• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୮ ତାରିଖ, ଶନିବାର, ଧନୁ ୩ ଦିନ, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଯୁକ୍ତ, ପୂର୍ଣ୍ଣିମା ତିଥି, ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି ।

ଆଜି ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । କନ୍ୟା ରାଶି ପୁରୁଷ, ବିଛା ଓ କୁମ୍ଭ ରାଶି ମହିଳାଙ୍କ ଘାତଚନ୍ଦ୍ର । ଆଜିର ରାହୁକାଳ ଦିନ ୯ଟା ୧ରୁ ଦିନ ୧୦ଟା ୨୨ ମଧ୍ୟରେ। ଯୋଗିନୀ ପଶ୍ଚିମ ଦିଗରେ ଏବଂ ୭ଟା ୨୮ ପରେ ବାୟବ୍ୟ କୋଣରେ ରହିବେ । ଆଜି ମତ୍ସ୍ୟ ମାଂସ ଖାଇବା ମନା ।

ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...

ମେଷ:- କର୍ମକ୍ଷେତ୍ରରେ ବାଦ ବିବାଦ ଉପୁଜିପାରେ । ବନ୍ଧୁବାନ୍ଧବଙ୍କ ସହିତ ମତାନ୍ତର ମଧ୍ୟ ଦେଖା ଦେଇପାରେ । ପରିବାରରେ ମହିଳମାନେ ଧର୍ମକାର୍ଯ୍ୟରେ ମନ ଦେବେ ।

ପ୍ରତିକାର:- ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ ଏବଂ ଭଗବାନ ଶିବଙ୍କୁ ଦର୍ଶନ କରନ୍ତୁ ।

ବୃଷ:- ନୂତନ କର୍ମ ନିଯୁକ୍ତିର ଖବର ପାଇପାରନ୍ତି କିମ୍ବା ନୂତନ ଆୟର ପନ୍ଥା ମିଳିବ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇ ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ପାଇଁ ଯୋଜନା କରିବେ । ପାରିବାରିକ ଶାନ୍ତି ପାଇବେ ।

ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ ।

ମିଥୁନ:- ବ୍ୟବସାୟ ବାଣିଜ୍ୟରେ ଆର୍ଥିକ କ୍ଷତି ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ । ବନ୍ଧୁବାନ୍ଧବଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତା କରିବେ । ମହିଳାମାନେ ଧର୍ମପରାୟଣା ହେବେ ।

ପ୍ରତିକାର:- ସକାଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟପ୍ରଦାନ କରନ୍ତୁ ଏବଂ ସବୁଜ ରଙ୍ଗର ବ୍ୟବହାର କରନ୍ତୁ।

କର୍କଟ:- ଶାରୀରିକ ସୁସ୍ଥତା ଲାଭ କରିବେ । ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇଁ ମନ ଖୁସି ରହିବ । ବ୍ୟବସାୟରେ ଲାଭବାନ ହେବେ, ପାରିବାରିକ ଶାନ୍ତି ପାଇବେ ।

ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ମନ୍ଦିରରେ କିମ୍ବା ଧାର୍ମିକ ସ୍ଥଳରେ ଦାନ ଦିଅନ୍ତୁ ।

ସିଂହ:- କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଟାରୁ ସାହାଯ୍ୟ ପାଇବେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ମହିଳାମାନେ ପରିବାରରେ ଅଶାନ୍ତି ଦେଖା ଦେଇପାରେ ।

ପ୍ରତିକାର:- ଚନ୍ଦନର ତିଳକ ମଥାରେ ଲଗାନ୍ତୁ ।

କନ୍ୟା:- କର୍ମକ୍ଷେତ୍ରରେ ବାଦ ବିବାଦ ଦେଖା ଦେଇପାରେ, ସତର୍କ ରୁହନ୍ତୁ । ଶରୀରରେ ଆଘାତ ଲାଗିପାରେ, ଏଣୁ ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ

ମହିଳାମାନଙ୍କୁ ରୋଷେଇ କାର୍ଯ୍ୟ ବେଳେ ମଧ୍ୟ ସତର୍କ ରହିବାକୁ ହେବ ।

ପ୍ରତିକାର:- ଗଂ ଗଣପତୟେ ନମଃ ମନ୍ତ୍ରକୁ ୨୧ଥର ପାଠ କରନ୍ତୁ ।

ତୁଳା:- ବିଭିନ୍ନ କାରଣକୁ ନେଇ ମାନସିକ ଅଶାନ୍ତି ଦେଖାଦେବ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କଠାରୁ ଅସହଯୋଗ ପାଇବେ । ପରିବାରରେ ଅଶାନ୍ତି ଦେଖା ଦେଇପାରେ ।

ପ୍ରତିକାର:- ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ ।

ବିଛା:- ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ । ନୂତନ କାର୍ଯ୍ୟ ଭାର ହାତକୁ ନେବେ । ପାରିବାରିକ ଅଶାନ୍ତି ଦେଖା ଦେଇପାରେ ।

ପ୍ରତିକାର:- ହନୁମାନ ଚାଳିଶା ପାଠ କରିନିଅନ୍ତୁ ।

ଧନୁ:- ଶୁଭଖବର ପାଇ ମନ ଖୁସି ରହିବ । ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ପାଇବେ । ପରିବାରରେ ସୁଖ ଶାନ୍ତି ପାଇବେ ।

ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ ।

ମକର:- ସାମାଜିକ ସ୍ତରରେ ପ୍ରଶଂସା ପାଇବେ । ଆୟ ବ୍ୟୟ ବ୍ୟବସାୟରେ ସମାନ ରହିବ । ପିଲାମାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତା କରିବେ ।

ପ୍ରତିକାର:- ହନୁମାନ ଚାଳିଶା ପାଠ କରନ୍ତୁ ।

କୁମ୍ଭ:- ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ମାନସିକ ଅଶାନ୍ତି ପାଇବେ । ଆୟ ଅପେକ୍ଷା ବ୍ୟୟ ଭାର ଅଧିକା ହେବ । ମହିଳାମାନେ ପରିବାରରେ ଅଶାନ୍ତି ଅନୁଭବ କରିବେ ।

ପ୍ରତିକାର:- ଭଗବାନ ଶିବଙ୍କୁ ଆରାଧନା କରନ୍ତୁ, ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ।

ମୀନ:- ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ଅସମ୍ପୂର୍ଣ୍ଣ ହୋଇ ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ଦେହ ମନ ସମ୍ପୂର୍ଣ୍ଣ ସୁସ୍ଥ ରହିବ ।

ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ।