ୍ମସମୀକ୍ଷା ଅଭାବରୁ ଉନ୍ନତି ବିଳମ୍ବ ହୋଇଯାଏ I ଯାହା ମଣିଷକୁ ମାନ୍ଦା ଆଉ ଅଳସୁଆ କରିଦିଏ I ଏହା ଦ୍ୱାରା ଆଜି କାଲି ହୋଇ ଅଯଥା ସମୟ ନଷ୍ଟ ହୋଇଯାଏ I ଏଭଳି ସ୍ଥିତି ନିଜ ପାଇଁ ଓ ସମାଜ ପାଇଁ କ୍ଷତିକାରକ I ଏଥିରୁ ସୁଧୁରିବା ପାଇଁ କଣ କରିବା ଦରକାର ? ପଢନ୍ତୁ ଏହି ସୁନ୍ଦର କାହାଣୀ ଗୋଟେ ତୁଳା କାରଖାନାର ମାଲିକ ତାଙ୍କ […]

  • Saturday, 17 July 2021
gyanamudra
ବୁଦ୍ଧିମାନ ହେବାକୁ ଚାହାନ୍ତି ତ ଅଭ୍ୟାସ କରନ୍ତୁ ଏହି ସହଜ ମୁଦ୍ରା

ଯୋଗଶାସ୍ତ୍ରରେ ଏମିତି ଏକ ମୁଦ୍ରା ରହିଛି ଯାହା ଅତି ସହଜ ଓ ସେଥିରୁ ବହୁତ କିଛି ଉପକାର ମିଳିଥାଏ । ଏହି ମୁଦ୍ରାକୁ ଯେ କୌଣସି ସମୟରେ ଅଭ୍ୟାସ କରାଯାଇପାରିବ । ସସ୍କୃତରେ କୁହାଯାଇଛି ଯେ, ଆମ ହାତର ବୁଢା ଅଙ୍ଗୁଳି ଅଗ୍ନି ତତ୍ତ୍ୱ ଓ ତର୍ଜନୀ ଅଙ୍ଗୁଳି ବାୟୁ ତତ୍ତ୍ୱର ପ୍ରତୀକ । ଯେତେବେଳେ ଏହି ଦୁଇ ତତ୍ତ୍ୱ ମିଶି ଯାଆନ୍ତି ସେତେବେଳେ ଏହାର ସିଧା ପ୍ରଭାବ ମସ୍ତିଷ୍କର ସ୍ନାୟୁତନ୍ତ ଉପରେ ପଡ଼େ । ଏହାର […]

  • Saturday, 17 July 2021
success
ଜୀବନରେ କେମିତି ହେବେ ସଫଳ, ଜାଣନ୍ତୁ ସାତଟି ସୂତ୍ର

୨୫ ବର୍ଷ ବୟସ ପର୍ଯ୍ୟନ୍ତ ଅନେକ ପିଲାଙ୍କର ଖରାପ ଅଭ୍ୟାସ ଦେଖାଦେଇଥାଏ । ଏହି ବୟସ ଆପଣଙ୍କର ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାର ବୟସ।  ଯଦି ଏହି ଅଭ୍ୟାସ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଲାଗି ରହେ ତା ହାଲେ ଜୀବନରେ ସଫଳତା ହାସଲ କରିବା କ୍ଷେତ୍ରରେ ଅନେକ ବାଧା ଆଣିଥାଏ । ଆପଣ ଆଜି ହିଁ ସମୀକ୍ଷା କରନ୍ତୁ ଆପଣ କେଉଁ ରାସ୍ତାରେ ଅଛନ୍ତି । ଯଦି ଭୁଲ ରାସ୍ତାରେ ଅଛନ୍ତି […]

  • Saturday, 17 July 2021
success-tips
ସଫଳତା ଚାହୁଁଛନ୍ତି, ଆପଣାନ୍ତୁ ଏହି ୧୦ଟି ଉପାୟ

ଭୁବନେଶ୍ୱର: ସଫଳତା ପାଇବାକୁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ଏଥିପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ସଫଳତାର ପାହାଚ ଚଢ଼ି ଆଗକୁ ବଢ଼ିବା ଏତେ ସହଜ ହୋଇ ନଥାଏ। ଏଥିପାଇଁ ନାନା ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ। ସଫଳତା ମିଳିବା ଆମ ଦୈନନ୍ଦିନ ଜୀବନୀ ଉପରେ ନିର୍ଭର କରିଥାଏ। ଆମେ କ’ଣ ଖାଉଛନ୍ତି, କେମିତି ଖାଉଛନ୍ତି, କିପରି ରହୁଛନ୍ତି ଓ ଲୋକଙ୍କ ସହ ଆମର ବ୍ୟବହାର କେମିତି ରହିଛି ଏହା ଆମ ସଫଳତା ପାଇବାକୁ […]

  • Saturday, 17 July 2021
room
ପ୍ରାକୃତିକ ଉପାୟରେ ଘରକୁ କେମିତି ରଖିବେ ଥଣ୍ଡା ?  ଜାଣନ୍ତୁ କିଛି ପ୍ରକ୍ରିୟା

ଖରା ଦିନରେ ଗରମ ଓ ଗୁଳୁଗୁଳିରେ ବଡ଼ ଅସହ୍ୟବୋଧ ଲାଗେ। ଏଣୁ ବାହାରେ ବେଶି ସମୟ ନରହି ଘରେ ରହିବାକୁ ସମସ୍ତେ ପସନ୍ଦକରନ୍ତି। ଖରାଦିନେ ଘରକୁ ଥଣ୍ଡା ରଖିବାକୁ ସାଧାରଣତଃ କୁଲର, ଏସି ଆଦି ବ୍ୟବହାର କରନ୍ତି ଲୋକେ। କିନ୍ତୁ ଯେତେବେଳେ ବିଦ୍ୟୁତ୍‌ ନଥାଏ ତ ଏସବୁ କିଛି କାମରେ ଆସେ ନାହିଁ। ଗରମରେ ବଡ଼ ହନ୍ତସନ୍ତ ହେବାକୁ ପଡ଼େ। ଆମେ ଆପଣଙ୍କୁ କିଛି ଭଲ ପ୍ରକ୍ରିୟା  କହୁଛୁ, ଯାହା ଦ୍ୱାରା ଆପଣ କିଛି ପ୍ରାକୃତିକ ଉପାୟରେ […]

sorry
ଅନ୍ୟକୁ ବାରମ୍ୱାର ‘ସରି’କହିବା ଭଲ ନୁହେଁ : କାହିଁକି ଜାଣନ୍ତୁ

କୌଣସି ଭୁଲ୍‌ କରିଦେଲେ ଦେଖାଯାଏ ସମସ୍ତେ ‘ସରି’ ବୋଲି କୁହନ୍ତି। ଏହା କହିବା ସଭ୍ୟ ଓ ଶିଷ୍ଟାଚାରର ପ୍ରତୀକ ଅଟେ। କିନ୍ତୁ ଏହାକୁ ନିଜର ଅଭ୍ୟାସରେ ପରିଣତ କରିବା ଏକ ଖରାପର ଲକ୍ଷଣ । କାରଣ ନିବିଡ଼ ସଂପର୍କ ଭିତରେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଏମିତି ଦେଖାଯାଏକି ଆମେ ଯାହାକୁ ପ୍ରେମ କରିଥାଉ ଏବଂ ଯାହାଙ୍କୁ ହରାଇବାକୁ ଚାହିଁନଥାଉ, ଆମର ଭୁଲ୍‌ ନଥାଇ ବି ଯଦି ସେ ମନ ଊଣା କରିବସନ୍ତି ଆମେ ‘ସରି’ ବୋଲି […]

  • Friday, 16 July 2021
drumstick
ବୈବାହିକ ଜୀବନକୁ ମଧୁର କରେ ସଜନା ଛୁଇଁ ସୁପ୍ : ଜାଣନ୍ତୁ ଏହାର ମହତ ଗୁଣ ବିଷୟରେ

ଆପଣଙ୍କର ବାଡ଼ି ବଗିଚାରେ ସଜନା ଛୁଇଁ ଗଛ ନିଶ୍ଚୟ ଥିବ। ଏହାର ଛୁଇଁକୁ ଦୈନିକ ରୋଷେଇରେ ବ୍ୟବହାର କରୁଥିବେ। ହେଲେ ଆପଣ ଜାଣନ୍ତି କି,ଏହା କେତେ ଉପକାରୀ? ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ , ତା’ଠାରୁ ଅଧିକ ସ୍ୱାସ୍ଥ୍ୟ ପାଇଁ ଭଲ। ସଜନା ଛୁଇଁ ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଅନେକ ରୋଗର ନିରାକରଣରେ ଏହା ସାହାଯ୍ୟ କରିଥାଏ। ଥଣ୍ଡା ,କାଶ ,ଗଳା ବସି ଯାଇଥିଲେ ଓ ଛାତିରେ କମ୍ଫ ଜମିଯାଇଥିଲେ […]

