• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

flight 2
ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲା କେନ୍ଦ୍ର। ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ସରକାର। ଡିସେମ୍ବର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ କାର୍ଗୋ ବିମାନ ଚଳାଚଳ ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ। ସୂଚନାଥାଉ କି, ଗତକାଲି ଡିସେମ୍ବର ଗାଇଡଲାଇନ ଜାରି କରିଥିଲା ଗୃହ ମନ୍ତ୍ରାଳୟ। ଏଥିରେ ଅନ୍ତର୍ଜାତୀୟ ବିମାନ ସେବା ଚଳାଚଳକୁ ଅନୁମତି […]

  • Wednesday, 30 June 2021
one-nation-one-elction
ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନର ସ୍ଲୋଗାନ ଦୋହରାଇଛନ୍ତି। ୭୧ ତମ ସମ୍ବିଧାନ ଦିବସରେ ସେ କହିଛନ୍ତି, ଏହା ହେଉଛି ବର୍ତ୍ତମାନର ଆବଶ୍ୟକତା। ବ୍ୟବସ୍ଥାକୁ ଯୁଗଉପଯୋଗୀ କରିବାକୁ ପଡ଼ିବ। ଦେଶରେ ବାରମ୍ବାର ନିର୍ବାଚନ ହେଉଥିବାରୁ ଏହାର ପ୍ରଭାବ ବିକାଶ ଉପରେ ପଡୁଛି ବୋଲି ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେଉଥିବାରୁ ସେହି ସମୟରେ କୌଣସି ପ୍ରକାର ନୂଆ […]

  • Wednesday, 30 June 2021
kbc
କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

କନ୍‌ ବନେଗା କରୋଡ୍‌ପତି(କେବିସି) ସିଜିନ୍‌-୧୨ରେ କମାଲ୍ ଦେଖାଇଛନ୍ତି ମହିଳା। ହଟ୍‌ ସିଟ୍‌ରେ ବସି ୩ ମହିଳା ହୋଇଛନ୍ତି କୋଟିପତି। ସବୁଠାରୁ  ବଡ଼ କଥା ହେଲା ଏଯାବତ ଏହି ସିଜିନ୍‌ରେ ୩ ଜଣ ବିଜୟୀ ହୋଇଛନ୍ତି, ଆଉ ଏମାନେ ସମସ୍ତେ ମହିଳା। କେବଳ ଏମାନେ ଟଙ୍କା ଜିତିନାହାନ୍ତି ବରଂ କୋଟି ଦର୍ଶକଙ୍କ ମନ ଜିଣିପାରିଛନ୍ତି। ଲୋକପ୍ରିୟ ରିଆଲିଟି ଶୋ କେବିସି ଗେମ୍‌ରେ କେବଳ ସ୍ୱପ୍ନ ଯେ ସତ ହେବ ତାହା ନୁହେଁ ବରଂ ବାସ୍ତବିକ କୋଟି କୋଟି ଲୋକଙ୍କୁ […]

  • Wednesday, 30 June 2021
ts
ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

ନୂଆଦିଲ୍ଲୀ: ପ୍ରଖ୍ୟାତ ଆଇଟି ସର୍ଭିସ କମ୍ପାନୀ ଟାଟା କନ୍‌ସଲ୍‌ଟେନ୍ସି ସର୍ଭିସେସ୍‌ ବା (ଟିସିଏସ୍‌)ର ଫାଉଣ୍ଡର ଫକିର ଚନ୍ଦ ହୋଲିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଫକିରଚନ୍ଦ କୋହଲି ଟିସିଏସ୍‌ର ପ୍ରଥମ ସିଇଓ ହୋଇଥିଲେ। କୋହଲିଙ୍କୁ ଭାରତୀୟ ସଫ୍ଟୱେୟାର ଇଣ୍ଡଷ୍ଟ୍ରୀର ଜନକ ବୋଲି ମଧ୍ୟ କୁହାଯାଇଥାଏ। ଭାରତୀୟ ସଫ୍ଟୱେୟର ଇଣ୍ଡଷ୍ଟ୍ରୀରେ କୋହଲିଙ୍କ ଯୋଗଦାନ ଯୋଗୁ ୨୦୦୨ରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୨୪ […]

