Advertisment

ଚାରିଆଡ଼େ ଆତଙ୍କ, ଭୟ ଆଉ କାନ୍ଦବୋବାଳି : କାବୁଲ ଏୟାରପୋର୍ଟରେ ମହିଳା ଓ ପିଲାଙ୍କୁ ଆକ୍ରମଣ କଲେ ତାଲିବାନୀ

ଚାରିଆଡ଼େ ଭୟ, ଦୁଃଖ, ନିରାଶ ଆଉ ଅନିଶ୍ଚିତ ମୃତ୍ୟୁ ଆଶଙ୍କା । ମିଛ ପ୍ରତିଶ୍ରୁତି ଦେଇ ବିଶ୍ୱକୁ ଠକୁଛନ୍ତି ତାଲିବାନୀ ଆତଙ୍କବାଦୀ । ଆରମ୍ଭ ହୋଇଗଲା ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନୀ ଶାସନ ଫେରିବା ପରେ ଦେଶବାସୀ ଆତଙ୍କରେ ଥରୁଛନ୍ତି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନ ବିଶ୍ୱ ସାମ୍ନାରେ ମହିଳାଙ୍କ ସୁରକ୍ଷା ନେଇ ପ୍ରତିଶୃତି ଦେଇଛି

author-image
Prangyan Parimita
ଅଦ୍ୟତନ ହୋଇଛି
ଚାରିଆଡ଼େ ଆତଙ୍କ, ଭୟ ଆଉ କାନ୍ଦବୋବାଳି : କାବୁଲ ଏୟାରପୋର୍ଟରେ ମହିଳା ଓ ପିଲାଙ୍କୁ ଆକ୍ରମଣ କଲେ ତାଲିବାନୀ

taliban

କାବୁଲ : ଚାରିଆଡ଼େ ଭୟ, ଦୁଃଖ, ନିରାଶ ଆଉ ଅନିଶ୍ଚିତ ମୃତ୍ୟୁ  ଆଶଙ୍କା । ମିଛ ପ୍ରତିଶ୍ରୁତି ଦେଇ ବିଶ୍ୱକୁ ଠକୁଛନ୍ତି ତାଲିବାନୀ ଆତଙ୍କବାଦୀ । ଆରମ୍ଭ ହୋଇଗଲା ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନୀ ଶାସନ ଫେରିବା ପରେ ଦେଶବାସୀ ଆତଙ୍କରେ ଥରୁଛନ୍ତି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନ ବିଶ୍ୱ ସାମ୍ନାରେ ମହିଳାଙ୍କ ସୁରକ୍ଷା ନେଇ ପ୍ରତିଶୃତି ଦେଇଛି । ହେଲେ ମାତ୍ର ୨୪ ଘଣ୍ଟା ମଧ୍ୟରେ ତାଲିବାନର ଅସଲ ରୂପ ପଦାକୁ ଆସିଛି । ବୁଧବାର କାବୁଲ ବିମାନବନ୍ଦରରେ ମହିଳା ଓ ଶିଶୁଙ୍କ ଉପରେ ଆକ୍ରମଣ କରିଛନ୍ତି ତାଲିବାନୀ ।

Advertisment

ଦେଶ ଛାଡିବା ଉଦ୍ଦେଶ୍ୟରେ ବିମାନ ବନ୍ଦରକୁ ଆସୁଥିବା ମହିଳା ଓ ଶିଶୁମାନଙ୍କୁ ତାଲିବାନ ଆକ୍ରମଣ କରୁଥିବା ଫଟୋରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି । ବିମାନ ବନ୍ଦରରୁ ଜନତାଙ୍କୁ ଘଉଡ଼ାଇବା ପାଇଁ ତାଲିବାନୀ ଆତଙ୍କବାଦୀ ମାନେ ଗୁଳି ଚଳାଇଥିଲେ । ଲସ୍ ଆଞ୍ଜେଲସ୍ ଟାଇମ୍ସର ସାମ୍ବାଦିକ ମାର୍କସ୍ ୟାମ ଟ୍ୱିଟରରେ କିଛି ଫଟୋ ଟ୍ୱିଟ୍ କରିଛନ୍ତି । ତାଲିବାନ ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ସେ ଦାବି କରିଛନ୍ତି ।

ସେହିପରି ଫୋକସ୍ ନ୍ୟୁଜ୍ ମଧ୍ୟ ଏକ ଭିଡିଓ ଜାରି କରିଛି, ଯାହା ତାଲବାନୀଙ୍କ ବର୍ବରତାର ଚିତ୍ର ବଖାଣୁଛି । ତାଲିବାନୀମାନ କାବୁଲ ରାସ୍ତାରେ ବୁଲୁଛନ୍ତି ଏବଂ ପୂର୍ବତନ ସରକାରୀ କର୍ମଚାରୀଙ୍କୁ ଖୋଜୁଛନ୍ତି । ତେବେ ଏହାରି ଭିତରେ ସେମାନେ ଅନେକ ସ୍ଥାନରେ ଗୁଳି ଚଳାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଚ୍ୟାନେଲ ଏହା ମଧ୍ୟ ଦାବି କରିଛି ଯେ ତାଲିବାନ ମଙ୍ଗଳବାର ଦିନ ତାଖର ପ୍ରଦେଶରେ ଜଣେ ମହିଳାଙ୍କୁ ହତ୍ୟା କରିଛି କାରଣ ତାଙ୍କୁ ଘର ବାହାରେ ତାଙ୍କ ମୁଣ୍ଡ ଆଚ୍ଛାଦନ କରାଯାଇ ନାହିଁ।

Advertisment

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ସାରା ଦେଶରେ ଖେଳିଯାଇଛି କୋକୁଆ ଭୟ । ଦେଶ ଛାଡ଼ି ପଳାଇ ଆସିବାକୁ ବିକଳ ହେଉଛନ୍ତି ଆଫଗାନବାସୀ । ସବୁଠାରୁ ଅଧିକ ଭୟଭୀତ ଅବସ୍ଥାନରେ ଅଛନ୍ତି ମହିଳା । ତାଲିବାନଙ୍କ ହାତରେ ଆଫଗାନିସ୍ଥାନ କ୍ଷମତା ଡୋରି ରହିବା ପରେ ସାରା ବିଶ୍ୱରେ ମଧ୍ୟ ଚିନ୍ତା ବଢିଯାଇଛି। ତେବେ ଗତକାଲି ତାଲିବାନ ନିଜ ଛବି ସୁଧାରିବାକୁ ମିଛ ପ୍ରୟାସ କରିଥିଲା । ମଙ୍ଗଳବାର ତାଲିବାନ ପକ୍ଷରୁ କୁହାଯାଇଥିଲା, ଇସ୍‌ଲାମ ନିୟମ ଅନୁସାରେ ମହିଳାମାନଙ୍କୁ ଅଧିକାର ଦେବା ଲାଗି ତାଲିବାନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ହେଲେ ଏହାର ଗୋଟିଏ ଦିନ ପରେ ସ୍ଥିତି ବଦଳିଗଲା । ଏଇଠି ପ୍ରଶ୍ନ ଉଠୁଛି ସତରେ କ’ଣ ବଦଳିବେ ତାଲିବାନୀ ।

Afghanistan Taliban Taliban Attack Afghanistan
Advertisment
Advertisment