• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

2
ପରିବାରବାଦୀ ପାର୍ଟି ଦେଶ ପାଇଁ କ୍ଷତିକାରକ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିହାରରେ ସଫଳତା ପରେ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ଆୟୋଜିତ ହୋଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟ ରଖିଛନ୍ତି। ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସଂପନ୍ନ ହୋଇଥିବାରୁ ମୋଦି ଧନ୍ୟବାଦ ଦେଇଛନ୍ତି। ପୂର୍ବରୁ ନିର୍ବାଚନ ହେଲେ କେତେ ବୁଥ୍ ଲୁଟ୍ ହୋଇଛି ତାହା ଖବରର ଶିରୋନାମା ଥିଲା। ବିହାରରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ପୂର୍ବରୁ ପ୍ରମୁଖ ଖବର ଥିଲା। ତେବେ ବର୍ତ୍ତମାନ କେତେ ପ୍ରତିଶତ ଭୋଟ ହୋଇଛି ଏବେ ମୁଖ୍ୟ ଖବର ପାଲଟିଛି। […]

  • Thursday, 01 July 2021
panjab-1
ଅପରେଶନ ପରେ ଗର୍ଭବତୀଙ୍କ ମୃତ୍ୟୁ: ଅସ୍ଥି ଖୋଜୁ ଖୋଜୁ ମିଳିଲା .....

ଅମୃତସର: ଅନେକ ଆଶା ନେଇ ରୋଗୀ ଡାକ୍ତରଙ୍କ ପାଖକୁ ଆସିଥାଏ। ପରିବାର ଲୋକେ ଡାକ୍ତରଙ୍କୁ ଭଗବାନଙ୍କ ଅବତାର ବୋଲି ମାନି ନେଇଥାନ୍ତି। ଡାକ୍ତର ହିଁ ତାଙ୍କ ପାଇଁ ଶେଷ ଆଶା ଭରସା। ହେଲେ କେତେଜଣ ଡାକ୍ତର ଏକଥା ବୁଝି ପାରନ୍ତି ?  ବେଳେବେଳେ ଏମିତି ହୁଏ, ଡାକ୍ତରଙ୍କ ସାମନ୍ୟ ଅବହେଳା, ଅନ୍ୟମନସ୍କତା ରୋଗୀର ଜୀବନ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ। ପଞ୍ଜାବର ମୋଗା ସରକାରୀ ଡାକ୍ତରଖାନାରେ ଘଟିଛି ଏହି ଘଟଣା। ତେବେ ଘଟଣା […]

  • Thursday, 01 July 2021
ଅର୍ଣ୍ଣବଙ୍କୁ ଜାମିନ ଶୁଣାଣିବେଳେ କାହିଁକି ଉଦ୍ଧବ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ ?

ମୁମ୍ବାଇ: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳିଛି। ଅଭିଯୁକ୍ତମାନେ ପ୍ରତ୍ୟେକ ୫୦ ହଜାର ଟଙ୍କାର ବଣ୍ଡ ଦେଇ ଜାମିନରେ ଯାଇପାରିବେ। ତେବେ ସବୁଠାରୁ ବଡକଥା ହେଲା, ସୁପ୍ରିମକୋର୍ଟ ଏହି ମାମଲାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ବ୍ୟକ୍ତି ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଖାରଜ କରି ହାଇକୋର୍ଟ ଠିକ୍ କରିନାହାଁନ୍ତି ବୋଲି ସୁପ୍ରିମକୋର୍ଟ […]