  • Wednesday, 30 June 2021
tejaswi surya
ବିନା ଅନୁମତିରେ ବିଶ୍ୱବିଦ୍ୟାଳୟ ଭିତରକୁ ଯିବାରୁ ବିଜେପି ସାସଂଦଙ୍କ ନାମରେ ମାମଲା

ହାଇଦ୍ରାବାଦ: ହାଇଦ୍ରାବାଦ କର୍ତ୍ତୃପକ୍ଷଙ୍କ ଅନୁମତି ନ ନେଇ ଓସମାନିଆ ବିଶ୍ୱବିଦ୍ୟାଳୟକୁ ଯିବା ବିଜେପି ସାଂସଦ ତେଜସ୍ୱୀ ସୂର୍ୟ୍ୟାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏ ନେଇ ବିଶ୍ୱବଦ୍ୟାଳୟ କର୍ତ୍ତୃପକ୍ଷ ଅଭିଯୋଗ କରିବା ପରେ  ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେଲେଙ୍ଗାନା ଡିଜିପିଙ୍କ କହିବା ଅନୁସାରେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରେ ପ୍ରବେଶ ନେଇ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସୂଚନଥାଉ କି, ହାଇଦ୍ରାବାଦରେ ଡିସେମ୍ବର […]

  • Wednesday, 30 June 2021
husband wife quarrel
ପତ୍ନୀଙ୍କ ଠାରୁ ମୁକ୍ତି ପାଇବା ପାଇଁ ଛାଡ଼ିଦେଲେ ବଡ଼ ଚାକିରି, ହୋଇଗଲେ...

ନୂଆଦିଲ୍ଲୀ: ବିବାହର କିଛିଦିନ ପର୍ଯ୍ୟନ୍ତ ବୈବାହିକ ଜୀବନ ସୁରୁଖୁରୁରେ ଚାଲି ଥାଏ। ଏହାର କିଛିଦିନ ପରେ କୌଣସି କଥାକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥାଏ। ଏଭଳି ଖବର ହୁଏତ ଆପଣ ଶୁଣିଥିବେ। ହେଲେ ଦିଲ୍ଲୀରେ ଏଭଳି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଜଣେ ବ୍ୟକ୍ତି ପତ୍ନୀଙ୍କ ସହ ହେଉଥିବା ପ୍ରତିଦିନ ଝଗଡ଼ାକୁ ନେଇ ଏତେ ମାତ୍ରାରେ ଚିଡ଼ି ଯାଇଥିଲେ, ଶେଷରେ ସେ ମଲ୍ଟିନ୍ୟାସନାଲ୍‌ କମ୍ପାନୀରୁ ଚାକିରି ଛାଡ଼ି […]

  • Wednesday, 30 June 2021
amitav
ବିବାଦରେ ଫଶିଲେ ବିଗ୍‌ ବି

ମୁମ୍ବାଇ: ବିବାଦରେ ଫସିବାକୁ ଯାଉଛି ଲୋକପ୍ରିୟ ଟେଲି ଶୋ’ କୌନ ବନେଗା କରୋନପତି। ଏହି ଶୋ’କୁ ନେଇ  ମୁଜାଫରପୁର ଅଦାଲତରେ ଏକ ଅଭିଯୋଗ କରାଯାଇଛି। ଧର୍ମୀୟ ଭାବାନକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ସିକନ୍ଦରପୁର ନିବାସୀ ଆଚାର୍ଯ୍ୟ ଚନ୍ଦ୍ରକିଶାର ପାରାଶର ସିଜିଏମ୍‌ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିରେ ଅଭିନେତା ଅମିତାଭ ବଚ୍ଚନ, ଏକ ଟିଭି କ୍ୱିଜ ସୋର ନିର୍ଦ୍ଦେଶକ ଅରୁଣେଶ କୁମାର, ରାହୁଲ ବର୍ମା, ଟିଭି ଚାନେଲ ଅଧ୍ୟକ୍ଷ ମନଜିତ ସିଂହ, ସିଇଓ ଏନପି ସିଂହଙ୍କ ସମେତ ୭ […]

