Advertisment

Daily Horoscope,26 Dec 2021: ଆପଣଙ୍କ ଭାଗ୍ୟରେ କ’ଣ ରହିଛି?

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୬ ତାରିଖ, ରବିବାର, ଧନୁ ୧୧ ଦିନ, ପୌଷମାସ, କୃଷ୍ଣପକ୍ଷ, ସପ୍ତମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ....

author-image
Otv Khabar Bureau
ଅଦ୍ୟତନ ହୋଇଛି
Daily Horoscope,26 Dec 2021

Daily Horoscope,26 Dec 2021

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୬ ତାରିଖ, ରବିବାର, ଧନୁ ୧୧ ଦିନ, ପୌଷମାସ, କୃଷ୍ଣପକ୍ଷ, ସପ୍ତମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ....

Advertisment

ମେଷ:-ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରି ରହିପାରେ । ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହୋଇପାରନ୍ତି । ସ୍ବାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ ।

  • ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ବୃଷ:-ବ୍ୟବସାୟରେ ଦୂରଯାତ୍ରାର ସୁଯୋଗ ପାଇବେ ଓ ଆଶାତୀତ ଲାଭମିଳିପାରିବ । କଳା, ସାହିତ୍ୟ, କ୍ରିଡା କ୍ଷେତ୍ରରେ ପ୍ରଶଂସା ମିଳିପାରିବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସ ଜାରି ରଖିପାରନ୍ତି ।

Advertisment
  • ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ମିଥୁନ:-ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ସନ୍ତାନ ପକ୍ଷର ଚିନ୍ତା ଦୂର ହେଇପାରେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧିହେବ କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ପାଇବା ଫଳରେ ଦେହମନ ଭଲ ରହିପାରେ ।

  • ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କର୍କଟ:-ସାମାଜିକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ବୃଦ୍ଧି ପାଇପାରେ । ଧାର୍ମିକ କାର୍ଯ୍ୟରେ ରୁଚି ବିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ । ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି ।

  • ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ସିଂହ:-ଶତ୍ରୁ, ରୋଗ, ଋଣରୁ ମୁକ୍ତି ହେବାର ବାଟ ଖୋଲିପାରେ ଓ ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେଇପାରନ୍ତି । ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇପାରିବେ ।ପରୋପକାର ସମାଜସେବା କାର୍ଯ୍ୟରେ କୃତକାର୍ଯ୍ୟ ହୋଇପାରନ୍ତି ।

  • ପ୍ରତିକାର-ମିଶ୍ରି ଟିକେ ଖାଇ ଘରୁ ବାହାରନ୍ତୁ

କନ୍ୟା:- ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିପାରେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହୋଇପାରେ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି ।

  • ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

ତୁଳା:-ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହୋଇପାରେ । ନୂତନ ବ୍ୟବସାୟ ଆରମ୍ଭ କଲେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣ ହୋଇପାରିବ । ଛାତ୍ର ଛାତ୍ରୀମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇପାରିବେ ।

  • ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ

ବିଚ୍ଛା:-ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ଅନୁଭବ କରିପାରନ୍ତି । ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସା ପାଇପାରନ୍ତି । ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରନ୍ତି ।

  • ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ଧନୁ:-ନ୍ୟାୟମାର୍ଗ ଓ ମିଷ୍ଟ ବଚନକୁ ନିଜର ଭୂଷଣ ଭାବି କର୍ମ କରିଲେ ଲାଭବାନ ହୋଇପାରିବେ । ରାଜନୀତି କ୍ଷେତ୍ରରେ ସହଯୋଗୀ ବା ଭାଇଭଳି ଚଳୁଥିବା ବ୍ୟକ୍ତିମାନେ ପୂର୍ଣ୍ଣ ସହଯୋଗ କରିପାରନ୍ତି । କର୍ମସଂଧାନୀ ମାନେ ପ୍ରତିଯୋଗୀତା କ୍ଷେତ୍ରରେ ସଫଳ ହୋଇପାରିବେ ।

  • ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ମକର:-ପାରିବାରିକ ଅଶାନ୍ତି ଦୂର ହୋଇ ଦାମ୍ପତ୍ୟ ସୁଖ ପ୍ରାପ୍ତି ହୋଇପାରେ । ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇପାରନ୍ତି । ଛାତ୍ର ଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରେ ।

  • ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

କୁମ୍ଭ:- ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେଇପାରେ । ଶିକ୍ଷାର୍ଥୀମାନେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇପାରନ୍ତି ।

  • ପ୍ରତିକାର-ତୁଳସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ

ମୀନ:-ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ ଓ ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେଇପାରେ । ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିପାରନ୍ତି । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ଓ ପାରିବାରିକସ୍ତର ହସ ଖୁସିରେ କଟିପାରେ ।

  • ପ୍ରତିକାର-ଅଷ୍ଟଗନ୍ଧ ତିଳକଚନ୍ଦନ ଧାରଣ କରନ୍ତୁ
Daily Horoscope
Advertisment
Advertisment