  • Thursday, 01 July 2021
nirmala nsitaraman
ଆତ୍ମନିର୍ଭର ଭାରତ ୩.୦; ନୂଆ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା ଭିତରେ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି।  ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ନୂଆ କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଅର୍ଥ ବହନ କରିବ ବୋଲି କୁହାଯାଇଛି  । ସଂସ୍ଥା ନୂତନ ନିଯୁକ୍ତି ଦେଲେ, କର୍ମଚାରୀଙ୍କ ଇପିଏଫ୍ ଭରଣା କରିବ କେନ୍ଦ୍ର । ୧ ହଜାରରୁ କମ୍ କର୍ମଚାରୀ ଥିବା ସଂସ୍ଥାରେ ୨୪ ପ୍ରତିଶତ ଇପିଏଫ୍ ଦେବ କେନ୍ଦ୍ର । ଅର୍ଥାତ୍‌ ସଂସ୍ଥା ଦେବାକୁ […]

  • Thursday, 01 July 2021
house
ସହରୀ ଗରିବଙ୍କୁ ମିଳିବ ପକ୍କା ଘର

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି।  ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦିଆଯିବା ସହ ନୂଆ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଏଥିସହିତ  ସହରୀ ଗରିବଙ୍କ ପାଇଁ ପକ୍କାଘର ସୁବିଧା ଯୋଗାଇ ଦେବେ ବୋଲି ମଧ୍ୟ କହିଛନ୍ତି କେନ୍ଦ୍ର ଅର୍ଥ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମର। ଏ ବିଷୟରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି,  ସହରରେ ରହୁଥିବା ଗରିବଙ୍କ […]

  • Thursday, 01 July 2021
manipur
ବିଜେପିର ସଫଳତା ପାଇଁ ବୈଜୟନ୍ତଙ୍କୁ ଧନ୍ୟବାଦ ଦେଲେ ବିରେନ୍ ସିଂ

ନୂଆଦିଲ୍ଲୀ: ମଣିପୁର ଉପ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ଆୟୋଜିତ ହୋଇଯାଇଛି  ବିଜେପିର ସୁପର୍ ଶୋ। ମଣିପୁରର ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା ବିଜେପି। ଆଉ ଏହି ୪ଟି ଆସନକୁ ଅକ୍ତିଆର କରିଛି ଦଳ। ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ। ଦିଲ୍ଲୀରୁ ମଣିପୁର ଆସି ବୈଜୟନ୍ତ ଦଳକୁ ସମ୍ଭାଳିଥିଲେ। ନେତାଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ସହ ଉପନିର୍ବାଚନରେ ଅଭୂତ ପୂର୍ବ […]

  • Thursday, 01 July 2021
11
ନଦୀ ଉପରେ ଚାଲିଲେ ଲୋକ

ନୂଆଦିଲ୍ଲୀ: ଆପଣ ପୂର୍ବରୁ ବଡ଼ ବଡ଼ ଅଳିଆ ଗଦା ଦେଖିଥିବେ। କେବେ ଦେଖିଛନ୍ତି ଅଳିଆ ଭର୍ତ୍ତି ନଦୀ? ଯାହାର ଉପରେ ଜଣେ ବ୍ୟକ୍ତି ଚାଲିପାରିବ। ନୁହେଁ ନା। ତେବେ ଏହି ଭିଡିଓଟି ଦେଖନ୍ତୁ… ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟିରେ ଜଣେ ବ୍ୟକ୍ତି ଗୋଟିଏ ନଦୀ ଉପରେ ସନ୍ତୁଳନ ରକ୍ଷା କରି ଚାଲିପାରୁଛନ୍ତି। ଏହାର କାରଣ ନଦୀଟିରେ ଏତେ ପରିମାଣର ପ୍ଲାଷ୍ଟିକ୍‌ ଜମା ହୋଇଛି ଯେ ପାଣି ମଧ୍ୟ ଦେଖାଯାଉନାହିଁ। ଯାହାଫଳରେ ବ୍ୟକ୍ତି ଜଣକ ନଦୀ […]

  • Thursday, 01 July 2021
deepsikha
ଗଳାରେ ଷ୍ଟେଥୋସ୍କୋପ୍, ହାତରେ ବନ୍ଧୁକ:ଇତିହାସ ରଚିଲେ ସୀମା ସୁରକ୍ଷାରେ ମୁତୟନ କ୍ୟାପଟେନ୍ ଦୀପଶିଖା ଛେତ୍ରୀ