aircraft
ସମୁଦ୍ର ମଝିରେ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ସମୁଦ୍ର ମଝିରେ ଭାରତୀୟ ନୌସେନାର ଟ୍ରେନର ଏୟାରକ୍ରାଫ୍ଟ MiG-29K କେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ସନ୍ଧ୍ୟା ୫ଟାରେ ଆରବ ସାଗର ଉପରେ ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ତେବେ ଜଣେ ପାଇଲଟଙ୍କୁ ଉଦ୍ଧାର କରା ଯାଇଥିବାବେଳେ ଅନ୍ୟ ଜଣେ ପାଇଲଟ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ନୌସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ନୌସେନାର ବିକ୍ରମାଦିତ୍ୟରେ ସାମିଲ ହୋଇଥିବା ମିଗ୍ ୨୯କେ […]

  • Wednesday, 30 June 2021
farmer଼-1
କୃଷି ଆଇନ ବିରୋଧରେ ଚାଷୀଙ୍କ ରଣହୁଙ୍କାର; ଟିଅର ଗ୍ୟାସ ଛାଡ଼ି ଅଟକାଉଛି ପୋଲିସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକଙ୍କ ରଣହୁଙ୍କାର। ପଞ୍ଜାବ ଏବଂ ହରିୟାଣାରୁ ହଜାର ହଜାର ଚାଷୀ ଦିଲ୍ଲୀ ଚଲୋ ନାରା ଦେଇ ରାଜଧାନୀକୁ ଆସିଛନ୍ତି । କୃଷକଙ୍କ ଏହି ଦିଲ୍ଲୀ ଚଲୋ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା-ଦିଲ୍ଲୀ ସୀମାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସାରା ରାତି କୃଷକମାନେ ଡେରା ପକାଇବା ପରେ ଦିଲ୍ଲୀ ଭିତରେ ପଶିବା ପାଇଁ ଚେଷ୍ଟା କରିଥିଲେ। ହେଲେ ପୋଲିସ ବିରୋଧ କରିବାରୁ  ସୀମାରେ ପୋଲିସ ସହ […]

  • Wednesday, 30 June 2021
gold
କମିଲା ସୁନା, ରୂପା ଦର

ନୂଆଦିଲ୍ଲୀ: ଲଗାତାର କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ପାଇଥିବା ବେଳେ ଆଜି ମଧ୍ୟ Domestic futures ସୁନା-ରୂପା ଦରରେ ହ୍ରାସ ରେକର୍ଡ କରାଯାଇଛି। ଆଜି ସକାଳେ MCX(Multi Commodity Exchange)ରେ ସୁନା ଦର ହ୍ରାସ ଦେଖିବାକୁ ମିଳିଥିଲା। ୩୯ ଟଙ୍କା ହ୍ରାସ ସହ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮,୪୭୮ଟଙ୍କା ଟ୍ରେଣ୍ଡ୍‌ କରୁଥିବା ଦେଖିବାକୁ ମିଳିଥିଲା। ଖାଲି ସୁନା ନୁହେଁ ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା। MCXରେ ଆଜି ସକାଳେ ରୂପା […]