  • Friday, 16 July 2021
life
ଧୂମପାନ କରୁଥିଲେ ସାବଧାନ ! ଏହା ଦ୍ୱାରା ଆୟୁଷ କମିଯାଏ

ଧୂମପାନର ଭୟାବହତା ଏବେ କବଳିତ କରିଛି ସାରା ବିଶ୍ୱକୁ। ଏହାର କୁପ୍ରଭାବରେ ଅନେକ ରୋଗର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ ସଂଗଠନ ଓ ସରକାରୀ ସ୍ତରରେ ଅନେକ ସଚେତନ କରାଗଲେ ବି ଏହା ଫଳଶୂନ୍ୟ ବୋଲି ମନେହୁଏ। ଆଜିର ଯୁବକ/ଯୁବତୀମାନେ ବେଶୀ ମାତ୍ରାରେ ଧୂମପାନ କରୁଥିବାର ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ ରିପୋର୍ଟ ଆନୁସାରେ, ଧୂମପାନ ଦ୍ୱାରା ମନୁଷ୍ୟର ଆୟୁ ଦଶରୁ ପନ୍ଦର ବର୍ଷ କମିଯାଏ। ଏହା ଦ୍ୱାରା ରକ୍ତ କର୍କଟ, ଯକୃତ୍‌ କର୍କଟ, ବୃହଦନ୍ତ୍ର କର୍କଟ ଓ […]

  • Friday, 16 July 2021
misir
ଆମର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ ମିଶ୍ରି : ଜାଣନ୍ତୁ ଏହାର ଉପକାରିତା ବିଷୟରେ

ଖାଇ ସାରିବା ପରେ ଆମେ ପ୍ରାୟତଃ ମିଶ୍ରି ଓ ପାନମଧୁରୀ ଖାଇଥାଉ। ଏହି ଦୁଇଟି ସାମଗ୍ରୀ ସାଧାରଣତଃ ମାଉଥ୍‌ ଫ୍ରେଶ୍‌ନର୍‌ ଭାବେ କାମ କରେ। ତେବେ କେବଳ ମାଉଥ୍‌ ଫ୍ରେଶ୍‌ନର୍‌ ନୁହେଁ, ମିଶ୍ରି ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଆସନ୍ତୁ ଜାଣିବା, ନିୟମିତ ମିଶ୍ରି ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ। ଥଣ୍ଡା, କାଶରୁ ମୁକ୍ତି ଦିଏ : ଶୀତଦିନେ ଶରୀର ସାଧାରଣତଃ ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ […]

  • Friday, 16 July 2021
sleeping-young-woman
ବୟସ ଅନୁସାରେ କେତେ ସମୟ ଶୋଇଲେ ଭଲ: ଜାଣନ୍ତୁ କେତୋଟି ଟିପ୍ସ

ମଣିଷ ସୁସ୍ଥ ରହିବା ପାଇଁ ଠିକ୍‌ ସମୟରେ ଖାଇବା ପିଇବା ସହିତ ଠିକ୍‌ ସମୟରେ  ଶୋଇବା ନିହାତି ଆବଶ୍ୟକ। ଅନେକ ବ୍ୟକ୍ତି ନିଜର ଖିଆଲି ଜୀବନଶୈଳୀ ଯୋଗୁଁ ଶୋଇବା ଅବହେଳା କରନ୍ତି। ଠିକ୍‌ ସମୟରେ ନଶୋଇ ବିଳମ୍ବରେ ଶୋଇଥାନ୍ତି। ଏପରି କରିବା ଦ୍ୱାରା ନିଦ୍ରାହୀନତା ଭଳି ରୋଗ ଦେଖାଦିଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ଏ ନେଇ ଆମେରିକାରର ‘ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍’ ପକ୍ଷରୁ ଶୋଇବା ଅଭ୍ୟାସ, ଆବଶ୍ୟକତା […]

  • Friday, 16 July 2021