ସେବା ସାଙ୍ଗକୁ ସୁରକ୍ଷା । ଗଳାରେ ଷ୍ଟେଥୋସ୍କୋପ୍ ଆଉ ହାତରେ ବନ୍ଧୁକ । ସୀମା ସୁରକ୍ଷାରେ ମୁତୟନ ବୀରଙ୍ଗନା । ଇତିହାସ ରଚିଲେ କ୍ୟାପଟେନ୍ ଦୀପଶିଖା ଛେତ୍ରୀ । ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ସେ ଦେଶର ସୁରକ୍ଷା ଦାୟିତ୍ୱ ନିଭାଉଛନ୍ତି…

  • Thursday, 01 July 2021
13
ସାଇଲେଣ୍ଟ ଭୋଟର୍ ହେଲେ ସାଇଲେଣ୍ଟ ଚେଞ୍ଜର: ମୋଦି

ବିହାର: ସାଇଲେଣ୍ଟ ଭୋଟର୍ ହେଲେ ସାଇଲେଣ୍ଟ ଚେଞ୍ଜର। ବିହାରରେ ଅଧିକାଂଶ ଏକ୍‌ଜିଟ୍ ପୋଲ୍ ତେଜସ୍ୱୀ ଯାଦବଙ୍କ ସପକ୍ଷରେ ମତ ଦେଇଥିବା ବେଳେ ମୋଦିଙ୍କ ଭାଷାରେ ସାଇଲେଣ୍ଟ ଭୋଟର୍ ବା ମହିଳା ଭୋଟର୍ ହିଁ ଗେମ୍ ଚେଞ୍ଜର୍‌ ହୋଇଛନ୍ତି। ତେଣୁ ଏବେ ମହିଳା ଭୋଟର୍ ଫୋକସ୍‌ରେ ରହିବେ। ଏହି କାର୍ଡ ଓଡ଼ିଶାରେ ପୂର୍ବରୁ ଅତି ସଫଳତାର ସହ ବିଜେଡି ଖେଳି ସାରିଛି। ତେବେ ମୋଦିଙ୍କ ବାର୍ତ୍ତା ପରେ ରାଜ୍ୟ ବିଜେପି ବି ବିଜେଡିର ଏହି ଭୋଟ୍‌ବ୍ୟାଙ୍କ୍ ଭାଙ୍ଗିବାକୁ ଷ୍ଟ୍ରାଟେଜି […]

  • Thursday, 01 July 2021
asif-bishra
ପୁଣି ଜଣେ ବଲିଉଡ୍‌ ଅଭିନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଶାଳା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରେ ଆଉ ଜଣେ ଅଭିନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସୁଶାନ୍ତ ସିଂ ରାଜପୁତଙ୍କ ସହ କାଇ ପୋ ଚେ ସିନେମାରେ ଅଭିନୟ କରିଥିବା ଆସିଫ୍ ବାଶ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ହିମାଚଳ ପ୍ରଦେଶର ଧର୍ମଶାଳା ସ୍ଥିତ ଏକ ଗେଷ୍ଟ ହାଉସ୍‌ରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ପୋଲିସ ଉଦ୍ଧାର କରିଛି। ତେବେ ୫୩ ବର୍ଷୀୟ ଆସିଫ୍ ବାଶ୍ରାଙ୍କ ମୃତ୍ୟୁ ହେଲା କେମିତି […]

  • Thursday, 01 July 2021
amit shah
କାହିଁକି ଅମିତ ଶାହଙ୍କ ପ୍ରୋଫାଇଲ ଫଟୋ ହଟାଇ ଦେଇଥିଲା ଟ୍ୱିଟର ?

