ଶନିଦେବଙ୍କୁ ସମସ୍ତ ନବଗ୍ରହ ମାନଙ୍କ ମଧ୍ୟରୁ ନ୍ୟାୟର ଦେବତା ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ସମସ୍ତ ଭଲ ଓ ଖରାପ କାର୍ଯ୍ୟର ଫଳକୁ ଭୋଗ କରିଥାଏ ତାହା ଶନିଦେବ ପ୍ରଦାନ କରିଥାନ୍ତି । ଶନିଦେବ ଭଗବାନ ଶିବଙ୍କ ଓ ହନୁମାନଙ୍କର ଭକ୍ତ ଅଟନ୍ତି । ଶନି ଅଧିକ ଅଶୁଭ ଫଳ ପ୍ରଦାନ କରନ୍ତି ସେହି ସମୟରେ କାଳଭୈରବଙ୍କ ପୂଜା କରିବା ଦ୍ୱାରା ଶନିଙ୍କ କୃପା ଲାଭ ହୋଇଥାଏ ।
Also Read
କାଳଭୈରବଙ୍କ ପୂଜା କରିବା ଦ୍ୱାରା ଶାନ୍ତ ହୋଇଥାନ୍ତି ଶନିଦେବ । କାଳଭୈରବ ଭଗବାନ ଶିବଙ୍କର ଅବତାର ଅଟନ୍ତି । ଶିବ ପୁରାଣ ଅନୁସାରେ କାଳଭୈରବଙ୍କ ଭଗବାନ ଶିବଙ୍କ ଅନ୍ୟ ରୂପ ବୋଲି କୁହାଯାଏ କାଳଭୈରବ ହେଉଛନ୍ତି ଭଗବାନ ଶିବଙ୍କର ସାହସିକ ଓ ଯୁବକ ରୂପ ଅଟନ୍ତି । ତାଙ୍କୁ ଶିବଙ୍କର ରୁଦ୍ର ଅବତାର ଭାବରେ ଗ୍ରହଣ କରାଯାଏ । ମାନ୍ୟତା ଅନୁସାରେ କାଳଭୈରବଙ୍କ ପୂଜା କରିବା ଦ୍ୱାରା ଶତ୍ରୁଙ୍କ ସଙ୍କଟ ନାସା ହୋଇଥାଏ । ଯେତେବେଳେ ଶନି ଅଧିକ ଅଶୁଭ ଫଳ ପ୍ରଦାନ କରନ୍ତି ସେହି ସମୟରେ କାଳଭୈରବଙ୍କ ପୂଜା କରିବା ଆବଶ୍ୟକ । ଶାସ୍ତ୍ର ଅନୁସାରେ ଶନିଦେବ ଶିବଙ୍କ ପୂଜାରେ ମଧ୍ୟ ଶାନ୍ତ ହୋଇ ଥାନ୍ତି ।
କୀମ୍ବଦନ୍ତୀ ଅନୁଯାୟୀ ଭଗବାନ ଶିବଙ୍କୁ ଶନିଦେବ ତପସ୍ୟା କରୁଥିଲେ । ସେହି ସମୟରେ ଭଗବାନ ଶିବ ଶନିଦେବଙ୍କ ଉପରବ ପ୍ରସନ ହୋଇ ସମସ୍ତ ଗ୍ରହ ମାନଙ୍କ ମଧ୍ୟରେ ନ୍ୟାୟାଧିଶର ବରଦାନ ଦେଇଥିଲେ । ତାଙ୍କର କୋପରୁ ଭଗବାନ କିମ୍ବା ମଣିଷ କେହିବି ରକ୍ଷା ପାଆନ୍ତି ନାହିଁ ,ଶନିଦେବ ଏହି କାରଣରୁ ଶିବ ଭକ୍ତଙ୍କୁ ହଇରାଣ କରନ୍ତି ନାହିଁ ।
ଏହି ସବୁ କାର୍ଯ୍ୟ କରିବା ଉଚିତ ନୁହେଁ:
- ଶାସ୍ତ୍ର ଅନୁଯାୟୀ ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ କେବେ କୌଣସି ଭୁଲ କାର୍ଯ୍ୟ କରନ୍ତୁ ନାହିଁ ।
- ଶନିଦେବ ଖରାପ କାର୍ଯ୍ୟ କରିବା ଦ୍ୱାରା ଅସନ୍ତୁଷ୍ଟ ହୋଇଥାନ୍ତି ।
- ଦୁର୍ବଳ ଲୋକ ବା ଅସହାୟ ଲୋକଙ୍କୁ ସାହାଯ୍ୟ କଲେ ଶନିଦେବ ପ୍ରସନ ହୁଅନ୍ତି ।
- ସବୁବେଳେ ଅନ୍ୟ ମାନଙ୍କର ସମ୍ମାନ କରିବା ଦ୍ୱାରା ଶନିଦେବ ସନ୍ତୁଷ୍ଟ ହୁଅନ୍ତି ।
- ଶନିଦେବ ପରିଶ୍ରମୀ ଲୋକ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି ।
- ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଶନିଦେବଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି ତେବେ ଅହଂକାରଠାରୁ ଦୁରେଇ ରହି ସରଳ ଜୀବନ ଜାପାନ କରନ୍ତୁ ଓ ଅସହାୟ ମାନଙ୍କର ସେବା କରନ୍ତୁ ।