• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମହିଳା ଗଭର୍ଣ୍ଣରଙ୍କୁ ଧରିଲେ ତାଲିବାନ

  • ହାତରେ ବନ୍ଧୁକ ନେଇ ନିଜ ଅଞ୍ଚଳର ରକ୍ଷା କରବାକୁ ଶେଷ ସମୟ ପର୍ଯ୍ୟନ୍ତ ଲଢ଼ିଥିଲେ

କାବୁଲ : ଭାଙ୍ଗିଗଲା ଶେଷ ଆଶା । ମଉଳିଗଲା ସ୍ୱାଧୀନତାର ସ୍ୱପ୍ନ । ବିଦ୍ରୋହୀଙ୍କ ବିରୋଧରେ ସ୍ୱର ଉଠାଇ ବନ୍ଦୀ ହେଲେ । ନିଜେ ଫଉଜ ତିଆରି କରି ତାଲିବାନୀଙ୍କୁ ନାକେଦମ୍ କରିଥିବା ଲେଡି ଗଭର୍ଣ୍ଣର ସଲିମା ଶେଷରେ ବନ୍ଦୀ ହୋଇଛନ୍ତି । ଆଫଗାନିସ୍ତାନର ଅନ୍ୟ ନେତା ଯେତେବେଳେ ଦେଶ ଛାଡ଼ି ପଳାୟନ କରୁଥିଲେ, ସେତେବେଳେ ପ୍ରାଣଭୟରେ ପଛଘୁଞ୍ଚା ଦେଇନଥିଲେ ସଲିମା ମଜାରୀ । ସମର୍ଥକଙ୍କ ସହ ମିଶି ତାଲିବାନ ବିରୋଧରେ ଏକୁଟିଆ ଛିଡ଼ା ହୋଇଥିଲେ । ଆଫଗାନିସ୍ତାନର ବଲ୍ଖ ପ୍ରଦେଶ ଯେତେବେଳେ ତାଲିବାନ କବଜାକୁ ଆସିଗଲା, ସେତେବେଳେ କ୍ରୁର ନିର୍ଦ୍ଦୟ ତାଲିବାନଙ୍କ ହାତରେ ଧରାପଡ଼ିଗଲେ ସାହସୀ ମହିଳା ଗଭର୍ଣ୍ଣର ।

ଆଫଗାନିସ୍ତାନର ମୋଟ୍ ତିନି ମହିଳା ଗଭର୍ଣ୍ଣରଙ୍କ ମଧ୍ୟରୁ ପ୍ରଥମ ଥିଲେ ସଲିମା ମଜାରୀ । ତାଙ୍କ ନେତୃତ୍ୱ ଅଞ୍ଚଳ ଚାହରର ସମୁଦାୟ ଜନସଂଖ୍ୟା ଥିଲା ୩୨ ହଜାରରୁ ଅଧିକ । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଲିବାନକୁ ନିଜ ଅଞ୍ଚଳ ଦଖଲ କରିବାକୁ ଦେଇନଥିଲେ । ସେହି ସ୍ଥାନକୁ କବଜା କରିବାକୁ ତାଲିବାନକୁ ବହୁ ଉଦ୍ୟମ କରିବାକୁ ପଡିଥିଲା । ଇରାନରେ ଜନ୍ନିତ ସଲିମା ମଜାରୀ ହୋଇଥିଲେ ସୋଭିଏତ୍ ଯୁଦ୍ଧ ସମୟରେ ସେ ଆଫଗାନିସ୍ତାନ ଚାଲି ଆସିଥିଲେ । ସେ ତେହେରାନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଆଉ ପରେ ଆଫଗାନିସ୍ତାନ ପାଇଁ ତାଲିବାନଙ୍କ ବିରୋଧରେ ଲଢ଼ିବା ପାଇଁ ବନ୍ଧୁକ ଧରିଥିଲେ । ତେବେ ମନରେ ଆଉ ପ୍ରତିଶୋଧର ଭାବନା ନାହିଁ କହିଥିଲେ ମଧ୍ୟ କାମରେ ଓଲଟା କରିଛନ୍ତି ତାଲିବାନୀ ସଂଗଠନ । ଆଫଗାନିସ୍ତାନ ଲେଡି ଗଭର୍ଣ୍ଣରଙ୍କୁ ବନ୍ଦୀ କରି ନିଜର ୨୦ ବର୍ଷ ପୁରୁଣା କ୍ରୁର ଚେହେରା ପୁଣି ଦେଖାଇଛନ୍ତି।

ଆଫଗାନିସ୍ତାନରେ ତାଲିବାନୀ ମାନେ ଯେତେବେଳେ ମୃତ୍ୟୁର ତାଣ୍ଡବ ରଚୁଥିଲେ, ସେତେବେଳେ ପାହାଡ଼ ପରି ଅଟଳ ହୋଇ ଛିଡ଼ା ହୋଇରହିଥିଲେ ସଲିମା । କିଛି ନେତା ପଳାୟନ କରୁଥିବା ବେଳେ କିଛି ଆତ୍ମସମର୍ପଣ କରୁଥିଲେ । ଏପରି ସମୟରେ ନଡରି ସଲିମା ମଜାରୀ ନିଜ ଲୋକଙ୍କୁ ବଞ୍ଚାଇବା ପାଇଁ ନିଜର ସୈନ୍ୟବାହିନୀ ଗଢ଼ିଥିଲେ ଏବଂ ଲୋକଙ୍କୁ ଏକାଠି ହେବାକୁ ନିବେଦନ କରୁଥିଲେ । ତାଙ୍କ ଫୌଜୀରେ ସାମିଲ ଲୋକେ ଜମିବାଡ଼ି, ଗାଈ ମଇଷି ବିକ୍ରି କରି ସେନାରେ ଭର୍ତ୍ତି ହେଉଥିଲେ । ସଲିମା ମଜାରୀ ନିଜେ ଫ୍ରଣ୍ଟରେ ସିଟରେ ବସି ବିଭିନ୍ନ ସ୍ଥାନ ଯାଇ ଯାଇ ଲୋକଙ୍କୁ ନିଜ ସେନାରେ ସାମିଲ ହେବା ପାଇଁ ନିବେଦନ କରୁଥିଲେ । ହେଲେ ଆଜି ସେ ବନ୍ଦୀ ହେବା ପରେ ସବୁ ଶେଷ ହୋଇଗଲା ପରି ଲାଗୁଛି ।