• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆମେରିକାର ଅସ୍ତ୍ରଶସ୍ତ୍ର ଓ ଗୁପ୍ତ ଖଜାନାରେ ବଳୀୟାନ୍ ତାଲିବାନୀ । ଆଫଗାନିସ୍ତାନ ସୈନ୍ୟବାହିନୀ ପାଇଁ ଗଚ୍ଛିତ ଅସ୍ତ୍ରଶସ୍ତ୍ର ଖଜାନା ଏବେ ତାଲିବାନୀ ଆତାଙ୍କବାଦୀଙ୍କ ଶକ୍ତିକୁ ଆହୁରି ବଢ଼ାଇ ଦେଇଛି । ଆମେରିକା ସେନା ଆଫଗାନ ଛାଡ଼ିଯିବା ପରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଏବେ ବିଦ୍ରୋଦୀଙ୍କ ହାତରେ । ଆଫଗାନିସ୍ତାନ ଅକ୍ତିଆର କରିବା ପରେ ଟ୍ୟାଙ୍କ ଠାରୁ ଆରମ୍ଭ କରି ସଶସ୍ତ୍ର ଯାନ, ତୋପ, ହେଲିକପ୍ଟର, ରାଇଫଲ ପର୍ଯ୍ୟନ୍ତ ସମସ୍ତ ଅତ୍ୟାଧୁନିକ ଅସ୍ତ୍ର ବର୍ତ୍ତମାନ ତାଲିବାନ ବ୍ୟବହାର କରିବେ ।

ତାଲିବାନଙ୍କ ଦ୍ୱାରା ଆଫଗାନିସ୍ତାନ କବଜା ପରେ ପ୍ରଥମେ ଆମେରିକା ପ୍ରଶ୍ନ ଘେରକୁ ଆସିଥିଲା । ଆମେରିକା ଆଫଗାନିସ୍ତାନରୁ ସେନାକୁ କାହିଁକି ପ୍ରତ୍ୟାହାର କଲା ବୋଲି ପ୍ରଶ୍ନ ଉଠିଥିଲା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି ଏନେଇ ମୁହଁ ଖୋଲିଥିଲେ । ୨୦୦୧ ସେପ୍ଟେମ୍ବର ୧୧ ଆକ୍ରମଣକାରୀଙ୍କୁ ଦଣ୍ଡଦେବା ଉଦ୍ଦେଶ୍ୟରେ ଆମେରିକା ଆଫଗାନିସ୍ତାନ ଯାଇଥିଲା । ଆମେରିକା ଉପରେ ଆକ୍ରମଣ ଲାଗି ଅଲକାଏଦା ଯେଭଳି ଆଫଗାନିସ୍ତାନ ମାଟିକୁ ବ୍ୟବହାର କରିନପାରିବ ସେଇ ଉଦ୍ଦେଶ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଆମେରିକା ବିଫଳ ହୋଇନାହିଁ । ଆଫଗାନିସ୍ତାନ ସେନା ପାଇଁ ବହୁ ଅର୍ଥ ଖର୍ଚ୍ଚ ହୋଇଛି, ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି । ହେଲେ ଦେଶ ଏବେ ତାଲିବାନ କବଜାକୁ ଚାଲିଗଲା ପରେ ସବୁ କିଛି ଚାଲିଯାଇଛି ତାଲିବାନୀଙ୍କ ହାତକୁ ।

ତାଲିବାନଙ୍କୁ ମିଳିଥିବା ଅସ୍ତ୍ରଶସ୍ତ୍ର

୪୪ ଦମଦାର ଟ୍ୟାଙ୍କ୍

୧୦୧୬ ଗାଡ଼ି

ଅତି କମରେ ୭୭୫ ତୋପ

ଲ୍ୟାଣ୍ଡମାଇନରୁ ବଞ୍ଚାଇବା ପାଇଁ ୨୦ ବାହାନ

ହେଲିକପ୍ଟର,ରାଇଫଲ୍ ଇତ୍ୟାଦି

ସଶସ୍ତ୍ର ଖଜାନାର ଠିକଣା ମିଳିବା ପରେ ଏବେ ଏବେ ସେନା ପରି ବୁଲିପାରିବ ତାଲିବାନୀ । ତାଲିବାନର ହାତକୁ ଆସିଥିବା ତୋପ ମଧ୍ୟରେ ରହିଛି US 155mm M114A1 howitzer । ଆଫଗାନିସ୍ତାନ ସେନାକୁ ଆମେରିକା ଏପରି ୨୪ଟି ତୋପ ପ୍ରଦାନ କରିଥିଲା । ତାଲିବାନ ଆମେରିକାର ମ୍ୟାକ୍ସକ୍ସପ୍ରୋ ମାଇନ୍ ପ୍ରୋଟେକ୍ଟେଡ଼୍ ଯାନ ମଧ୍ୟ ତାଲିବାନୀ ଆତଙ୍କୀଙ୍କୁ ମିଳିଛି । ଏହି ସବୁ ଅସ୍ତ୍ରଶସ୍ତ୍ର ଯୋଗୁଁ ତାଲିବାନ ପୂର୍ବ ଅପେକ୍ଷା ଅଧିକ ବିପଦ ସୃଷ୍ଟି କରିପାରନ୍ତି ।

ନ୍ୟୁଜ୍ ଏଜେନ୍ସି ଏନଆଇଏକ ସୂତ୍ରରୁ ଅନୁସାରେ ଆଫଗାନିସ୍ତାନ ଇସଲାମ ଆତଙ୍କବାଦର ପ୍ରଥମ କେନ୍ଦ୍ର ହୋଇପାରେ । ସେମାନଙ୍କ ପାଖରେ ଆମେରିକା ଯୋଗାଇଥିବା ସମସ୍ତ ଅସ୍ତ୍ରଶସ୍ତ୍ରର ସୁବିଧା ରହିଛି । ଆଫଗାନିସ୍ତାନ ନ୍ୟାସନାଲ ଆର୍ମିର ୩ ଲକ୍ଷରୁ ଅଧିକ ଅସ୍ତ୍ରଶସ୍ତ୍ର ମଧ୍ୟ ତାଲିବାନ ହାତରେ ଲାଗିଛି । ଫଳରେ ତାଲିବାନର ସାମରିକ ଶକ୍ତି ଏବେ ବହୁଗୁଣିତ ହୋଇଛି ।