  • Wednesday, 30 June 2021
kangna
କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା; ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣାକୁ ନେଇ ବିଏମ୍‌ସିକୁ କଡ଼ା ସମାଲୋଚନା କରିଛନ୍ତି ବମ୍ବେ ହାଇକୋର୍ଟ । କଙ୍ଗନାଙ୍କ ଘର ଭାଙ୍ଗିବା ବିଏମ୍‌ସିର ପ୍ରତିଶୋଧ ଛଡ଼ା ଅନ୍ୟ କିଛି ନୁହେଁ । ପାଲହିଲ ସ୍ଥିତ କଙ୍ଗନାଙ୍କ ଅଫିସକୁ ବିଏମ୍‌ସି ଯେଉଁପରି ଭାବେ ଭାଙ୍ଗିଛି ତାହା ବେଆଇନ ଓ ଉଦ୍ଦେଶ୍ୟ ପ୍ରଣୋଦିତ। ଭଙ୍ଗାରୁଜାର ମୂଲ୍ୟାୟନ କରି ଏକ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି । ରିପୋର୍ଟ ମିଳିବା ପରେ କେତେ  କ୍ଷତିପୂରଣ […]

  • Wednesday, 30 June 2021
SC
ଫୌଜଦାରୀ ଆଇନ ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ

ନୂଆଦିଲ୍ଲୀ: ଟାର୍ଗେଟ କରି କରାଯାଉଥିବା ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ ଫୌଜଦାରୀ ଆଇନ। ଏହା ଯେଭଳି ଅସ୍ତ୍ର ନ ପାଲଟିବ ତାହା ନିଶ୍ଚିତ କରିବାର ଦାୟିତ୍ୱ ହେଉଛି ନ୍ୟାୟିକ ବ୍ୟବସ୍ଥାର। ଆଜି ରିପବ୍ଲିକ ଟିଭିର ଚିଫ୍ ଏଡିଟର୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଡି.ଓ୍ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ମାମଲାର ଶୁଣାଣି କରି କହିଛନ୍ତି, ରାଜ୍ୟ ସରକାର ଦ୍ୱାରା ଯେଭଳି ଅପରାଧିକ ଆଇନର ଅପବ୍ୟବହାର କରା ନ […]

  • Wednesday, 30 June 2021
mount
କମୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା !

ବେଜିଂ: ପୁଣି ମପା ହେବ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା। ୨୦୧୫ ମସିହାରେ ଭୂକମ୍ପ ଯୋଗୁ ଉଚ୍ଚତାରେ ପରିବର୍ତ୍ତନ ହୋଇଥିବା ଅନୁମାନ କରି ମାପିବାକୁ ନେପାଳ ଓ ଚୀନ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବେଠାରୁ ଆରମ୍ଭ ହେବ ମାପ କାମ, ଏନେଇ ଖୁବଶୀଘ୍ର ଚୀନ ଏବଂ ନେପାଳ ସରକାର ଘୋଷଣା କରିବେ। ୧୯୫୪ ମସିହାରେ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମପାଯାଇଥିଲା । ସେତେବେଳେ ଏହାର ଉଚ୍ଚତା ୮ ହଜାର ୮୪୮ମିଟର ଥିଲା।  […]

  • Wednesday, 30 June 2021
gdp
ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍ -୭.୫%; ସିଇଏ କହିଲେ ସୁଧୁରୁଛି ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଭାଇରସ୍‌ରେ ଦେଶର ଅର୍ଥନୀତି ଟଳମଳ ସ୍ଥିତିରେ ଥିବା ବେଳେ ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍‌ ରିପୋର୍ଟ ପ୍ରକାଶ ପାଇଛି। ଆର୍ଥିକ ବର୍ଷ ୨୦-୨୧ର ଦ୍ୱିତୀୟ ପାଳିରେ ଜିଡିପିଗ୍ରୋଥ୍‌ -୭.୫ପ୍ରତିଶତ ରହିଛି। ପ୍ରଥମ ପାଳିରେ ଏହା ୨୪ ପ୍ରତିଶତ ଖସିଆସିଥିଲା। ତେବେ ଦ୍ୱିତୀୟ ପାଳିରେ ଆର୍ଥିକ ଅଭିବୃଦ୍ଧିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଗ୍ରୋଥ୍‌ ନେଗେଟିଭ୍‌ ବା ମାଇନସ ରହିଥିବାରୁ ଦେଶର ଆର୍ଥିକ ସ୍ଥିତି ଏବେବି ଟଳମଳ ସ୍ଥିତିରେ ରହିଛି। ଏନେଇ ଚିଫ୍‌ ଇକୋନୋମି ଆଡ୍‌ଭାଇଜର(ସିଇଏ) […]