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟର ଗୁରୁବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରୋଫାଇଲ ଫଟୋକୁ ହଟାଇ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ କିଛି ସମୟ ପରେ ପୁଣିଥରେ ଟ୍ୱିଟର ପକ୍ଷରୁ ଶାହଙ୍କ ଫଟୋ ଲଗା ଯାଇଥିଲା। କେହି ଜଣେ କପି ରାଇଟ୍ କ୍ଲେମ୍ କରିବା ପରେ ଟ୍ୱିଟର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା ବୋଲି ଜଣାପଡ଼ିଛି। ଟ୍ୱିଟରରେ ଶାହଙ୍କ ପ୍ରୋଫାଇଲ ଫଟୋ ହଟାଯିବା ପରେ ବ୍ଲାଙ୍କ୍‌ ପେଜ୍‌ ସହ “Media not displayed” ଲେଖା ଯାଇଥିବା […]

  • Thursday, 01 July 2021
mumbai
ପାକିସ୍ତାନର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ନୂଆ ତାଲିକାରେ ମୁମ୍ବାଇ ଆକ୍ରମଣର ୧୯ ଜଣଙ୍କ ନାଁ ସାମିଲ୍

ନୂଆଦିଲ୍ଲୀ: ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ ଏବେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀର ନୂଆ ତାଲିକା ଜାରି କରିଛି। ପାକିସ୍ତାନ ଜାରି କରିଥିବା “ ବୁକ୍ ଅନ୍‌ ମୋଷ୍ଟ ୱାଣ୍ଟେଡ୍/ ହାଇ ପ୍ରୋଫାଇଲ୍‌ ଟେରୋରିଷ୍ଟ” ତାଲିକାରେ ୨୬/୧୧ ମୁମ୍ବାଇ ଆକ୍ରମଣ ସାମିଲ୍ ଥିବା ଅନେକ ଆତଙ୍କବାଦୀଙ୍କ  ନାଁ ରହିଛି। ଯାହାକୁ ନେଇ ଏବେ ପାକିସ୍ତାନକୁ ପ୍ରଶ୍ନ କରିଛି ଭାରତ। ମୁମ୍ବାଇ ଆକ୍ରମଣକୁ ୧୨ ବର୍ଷ ପୂରିବା ପୂର୍ବରୁ ପାକିସ୍ତାନ ଏହି ତାଲିକା ପ୍ରସ୍ତୁତ କରିଥିବାରୁ ପାକିସ୍ତାନ ନ୍ୟାୟ କରୁ ବୋଲି […]

  • Thursday, 01 July 2021
new rules
ଆଜିଠୁ ମହଙ୍ଗା ହେଲା ଏହିସବୁ ଜିନିଷ, ନୂଆ ନିୟମ ଲାଗୁ

ନୂଆଦିଲ୍ଲୀ: ଦେଶବାସୀ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏସବୁ ଭିତରେ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଦାଉ ସାଧୁଛି ମହଙ୍ଗା ମାଡ଼। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଜୁଲାଇ…

nia
ଅଲ୍‌-କାଏଦା ଟାର୍ଗେଟ୍‌ରେ ବେଙ୍ଗଲର ବଡ଼ ବଡ଼ ନେତା; ସତର୍କ କରାଇଲା ଏନ୍‌ଆଇଏ

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ କଲା ଇଣ୍ଟେଲିଜେନ୍ସ ବ୍ୟୁରୋ। ପଶ୍ଚିମବଙ୍ଗରେ ଆକ୍ରମଣ ନେଇ ପାକିସ୍ତାନ ଆତଙ୍କୀ ସଂଗଠନ ଅଲ୍‌-କାଏଦା ଯୋଜନା କରୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ ରିପୋର୍ଟ ପ୍ରକାଶ କରିଛି। ଏନେଇ ନଭେମ୍ବର ୫ ତାରିଖରେ ଏନ୍‌ଆଇଏ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଅଲ୍‌କାଏଦା ଆକ୍ରମଣ ଯୋଜନାର ପ୍ରଶ୍ନ ଉପରେ ଉତ୍ତର ଦେଇ ଏନ୍‌ଆଇଏ ଅଧିକାରୀ କହିଛନ୍ତି, ବିଦେଶରୁ ରହି ଭାରତରେ ଆକ୍ରମଣ କରିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ପାକିସ୍ତାନରୁ ଥାଇ ଅନ୍‌ଲାଇନ୍‌ରେ […]

