• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଶାନ୍ତିର ଏକ ନୂତନ ଯୁଗ ଆଣିବାର ପ୍ରତିଶୃତି ଦେଇ ଆଫଗାନିସ୍ତାନରେ କ୍ଷମତା ହାସଲ କରିଛି ତାଲିବାନ। କିନ୍ତୁ ଅତୀତର ଘଟଣା ମନେ ପଡ଼ିଲେ ଭୟରେ ଲୋମ ଟାଙ୍କୁରି ଉଠୁଛି । ନିର୍ଦ୍ଦୟ ଶାସନର ଭୟାନକ ସ୍ମୃତି ଏବେ ବି ମନରୁ ହଟୁନି । ତାଲିବାନ ଶାସନକୁ ଫେରିବା ପରେ ମହିଳାମାନେ ଅଧିକ ଆତଙ୍କରେ ଜୀବନ କାଟୁଛନ୍ତି । ବିଗତ ବର୍ଷଗୁଡିକରେ ସେମାନେ ପାଇଥିବା ଅଧିକାର ପୁଣି ଛଡ଼ାଇ ନିଆଯାଇପାରେ ସେମାନେ ଆଶଙ୍କାରେ ଅଛନ୍ତି । ତେବେ ଏହି କ୍ରମରେ ବର୍ତ୍ତମାନ ଆଫଗାନିସ୍ତାନରେ ବୁର୍ଖା ମୂଲ୍ୟ ବଢ଼ିଯାଇଛି ।

ତାଲିବାନ ଶାସନରେ ମହିଳାଙ୍କୁ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ । ଫଳରେ ବର୍ତ୍ତମାନ ତାଲିବାନ ଶାସନ ଫେରିବା ପରେ ମହିଳାମାନେ ବୁର୍ଖା କିଣିବା ପାଇଁ ଦୋକାନକୁ ଦଉଡ଼ୁଛନ୍ତି । ଆଫଗାନିସ୍ତାନରେ ବୁର୍ଖାର ମୂଲ୍ୟ ୧୦ ଗୁଣ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ତାଲିବାନ୍ ଶାନ୍ତି ଓ ବିକାଶର ନାରା ଦେଉଥିଲେ ବି ଏହାକୁ ବିଶ୍ୱାସ କରିପାରୁନାହାନ୍ତି ଆଫଗାନିସ୍ତାନ ବାସୀ । ତାଲିବାନ ଫେରିବା ପରେ ମହିଳାମାନେ ବୁର୍ଖା ପିନ୍ଧିବା ଆରମ୍ଭ କରି ଦେଇଛନ୍ତି, ଯେଉଁ କାରଣରୁ କାବୁଲରେ ବୁର୍କାର ମୂଲ୍ୟ ଆକାଶଛୁଆଁ ହୋଇ ଯାଇଛି ।

ପୂର୍ବ ତାଲିବାନ ଶାସନ କାଳରେ ମହିଳାମାନଙ୍କୁ ବୁର୍ଖାରେ ନିଜ ଶରୀର ଓ ମୁହଁକୁ ଘୋଡାଇବାକୁ ପଡ଼ୁଥିଲା । ପୁରୁଷ ସମ୍ପର୍କୀୟଙ୍କ ବିନା ମହିଳାଙ୍କୁ ଘରୁ ବାହାରକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତାଲିବାନୀ କାନୁନରେ ଝିଅମାନଙ୍କୁ ସ୍କୁଲ ଯିବାକୁ ଦିଆଯାଏ ନାହିଁ । ମହିଳାମାନେ ପାଠ ପଢ଼ିପାରିବେ ନାହିଁ, ପଢ଼ାଇପାରିବେ ନାହିଁ, ଚାକିରୀ କରିପାରିବେ ନାହିଁ । ମହିଳାଙ୍କୁ ଶରୀରକୁ ପୂରା ଢାଙ୍କିଥିବା ପୋଷାକ ବିନା ଏବଂ କୌଣସି ପୁରୁଷଙ୍କୁ ସାଥିରେ ନନେଇ ଘରୁ ଗୋଡ଼ କାଢ଼ିବାର ଅଧିକାର ନାହିଁ ।

ନିୟମ ଭାଙ୍ଗିଲେ ସର୍ବସାଧାରଣ ସ୍ଥାନରେ ଚାବୁକ ମାଡ଼, ଟେକାପଥର ମାଡ଼, ଏମିତିକି ମୃତ୍ୟୁ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି । କାବୁଲ୍ କବଜା କରିବା ପରେ ତାଲିବାନ ଆତଙ୍କୀ ବିଭିନ୍ନ ସ୍ଥାନରେ ମହିଳାଙ୍କ ଫଟୋ ଥିବା ବିଜ୍ଞାପନକୁ ଢାଙ୍କି ଦେଇଥିବା ଦେଖିବାକୁ ମିଳିଛି । ତେଣୁ ଆଗକୁ ଅତ୍ୟାଚାର ବଢ଼ିବା ନିଶ୍ଚିତ ବୋଲି ଆଙ୍କା କରାଯାଉଛି । ସେମାନଙ୍କୁ ଘରେ ରହି ମଧ୍ୟ ବନ୍ଦୀ ଜୀବନ କାଟିବାକୁ ପଡ଼ିପାରେ ।