  • Wednesday, 30 June 2021
scientist
ବୈଜ୍ଞାନିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ତେହରାନ: ଇରାନ ରାଜଧାନୀ ତେହରାନରେ ‘ଦ ଫାଦର ଅଫ ଇରାନିୟନ ବାମ୍‌ବ’ ଭାବେ ପରିଚିତ  ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ (Nuclear Scientist Mohsen Fakhrizadeh) ମୋହସିନ ଫଖରୀଜାଦେହଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ଇରାନ୍‌ର ବିଦେଶ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇଛନ୍ତି। କୁହାଯାଉଛି, ବିଦେଶ ମନ୍ତ୍ରଣାଳୟ ଏହି ଘଟଣା ପାଇଁ ଇସ୍ରାଏଲକୁ ଦାୟୀ କରିଛି। ତେବେ ଇରାନ ଏହାର ଉଚିତ୍ ଜବାବ ଦେବ ବୋଲି କୁହାଯାଇଛି। ସୂଚନାଥାଉ କି, ଫଖରୀଜାଦେହ ଇମାମ୍‌ […]

  • Wednesday, 30 June 2021
keral
ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ଭାରତୀୟ ମହିଳା

ତିରୁବନନ୍ତପୁରମ୍‌: ପୁଣି ବିଦେଶରେ ଚମକିଲେ ଭାରତୀୟ ମହିଳା। ଜଣେ ଭାରତୀୟ ମହିଳା ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ମହିଳାଙ୍କ ନାଁ ପ୍ରିୟଙ୍କା ରାଧାକ୍ରିଷନ। ସେ କେରଳର ବାସିନ୍ଦା। ସୋମବାର ସେ ନ୍ୟୁଜଲାଣ୍ଡ ସରକାରରେ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ପ୍ରଧାନମନ୍ତ୍ରୀ ଜେକିଣ୍ଡା ଅର୍ଡର୍ନ ପ୍ରିୟଙ୍କାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇଛନ୍ତି। ୪୧ ବର୍ଷୀୟ ପ୍ରିୟଙ୍କା Community and Voluntary Sector ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କାଙ୍କ ଜନ୍ମ ଚେନ୍ନାଇରେ । ସିଙ୍ଗାପୁରରେ ତାଙ୍କର […]

  • Wednesday, 30 June 2021
wedding
ଦୁଲ୍‌ହାକୁ AK-47 ଗିଫ୍ଟ କଲେ ମହିଳା

ସାଧାରଣତଃ ବିବାହରେ ଅତିଥିମାନେ ଦାମୀ ଗିଫ୍ଟ ଦେଇଥାନ୍ତି। ହେଲେ ପାକିସ୍ତାନର ଏକ ୱେଡିଂରେ ଜଣେ ମହିଳା, ଦୁଲ୍‌ହାକୁ ଏମିତି କିଛି ଗିପ୍ଟ କରିଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପାକିସ୍ତାନରେ ଏକ ବିବାହରେ ଦୁଲ୍‌ହାକୁ ଜଣେ ମହିଳା AK-47 ରାଇଫଲ୍ ୱେଡିଂ ଗିଫ୍ଟ ଭାବରେ ଦେଉଥିବା ଭିଡିଓରେ ‌ଦେଖିବାକୁ ମିଳିଛି। ଏହି ଭିଡିଓକୁ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଟ୍ୱିଟରରେ ଶେଆର କରିଛନ୍ତି। ଭିଡିଓରେ […]

  • Wednesday, 30 June 2021
modi
ପ୍ରଧାନମନ୍ତ୍ରୀଙ୍କ ‘ଭ୍ୟାକ୍ସିନ ଯାତ୍ରା’: ଟିକା ପ୍ରସ୍ତୁତକାରୀ ଲ୍ୟାବ ଯାଇ ସମୀକ୍ଷା କରିବେ