  • Thursday, 01 July 2021
jinping
ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଚେତାବନୀ : ଚୀନ ଉପରକୁ ଆଖି ଉଠାଇ ଦେଖିଲ ମିଳିବ କଡ଼ା ଜବାବ୍

ପେଇଚିଙ୍ଗ୍ : ବିଦେଶୀ ଶକ୍ତିକୁ ସି ଜିନପିଙ୍ଗଙ୍କ ଚେତାବନୀ । ଚୀନରେ କ୍ଷମତାଶୀନ କମ୍ୟୁନିଷ୍ଟ ପାର୍ଟି ୧ ଜୁଲାଇ ଅର୍ଥାତ୍ ଆଜି ନିଜର ୧୦୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି କଡ଼ା ସନ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି । ପ୍ରତିଷ୍ଠା ଦିବସ…

  • Thursday, 01 July 2021
mariyam-nawaj
ମରିୟମଙ୍କ ବାଥରୁମ୍‌ରେ ଲାଗିଥିଲା କ୍ୟାମେରା

ସ୍‌ଲାମାବାଦ: ଚୌଧୁରୀ ସୁଗାର ମିଲ୍‌ ଘଟଣାରେ ଗିରଫ୍ ହୋଇ ଜେଲ୍‌ରେ ଥିବା ବେଳେ ସମ୍ମୁଖୀନ ହୋଇଥିବା ଅସୁବିଧା ସମ୍ପର୍କରେ ଖୁଲାସା କରିଛନ୍ତି ପାକିସ୍ତାନ ମୁସ୍‌ଲିମ ଲିଗ୍‌ ନାୱାଜ୍ ଦଳର ଅଧ୍ୟକ୍ଷା ମରିୟମ ନୱାଜ୍‌। ସେ ରହୁଥିବା ଜେଲ୍‌ କୋଠରୀ ଓ ବାଥ୍‌ରୁମ୍‌ରେ କ୍ୟାମେରା ଲଗାଯାଇଥିଲା ବୋଲି କହିଛନ୍ତି ମରିୟମ। ଏକ ନିୟୋ ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତକାର ଏଭଳି ଖୁଲାସା କରିଛନ୍ତି ମରିୟମ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି “ ମୁଁ ଦୁଇଥର ଜେଲ୍ […]

  • Thursday, 01 July 2021
rahul-gandhi
ବାରାକ ଓମାବାଙ୍କ ଜୀବନୀ ପୁସ୍ତକରେ ରାହୁଲ ଗାନ୍ଧିଙ୍କ ବିଷୟରେ ଲେଖା ହୋଇଛି ଏମିତି କଥା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଭୟାଳୁ ଓ ଅପରିପକ୍ୱ ସେ ପିଲାଳିଆମୀ ବ୍ୟବହାର କରୁଛନ୍ତି। ତାଙ୍କଠାରେ ଦକ୍ଷତା ନଥିଲେ ମଧ୍ୟ ସେ ପିଲାଙ୍କ ପରି ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ଜୀବନୀ ପୁସ୍ତିକାରେ ରାହୁଲ ଗାନ୍ଧିଙ୍କୁ ଏଭଳି ଢଙ୍ଗରେ ଚିତ୍ରଣ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଓବାମା ଭୁରି ଭୁରି ପ୍ରଶଂସା କରିଛନ୍ତି।  ଓବାମାଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ଏ ପ୍ରୋମିଜଡ୍ […]

  • Thursday, 01 July 2021
pakistan-timeing
ଭାରତର କଡ଼ା ଜବାବରେ ୭ରୁ ୮ ପାକିସ୍ତାନ ଯବାନ ମୃତ

