• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୪ ତାରିଖ, ଶୁକ୍ରବାର, ଧନୁ ୯ ଦିନ, ପୌଷମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି, ମଘାନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର, ବିଛା, ଧନୁ, ମୀନ ରାଶିର ଘାତବାର,କର୍କଟ, ମକର ରାଶିର ଘାତଚନ୍ଦ୍ର, ବେଲ ପଣସ ନ ଖାଇଲେ ଭଲ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ......

ମେଷ:- କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ଖୁସି ରହିପାରେ । ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିପାରନ୍ତି । ପଡୋଶୀମାନେ ସ୍ୱାର୍ଥ ହାସଲ କରିବା ପାଇଁ ବାକ୍ ଚତୁରୀ କଥା କହି କାର୍ଯ୍ୟ ପୂରଣ କରିପାରନ୍ତି ।

ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

ବୃଷ:-ଶୁଭ ଖବର ପାଇ ଖୁସିହେବେ ଓ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଶରୀର ସୁସ୍ଥ ରହିପାରେ । ପାରିବାରିକ ସ୍ତରରେ କିଛି କୁହୁଳା ଅଶାନ୍ତି ଦୂରେଇ ଯିବା ସହ ଆୟ ଉତ୍ତମ ହୋଇପାରେ । ଛାତ୍ରଛାତ୍ରୀ ମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମ କରି ପ୍ରଶଂସା ପାଇପାରନ୍ତି ।

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ମିଥୁନ:- ଶାରିରୀକ ଅସୁସ୍ଥତା ଦୂରହୋଇ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହୋଇପାରେ । ରାଜକୀୟ ମାମଲାରେ ସଫଳତା ମିଳିପାରେ । ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବା ସହ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି ।

ପ୍ରତିକାର-ନିମ୍ବ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ

କର୍କଟ:-ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହଆର୍ଥିକ ସ୍ଥିତିରେ ବୃଦ୍ଧି ହୋଇପାରିବେ । କର୍ମଚାରୀମାନେ ପ୍ରଚୁର ଖଟଣି ଖଟି ନିଜର ଭାବ ମୂର୍ତ୍ତିକୁ ବଜାୟ ରଖିପାରନ୍ତି । କିନ୍ତୁ ଟଙ୍କ ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ ।

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ସିଂହ:-ସାମାଜିକ ପ୍ରତିଷ୍ଠା, ମାନସମ୍ମାନରେ ଉନ୍ନତି ହୋଇପାରେ । ବସ୍ତ୍ରାଭୂଷଣ ବ୍ୟବସାୟୀମାନେ ବିଶେଷ ଲାଭବାନ ହୋଇପାରନ୍ତି । ରାଜନୀତି କ୍ଷେତ୍ରରେ ଉନ୍ନତି ଫଳ ପାଇପାରନ୍ତି ।

ପ୍ରତିକାର-ମହୁଟିକେ ଖାଇ ଘରୁ ବାହାରନ୍ତୁ

କନ୍ୟା:- ବାଦବିବାଦ, ମାଲିମୋକଦ୍ଦମାରେ ସଫଳ ହୋଇପାରନ୍ତି । କର୍ମ କ୍ଷେତ୍ରରେ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରନ୍ତି । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇପାରେ ।

ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ତୁଳା:- ସମସ୍ତ ସମସ୍ୟାର ସମାଧାନ ସହଜ ସରଳରେ ହୋଇପାରେ । ପୁରାତନ ରୋଗର ଉପଶମ ହୋଇ ଶରୀର ସୁସ୍ଥ ରହିବ । ଉନ୍ନତିର ମାର୍ଗ ପ୍ରଶସ୍ତ ହେବା ସହ କୌଣସି ଶୁଭ ସମାଚାର ଶୁଣି ହସଖୁସିରେ ସମୟ ବିତାଇପାରନ୍ତି ।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ବିଚ୍ଛା:- କୌଣସି ଅଚିହ୍ନା ବ୍ୟକ୍ତି ସାହାଯ୍ୟ ସହଯୋଗ କରିପାରନ୍ତି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ମିଳିପାରେ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢିପାରେ ।

ପ୍ରତିକାର:-ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ

ଧନୁ:-ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କଠିନ ପରିଶ୍ରମ ଦ୍ୱାରା ଆଗକୁ ବଢିପାରିବେ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ କରନ୍ତୁ ।

ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ମକର:- ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହୋଇପାରନ୍ତି । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବା ସହ ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହୋଇପାରନ୍ତି । ପୁରାତନ ରୋଗର ପ୍ରଭାବ ବୃଦ୍ଧି ପାଇପାରେ ।

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

କୁମ୍ଭ:- ଶତ୍ରୁ ମାନେ ମିତ୍ରଭାବ ଆଚରଣ କରିବେ ଓ ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହୋଇପାରନ୍ତି । ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହୋଇପାରିବେ । ଛାତ୍ର ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହୋଇପାରନ୍ତି ।

ପ୍ରତିକାର-ତୁଳସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ

ମୀନ:-କର୍ମ କ୍ଷେତ୍ରରେ କଠିନ ପରିଶ୍ରମ କରି ସମ୍ମାନ ଲାଭ କରିପାରନ୍ତି । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ ଓ ବ୍ୟବସାୟରେ ଉନ୍ନତି ହୋଇପାରନ୍ତି । ମନକୁ ଆଘାତ ଲାଗିଲାପରି କଥା ଶୁଣି ପାରନ୍ତି ।

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