ନୂଆଦିଲ୍ଲୀ:  ଦେଶରେ କରୋନା ଟିକାର ଅଗ୍ରଗତିକୁ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟିକା ପ୍ରସ୍ତୁତକାରୀ ଲ୍ୟାବକୁ ଖୋଦ୍ ଯିବେ ପ୍ରଧାନମନ୍ତ୍ରୀ। ଆଜି ମୋଦି ତିନିଟି ସହର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଅହମ୍ମଦାବାଦ୍‌ରେ ଥିବା ଜାଏଡସ୍ ବାଓଟେକ୍ ପାର୍କ ଯିବେ। ଏହାପରେ ହାଇଦ୍ରାବାଦ୍‌ରେ ଥିବା ଭାରତ ବାୟୋଟେକ୍ କାର୍ଯ୍ୟାଳୟ ଗସ୍ତ କରିବେ। ଏହି ଦୁଇ ସଂସ୍ଥା ଦ୍ୱାରା ଭାରତର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହେଉଥିବା କୋଭାକ୍ସିନର ଅଗ୍ରଗତି ଓ ଏହାର ସ୍ଥିତିକୁ ପରଖିବେ। […]

  • Wednesday, 30 June 2021
delhi
ଖଣ୍ଡଯୁଦ୍ଧ ପରେ ଦିଲ୍ଲୀ ପ୍ରବେଶ ପାଇଁ ଆନ୍ଦୋଳନକାରୀଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ରାଜରାସ୍ତା ଉପରେ ଚାଲିଛି ରୋଷେଇ।  ସେଇଠି ଖାଇବା ଏବଂ ସେହି ରାସ୍ତା ଉପରେ ଶୋଇବା। ଗତ ତିନି ରାତି ଏମିତି କଟୁଛି ରାସ୍ତା ଉପରେ । କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀଙ୍କ ଚଲୋ ଦିଲ୍ଲୀ ଅଭିଯାନ ଜାରି ରହିଛି । ବହୁ ଟଣାଓଟରା, ଧସ୍ତାଧସ୍ତି, ଖଣ୍ଡଯୁଦ୍ଧ ପରେ ଦିଲ୍ଲୀରେ ପ୍ରବେଶ ପାଇଁ ଶେଷରେ ଆନ୍ଦୋଳନକାରୀଙ୍କୁ ମିଳିଛି ଅନୁମତି । ରାଜଧାନୀ ଉପକଣ୍ଠରେ ଥିବା ବୁରାରି ନିକଟରେ ସମାବେଶ କରିବାକୁ ଗତକାଲି ଅନୁମତି ମିଳିଛି । […]

  • Wednesday, 30 June 2021
Tap Water Burning
ଅଚାନକ୍‌ ଟ୍ୟାପ୍‌ରୁ ପାଣି ବଦଳରେ ବାହାରିଲା ନିଆଁ, ଭିଡିଓ ଭାଇରାଲ୍‌

ପାଣି ଟ୍ୟାପ୍‌ରୁ ପାଣି ବଦଳରେ ବାହାରୁଛି ନିଆଁ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି କିଛି ଦୃଶ୍ୟ ସୋସିଆଲ୍‌ ମିଡିଆରେ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଭିଡିଓଟି ଦେଖିଲେ ଚକିତ ହୋଇଯିବେ। ଚୀନରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଏକ ପାଣି ଟ୍ୟାପ୍‌ ନିକଟରେ ଲାଇଟର୍‌ ରଖିବା ପରେ ଟ୍ୟାପ୍‌ରୁ ପାଣି ବଦଳରେ ନିଆଁ ବାହାରୁଛି। Ladbible ର ଖବର ଅନୁସାରେ, ପଞ୍ଜିନ […]

  • Wednesday, 30 June 2021
Cloudy
ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ନେଇପାରେ ସାମୁଦ୍ରିକ ଝଡ଼ର ରୂପ