ଶ୍ରୀନଗର: ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନରେ ୩ ଯବାନ ସହିତ ହୋଇଥିବା ବେଳେ ୪ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଯାଇଛି।  ଗୁରବାର ଉତ୍ତର କାଶ୍ମୀରର ଏଲ୍‌ଓସିରେକୁ ଲାଗିଥିବା ୩ଟି ସେକ୍ଟରରେ ପକିସ୍ତାନ ସେନା ଆଖିବୁଜା ଗୁଳି ଚଳାଇଥିଲା।  ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ବିଏସ୍‌ଏଫ୍‌ ଏସ୍‌ଆଇ ଥିଲେ। ତେବେ ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନର ଦୃଢ଼ ଜବାବ ଦେଇଛି ଭାରଚ। ସେନାର ଜବାବୀ ଆକ୍ରମଣରେ ପାକିସ୍ତାନର ୭ରୁ ୮ ଯବାନଙ୍କ ମୃତ୍ୟୁ ହୋଇଛି। ଏନେଇ ସେନା […]

  • Thursday, 01 July 2021
border
ସୀମାରେ ପାକ୍‌ ସେନା ପକ୍ଷରୁ ଗୁଳି, ମୋର୍ଟାର ମାଡ଼, ହାଇ ଆଲର୍ଟ ଜାରି

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ଭାରତୀୟ ଯବାନଙ୍କ ପ୍ରତି ଆକ୍ରମଣରେ ଅତି କମରେ ୭ଜଣ ପାକିସ୍ତାନୀ ସେନା  ନିହତ ହେବାପରେ ସୀମାନ୍ତରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପାକିସ୍ତାନ ପକ୍ଷରୁ ଲଗାତାର ଗୁଳିମାଡ ଜାରି ରହିଛି। ପାକ ସେନାପକ୍ଷରୁ ମୋର୍ଟାର ମାଡ କରିବା ସହ ତୋପ ବ୍ୟବହାର କରୁଛି। ପରିସ୍ଥିତିକୁ ଦେଖି ଭାରତୀୟ ସେନା ପକ୍ଷରୁ ସୀମାନ୍ତରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନର ଗୁଳିମାଡରେ […]

  • Thursday, 01 July 2021
modi
ଆମ ସୈନିକ, ଆମର ଗର୍ବ-ମୋଦି

ଶ୍ରୀନଗର: ଦୀପାବଳିରେ ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରାଜସ୍ଥାନର ଜୈସଲମେର ଲୋଙ୍ଗୋୱାଲା ପୋଷ୍ଟ ଯାଇ ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ଭେଟିଥିଲେ।  ସାରା ଦେଶ ଯବାନମାନଙ୍କ ସହ ରହିଛି । ବୀର ଯବାନମାନଙ୍କ ବଳିଦାନ ଯୋଗୁଁ ଦେଶ ସୁରକ୍ଷିତ ରହିଛି। କଠିନ ପରିସ୍ଥିତିରେ ଦେଶକୁ ଯବାନମାନେ ସୁରକ୍ଷା ଦେଉଛନ୍ତି॥ କେତେବେଳେ ୫୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ କାର୍ଯ୍ୟ କରୁଛନ୍ତି ତ ଆଉ କେତେବେଳେ ପାରଦ ଶୂନ ତଳେ ରହୁଛି । କିନ୍ତୁ ସବୁ […]

  • Thursday, 01 July 2021
mariyam
ନବାଜ ସରିଫଙ୍କ ଝିଅ ରହୁଥିବା ଜେଲ ବାଥରୁମ୍‌ରେ ଲଗାଯାଇଥିଲା କ୍ୟାମେରା