ନୂଆଦିଲ୍ଲୀ: ବାତ୍ୟା ‘ନିଭାର’ ପରେ ପୁଣିଥରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୯ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ତାମିଲନାଡୁ ଉପକୂଳ ଛୁଇଁବା ପୂର୍ବରୁ ଘନୀଭୂତ ହୋଇ ସାଇକ୍ଲୋନିକ୍‌ ଷ୍ଟର୍ମ(ସାମୁଦ୍ରିକ ଝଡ଼)ରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚେନ୍ନାଇ ସମେତ ଉପକୂଳ ଅଞ୍ଚଳରେ ଡିସେମ୍ବର ୧ ଓ ୨ରେ ବର୍ଷା ହୋଇପାରେ। ସେହିପରି ଡିସେମ୍ବର ୮ […]

  • Wednesday, 30 June 2021
sea
ଉପହାର ଦେଇ ଗଲା ବାତ୍ୟା ‘ନିଭାର’, ସମୁଦ୍ରକୂଳରୁ ମିଳିଲା ସୁନା ଖଣ୍ଡ

କାକିନାଡ: ବାତ୍ୟା ‘ନିଭାର’ କିଛି ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଥିବା ବେଳେ ଆଉ କିଛି ଲୋକଙ୍କ ଏହା ଭାଗ୍ୟ ଖୋଲି ଦେଇଛି। ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡ ସମୁଦ୍ରକୂଳରୁ କିଛି ଲୋକଙ୍କୁ ଛୋଟ ଛୋଟ ସୁନା ଖଣ୍ଡ ମିଳିଛି। ଏହି ଖବର ଜଣାପଡ଼ିବା ପରେ ସୁନା ପାଇବା ଆଶାରେ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ପ୍ରବଳ ବର୍ଷା ଓ ଥଣ୍ଡାକୁ ଖାତିର ନକରି ସମୁଦ୍ର କୂଳରେ ପହଞ୍ଚି ସୁନା ଖଣ୍ଡ […]

  • Wednesday, 30 June 2021
jawan
ନକ୍ସଲଙ୍କ IED ବିସ୍ଫୋରଣ: ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ, ୭ ଯବାନ ଗୁରୁତର

ରାଇପୁର: ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ଆଇଡି ବିସ୍ଫୋରଣରେ ସିଆରପିଏଫ୍ କୋବ୍ରାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତିନ ଭାଲେରେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ ୭ଜଣ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି। ମହାରାଷ୍ଟ୍ର ନାସିକର ନୀତିନ ଭାଲେରେ କୋବ୍ରା ୨୦୬ ବାଟାଲିୟନର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ସିଆରପିଏଫ୍ ଯବାନମାନେ ଆଣ୍ଟି ନକ୍ସଲ ଅପରେସନ୍‌ରୁ ଫେରୁଥିଲେ। ଏହି ସମୟରେ ଯବାନମାନଙ୍କୁ ଟାର୍ଗେଟ୍ କରି ତାଦମେତଲା ଗାଁ ନିକଟ ଜଙ୍ଗଲରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ।

  • Wednesday, 30 June 2021
amit-sghah
ଆନ୍ଦୋଳନରତ ଚାଷୀଙ୍କୁ କ'ଣ କହିଲେ ଗୃହମନ୍ତ୍ରୀ ଅମିତ ଶାହ ?

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ପଞ୍ଜାବ କୃଷକ ସଂଘ। ଦିଲ୍ଲୀର ଯନ୍ତରମନ୍ତର ପଡ଼ିଆରେ ଆନ୍ଦୋଳନ କରିବାକୁ କୃଷକଙ୍କୁ ନିବେଦନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କିନ୍ତୁ ଶାହଙ୍କ ପ୍ରସ୍ତାବକୁ ମାନିନେବାକୁ କୃଷକମାନଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆନ୍ଦୋଳନକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। ସମସ୍ତ ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ଏବଂ ଦାବି ସମ୍ପର୍କରେ କେନ୍ଦ୍ର […]

  • Wednesday, 30 June 2021