କରାଚି:ପାକିସ୍ତାନ ରାଜନୀତିରେ ଏବେ ହଟଚମଟ ଖେଳି ଯାଇଛି। ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ଝିଅ ମରିୟମ ନବାଜ ଶରୀଫ ଇମ୍ରାନ୍‌ ଖାଁଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ମରିୟମ କହିଛନ୍ତି, ଇମ୍‌ରାନ ଖାନ୍‌ ତାଙ୍କୁ ଏତେ ଡରୁଛନ୍ତି ଯେ, ମରିୟମ ରହୁଥିବା ଜେଲର ବାଥରୁମ୍‌ରେ ମଧ୍ୟ ହିଡେନ କ୍ୟାମେରା ଲଗା ଯାଇଥିଲା। ମରିୟମ ଇମ୍ରାନ୍‌ ଖାନ୍‌ ସରକାରକୁ ମହଳା ବିରୋଧୀ ବୋଲି କହିବାକୁ ପଛାଇ ନାହାନ୍ତି। ସୂଚନାଥାଉ କି, ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନବାଜ (PML-N)  ପାର୍ଟିର […]

  • Thursday, 01 July 2021
corona 6
୨୪ ଘଣ୍ଟାରେ ୪୮,୭୮୬ ପଜିଟିଭ ଚିହ୍ନଟ, ୧୦୦୫ ଆକ୍ରାନ୍ତଙ୍କ ମୃତ୍ୟୁ

ଆଜି ଦେଶରେ ୪୮,୭୮୬ ପଜିଟିଭ ଚିହ୍ନଟ ଦେଶରେ ୨୪ ଘଣ୍ଟାରେ ୧୦୦୫ ଆକ୍ରାନ୍ତଙ୍କ ମୃତ୍ୟୁ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୯ ହଜାର ୪୫୯କୁ ବୃଦ୍ଧି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା- ୫,୨୩,୨୫୭; ସୁସ୍ଥ- ୨,୯୪,୮୮,୯୧୮ ନୂଆଦିଲ୍ଲୀ : ଦେଶରେ କମୁଛି…

  • Thursday, 01 July 2021
india
ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ

ନୂଆଦିଲ୍ଲୀ: ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ। ଶୁକ୍ରବାର ପାକ୍‌ର ଏପରି ଆଖିବୁଜା ଗୁଳି ଚାଳନାରେ ଭାରତୀୟ ଯବାନ ସହିଦ ହେବା ସହିତ ସାଧାରଣ ଲୋକଙ୍କ ଜୀବନ ଯାଇଥିବାରୁ ପାକିସ୍ତାନର କୁଟନୈତିଜ୍ଞଙ୍କୁ ସମନ୍ କରାଯିବ। ଖବର ଅନୁସାରେ ବୈଦେଶିକ ମନ୍ତ୍ରାଳୟ(ଏମ୍‌ଇଏ)ର ପିଏଆଇ(ପିଏଆଇ ପାକିସ୍ତାନ, ଆଫଗାନିସ୍ତାନ, ଈରାନ ଡେସ୍କ) ଯୁଗ୍ମ ସଚିବ ଜେପି ସିଂହ ଏ ନେଇ ପାକିସ୍ତାନ ହାଇକମିଶନଙ୍କ ଆଗରେ ଦୃଢ଼ ଆପତ୍ତି କରିବେ। ପାକିସ୍ତାନ ହାଇକମିଶନଙ୍କ ପକ୍ଷରୁ ମିଳିଥିବା ଖବର ଅନୁସାରେ […]

  • Thursday, 01 July 2021
kaislash-sarang
ବରିଷ୍ଠ ବିଜେପି ନେତା କୈଳାଶ ସାରଙ୍ଗଙ୍କ ପରଲୋକ

ଭୋପାଳ: ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ କୈଳାଶ ସାରଙ୍ଗଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କୈଳାଶଙ୍କର ବିୟୋଗରେ ବିଜେପି ପାଇଁ ଅପୂରଣୀୟ କ୍ଷତି ହୋଇଛି। ଗତ ଦୁଇ ମାସ ତଳେ କୈଳାଶଙ୍କୁ ଭୋପାଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବିମାନ ଯୋଗେ ମୁମ୍ବାଇ […]

  • Thursday, 01 July 2021